ଓଡ଼ିଶା ସମାଚାର

ବିପନ୍ନଙ୍କୁ ପଲିଥିନ୍ ଓ ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱୀତ ପାଇଁ ଭାଜପା ପକ୍ଷରୁ ତହସିଲଦାରଙ୍କୁ ଦାବି

 Breaking News
  • ପଥର ବୋଝେଇ ଟ୍ରକକୁ ଧକ୍କା ଦେଲା ବୋଲେରୋ, ଜଣେ ମୃତ କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଏକ ପଥର ବୋଝେଇ ଟ୍ରକକୁ ଦ୍ରୁତଗାମୀ ବୋଲେରୋ ଧକ୍କା ଦେବାରୁ ଘଟଣାସ୍ଥଳରେ ଜଣେ ନାବାଳକର ମୃତ୍ୟୁ ହୋଇଯାଇଥିବା ଜଣା ପଡିଛି । ଘଟଣାରୁ ପ୍ରକାଶ ରାଜନଗର ଥାନା ରାଜରାଜଶ୍ୱେରପୁର ଗ୍ରାମର ରବିନ୍ଦ୍ର ମାଝିଙ୍କ ପୁଅ ବିଶ୍ୱଜିତ ମାଝି (୧୫)...
  • ଜିଲ୍ଲାକୁ ଗୌରବାନ୍ୱିତ କଲେ ସମୀକ୍ଷା ଓ ଶାନ୍ତ୍ୱନା କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଚଳିତ ମାଟ୍ରିକ ପରୀକ୍ଷାର ଫଳ ମଙ୍ଗଳବାର ଦିନ ପ୍ରକାଶିତ ହୋଇଛି । ଏଥିରେ ୨ ଜଣ ଛାତ୍ରୀ ଜିଲ୍ଲାରେ ସର୍ବୋଚ୍ଚ ନମ୍ବର ରଖି ଜିଲ୍ଲାକୁ ଗୌରବାନ୍ୱିତ କରିଥିବା ଜଣାପଡିଛି । ପୌରାଂଚଳ ଅନ୍ତର୍ଗତ ଭାରତୀ ବିଦ୍ୟା ମନ୍ଦିରର ଛାତ୍ରୀ...
  • ମାଟ୍ରିକ ପରୀକ୍ଷା ଫଳ ରାଜ୍ୟରେ ୭୨.୩୫ ପ୍ରତିଶତ ହୋଇଥିବା ବେଳେ ଜିଲ୍ଲାରେ ୭୨.୧୧ପ୍ରତିଶତ କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଚଳିତବର୍ଷ ମାଟ୍ରିକ ପରୀକ୍ଷା ଫଳ ରାଜ୍ୟରେ ୭୨.୩୫ ପ୍ରତିଶତ ହୋଇଥିବା ବେଳେ ଜିଲ୍ଲାରେ ୭୨.୧୧ ପ୍ରତିଶତ ହୋଇଛି । ରାଜ୍ୟରେ ଚଳିତ ବର୍ଷ ରେଗୁଲାର ପରୀକ୍ଷାର୍ଥୀ ୫ଲକ୍ଷ ୪୫ହଜାର ୩୬୨ ଫର୍ମ ପୁରଣ କରିଥିବା ବେଳେ ସେଥିରୁ ୯ହଜାର...
  • ପ୍ଲଟିଂ ଜମି ବ୍ୟବସାୟ ପାଇଁ ସରକାରୀ ଗୋଚର ଜମିକୁ ପୋତାଯାଉଛି କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ପ୍ଲଟିଂ  ଜମି ବ୍ୟବସାୟ ନିମନ୍ତେ ଏକ ସରକାରୀ ଗୋଚର କିଷମ ଜମିକୁ ମାଟି ପକାଯାଇ ପୋତାଯାଉଥିବା ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଯେ କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ତହସିଲ ଅନ୍ତର୍ଗତ ପଂଚାଣପୁର ମୈାଜାର ଖାତା ନମ୍ବର ୯୧...
  • ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ପ୍ରସ୍ତୁତି ବୈଠକ କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସମ୍ମିଳନୀ ଗୃହରେ ଆଜି ପୂର୍ବାହ୍ନରେ ଆଗାମୀ ବର୍ଷା ଋତୁରେ ସମ୍ଭାବ୍ୟ ବନ୍ୟା ଓ ବାତ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ...
May 10
20:05 2019

Tarpur Photo 10 May BJP
ତାରପୁର,୧୦/୦୫/୨୦୧୯ ( ଓଡ଼ିଶା ସମାଚାର)-ରଘୁନାଥପୁର ତହସିଲ ର ୧୯ ଗୋଟି ପଂଚାୟତ ପାଇଁ ଥିବା ୬ ଗୋଟି ରାଜସ୍ୱ ସର୍କଲରେ ମାତ୍ର ୪ ଜଣ ରାଜସ୍ୱ ନୀରିକ୍ଷକ କାର୍ଯ୍ୟରତ ଅଛନ୍ତି । ଫଳରେ ସମସ୍ତ ରାଜସ୍ୱ ଗ୍ରାମରେ ବାତ୍ୟା ଯିବାର ୮ ଦିନ ପରେ ମଧ୍ୟ ୍ତଦନ୍ତ ପ୍ରକ୍ରିୟାରେ କୌଣସି ଅଗ୍ରଗତି ଘଟି ନାହିଁ ।  ଏହାକୁ ନେଇ ଭାଜପା ପକ୍ଷରୁ ଅସନ୍ତୋଷ ବ୍ୟକ୍ତ କରାଯିବା ସହ ତିର୍ତୋଲ ବିଧାୟକ ପ୍ରାର୍ଥୀ ପ୍ରଫେସର ରମାକାନ୍ତ ଭୋଇଙ୍କ ନେତୃତ୍ୱରେ ଶତାଧିକ ଦଳିୟ କର୍ମୀ ଓ କର୍ମକର୍ତା ତହସିଲ ଅଫିସ , କୃଷି ଅଫିସ ଓ ସେସୁ କାର୍ଯ୍ୟାଳୟକୁ ଯାଇ ଅଧିକାରୀଙ୍କୁ ଭେଟି କ୍ଷୋଭ ପ୍ରକାଶ କରିଛନ୍ତି ।  ତୁରନ୍ତ ବାତ୍ୟା ବିପନ୍ନ ପରିବାରଙ୍କୁ ପଲିଥିନ ଓ ଭାଙ୍ଗିଯାଇଥିବା ତଦନ୍ତ ପ୍ରକ୍ରିୟାକୂ  ତ୍ୱରାନ୍ୱୀତ କରିବା ପାଇଁ ପ୍ରଫେସର ଭୋଇଙ୍କ ସହିତ ଆସିଥିବା କର୍ମୀମାନେ ତହସିଲଦାରଙ୍କ ନିକଟରେ ଦାବି ଜଣାଇଥିଲେ ।  ନଚେତ ଆଗାମୀ ଦିନରେ ଭାଜପା ପକ୍ଷରୁ ତହସିଲ ଅଫିସ ତାଲା ପକାଇବା ସହ ରାଜରାସ୍ତା ବନ୍ଦ କରାଯିବ ବୋଲି ପ୍ରଫେସର ଭୋଇ ପ୍ରକାଶ କରିଥିଲେ । ଏହାପରେ କୃଷି କାର୍ଯ୍ୟାଳୟକୁ ଯାଇ କୃଷି ଅଧିକାରୀଙ୍କ ସହ ଫସଲ କ୍ଷୟକ୍ଷତିର ରିପୋର୍ଟ ଓ ତଦନ୍ତ ସମ୍ପର୍କରେ ଆଲୋଚନା କରିଥିଲେ । ବିଭାଗୀୟ କର୍ମଚାରୀମାନେ ଘରକୁ ଘର ବୁଲି କ୍ଷତିଗ୍ରସ୍ତ ଚାଷୀଙ୍କ ତାଲିକା ପ୍ରସ୍ତୁତ କରିବା ପାଇଁ ପରାମର୍ଶ ଦେଇଥିଲେ । ଯଥାଶୀଘ୍ର ତଦନ୍ତ ସାରିବା ପାଇଁ ସତର୍କ କରାଇ ଦେଇଥିଲେ । ପରେ ସେସୁ କାର୍ଯ୍ୟାଳୟକୁ ଯାଇ ଯନ୍ତ୍ରୀ ଭବାନୀ ପ୍ରସାଦ ମହାନ୍ତିଙ୍କ ସହ ବିଦ୍ୟୁତ ସେବା ପୁନରୁଦ୍ଧାର କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ପଚାରି ବୁଝିବା ସହ ତୁରନ୍ତ ବିଦ୍ୟୁତ ସେବାକୁ ସ୍ୱାଭାବିକ କରିବା ପାଇଁ ଆହ୍ୱାନ କରିଥିଲେ । ପ୍ରଫେସର ଭୋଇ କୁହନ୍ତି ଯେ ବାତ୍ୟା ପରଦିନ ବିପନ୍ନ ପରିବାରଙ୍କ ପାଖରେ ପଲିଥିନ ପହଂଚି ପାରିଲା ନାହିଁ ।  ସର୍କଲ ଅଂଚଳରେ ରାଜସ୍ୱ ନୀରିକ୍ଷକ ମାନେ ତୃଣମୂଳସ୍ତରକୁ ନଯାଇ ଶାସକ ଦଳର ଏଜେଂଟ ଭାବେ କାର୍ଯ୍ୟ କରୁଛନ୍ତି ।  ଯାହାଦ୍ୱାରାକି ଅନେକ ଯୋଗ୍ୟ ବ୍ୟକ୍ତି ସରକାରୀ ସହାୟତା ପାଇବାର ଆଶଙ୍କା ରହିଛି । ମୁଗ ବିରି ଫସଲ ୮୦ ପ୍ରତିଶତ ଉଜୁଡ଼ି ଯାଇଥିଲେ ସୁଦ୍ଧା ରାଜସ୍ୱ ନୀରିକ୍ଷକ ଓ ର୍ରାମ କ୍ୟଷି କର୍ମଚାରୀଙ୍କ ପକ୍ଷରୁ ମିଳିତ ତଦନ୍ତ କରାଯାଇନାହିଁ । ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଧାର୍ଯ୍ୟ ସମୟ ମଧ୍ୟରେ କ୍ଷୟକ୍ଷତି ରିପୋର୍ଟ ପ୍ରଦାନ କରିବା ଅସମ୍ଭବ ଅଟେ ।  ଯଦିବା ରିପୋର୍ଟ ପ୍ରଦାନ କରାଯାଏ ଏଥିରେ ଅନୀୟମିତତା ହେବାର ଯଥେଷ୍ଟ ସମ୍ଭାବନା ରହିଛି । ସରକାରଙ୍କ ପକ୍ଷରୁ ଜନସାଧାରଣଙ୍କ ପାଇଁ ସମସ୍ତ ସୁବିଧା କରାଯାଇଥିବାବେଳେ  ପ୍ରଶାସନିକ ଅବହେଳାକୁ ଭାଜପା ପକ୍ଷରୁ ତୀବ୍ର ବିରୋଧ କରାଯାଇଛି । ଏ ସମ୍ପର୍କରେ ତହସିଲଦାର ଦେବାଶିଷ ପାତ୍ର ଅଳ୍ପ ସଂଖ୍ୟକ ରାଜସ୍ୱ ନୀରିକ୍ଷକଙ୍କୁ ନେଇ କାର୍ଯ୍ୟ ପ୍ରତିବନ୍ଧକ ସାଜୁଥିବା କହିଥିବାବେଳେ  ଆଜିଠାରୁ ବିପନ୍ନଙ୍କୁ ପଲିଥିନ ବଂଟନ କରାଯାଉଥିବାର ପ୍ରକାଶ କରିଥିଲେ ।  ତେବେ ଜିଲାପାଳଙ୍କ ପକ୍ଷରୁ ଅଧିକ କର୍ମଚାରୀଙ୍କୁ ତଦନ୍ତ କାର୍ଯ୍ୟରେ ନିୟୋଜିତ କରାଗଲେ ସମସ୍ୟାର ସମାଧାନ ହୋଇପାରନ୍ତା ବୋଲି ମତ ପ୍ରକାଶ ପାଇଛି । ଭାଜପା ପକ୍ଷରୁ ମଣ୍ଡଳ ସଭାପତି ଅଶୋକ ନାୟକ, ତିର୍ତୋଲ ଭାଜପା ସଂଯୋଜକ ଦିଲିପ କୁମାର ସ୍ୱାଇଁ, ଜିଲାପରିଷଦ ସଭ୍ୟ ଅଶୋକ ମହାରଣା , ଲୋଭେନ୍ଦ୍ର ମିଶ୍ର, ଶଚିକାନ୍ତ ବାରିକଙ୍କ ସମେତ ଶତାଧିକ କର୍ମୀ ଉପସ୍ଥିତ ଥିଲେ ।   ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment