ଓଡ଼ିଶା ସମାଚାର

ବାତ୍ୟା ଫଣିରେ ଭାଙ୍ଗିଯାଇଥିବା ଘର , ଉଜୁଡ଼ି ଯାଇଥିବା ଫସଲ ଓ ବିଦ୍ୟୁତ ସେବା ତୁରନ୍ତ ଯୋଗାଇ ଦେବା ପାଇଁ ଜିଲା କୃଷକ ସଂଗଠନର ଦାବି

 Breaking News
  • ପଥର ବୋଝେଇ ଟ୍ରକକୁ ଧକ୍କା ଦେଲା ବୋଲେରୋ, ଜଣେ ମୃତ କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଏକ ପଥର ବୋଝେଇ ଟ୍ରକକୁ ଦ୍ରୁତଗାମୀ ବୋଲେରୋ ଧକ୍କା ଦେବାରୁ ଘଟଣାସ୍ଥଳରେ ଜଣେ ନାବାଳକର ମୃତ୍ୟୁ ହୋଇଯାଇଥିବା ଜଣା ପଡିଛି । ଘଟଣାରୁ ପ୍ରକାଶ ରାଜନଗର ଥାନା ରାଜରାଜଶ୍ୱେରପୁର ଗ୍ରାମର ରବିନ୍ଦ୍ର ମାଝିଙ୍କ ପୁଅ ବିଶ୍ୱଜିତ ମାଝି (୧୫)...
  • ଜିଲ୍ଲାକୁ ଗୌରବାନ୍ୱିତ କଲେ ସମୀକ୍ଷା ଓ ଶାନ୍ତ୍ୱନା କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଚଳିତ ମାଟ୍ରିକ ପରୀକ୍ଷାର ଫଳ ମଙ୍ଗଳବାର ଦିନ ପ୍ରକାଶିତ ହୋଇଛି । ଏଥିରେ ୨ ଜଣ ଛାତ୍ରୀ ଜିଲ୍ଲାରେ ସର୍ବୋଚ୍ଚ ନମ୍ବର ରଖି ଜିଲ୍ଲାକୁ ଗୌରବାନ୍ୱିତ କରିଥିବା ଜଣାପଡିଛି । ପୌରାଂଚଳ ଅନ୍ତର୍ଗତ ଭାରତୀ ବିଦ୍ୟା ମନ୍ଦିରର ଛାତ୍ରୀ...
  • ମାଟ୍ରିକ ପରୀକ୍ଷା ଫଳ ରାଜ୍ୟରେ ୭୨.୩୫ ପ୍ରତିଶତ ହୋଇଥିବା ବେଳେ ଜିଲ୍ଲାରେ ୭୨.୧୧ପ୍ରତିଶତ କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଚଳିତବର୍ଷ ମାଟ୍ରିକ ପରୀକ୍ଷା ଫଳ ରାଜ୍ୟରେ ୭୨.୩୫ ପ୍ରତିଶତ ହୋଇଥିବା ବେଳେ ଜିଲ୍ଲାରେ ୭୨.୧୧ ପ୍ରତିଶତ ହୋଇଛି । ରାଜ୍ୟରେ ଚଳିତ ବର୍ଷ ରେଗୁଲାର ପରୀକ୍ଷାର୍ଥୀ ୫ଲକ୍ଷ ୪୫ହଜାର ୩୬୨ ଫର୍ମ ପୁରଣ କରିଥିବା ବେଳେ ସେଥିରୁ ୯ହଜାର...
  • ପ୍ଲଟିଂ ଜମି ବ୍ୟବସାୟ ପାଇଁ ସରକାରୀ ଗୋଚର ଜମିକୁ ପୋତାଯାଉଛି କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ପ୍ଲଟିଂ  ଜମି ବ୍ୟବସାୟ ନିମନ୍ତେ ଏକ ସରକାରୀ ଗୋଚର କିଷମ ଜମିକୁ ମାଟି ପକାଯାଇ ପୋତାଯାଉଥିବା ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଯେ କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ତହସିଲ ଅନ୍ତର୍ଗତ ପଂଚାଣପୁର ମୈାଜାର ଖାତା ନମ୍ବର ୯୧...
  • ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ପ୍ରସ୍ତୁତି ବୈଠକ କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସମ୍ମିଳନୀ ଗୃହରେ ଆଜି ପୂର୍ବାହ୍ନରେ ଆଗାମୀ ବର୍ଷା ଋତୁରେ ସମ୍ଭାବ୍ୟ ବନ୍ୟା ଓ ବାତ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ...
ବାତ୍ୟା ଫଣିରେ ଭାଙ୍ଗିଯାଇଥିବା ଘର , ଉଜୁଡ଼ି ଯାଇଥିବା ଫସଲ ଓ ବିଦ୍ୟୁତ ସେବା ତୁରନ୍ତ ଯୋଗାଇ ଦେବା ପାଇଁ ଜିଲା କୃଷକ ସଂଗଠନର ଦାବି
May 10
18:58 2019

ତାରପୁର, ୧୦/୦୫/୨୦୧୯ ( ଓଡ଼ିଶା ସମାଚାର)-ଚଳିତ ବର୍ଷ ପ୍ରଳୟଙ୍କାରୀ ବାତ୍ୟା ଫଣି ରଚିଯାଇଥିବା କ୍ଷୟ କ୍ଷତିକୁ ଦୃଷ୍ଟିରେ ରଖି ଜଗତସିଂହପୁର ଜିଲା କୃଷକ ସଂଗଠନ ପକ୍ଷରୁ ଅକ୍ଷୟ ତୃତୀୟା ଉତ୍ସବକୁ  ନୀରଡ଼ମ୍ବର ଭାବରେ ପାଳନ କରାଯାଇଥିବାବେଳେ  ବାତ୍ୟା ରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିମାନଙ୍କ ଉଦେଶ୍ୟରେ  ସଂଗଠନର କର୍ମକର୍ତାଙ୍କ ପକ୍ଷରୁ ରଘୁନାଥପୁର ବ୍ଲକ୍ ତାରପୁର ରାମ ମନ୍ଦିର ପରିସରରେ ଦୀପ ଜଳାଇ ଅମର ଆତ୍ମାର ସଦଗତି କାମନା କରାଯାଇଥିଲା । ସଂଗଠନର ସଭାପତି  ଗୋବିନ୍ଦ ଚନ୍ଦ୍ର ଜେନାଙ୍କ ତଚ୍ଛ୍ୱାବଧାନରେ ବାତ୍ୟାଫଣି ରେ ହୋଇଥିବା କ୍ଷୟକ୍ଷତିକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା । ସଂଗଠନର ସମ୍ପାଦକ  ଇଂ ବାବାଜୀ ଚରଣ ଜେନା ବିଭିନ୍ନ ତଥ୍ୟ ରଖିବା ସହିତ  ବ୍ଲକ୍ ର ବିଭିନ୍ନ ସ୍ଥାନରେ ବାତ୍ୟା ଫଣି ପାଇଁ କଚା ଘର ସମେତ ଆଜବେଷ୍ଟସ ଘର ଭାଙ୍ଗିରୁଜି ଯାଇଥିବାବେଳେ ରବି ଫସର ୭୫ ପ୍ରତିଶତ ନଷ୍ଟ ହୋଇଛି । ଆଖୁ ଚାଷ,  ପାନ ବରଜ,  ଛତୁ ଚାଷ,  ପନୀ ପରିବା ଫସଲ ମାତ୍ରାଧିକ କ୍ଷତି ହୋଇଛି । ଚଷେୀର ମେରୁଦଣ୍ଡ ଏକ ପ୍ରକାର ଭାଙ୍ଗିଯାଇଛି ବୋଲି  କର୍ମକର୍ତାମାନେ ମତ ପ୍ରକାଶ କରିଥିଲେ । ବହୁ ସଂଖ୍ୟାରେ ବିଦ୍ୟୁତ ଖୁଂଟ ଭାଙ୍ଗି କରେଂଟ ବିଛିନ୍ନ ହୋଇ ପଡ଼ିଥିବାରୁ ଚାଷୀମାନେ ଡ଼ାଳୁଅ ଧାନ ଓ ଆଖୁ ଫସଲରେ ପାଣି ମଡ଼େଇବାରେ ବଂଚିତ ହେଉଛନ୍ତି ।  ନଷ୍ଟ ହୋଇଥିବା ଫସଲରୁ କିଛି ମାତ୍ରାରେ ବଂଚାଇବାକୁ  ପାଣିର ସମସ୍ୟା ଦେଖା ଦେଇଛି । ଅନ୍ୟପକ୍ଷରେ ଅସହ୍ୟ ଗରମ ଜନ ଜୀବନକୁ ଅସ୍ତ ବ୍ୟବସ୍ତ କରିଦେଉଛଇ ବୋଲି ଶ୍ରୀ ଜେନା ପ୍ରକାଶ କରିଥିଲେ ।  ଦାୟିତ୍ୱରେ ଥିବା ତଦନ୍ତକାରୀ ଅଧିକାରୀମାନେ ତୃଣମୂଳ ସ୍ତରକୁ ଯାଇ ଘର ଘର ବୁଲି ଭାଙ୍ଗିଯାଇଥିବା ଘର , ନଷ୍ଟ ହୋଇଥିବା ରବି ଫସଲ ସହ ପନି ପରିବା ଫସଲର ସଠିକ ତଦନ୍ତ କରି ଉଚ୍ଚ ଅଧିକାରୀ ମାନଙ୍କୁ ପ୍ରଦାନ କରିବା ପାଇଁ ସଂଗଠନର କର୍ମକର୍ତାମାନେ  ମତ ରଖିଥିଲେ । ଖୁବ ଶୀଘ୍ର ବିଦ୍ୟୁତ ଜନିତ ସମସ୍ୟଳକୁ ସ୍ୱଭାବିକ କରିବା ପାଇଁ ଶକ୍ତି ସଚୀବଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।  ବାତ୍ୟା ବତପନ୍ନ ପରିବାରକୁ  ତୁରନ୍ତ ପଲିଥିନ ଯୋଗାଇ ଦେବାପାଇଁ ଜିଲାପାଳଙ୍କ ନିକଟରେ ଦାବି କରାଯାଇଛି । ଏହି ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସୁଦ୍ଧାର୍ଥ ତ୍ରିପାଠୀ, ସାରଦା ପ୍ରସାଦ ରାୟ, ବିନୋଦ ବିହାରୀ ମହାନ୍ତି, ସୁବାସ ଚନ୍ଦ୍ର ସେଠୀ, ବିଚିତ୍ର କୁମାର ସ୍ୱାଇଁ,  ସୁମନ୍ତ ଭୋଳ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅଭିଯୋଗକୁ ଜିଲାପାଳ, ବିଗାଗୀୟ ସଚିବ,  ଅନ୍ୟ ଉଚ୍ଚ କର୍ତୃପକ୍ଷଙ୍କୁ ଲିଖିତ ଅଭିଯୋଗ କରାଯାଇଛି ବୋଲି ଶ୍ରୀ ଜେନା ପ୍ରକାଶ କରିଛନ୍ତି ।  ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment