ଓଡ଼ିଶା ସମାଚାର

ଟିଟିସିଲେଟ ରେ ବ୍ଲକସ୍ତରୀୟ ଅକ୍ଷିମୁଠୀ ଅନୁକୂଳ

 Breaking News
  • ପଥର ବୋଝେଇ ଟ୍ରକକୁ ଧକ୍କା ଦେଲା ବୋଲେରୋ, ଜଣେ ମୃତ କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଏକ ପଥର ବୋଝେଇ ଟ୍ରକକୁ ଦ୍ରୁତଗାମୀ ବୋଲେରୋ ଧକ୍କା ଦେବାରୁ ଘଟଣାସ୍ଥଳରେ ଜଣେ ନାବାଳକର ମୃତ୍ୟୁ ହୋଇଯାଇଥିବା ଜଣା ପଡିଛି । ଘଟଣାରୁ ପ୍ରକାଶ ରାଜନଗର ଥାନା ରାଜରାଜଶ୍ୱେରପୁର ଗ୍ରାମର ରବିନ୍ଦ୍ର ମାଝିଙ୍କ ପୁଅ ବିଶ୍ୱଜିତ ମାଝି (୧୫)...
  • ଜିଲ୍ଲାକୁ ଗୌରବାନ୍ୱିତ କଲେ ସମୀକ୍ଷା ଓ ଶାନ୍ତ୍ୱନା କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଚଳିତ ମାଟ୍ରିକ ପରୀକ୍ଷାର ଫଳ ମଙ୍ଗଳବାର ଦିନ ପ୍ରକାଶିତ ହୋଇଛି । ଏଥିରେ ୨ ଜଣ ଛାତ୍ରୀ ଜିଲ୍ଲାରେ ସର୍ବୋଚ୍ଚ ନମ୍ବର ରଖି ଜିଲ୍ଲାକୁ ଗୌରବାନ୍ୱିତ କରିଥିବା ଜଣାପଡିଛି । ପୌରାଂଚଳ ଅନ୍ତର୍ଗତ ଭାରତୀ ବିଦ୍ୟା ମନ୍ଦିରର ଛାତ୍ରୀ...
  • ମାଟ୍ରିକ ପରୀକ୍ଷା ଫଳ ରାଜ୍ୟରେ ୭୨.୩୫ ପ୍ରତିଶତ ହୋଇଥିବା ବେଳେ ଜିଲ୍ଲାରେ ୭୨.୧୧ପ୍ରତିଶତ କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଚଳିତବର୍ଷ ମାଟ୍ରିକ ପରୀକ୍ଷା ଫଳ ରାଜ୍ୟରେ ୭୨.୩୫ ପ୍ରତିଶତ ହୋଇଥିବା ବେଳେ ଜିଲ୍ଲାରେ ୭୨.୧୧ ପ୍ରତିଶତ ହୋଇଛି । ରାଜ୍ୟରେ ଚଳିତ ବର୍ଷ ରେଗୁଲାର ପରୀକ୍ଷାର୍ଥୀ ୫ଲକ୍ଷ ୪୫ହଜାର ୩୬୨ ଫର୍ମ ପୁରଣ କରିଥିବା ବେଳେ ସେଥିରୁ ୯ହଜାର...
  • ପ୍ଲଟିଂ ଜମି ବ୍ୟବସାୟ ପାଇଁ ସରକାରୀ ଗୋଚର ଜମିକୁ ପୋତାଯାଉଛି କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ପ୍ଲଟିଂ  ଜମି ବ୍ୟବସାୟ ନିମନ୍ତେ ଏକ ସରକାରୀ ଗୋଚର କିଷମ ଜମିକୁ ମାଟି ପକାଯାଇ ପୋତାଯାଉଥିବା ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଯେ କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ତହସିଲ ଅନ୍ତର୍ଗତ ପଂଚାଣପୁର ମୈାଜାର ଖାତା ନମ୍ବର ୯୧...
  • ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ପ୍ରସ୍ତୁତି ବୈଠକ କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସମ୍ମିଳନୀ ଗୃହରେ ଆଜି ପୂର୍ବାହ୍ନରେ ଆଗାମୀ ବର୍ଷା ଋତୁରେ ସମ୍ଭାବ୍ୟ ବନ୍ୟା ଓ ବାତ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ...
ଟିଟିସିଲେଟ ରେ ବ୍ଲକସ୍ତରୀୟ ଅକ୍ଷିମୁଠୀ ଅନୁକୂଳ
May 07
21:34 2019

ବେଙ୍ଗାମୁଣ୍ଡା, ୦୭/୦୫/୨୦୧୯ ( ଓଡ଼ିଶା ସମାଚାର)-ବଲାଙ୍ଗିର ଜିଲ୍ଲା ବେଙ୍ଗାମୁଣ୍ଡା ବ୍ଲକ ମୁଣ୍ଡପଦର ପଂଚାୟତ ଟିଟିସିଲେଟ ଗ୍ରାମ ରେ ଆଜି ବେଙ୍ଗାମୁଣ୍ଡା ବ୍ଲକସ୍ତରୀୟ ଅକ୍ଷିମୁଠୀ ଅନୁକୂଳ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସର ରେ ଆୟୋଜିତ କାର୍ଯ୍ୟକ୍ରମ ରେ ଟିଟିସିଲେଟ ଗ୍ରାମ ର ଚାଷୀ ସନ୍ତୋଷ ସାହୁ ଙ୍କ ଜମି ରେ ପୂଜାର୍ଚ୍ଚନା କରାଯିବା ସହ ଅକ୍ଷିମୁଠୀ ଅନୁକୂଳ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବେଙ୍ଗାମୁଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅନିରୁଦ୍ଧ ପ୍ରଧାନ ଯୋଗ ଦେଇ ଜମି ରେ ଅକ୍ଷିମୁଠୀ  ବା ବିହନ ବୁଣି ହଳ ବୁଲାଇଥିଲେ । ଚଳିତ ବର୍ଷ ଚାଷୀ ଭାଇ ମାନେ ଭଲ ଫସଲ  ଅମଳ କରି ନିଜ ର ଆର୍ଥୀକ ସ୍ୱଚ୍ଛଳତା କୁ ସୁଦୃଢ କରିବା ସହ ଲୋକ ଙ୍କୁ  ଖାଦ୍ୟ ଯୋଗାଇବାରେ ସହାୟକ ହୁଅନ୍ତୁ ବୋଲି ବିଡିଓ ଶ୍ରୀ ପ୍ରଧାନ ପ୍ରକାଶ କରିଥିଲେ । ଅକ୍ଷୟ ତୃତୀୟା ଅବସର ରେ ପୂଜକ ଦ୍ୱାରା ରିତୀନିତୀ ଅନୁଯାୟୀ ପୂଜାପାଠ ଓ ହୋମଯଜ୍ଞ କରାଯାଇଥିଲା ।  ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ବେଙ୍ଗାମୁଣ୍ଡା ବ୍ଲକ ସହକାରୀ କୃଷି ଅମିତ ପୁଟେଲ,ସହକାରୀ କୃଷି ଅଧିକାରୀ ସ୍ମାରକୀ ପ୍ରଧାନ,କୃଷି ଅଧିଦର୍ଶକ ନିମାଇଁ ନନ୍ଦ ଠାକୁର, କୃଷୀ ଅଧିଦର୍ଶକ ରମ୍ଭା ମେହେର, ବିରିପାଲି ଗ୍ରାମ୍ୟ କୃଷି କର୍ମଚାରୀ ସନ୍ନ୍ୟାସୀ ମେହେର, ବିଶିକେଶନ ସାହୁ, ମୁଣ୍ଡପଦର ଗ୍ରାମ୍ୟ କୃଷି କର୍ମଚାରୀ ଗୌତମ କୁମାର ମୁଣ୍ଡା, ଅର୍ଶାତୁଲା ପଂଚାୟତ ଗ୍ରାମ୍ୟ କୃଷି କର୍ମଚାରୀ ନିଲାବତୀ ଖ ର୍ସେଲ ଙ୍କ ସମେତ ଅଂଚଳ ର ବହୁ ଚାଷୀ ମାନେ ଅଂଶଗ୍ରହଣ କରିଥିଲେ । ଓଡ଼ିଶା ସମାଚାରBangomunda 1

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment