ଜୁନାଗଡ଼ରେ ବ୍ଲକ ଓ ଏନଏସି ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ର ପ୍ରଥମ ଦିବସ – –

ବିରବାଦ୍ୟ ଘୁମୁରା, ଢୋଲ ନିଶାନ ତାଶାରେ ଦୁଲୁକିଲା ମାଁ ଲଙ୍କେଶ୍ୱରୀ ମଞ୍ଚ – –
ଜୁନାଗଡ଼, ୦୬/୦୧/୨୦୨ ୪ (ଓଡ଼ିଶା ସମାଚାର /ରାକେଶ ବେମାଲ)- କଳାହାଣ୍ଡି ହେଉଛି କଳାର ହାଣ୍ଡି, ଏହି ମାଟି ଅନେକ କଳା ସୃଷ୍ଟି କରିବା ସହ ଅନେକ ରାଜ୍ୟ ତଥା ଜାତୀୟ ସ୍ତରର କଳାକାର ସୃଷ୍ଟି କରିଛି । ଏହି ମାଟିର ଲୋକବାଦ୍ୟ, ଲୋକ ନୃତ୍ୟ, ଲୋକ ସଂସ୍କୃତି, ଲୋକ ସଙ୍ଗୀତକୁ ବଞ୍ଚାଇବାରେ ବାର୍ତ୍ତା ବହନେ କରେ ଏହି କଳାହାଣ୍ଡି ଉତ୍ସବ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ ।

କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ର ହାଇସ୍କୁଲ ଖେଳ ପଡିଆ ସ୍ଥିତ ମାଁ ଲଙ୍କେଶ୍ୱରୀ ମଞ୍ଚରେ ଆଜି ଜୁନାଗଡ଼ ବ୍ଲକ ଓ ଏନଏସି ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ଆଜି ଉଦଘାଟିତ ହୋଇଯାଇଛି । ୬,୭ ଓ ୮ ତାରିଖ ତିନିଦିନ ଧରି ଅନୁଷ୍ଠିତ ହେଉଥିବା କଳାହାଣ୍ଡି ଉତ୍ସବ ଲୋକକଳା, ଲୋକ ସଂସ୍କୃତି, ଲୋକ ସଂଗୀତରେ ଦୁଲୁକିଥିଲା ମାଁ ଲଙ୍କେଶ୍ୱରୀ ମଞ୍ଚ । ଆଜି ୧୦ ଟା ସମୟରେ ଉତ୍ସବ କମିଟି ପକ୍ଷରୁ ପ୍ରଥମେ ମାଁ ଲଙ୍କେଶ୍ୱରୀ ମନ୍ଦିରରେ ପୂଜାର୍ଚ୍ଚନା କରାଗଲା । ପରେ ଏକ ମଶାଲ ଶୋଭାଯାତ୍ରା ବ୍ଲକ ସ୍ଥିତ ତ୍ରିନାଥ ମନ୍ଦିର ରୁ ବାହାରି ପୂଜାର୍ଚ୍ଚନା ପରେ ଏକ ବିରାଟ ମଶାଲ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ସହିତ ହାଇସ୍କୁଲ ଖେଳ ପଡିଆ ସ୍ଥିତ ମାଁ ଲଙ୍କେଶ୍ୱରି ମଞ୍ଚକୁ ଆସିଥିଲେ । ମଞ୍ଚରେରେ ମାଁ ଲଙ୍କେଶ୍ୱରୀଙ୍କୁ ପୂଜାର୍ଚ୍ଚନା ପରେ ଅତିଥି ମାନଙ୍କ ଦ୍ୱାରା ବିଧିବଦ୍ଧ ଭାବେ ମଞ୍ଚ ଉଦଘାଟନ ହେବା ସହିତ ସଂସ୍କୃତିକ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉଦଘାଟନୀ ଉତ୍ସବରେ ଜୁନାଗଡ଼ ବ୍ଲକ ଅଧ୍ୟକ୍ଷ୍ୟା ସବିତା ମେହେର, ଉପାଧ୍ୟକ୍ଷ ପ୍ରମୋଦ ବେହେରା, ଜୁନାଗଡ଼ ନଗରପାଳ ମୁକେଶ ଅଗ୍ରୱାଲ, ଉପନଗରପାଳ ହିମାଦ୍ରୀ ନାଏକ, ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ଧିରଜ କୁମାର ଚୋପଦାର, ଏନଏସି ଇଓ ପ୍ରେମଲାଲ ହିଆଲ,ବ୍ଲକ ସରପଞ୍ଚ ସଂଘ ସଭାପତି ତାରାଶଙ୍କର ରାୟଗୁରୁ, କଳାହାଣ୍ଡି ସମ୍ବାଦିକ ସଂଘର ଜିଲ୍ଲା ସମ୍ପାଦକ ସନ୍ତୋଷ ସିଂହଦେଓ, ପୂର୍ବ ଏନଏସି ଇଓ ଈଶ୍ୱର ପୁଝାରି ପ୍ରମୁଖ ଯୋଗାଦେଇଥିଲେ । ପରେ ଅପରାହ୍ନରୁ ସନ୍ଧ୍ୟା ୫ ଟା ପର୍ୟ୍ୟନ୍ତ ଶିଶୁ ବିଚିତ୍ରା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ବିନୟ କୁମାର ସାହୁଙ୍କ ନେତୃତ୍ୱରେ ମନୋଜ କୁମାର ମେହେର,ସ୍ମିତାରାଣୀ ସାହୁ, ଡିଙ୍ଗର ନାଏକ, ବେଣୁଧର ବାଗ, ଅନୁବନ୍ଧନ ଭରଦ୍ବାଜ, ଏଞ୍ଜେଲ ପ୍ରହରାଜ, ସନ୍ତୋଷ ମେହେର, ଖୋଲାନନ୍ଦ ଝଙ୍କର ପ୍ରମୁଖ ଶିଶୁ ବିଚିତ୍ରା କାର୍ୟ୍ୟକ୍ରମ ପରିଚାଳନା କରିଥିଲେ । ଏଥିରେ ବିଭିନ୍ନ ସ୍କୁଲ ଛାତ୍ରଛାତ୍ରୀ ମାନେ ଭାଗ ନେଇ ବିଭିନ୍ନ ନୃତ୍ୟ ପ୍ରଦର୍ଶନ କରିଥିଲେ ।

ସାଂସ୍କୃତିକ ସନ୍ଧ୍ୟାରେ ଜୁନାଗଡ଼ ବିଡ଼ିଓ ଦେବାଶିଷ କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାଂସ୍କୃତିକ କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶ୍ରୀ ଧୀରଜ ଚୋପଦାର ଯୋଗଦାନ କରିଥିଲେ ଏବଂ ସମ୍ମାନିତ ଅତିଥି ଭାବେ ଜୁନାଗଡ଼ ବ୍ଲକ ଅଧ୍ୟକ୍ଷ୍ୟା ସବିତା ମେହେର, ନଗରପାଳ ମୁକେଶ ଅଗ୍ରୱାଲ, ଉପ ନଗରପାଳ ହିମାଦ୍ରୀ ନାଏକ,ଜୁନାଗଡ଼ ତହସିଲଦାର ସୁର୍ମି ସୋରେନ,ଏନଏସି ଇଓ ପ୍ରେମଲାଲ ହିଆଲ ପ୍ରମୁଖ ଯୋଗ ଦେଇ ଉଦବୋଧନ ଦେଇଥିଲେ । ବ୍ଲକ ଉପାଧ୍ୟକ୍ଷ ପ୍ରମୋଦ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ମଞ୍ଚ ପରିଚାଳନା କରିଥିଲେ ହିମାଂଶୁ ଶେଖର ବରାଡ଼ ଏବଂ ପୁରସ୍କାର ବିତରଣ ସଭା କୁ ପରିଚାଳନା କରିଥିଲେ ସରୋଜ ପଣ୍ଡା ।
ଏହା ପରେ ସାଂସ୍କୃତିକ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଜୁନାଗଡ଼ କଲବିକାଶ କେନ୍ଦ୍ରର ଓଡିଶୀ, ନୁପୁରର ବଜାଶାଲ, ଭଇଁରିଗୁଡା ର ଘୁମୁରା, ଆଶାମର ବିହୁ, ମହାବୀର ସାଂସ୍କୃତିକ ଅନୁଷ୍ଠାନର ଘୁମୁରା,ଦୁଆଶନିର ଦୂରଦୁରୀ ନୃତ୍ୟ, ବକ୍ସିତୁଳସିପାଲି ର ଘୁମୁରା, ଭୀମରାଜପୁର ର ପ୍ରଭା ନୃତ୍ୟ, ନକଟିଗୁଡାର ସଂକୀର୍ତ୍ତନ, ସୁହାଜପୁର ର ବଜାଶାଲ ଦର୍ଶକଙ୍କୁ ବିମୋହିତ କରିଥିଲା ।

Leave a Reply

Your email address will not be published. Required fields are marked *