ଓଡ଼ିଶା ସମାଚାର

ବାତ୍ୟାରେ ପର୍ଯ୍ୟଟନ କ୍ଷେତ୍ର ବ୍ରଜ ଗଦାଧର ପୀଠ ବିପର୍ଯ୍ୟସ୍ତ

 Breaking News
  • ପଥର ବୋଝେଇ ଟ୍ରକକୁ ଧକ୍କା ଦେଲା ବୋଲେରୋ, ଜଣେ ମୃତ କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଏକ ପଥର ବୋଝେଇ ଟ୍ରକକୁ ଦ୍ରୁତଗାମୀ ବୋଲେରୋ ଧକ୍କା ଦେବାରୁ ଘଟଣାସ୍ଥଳରେ ଜଣେ ନାବାଳକର ମୃତ୍ୟୁ ହୋଇଯାଇଥିବା ଜଣା ପଡିଛି । ଘଟଣାରୁ ପ୍ରକାଶ ରାଜନଗର ଥାନା ରାଜରାଜଶ୍ୱେରପୁର ଗ୍ରାମର ରବିନ୍ଦ୍ର ମାଝିଙ୍କ ପୁଅ ବିଶ୍ୱଜିତ ମାଝି (୧୫)...
  • ଜିଲ୍ଲାକୁ ଗୌରବାନ୍ୱିତ କଲେ ସମୀକ୍ଷା ଓ ଶାନ୍ତ୍ୱନା କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଚଳିତ ମାଟ୍ରିକ ପରୀକ୍ଷାର ଫଳ ମଙ୍ଗଳବାର ଦିନ ପ୍ରକାଶିତ ହୋଇଛି । ଏଥିରେ ୨ ଜଣ ଛାତ୍ରୀ ଜିଲ୍ଲାରେ ସର୍ବୋଚ୍ଚ ନମ୍ବର ରଖି ଜିଲ୍ଲାକୁ ଗୌରବାନ୍ୱିତ କରିଥିବା ଜଣାପଡିଛି । ପୌରାଂଚଳ ଅନ୍ତର୍ଗତ ଭାରତୀ ବିଦ୍ୟା ମନ୍ଦିରର ଛାତ୍ରୀ...
  • ମାଟ୍ରିକ ପରୀକ୍ଷା ଫଳ ରାଜ୍ୟରେ ୭୨.୩୫ ପ୍ରତିଶତ ହୋଇଥିବା ବେଳେ ଜିଲ୍ଲାରେ ୭୨.୧୧ପ୍ରତିଶତ କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଚଳିତବର୍ଷ ମାଟ୍ରିକ ପରୀକ୍ଷା ଫଳ ରାଜ୍ୟରେ ୭୨.୩୫ ପ୍ରତିଶତ ହୋଇଥିବା ବେଳେ ଜିଲ୍ଲାରେ ୭୨.୧୧ ପ୍ରତିଶତ ହୋଇଛି । ରାଜ୍ୟରେ ଚଳିତ ବର୍ଷ ରେଗୁଲାର ପରୀକ୍ଷାର୍ଥୀ ୫ଲକ୍ଷ ୪୫ହଜାର ୩୬୨ ଫର୍ମ ପୁରଣ କରିଥିବା ବେଳେ ସେଥିରୁ ୯ହଜାର...
  • ପ୍ଲଟିଂ ଜମି ବ୍ୟବସାୟ ପାଇଁ ସରକାରୀ ଗୋଚର ଜମିକୁ ପୋତାଯାଉଛି କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ପ୍ଲଟିଂ  ଜମି ବ୍ୟବସାୟ ନିମନ୍ତେ ଏକ ସରକାରୀ ଗୋଚର କିଷମ ଜମିକୁ ମାଟି ପକାଯାଇ ପୋତାଯାଉଥିବା ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଯେ କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ତହସିଲ ଅନ୍ତର୍ଗତ ପଂଚାଣପୁର ମୈାଜାର ଖାତା ନମ୍ବର ୯୧...
  • ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ପ୍ରସ୍ତୁତି ବୈଠକ କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସମ୍ମିଳନୀ ଗୃହରେ ଆଜି ପୂର୍ବାହ୍ନରେ ଆଗାମୀ ବର୍ଷା ଋତୁରେ ସମ୍ଭାବ୍ୟ ବନ୍ୟା ଓ ବାତ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ...
ବାତ୍ୟାରେ ପର୍ଯ୍ୟଟନ କ୍ଷେତ୍ର ବ୍ରଜ ଗଦାଧର ପୀଠ ବିପର୍ଯ୍ୟସ୍ତ
May 10
16:57 2019

ଗରଦପୁର, ୧୦/୦୫/୨୦୧୯ ( ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ କୋରୁଆ ନିକଟସ୍ଥ ଚିତ୍ରୋପôଳା ନଦୀ ତଟସ୍ଥ ପର୍ଯ୍ୟଟନସ୍ଥଳୀ ବ୍ରଜ ଗଦାଧର ପୀଠ ଫଣି ବାତ୍ୟାରେ ବିପର୍ଯ୍ୟସ୍ତ ହୋଇଛି । ବାତ୍ୟା ପ୍ରଭାବରେ ପୀଠ ମଧ୍ୟରେ ଥିବା ବଟବୃକ୍ଷ ଯେଉଁ ଶୋଭାବର୍ଦ୍ଧନ କରୁଥିଲା, ତାହା ଭାଙ୍ଗିରୁଜି ଯିବା ସହିତ ଉପୁଡି ଯାଇ ମନ୍ଦିର ଓ ଘର ଉପରେ ପଡିଛି । ସୂଚନାଯୋଗ୍ୟ ଗଦାଧର ପୀଠରେ ଅଧିଷ୍ଠାତ୍ରୀ ଦେବୀ କାପଡଚଣ୍ଡୀଙ୍କ ସହିତ ପଂଚମୁଖୀ ହନୁମାନ, ଶ୍ରୀ ଜଗନ୍ନାଥ ମନ୍ଦିର, ରାଧାକୃଷ୍ଣ ମନ୍ଦିର, ସନ୍ତୋଷୀ ମନ୍ଦିର ରହିଅଛି । ଏଠାରେ ରାଧାକୃଷ୍ଣଙ୍କ ରାସ ପୂର୍ଣ୍ଣିମା, ଦୋଳପୂର୍ଣ୍ଣିମାରେ ଲଉଡି ପ୍ରତିଯୋଗିତା, ମହାପୁରୁଷ ଅଚୁ୍ୟତାନନ୍ଦଙ୍କ ନିର୍ଦେଶରେ ପଂଚକୁଣ୍ଡିୟ ବିଶ୍ୱଶାନ୍ତି ମହାଯଜ୍ଞ, ଚବିଶପ୍ରହର ନାମଯଜ୍ଞ, ମକର ସଂକ୍ରାନ୍ତି ଉତ୍ସବରେ ବହୁ ଶ୍ରଦ୍ଧାଳୁ, ଭକ୍ତ ସମାଗମ ହୋଇ ପୀଠକୁ ଉତ୍ସବମୁଖର କରିଥାନ୍ତି । ଗଛ ପଡି କାପଡ ଚଣ୍ଡି ମନ୍ଦିରର ଏକ ଖମ୍ବ  ଭାଙ୍ଗିଯିବା ସହିତ ଯଜ୍ଞ ଘର ଉପରେ ଡାଳ ଭାଙ୍ଗିପଡିବାରୁ ତାହା କ୍ଷତିଗ୍ରସ୍ତ ହୋଇଛି । ମଠ ପରିସରରେ ଥିବା ମହନ୍ତଙ୍କ ଗୃହ ଉପରେ ଡାଳ ଭାଙ୍ଗି ପଡିରହିଛି । ଏହି ବାତ୍ୟାରେ ଗଦାଧରଙ୍କ ସମାଧି ପୀଠର ପାଚେରି ମଧ୍ୟ ଭାଙ୍ଗିଯାଇଛି । ବର୍ଷା ହେଲେ ଗଦାଧରଙ୍କ ସମାଧି ସଂପୂର୍ଣ୍ଣ ନଷ୍ଟ ହୋଇଯିବାର ସମ୍ଭାବନା ରହିଛି । ପୀଠକୁ ସଫା କରିବା ପାଇଁ କୌଣସି ପଦକ୍ଷେପ ନିଆଯାଇନାହିଁ । ତୁରନ୍ତ ଏହି ପର୍ଯ୍ୟଟନସ୍ଥଳୀର ସୁରକ୍ଷା ପାଇଁ ବାତ୍ୟାରେ ପଡିଥିବା ଗଛଗୁଡିକ ସଫା କରିବା ସହିତ ଆବଶ୍ୟକୀୟ ମରାମତି କରିବା ପାଇଁ ସାଧାରଣରେ ଦାବି ହେଉଛି । ଓଡ଼ିଶା ସମାଚାର

Gadadhar Pitha 1

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment