ଓଡ଼ିଶା ସମାଚାର

କୁରସୁଡ ଗାଁ ରେ ଅଭାବନୀୟ ଘଟଣା – ଘରୋଇ କଳି ନେଲା ସାନ ଭାଇ ର ଜୀବନ, ବଡ ଭାଇ ଗୁରୁତର

 Breaking News
  • ପଥର ବୋଝେଇ ଟ୍ରକକୁ ଧକ୍କା ଦେଲା ବୋଲେରୋ, ଜଣେ ମୃତ କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଏକ ପଥର ବୋଝେଇ ଟ୍ରକକୁ ଦ୍ରୁତଗାମୀ ବୋଲେରୋ ଧକ୍କା ଦେବାରୁ ଘଟଣାସ୍ଥଳରେ ଜଣେ ନାବାଳକର ମୃତ୍ୟୁ ହୋଇଯାଇଥିବା ଜଣା ପଡିଛି । ଘଟଣାରୁ ପ୍ରକାଶ ରାଜନଗର ଥାନା ରାଜରାଜଶ୍ୱେରପୁର ଗ୍ରାମର ରବିନ୍ଦ୍ର ମାଝିଙ୍କ ପୁଅ ବିଶ୍ୱଜିତ ମାଝି (୧୫)...
  • ଜିଲ୍ଲାକୁ ଗୌରବାନ୍ୱିତ କଲେ ସମୀକ୍ଷା ଓ ଶାନ୍ତ୍ୱନା କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଚଳିତ ମାଟ୍ରିକ ପରୀକ୍ଷାର ଫଳ ମଙ୍ଗଳବାର ଦିନ ପ୍ରକାଶିତ ହୋଇଛି । ଏଥିରେ ୨ ଜଣ ଛାତ୍ରୀ ଜିଲ୍ଲାରେ ସର୍ବୋଚ୍ଚ ନମ୍ବର ରଖି ଜିଲ୍ଲାକୁ ଗୌରବାନ୍ୱିତ କରିଥିବା ଜଣାପଡିଛି । ପୌରାଂଚଳ ଅନ୍ତର୍ଗତ ଭାରତୀ ବିଦ୍ୟା ମନ୍ଦିରର ଛାତ୍ରୀ...
  • ମାଟ୍ରିକ ପରୀକ୍ଷା ଫଳ ରାଜ୍ୟରେ ୭୨.୩୫ ପ୍ରତିଶତ ହୋଇଥିବା ବେଳେ ଜିଲ୍ଲାରେ ୭୨.୧୧ପ୍ରତିଶତ କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଚଳିତବର୍ଷ ମାଟ୍ରିକ ପରୀକ୍ଷା ଫଳ ରାଜ୍ୟରେ ୭୨.୩୫ ପ୍ରତିଶତ ହୋଇଥିବା ବେଳେ ଜିଲ୍ଲାରେ ୭୨.୧୧ ପ୍ରତିଶତ ହୋଇଛି । ରାଜ୍ୟରେ ଚଳିତ ବର୍ଷ ରେଗୁଲାର ପରୀକ୍ଷାର୍ଥୀ ୫ଲକ୍ଷ ୪୫ହଜାର ୩୬୨ ଫର୍ମ ପୁରଣ କରିଥିବା ବେଳେ ସେଥିରୁ ୯ହଜାର...
  • ପ୍ଲଟିଂ ଜମି ବ୍ୟବସାୟ ପାଇଁ ସରକାରୀ ଗୋଚର ଜମିକୁ ପୋତାଯାଉଛି କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ପ୍ଲଟିଂ  ଜମି ବ୍ୟବସାୟ ନିମନ୍ତେ ଏକ ସରକାରୀ ଗୋଚର କିଷମ ଜମିକୁ ମାଟି ପକାଯାଇ ପୋତାଯାଉଥିବା ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଯେ କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ତହସିଲ ଅନ୍ତର୍ଗତ ପଂଚାଣପୁର ମୈାଜାର ଖାତା ନମ୍ବର ୯୧...
  • ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ପ୍ରସ୍ତୁତି ବୈଠକ କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସମ୍ମିଳନୀ ଗୃହରେ ଆଜି ପୂର୍ବାହ୍ନରେ ଆଗାମୀ ବର୍ଷା ଋତୁରେ ସମ୍ଭାବ୍ୟ ବନ୍ୟା ଓ ବାତ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ...
May 05
20:23 2019

ବେଙ୍ଗାମୁଣ୍ଡା, ୦୫/୦୫/୨୦୧୯ ( ଓଡ଼ିଶା ସମାଚାର)-ବଲାଙ୍ଗିର ଜିଲ୍ଲା ସିନ୍ଧେକେଲା ଥାନା କୁରସୁଡ ଗାଁ ରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି । ଘରୋଇ କଳି କୁ ନେଇ ଦୁଇ ଭାଇ ଆତ୍ମହତ୍ୟା ଉଦ୍ୟମ କରିବା ଘଟଣା ଅଂଚଳ ରେ ଚର୍ଚ୍ଚା ର ବିଷୟ ପାଲଟିଛି । ସେମାନଙ୍କ ମଧ୍ୟରୁ ଜଣ ଙ୍କ ମୃତ୍ୟୁ ଘଟଣାସ୍ଥଳ ରେେ ହିଁ ଘଟିଥିବା ବେଲେ ଅନ୍ୟ ଜଣ ଙ୍କୁ ଗୁରୁତର ଅବସ୍ଥା ରେ ତାଙ୍କୁ କଟକ ବଡ ମେଡିକାଲ ରେ ଭର୍ତି କରାଯାଇଥିବା ସୂଚନା ମିଲିଛି । ସୂଚନା ମତେ,ବଲାଙ୍ଗିର ଜିଲ୍ଲା ସିନ୍ଧେକେଲା ଥାନା କୁରସୁଡ ଗାଁ ର ସ୍ୱର୍ଗତ ରତନ ଜୈନ ଙ୍କ ଦୁଇ ପୁଅ ପପୁ ଜୈନ (୨୮)ଓ ଉମେଶ ଜୈନ(୨୫) ଙ୍କ ମଧ୍ୟରେ କୌଣସି କାରଣ କୁ ନେଇ ଗତ ରାତି ରେ ଝଗଡା ହୋଇଥିଲା । ଏହାପରେ ଉମେଶ ନିଜବେକରେ ରଶି ଲଗାଇ ଘର ପଛପଟେ ଥିବା ଏକ କୂଅ କୁ ଡେଇଁ ପଡିଥିବା ବେଲେ ପପୁ ଘରର ଗୋଟିଏ କୋଠରୀ ଭିତରେ ପଶି ନିଜ ବାମ ହାତ ର ଶିରା ଦୁଇଟି ସ୍ଥାନ ରେ କାଟି ଦେଇଥିଲା । ଏହା ଜଣାପଡିବା ପରେ ତୁରନ୍ତ ସ୍ଥାନୀୟ ଲୋକେ ଘରେ ପହଂଚି ଉମେଶ ଙ୍କୁ ଝୁଲନ୍ତା ଅବସ୍ଥା ରେ କୂଅ ରୁ ବାହାର କରିଥିଲେ ହେଁ ତାଙ୍କର ମୃତ୍ୟୁ ହୋଇଥିଲା ଅନ୍ୟପଟେ ପପୁ ଙ୍କୁ ଗୁରୁତର ଅବସ୍ଥା ରେ ପ୍ରଥମେ ସିନ୍ଧେକେଲା, ଟିଟିଲାଗଡ. ବଲାଙ୍ଗିର ମୁଖ୍ୟ ଡାକ୍ତରଖାନା କୁ ନିଆଯାଇଥିବା ବେଲେ ସେଠାରେ ଅବସ୍ଥା ସଙ୍କଟ୍ଟାପନ୍ନ ହେବାରୁ ତାଙ୍କୁ କଟକ ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି । ଏ ନେଇ ସିନ୍ଧେକେଲା ଥାନା ରେ ଏକ ମାମଲା ରୁଜୁ କରି ତଦନ୍ତ ଚାଲିଥିବା ବେଲେ ଶବ କୁ ଜବତ କରି ଟିଟିଲାଗଡ ଡାକ୍ତରଖାନା ବ୍ୟବଚ୍ଛେଦ ପରେ ପରିବାର ଲୋକ ଙ୍କୁ ହସ୍ତାନ୍ତର କରିଛି । ଘଟଣା ବର୍ତମାନ ଅଂଚଳ ରେ ଚର୍ଚ୍ଚା ବିଷୟ ପାଲଟିଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ପ୍ରକୃତ ତଥ୍ୟ ପଦାକୁ ଆସିବ ବୋଲି ପୋଲିସ କହିଛି । ଓଡ଼ିଶା ସମାଚାର

 

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment