ଓଡ଼ିଶା ସମାଚାର

‘ଫନି’ ବଢ଼ାଇଛି ଚାଷୀଙ୍କ ଚିନ୍ତା – ବ୍ୟାପକ ମୁଗ ଫସଲ କ୍ଷତିଗ୍ରସ୍ତ

 Breaking News
  • ପଥର ବୋଝେଇ ଟ୍ରକକୁ ଧକ୍କା ଦେଲା ବୋଲେରୋ, ଜଣେ ମୃତ କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଏକ ପଥର ବୋଝେଇ ଟ୍ରକକୁ ଦ୍ରୁତଗାମୀ ବୋଲେରୋ ଧକ୍କା ଦେବାରୁ ଘଟଣାସ୍ଥଳରେ ଜଣେ ନାବାଳକର ମୃତ୍ୟୁ ହୋଇଯାଇଥିବା ଜଣା ପଡିଛି । ଘଟଣାରୁ ପ୍ରକାଶ ରାଜନଗର ଥାନା ରାଜରାଜଶ୍ୱେରପୁର ଗ୍ରାମର ରବିନ୍ଦ୍ର ମାଝିଙ୍କ ପୁଅ ବିଶ୍ୱଜିତ ମାଝି (୧୫)...
  • ଜିଲ୍ଲାକୁ ଗୌରବାନ୍ୱିତ କଲେ ସମୀକ୍ଷା ଓ ଶାନ୍ତ୍ୱନା କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଚଳିତ ମାଟ୍ରିକ ପରୀକ୍ଷାର ଫଳ ମଙ୍ଗଳବାର ଦିନ ପ୍ରକାଶିତ ହୋଇଛି । ଏଥିରେ ୨ ଜଣ ଛାତ୍ରୀ ଜିଲ୍ଲାରେ ସର୍ବୋଚ୍ଚ ନମ୍ବର ରଖି ଜିଲ୍ଲାକୁ ଗୌରବାନ୍ୱିତ କରିଥିବା ଜଣାପଡିଛି । ପୌରାଂଚଳ ଅନ୍ତର୍ଗତ ଭାରତୀ ବିଦ୍ୟା ମନ୍ଦିରର ଛାତ୍ରୀ...
  • ମାଟ୍ରିକ ପରୀକ୍ଷା ଫଳ ରାଜ୍ୟରେ ୭୨.୩୫ ପ୍ରତିଶତ ହୋଇଥିବା ବେଳେ ଜିଲ୍ଲାରେ ୭୨.୧୧ପ୍ରତିଶତ କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଚଳିତବର୍ଷ ମାଟ୍ରିକ ପରୀକ୍ଷା ଫଳ ରାଜ୍ୟରେ ୭୨.୩୫ ପ୍ରତିଶତ ହୋଇଥିବା ବେଳେ ଜିଲ୍ଲାରେ ୭୨.୧୧ ପ୍ରତିଶତ ହୋଇଛି । ରାଜ୍ୟରେ ଚଳିତ ବର୍ଷ ରେଗୁଲାର ପରୀକ୍ଷାର୍ଥୀ ୫ଲକ୍ଷ ୪୫ହଜାର ୩୬୨ ଫର୍ମ ପୁରଣ କରିଥିବା ବେଳେ ସେଥିରୁ ୯ହଜାର...
  • ପ୍ଲଟିଂ ଜମି ବ୍ୟବସାୟ ପାଇଁ ସରକାରୀ ଗୋଚର ଜମିକୁ ପୋତାଯାଉଛି କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ପ୍ଲଟିଂ  ଜମି ବ୍ୟବସାୟ ନିମନ୍ତେ ଏକ ସରକାରୀ ଗୋଚର କିଷମ ଜମିକୁ ମାଟି ପକାଯାଇ ପୋତାଯାଉଥିବା ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଯେ କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ତହସିଲ ଅନ୍ତର୍ଗତ ପଂଚାଣପୁର ମୈାଜାର ଖାତା ନମ୍ବର ୯୧...
  • ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ପ୍ରସ୍ତୁତି ବୈଠକ କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସମ୍ମିଳନୀ ଗୃହରେ ଆଜି ପୂର୍ବାହ୍ନରେ ଆଗାମୀ ବର୍ଷା ଋତୁରେ ସମ୍ଭାବ୍ୟ ବନ୍ୟା ଓ ବାତ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ...
May 08
03:01 2019

Mugaପାଟକୁରା ୦୮/୦୫/୨୦୧୯ ( ଓଡ଼ିଶା ସମାଚାର)-ସାମୁଦ୍ରିକ ବାତ୍ୟା ‘ଫନି’ଆଜିକୁ ପାଂଚ ଦିନ ହେଲା ବିତିଯାଇଛି । ମାତ୍ର ଏହାର ପ୍ରଭାବରେ ପାଟକୁରା ଅଂଚଳରେ ଚାଷୀମାନଙ୍କ ଚିନ୍ତା ବଢିଯାଇଛି । ଫନି ପ୍ରଭାବରେ ବିଶେଷକରି ପାଟକୁରା ଅଂଚଳର ଚାଷୀମାନେ କ୍ଷତିଗ୍ରସ୍ତ ହୋଇଛନ୍ତି । ଚାଷୀକୂଳମାନଙ୍କ ପାଇଁ ଦୁର୍ଦ୍ଧଶା ବଢି ଯାଇଛି । କ୍ଷେତରେ ଫସଲ ଜନିତ କ୍ଷୟକ୍ଷତି ଚାଷୀମାନଙ୍କ ଚିନ୍ତା ବଢାଇ ଦେଇଛି । ସମସ୍ତ ଅଂଚଳର କ୍ଷୟକ୍ଷତିର ରିପୋର୍ଟ ଆସି ନ ଥିବାବେଳେ,ଏ ଦିଗରେ ଫସଲ ଉଜୁଡିଯାଇଥିବାର କ୍ଷୟକ୍ଷତିର ଆକଳନ କରାଯାଇ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ତୁରନ୍ତ ସରକାରୀ ସହାୟତା ପ୍ରଦାନ କରିବାକୁ ବୁଦ୍ଧିଜୀବି ମହଲରୁ ଦାବି ହେଉଛି । ପାଟକୁରା ଅଂଚଳରେ ପନିପରିବା ସହିତ ଚିନାବାଦାମ,ମୁଗ ଆଦି ଫସଲ ବିଶେଷ ଭାବରେ କ୍ଷତିଗ୍ରସ୍ତ ହୋଇଛି । ଅଦିନିଆ ବର୍ଷା ଓ ପବନରେ ଚାଷୀର ମେରୁଦଣ୍ଡ ଭାଙ୍ଗି ପଡିଛି । ପାଟକୁରା, ବେଡାରୀ ଓ ପଦ୍ମପୁର ପଂଚାୟତ ସମେତ ଗରଦପୁର ବ୍ଲକ ଅଂଚଳରେ ବହୁ ଚାଷୀମାନେ ଜମିରେ ଡାଲି ଜାତିୟ ଫସଲ ମୁଗ କରିଥିଲେ । ମୁଗ ଫସଲର ଅମଳ ସମୟ ଏବେ ହୋଇଥିବାରୁ କେତେକ ଚାଷୀମାନେ ମୁଗ ଜମିରୁ ଉପାଡି କ୍ଷେତବାଡିରେ ଅମଳ କରିଥିବାବେଳେ ବହୁ ଚାଷୀମାନେ ଜମିରୁ ମୁଗ ଉପାଡି ପାରି ନାହାଁନ୍ତି । ହଠାତ୍ ଭାବରେ ବାତ୍ୟା ଫନିର ପ୍ରଭାବରେ ମୁଗ ଫସଲରେ ବିଶେଷ ପ୍ରଭାବ ପକାଇଛି । ଉପୁଡା ଯାଇ ନ ଥିବା ମୁଗ ଗଛରେ ମୁଗ ଛୁଇଁ ସବୁ ଏବେ ଟାଣ ଖରାରେ ଫାଟି ଯାଉଥିବାବେଳେ,ଅନେକ ଛୁଇଁରେ ଗଜା ହୋଇଯାଇଥିବାର ଦେଖିବାକୁ ମିଳିଛି ।ବେଡାରୀ ପଂଚାୟତର ପରକଣା ଗ୍ରାମର ଚାଷୀନାରାୟଣ ସାହୁ,ଗୋରାଙ୍ଗ ଚରଣ ନାୟକ,ଭାଗବତ ବେହେରା ଓ ଅଶୋକ କୁମାର ମହାପାତ୍ର ପ୍ରମୁଖ ବହୁ ମୁଗ ଚାଷୀମାନେ ଜମିରୁ ମୁଗ ଉପାଡି ଅମଳ କରି ପାରି ନାହାଁନ୍ତି । ଏବେ ବାତ୍ୟ ପବନ ପ୍ରଭାବରେ ମୁଗ ନଷ୍ଟ ହୋଇଟାଇଥିବାରୁ ଚାଷୀମାନେ ଆଉ ଜମିରୁ ମୁଗ ଉପାଡିବାକୁ ଆଗ୍ରହ ପ୍ରକାଶ କରାି ପାରୁ ନାହାଁନ୍ତି । କେକେତ ଚାଷୀମାନେ ଜମିରେ ମୁଗ ଗଛର ଏପରି ଅବସ୍ଥା ଦେଖି ଆଉ ମୁଗ ଉପାଡିବାକୁ ଜମିକୁ ଯାଉ ନ ଥିବାର ଜଣାଯାଇଛି । ମାର୍ଶାଘାଇ ଠାରେ ଥିବା ଜିଲା କୃଷି କାର୍ଯ୍ୟାଳୟର ଜିଲା କୃଷି ଅଧିକାରୀ ଶରତ ଚନ୍ଦ୍ର ଦାସ ପ୍ରକାଶ କରିଛନ୍ତି ଯେ,ବାତ୍ୟା ଫନି ପ୍ରଭାବରେ ମୁଗ ଫସଲ ଅଧିକ କ୍ଷତିଗ୍ରସ୍ତ ହୋଇଛି । କୃଷି ବିଭାଗ ପକ୍ଷରୁ କରାଯାଇଥିବା ପ୍ରାଥମିକ ଆକଳନରୁ ଜଣାଯାଇଛି ଯେ,ଗରଦପୁର ବ୍ଲକ ଅଂଚଳରେ ୧୭ଶହ ହେକ୍ଟର ଜମିରେ ମୁଗ ଫସଲ କରାଯାଇଥିଲା । ସେଥିମଧ୍ୟରୁ ପ୍ରାୟ ଶତକଡା ୩୩ଭାଗରୁ ଅଧିକ ପରିମାଣ ଅର୍ଥାତ୮ଶହ ହେକ୍ଟର ଜମିରୁ ମୁଗ ଫସଲ ନଷ୍ଟ ହୋଇଯାଇଛି । ଏହି ବ୍ଲକ ଅଂଚରେ କରାଯାଇଥିବା ୪୦ ହେକ୍ଟର ଜମିରେ କରାଯାଇଥିବା ସୂର୍ଯ୍ୟମୂଖୀ ଫସଲ ମଧ୍ୟ ନଷ୍ଟ ହୋଇଯାଇଛି ବୋଲି କୃଷି ବିଭାଗ ଆକଳନ କରିଛି । ସେହିପରି ମାର୍ଶାଘାଇ ବ୍ଳକ ଅଂଚଳରେ୨ହଜାର ହେକ୍ଟର ଜମିରେ ମୁଗ ଫସଲ କରାଯାଇଥିବାବେଳେ,ଏହି ବ୍ଳକରେ ଶତକଡା ୩୦ ଭାଗ ଅର୍ଥାତ୍ ୭ଶହ ହେକ୍ଟର ଜମିରେ ମୁଗ ଫସଲ ନଷ୍ଟ ହୋଇଥିବାର କୃଷି ବିଭାଗ ପ୍ରାଥମିକ ଭାବରେ ଆକଳନ କରିଛି । ମହାକାଳପଡା ବ୍ଳକ୍ ଅଂଚଜରେ ୨୨ହେକ୍ଟର ଜମିରେ ମୁଗ ଫସଲ କରାଯାଇଥିବାବେଳେ, ଏହି ବ୍ଲକ ଅଂଚଳରେ ଶତକଡା ୩୦ ଭାଗ ମୁଗ ଫସଲ ନଷ୍ଠ ହୋଇଥିବାର କୃଷି ବିଭାଗ ପକ୍ଷରୁ ପ୍ରାଥମିକ ଆକଳନ କରାଯାଇଛି ବୋଲି ଜିଲା କୃଷି ଅଧିକାରୀ ଶ୍ରୀ ଦାସ ପ୍ରକାଶ କରିଛନ୍ତି । ସେହିପରି ପନିପରିବା କରିଥିବା ଚାଷୀମାନେ ଏବେ କ୍ଷତିରେ ପଡିଛନ୍ତି । ପାଟକୁରା ପଂଚାୟତର ସିଙ୍ଗିଟିଆ,ଆଦି ଗ୍ରାମ ମାନଙ୍କରେ ଚାଷୀମାନେ ପନିପରିବା ଚାଷ କରି ବହାର ବଜାରକୁ ବିକ୍ରୀ କରି ସେଥିରୁ ଲାଭବାନ ହୋଇ ପରିବାର ଚଳାଇଥାଆନ୍ତି । ମାତ୍ର ବାତ୍ୟା ଫନି ପ୍ରଭାବରେ ସେଠାରେ କରାଯାଇଥିବା ପନିପରିବାର ଫସଲର କ୍ଷତି ଘଟିଛି । ସେହିପରି ଚାଷୀମାନେ ଚିନାବାଦାମ ଉପାଡି ଘରେ ସାଇତି ରଖିଥିବାବେଳେ,କେତେକ ଚାଷୀମାନେ ଚିନାବାଦାମ ଗଛରୁ ଚିନାବାଦାମ ଛିଣ୍ଡାଇ ନ ଥିଲେ । ଛିଣ୍ଡା ଯାଇ ନ ଥିବା ଚିନାବାଦାମ ସବୁ ବାହାରେ ପଡି ରହିଥିଲା । ଏବେ ବାହାରେ ପଡିଥିବା ଚିନାବାଦାମ ଓଦା ହୋଇ ଯାଇଥିବାରୁ ଗତ ତିନି ଦିନ ହେଲା ପ୍ରଚଣ୍ଡ ଟାଣ ଖରାରେ ବାହାରେ ପଡିଥିବା ଚିନାବାଦାମରୁ  ଗଜା ବାହାରି ଥିବାର ଚାଷୀ ମାନେ ଅଭିଯୋଗ କରିଛନ୍ତି  ।  ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment