ଓଡ଼ିଶା ସମାଚାର

୯୦ କିଗ୍ରା ଗେଞ୍ଜଇ ସମେତ ୨ ଗିରଫ ,ବୋଲେରୋ ଓ ବାଇକ ଜବତ

 Breaking News
  • ପଥର ବୋଝେଇ ଟ୍ରକକୁ ଧକ୍କା ଦେଲା ବୋଲେରୋ, ଜଣେ ମୃତ କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଏକ ପଥର ବୋଝେଇ ଟ୍ରକକୁ ଦ୍ରୁତଗାମୀ ବୋଲେରୋ ଧକ୍କା ଦେବାରୁ ଘଟଣାସ୍ଥଳରେ ଜଣେ ନାବାଳକର ମୃତ୍ୟୁ ହୋଇଯାଇଥିବା ଜଣା ପଡିଛି । ଘଟଣାରୁ ପ୍ରକାଶ ରାଜନଗର ଥାନା ରାଜରାଜଶ୍ୱେରପୁର ଗ୍ରାମର ରବିନ୍ଦ୍ର ମାଝିଙ୍କ ପୁଅ ବିଶ୍ୱଜିତ ମାଝି (୧୫)...
  • ଜିଲ୍ଲାକୁ ଗୌରବାନ୍ୱିତ କଲେ ସମୀକ୍ଷା ଓ ଶାନ୍ତ୍ୱନା କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଚଳିତ ମାଟ୍ରିକ ପରୀକ୍ଷାର ଫଳ ମଙ୍ଗଳବାର ଦିନ ପ୍ରକାଶିତ ହୋଇଛି । ଏଥିରେ ୨ ଜଣ ଛାତ୍ରୀ ଜିଲ୍ଲାରେ ସର୍ବୋଚ୍ଚ ନମ୍ବର ରଖି ଜିଲ୍ଲାକୁ ଗୌରବାନ୍ୱିତ କରିଥିବା ଜଣାପଡିଛି । ପୌରାଂଚଳ ଅନ୍ତର୍ଗତ ଭାରତୀ ବିଦ୍ୟା ମନ୍ଦିରର ଛାତ୍ରୀ...
  • ମାଟ୍ରିକ ପରୀକ୍ଷା ଫଳ ରାଜ୍ୟରେ ୭୨.୩୫ ପ୍ରତିଶତ ହୋଇଥିବା ବେଳେ ଜିଲ୍ଲାରେ ୭୨.୧୧ପ୍ରତିଶତ କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଚଳିତବର୍ଷ ମାଟ୍ରିକ ପରୀକ୍ଷା ଫଳ ରାଜ୍ୟରେ ୭୨.୩୫ ପ୍ରତିଶତ ହୋଇଥିବା ବେଳେ ଜିଲ୍ଲାରେ ୭୨.୧୧ ପ୍ରତିଶତ ହୋଇଛି । ରାଜ୍ୟରେ ଚଳିତ ବର୍ଷ ରେଗୁଲାର ପରୀକ୍ଷାର୍ଥୀ ୫ଲକ୍ଷ ୪୫ହଜାର ୩୬୨ ଫର୍ମ ପୁରଣ କରିଥିବା ବେଳେ ସେଥିରୁ ୯ହଜାର...
  • ପ୍ଲଟିଂ ଜମି ବ୍ୟବସାୟ ପାଇଁ ସରକାରୀ ଗୋଚର ଜମିକୁ ପୋତାଯାଉଛି କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ପ୍ଲଟିଂ  ଜମି ବ୍ୟବସାୟ ନିମନ୍ତେ ଏକ ସରକାରୀ ଗୋଚର କିଷମ ଜମିକୁ ମାଟି ପକାଯାଇ ପୋତାଯାଉଥିବା ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଯେ କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ତହସିଲ ଅନ୍ତର୍ଗତ ପଂଚାଣପୁର ମୈାଜାର ଖାତା ନମ୍ବର ୯୧...
  • ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ପ୍ରସ୍ତୁତି ବୈଠକ କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସମ୍ମିଳନୀ ଗୃହରେ ଆଜି ପୂର୍ବାହ୍ନରେ ଆଗାମୀ ବର୍ଷା ଋତୁରେ ସମ୍ଭାବ୍ୟ ବନ୍ୟା ଓ ବାତ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ...
May 05
12:55 2019

କନ୍ଧମାଳ, ୦୫/୦୫/୨୦୧୯ ( ଓଡ଼ିଶା ସମାଚାର)-.ଫିରିଙ୍ଗିଆ ଥାନା ପୁଲିସ କୌଣସି ସୁତ୍ରରୁ ପୁର୍ବ ସୁଚନା ପାଇ ଚାଲାଣ ବେଳେ ଜାଜେସପଙ୍ଗା ଅଂଚଳରୁ ୯୦ କିଗ୍ରା ଗେଞ୍ଜଇ ସମେତ ଗୋଟିଏ ବୋଲେରୋ ଏବଂ ଗୋଟିଏ ବାଇକ ଜବତ କରିଛି । ଏହି ଚାଲାଣ କାର୍ଯ୍ୟରେ ଲିପ୍ତ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଫିରିଙ୍ଗିଆ ଥାନା ଅନ୍ତର୍ଗତ ଜାଜେସପଙ୍ଗାଠାରେ ଗୋଟିଏ ବୋଲେରୋ ଓଡି-୦୩-ସି-୬୬୪୬ ଗାଡିକୁ ଜାଂଚ କରିଥିଲା ସେଥିରେ ୯୦ କିଗ୍ରା ଗେଞ୍ଜଇ ବୋଝେଇ ହୋଇଥିବା ଦେଖିବାକୁ ପାଇଥିଲା । ଏହି ଚାଲାଣ
କାର୍ଯ୍ୟରେ ଲିପ୍ତ ଥିବା ବଲାଙ୍ଗିର ଅଂଚଳର ବିବେକ କଟ୍ଟର(୨୨) ଓ ସୁବାସ ଖମ୍ବାର(୪୪) ନାମକ ଦୁଇଜଣଙ୍କୁ ଘଟଣା ସ୍ଥଳରୁ ପୁଲି ଗିରଫ କରିଥିଲା  । ଏହି ବୋଲେରୋ ଗାଡିକକୁ ଆଉ  ଯୋଗେ ବିବେକ କଟ୍ଟର ସୁରକ୍ଷା ପ୍ରଦାନ କରୁଥିଲା । ପୁଲିସ ସେଠାରୁ ଗେଞ୍ଜଇ ସମେତ ଦୁଇଜଣ ଚାଲାଣକାରୀ ଏବଂ ବୋଲେରୋ ସହ ବାଇକକୁ ଜବତ କରିଛି । ସେମାନଙ୍କ ବିରୁଦ୍ଧରେ ଏକ ମାମଲା ୪୦/୧୯ ରୁଜ୍ଜୁ କରି ସେମାନଙ୍କୁ କୋର୍ଟ ଚାଲାଣ କରିଥିବା ଫିରିଙ୍ଗିଆ ଥାନା ଅଧିକାରୀ ଶ୍ୟାମସୁନ୍ଦର ରାଓ କହିଛନ୍ତି । ସେମାନେ ଏହି ଗେଞ୍ଜଇକୁ ବୌଦ୍ଧ ଜିଲା ବାଟଦେଇ ବାଲାଙ୍ଗିର ରାସ୍ତାରେ ଛତିଶଗଡକୁ ଚାଲାଣ କରିଥିବା ପୁଲିସ ଆଗରେ ପ୍ରକାଶ କରିଛନ୍ତି । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment