ଓଡ଼ିଶା ସମାଚାର

ପ୍ରଶାସନିକ ଅଧିକାରୀଙ୍କୁ ଆକ୍ରମଣ ଘଟଣା: ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବା ଦାବି ନେଇ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିଜେପିର ଧାରଣା ଅବ୍ୟାହତ

 Breaking News
  • ପଥର ବୋଝେଇ ଟ୍ରକକୁ ଧକ୍କା ଦେଲା ବୋଲେରୋ, ଜଣେ ମୃତ କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଏକ ପଥର ବୋଝେଇ ଟ୍ରକକୁ ଦ୍ରୁତଗାମୀ ବୋଲେରୋ ଧକ୍କା ଦେବାରୁ ଘଟଣାସ୍ଥଳରେ ଜଣେ ନାବାଳକର ମୃତ୍ୟୁ ହୋଇଯାଇଥିବା ଜଣା ପଡିଛି । ଘଟଣାରୁ ପ୍ରକାଶ ରାଜନଗର ଥାନା ରାଜରାଜଶ୍ୱେରପୁର ଗ୍ରାମର ରବିନ୍ଦ୍ର ମାଝିଙ୍କ ପୁଅ ବିଶ୍ୱଜିତ ମାଝି (୧୫)...
  • ଜିଲ୍ଲାକୁ ଗୌରବାନ୍ୱିତ କଲେ ସମୀକ୍ଷା ଓ ଶାନ୍ତ୍ୱନା କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଚଳିତ ମାଟ୍ରିକ ପରୀକ୍ଷାର ଫଳ ମଙ୍ଗଳବାର ଦିନ ପ୍ରକାଶିତ ହୋଇଛି । ଏଥିରେ ୨ ଜଣ ଛାତ୍ରୀ ଜିଲ୍ଲାରେ ସର୍ବୋଚ୍ଚ ନମ୍ବର ରଖି ଜିଲ୍ଲାକୁ ଗୌରବାନ୍ୱିତ କରିଥିବା ଜଣାପଡିଛି । ପୌରାଂଚଳ ଅନ୍ତର୍ଗତ ଭାରତୀ ବିଦ୍ୟା ମନ୍ଦିରର ଛାତ୍ରୀ...
  • ମାଟ୍ରିକ ପରୀକ୍ଷା ଫଳ ରାଜ୍ୟରେ ୭୨.୩୫ ପ୍ରତିଶତ ହୋଇଥିବା ବେଳେ ଜିଲ୍ଲାରେ ୭୨.୧୧ପ୍ରତିଶତ କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଚଳିତବର୍ଷ ମାଟ୍ରିକ ପରୀକ୍ଷା ଫଳ ରାଜ୍ୟରେ ୭୨.୩୫ ପ୍ରତିଶତ ହୋଇଥିବା ବେଳେ ଜିଲ୍ଲାରେ ୭୨.୧୧ ପ୍ରତିଶତ ହୋଇଛି । ରାଜ୍ୟରେ ଚଳିତ ବର୍ଷ ରେଗୁଲାର ପରୀକ୍ଷାର୍ଥୀ ୫ଲକ୍ଷ ୪୫ହଜାର ୩୬୨ ଫର୍ମ ପୁରଣ କରିଥିବା ବେଳେ ସେଥିରୁ ୯ହଜାର...
  • ପ୍ଲଟିଂ ଜମି ବ୍ୟବସାୟ ପାଇଁ ସରକାରୀ ଗୋଚର ଜମିକୁ ପୋତାଯାଉଛି କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ପ୍ଲଟିଂ  ଜମି ବ୍ୟବସାୟ ନିମନ୍ତେ ଏକ ସରକାରୀ ଗୋଚର କିଷମ ଜମିକୁ ମାଟି ପକାଯାଇ ପୋତାଯାଉଥିବା ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଯେ କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ତହସିଲ ଅନ୍ତର୍ଗତ ପଂଚାଣପୁର ମୈାଜାର ଖାତା ନମ୍ବର ୯୧...
  • ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ପ୍ରସ୍ତୁତି ବୈଠକ କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସମ୍ମିଳନୀ ଗୃହରେ ଆଜି ପୂର୍ବାହ୍ନରେ ଆଗାମୀ ବର୍ଷା ଋତୁରେ ସମ୍ଭାବ୍ୟ ବନ୍ୟା ଓ ବାତ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ...
May 10
23:39 2019

ସାଲେପୁର, ୧୦/୦୫/୨୦୧୯ ( ଓଡ଼ିଶା ସମାଚାର / ଅଭୟ ଜେନା)- ଗତ ୫ତାରିଖ ଦିନ ସାଲେପୁର ବ୍ଲକ୍ ପରିସରରେ ରିଲିଫ୍ ସାମଗ୍ରୀ ଲୁଟି ନେଉଥିବା ସମୟରେ ସାଲେପୁର ବିଡ଼ିଓ ଓ ଯୋଗାଣ ଅଧିକାରୀ ହସ୍ତକ୍ଷେପ କରିବାରୁ ସେମାନଙ୍କୁ ମରଣାନ୍ତକ ଆକ୍ରମଣ କରିବା ଓ ଏହି ଘଟଣାରେ ୩ଜଣ ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିଲେ ମଧ୍ୟ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଅଦ୍ୟାବଧି ସାଲେପୁର ପୋଲିସ ଗିରଫ କରୁନଥିବାରୁ ଏହାର ପ୍ରତିବାଦରେ ଟାଙ୍ଗୀ-ସାଲେପୁର ବିଜେପି ପକ୍ଷରୁ ସାଲେପୁର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ପ୍ରଦର୍ଶନ କରାଯାଇଥିଲା । ସରକାରୀ କର୍ମଚାରୀଙ୍କୁ ଆକ୍ରମଣ କରିଥିବା ମୁଖ୍ୟ ଅଭିଯୁକ୍ତଙ୍କ ସମେତ ଘଟଣାରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଖୁବ୍ ଶୀଘ୍ର ଗିରଫ କରାନଯାଏ, ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ପ୍ରକାଶ କରିଛନ୍ତି । ପ୍ରକାଶ ଯେ ଗତ ୫ତାରିଖ ଦିନ ସାଲେପୁର ବ୍ଲକ୍ ପରିସରରେ ଏକ ବୋଲେରୋ ଗାଡ଼ି ମଧ୍ୟରେ ଥିବା ରିଲିଫ୍ ସାମଗ୍ରୀକୁ କେତେକ ଯୁବକ ଲୁଟି ନେଉଥିବାବେଳେ ସାଲେପୁର ବିଡ଼ିଓ କିଶୋର କୁମାର ପଣ୍ଡା ଓ ଯୋଗାଣ ଅଧିକାରୀ  ହିମାଂଶୁ ଶେଖର ସାହୁ ହସ୍ତକ୍ଷେପ କରିବାରୁ ସଂପୃକ୍ତ ଯୁବକମାନେ ତାଙ୍କୁ ଗାଳିଗୁଲଜ କରିବା ସହ ଟାଙ୍ଗିଆ, ଭୁଜାଲି ଓ ଲାଠିରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ସାଲେପୁର ଯୋଗାଣ ଅଧିକାରୀ ଗୁରୁତର ଆହତ ହୋଇଥିଲେ । ଏହାନେଇ ସାଲେପୁର ବିଡ଼ିଓ ଥାନାରେ ଅଭିଯୋଗ କରିଥିଲେ । ଏହି ଘଟଣାରେ ସାଲେପୁର ପୋଲିସ ୩ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବାବେଳେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଶାସକ ଦଳର ଜଣେ ଲୋକପ୍ରତିନିଧି ଓ ଅନ୍ୟମାନଙ୍କୁ ପୋଲିସ ଗିରଫ ନକରି ଘ ଘୋଡ଼ାଉଥିବା ପ୍ରତିବାଦରେ ଆଜି ସାଲେପୁର ବିଜେପି ପକ୍ଷରୁ ସାଲେପୁର ତହସିଲଦାରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ଏକ ଦାବିପତ୍ର ତହସିଲଦାର ପଦ୍ମଜା ଦାଶଙ୍କୁ ପ୍ରଦାନ କରିଛନ୍ତି । କାର୍ଯ୍ୟରତ ସରକାରୀ ଅଧିକାରୀଙ୍କୁ ଆକ୍ରମଣ କରିଥିବା ମୁଖ୍ୟ ଅଭିଯୁକ୍ତ ସମେତ ଅନ୍ୟ ଅଭିଯୁକ୍ତମାନଙ୍କୁ ଯଦି ତୁରନ୍ତ ଗିରଫ କରାନଯାଏ, ତେବେ ଆଗାମୀ ଦିନରେ ଟାଙ୍ଗୀ-ସାଲେପୁର ବିଜେପି ପକ୍ଷରୁ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଚେତାବନୀ ଦିଆଯାଇଛି । ଏହି ଆନ୍ଦୋଳନରେ ପ୍ରଶାନ୍ତ ପୃଷ୍ଟି, ସରୋଜ କର, ଅନିଲ କୁମାର ଦାସ, ରଘୁପତି ରାଉତ, ସନ୍ତୋଷ ଭୂୟାଁ, କମଳାକାନ୍ତ ଜେନା, ସେକ୍ ପୀର ବକ୍ସ, ଅଶ୍ୱିନୀ କୁମାର ଦାସ, ସୁକଦେବ ଭୂୟାଁ, ସମୀର କୁମାର ଜେନା, ମନିନ୍ଦ୍ର ସିଂହ, ଜୟରାମ ଭୋଇ, ତାପସ ଜେନା, ବାବନ ବେହେରାଙ୍କ ସମେତ ଶତାଧିକ ବ୍ୟକ୍ତି ଏହି ଧାରଣାରେ ସାମିଲ ହୋଇଥିଲେ । ଏଠାରେ ପ୍ରକାଶ ଯୋଗ୍ୟ ଯେ ସାଲେପୁର ବ୍ଲକ୍ ଗସ୍ତରେ ଆସିଥିବା କଟକ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ ଓ ପଂଚାୟତିରାଜ ସଚିବଙ୍କୁ ଲିଖିତ ଭାବେ ଜଣାଯାଇଛି । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment