ଓଡ଼ିଶା ସମାଚାର

ଜାତି ପ୍ରାଣ ମଧୁବାବୁଥିଲେ ଓଡ଼ିଆ ନବଜାଗରଣର ପୁରୋଧା

 Breaking News
  • ବହୁ ହେଭିୱେଟ୍ ନେତା ଚିତ୍ ପଟାଙ୍ଗ ଭୁବନେଶ୍ୱର, ୨୪/୦୫/୨୦୧୯ (ଓଡ଼ିଶା ସମାଚାର)- ଚଳିତ ନିର୍ବାଚନରେ ବିଭିନ୍ନ ନିର୍ବାଚନ ମଣ୍ଡଳୀରୁ ବହୁ ହେଭିୱେଟ୍ ନେତା ସେମାନଙ୍କ ଭାଗ୍ୟପରୀକ୍ଷା କରୁଥିଲେ । ହେଲେ ଜନାଦେଶ ସେମାନଙ୍କ ବିପକ୍ଷରେ ଯିବାରୁ ସେମାନେ ପରାଜୟର ସାମ୍ନା କରିଛନ୍ତି । ଏମାନଙ୍କ ମଧ୍ୟରେ ବିଜେପିର ବରିଷ୍ଠ...
  • ୨ଟି ଆସନରୁ ବିଜୟୀ ହେଲେ ନବୀନ ଭୁବନେଶ୍ୱର, ୨୪/୦୫/୨୦୧୯ (ଓଡ଼ିଶା ସମାଚାର)- ରାଜନୈତିକ କ୍ୟାରିୟରର ଦୀର୍ଘବର୍ଷ ପରେ ପ୍ରଥମଥର ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଚଳିତ ନିର୍ବାଚନରେ ୨ଟି ବିଧାନସଭା ଆସନରୁ ନିଜର ଭାଗ୍ୟ ପରୀକ୍ଷା କରିଥିଲେ । ୨୦୦୦ ମସିହାରୁ ହିଞ୍ଜିଳି ନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଥିବା...
  • ଓଡ଼ିଶାବାସୀଙ୍କଠାରେ ଗଭୀର କୃତଜ୍ଞତା ଜଣାଉଛି:ନବୀନ ପଟ୍ଟନାୟକ ଭୁବନେଶ୍ୱର, ୨୪/୦୫/୨୦୧୯ (ଓଡ଼ିଶା ସମାଚାର)- ଚଳିତ ନିର୍ବାଚନରେ ଓଡ଼ିଶାବାସୀ ବିଜେଡ଼ି ଦଳକୁ ଆଶୀର୍ବାଦ କରି କ୍ଷମତାକୁ ପଂଚମ ଥର ପାଇଁ ଆଣିଥିବାରୁ ସେମାନଙ୍କ ପାଖରେ ମୁଁ ଗଭୀର କୃତଜ୍ଞତା ଜଣାଉଛି । ଏହା ବ୍ୟତୀତ ଦଳକୁ ବିଜୟୀ କରିବା କ୍ଷେତ୍ରରେ ପ୍ରମୁଖ...
  • ବାତ୍ୟା ପ୍ରପିଡିତ ଜନତାଙ୍କ ସେବାରେ ରେଡକ୍ରସ ଭୁବନେଶ୍ୱର, ୨୪/୦୫/୨୦୧୯ (ଓଡ଼ିଶା ସମାଚାର)- ପ୍ରାୟ ୨୦ ଦିନ ତଳେ  ଓଡିଶା ଉପକୁଳରେ ବିଭୀଷିକାର ତାଣ୍ଡବ ରଚିଥିଲା ବାତ୍ୟା ଫନି । ଘର ଦ୍ୱାର,  ବଡ ବଡ ଗଛ, ପନିପରିବା, ପାନ ଚାଷ, ଛତୁ ଚାଷ, ପ୍ରାକୃତିକ ଜଙ୍ଗଲ ଓ ବନ୍ୟଜନ୍ତୁ...
  • ପଶୁ-ପକ୍ଷୀଙ୍କ ପାଇଁ ଜଳ ଯୋଗାଣ   ଭୁବନେଶ୍ୱର, ୨୪/୦୫/୨୦୧୯ (ଓଡ଼ିଶା ସମାଚାର)- ବାତ୍ୟା ପର ର ରାଜଧାନୀ ବୃକ୍ଷ ଓ ଛାଇ ଶୂନ୍ୟ ହୋଇଛି । ଆକାଶରୁ ନିଆଁ ଝୁଲ ଭଳି ରୌଦ୍ରତାପରେ ସନ୍ତୁଳି ହେଉଛି ଜୀବନ । ଦିନ ୧୧ଟା ବେଳକୁ ରାସ୍ତାଘାଟ ଜନଶୂନ୍ୟ ହୋଇଯାଉଛି...
ଜାତି ପ୍ରାଣ ମଧୁବାବୁଥିଲେ ଓଡ଼ିଆ ନବଜାଗରଣର ପୁରୋଧା
April 29
10:34 2019

ରଘୁନାଥପୁର,୨୯/୦୪/୨୦୧୯ (ଓଡ଼ିଶା ସମାଚାର)-ଜାତୀୟ ଭାଷା-ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନର ଆଗାମୀ ଓଡିଶା ପକ୍ଷରୁ ଜଗତ୍ସିଂହପୁର ଜିଲ୍ଲାର ରଘୁନାଥପୁର ସ୍ଥିତ ମହାତ୍ମାଗାନ୍ଧୀ ସଭାକକ୍ଷରେ ଉକ୍ରଳ ଗୌରବ ମଧୁସୂଦନ ଦାସଙ୍କ ୧୭୧ ତମ ଜୟନ୍ତୀ ତଥା ଓଡ଼ିଆ ସ୍ୱାଭିମାନ ଦିବସ ପାଳିତ ଏକ ଭାବବେଗ ପରିବେଶ ମଧ୍ୟରେ ପାଳିତ ହୋଇଯାଇଛି ।  ଆଗାମୀ ଓଡିଶା ସଭାପତି ବିଜୟ କୁମାର ସ୍ୱାଇଁ ସଭାପତିତ୍ୱରେ ସ୍ୱାଭିମାନ ଦିବସ ଉପଲକ୍ଷେ ମଧୁବାବୁଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ପୂର୍ବକ ଜୟନ୍ତୀସଭା ଅନୁଷ୍ଠିତ ହୋଇଥିଲା ଏବଂ ସଭାପତି ତାଙ୍କ ସଭାପତି ଅଭିଭାଷଣରେ ଜାତି ପ୍ରାଣ ମଧୁବାବୁ ଥିଲେ ଓଡିଆ ନବଜାଗରଣର ପୁରୋଧା ଏବଂ ଓଡ଼ିଆ ଜାତି ମଧୁବାବୁଙ୍କ ଆଦର୍ଶରେ ଅନୁପାଣିତ ହେବା ଆବଶ୍ୟକ ବୋଲି କହିଥିଲେ । ମୁଖ୍ୟଅତିଥି ଭାବରେ କୁର୍ତାଙ୍ଗ ସ୍ୱାମୀ ଅରୁପାନନ୍ଦ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଅଜୟ କୁମାର ଦାସ  ଯୋଗଦେଇ ଜାତିପ୍ରାଣ ମଧୁବାବୁଙ୍କ ଯୋଗୁ ଓଡିଶା ସ୍ୱତନ୍ତ୍ର ପ୍ରଦେଶ ହୋଇପାରିଛି ଏବଂ ଓଡିଆ ଭାଷା ଏକ ସ୍ୱତନ୍ତ୍ର ଭାଷାର ପରିଚୟ ପାଇ ପାରିଛି ବୋଲି କହିଥିଲେ । ଏଥିପାଇଁ ପ୍ରତ୍ୟେକ ଓଡିଆ ତାଙ୍କର କାର୍ଯ୍ୟକୁ ନିଜ ଆଚରଣରେ ଫୁଟାଇ ତୋଳିବାକୁ ଆହ୍ୱାନ ଦେଇଥିଲେ ।  ମଧୁବାବୁଙ୍କ ଆଦର୍ଶକୁ ଗ୍ରହଣ କରି ଓଡିଆ ଜାତି ନିଜ ଜାତିୟତା ଭାବ ସ୍ୱାଭିମାନ ବଜାୟ ରଖିଲେ ଓଡିଆ ଜାତି ଉଚ୍ଚସ୍ତରରେ ପହଂଚିବ ବୋଲି କହିଥିଲେ । ଏଥିରେ ମୁଖ୍ୟ ବକ୍ତା ଭାବେ ଶିକ୍ଷାବିତ ପ୍ରାଣକୃଷ୍ଣ ନାୟକ ଯୋଗଦେଇ ମଧୁବାବୁ ଥିଲେ ଅର୍ଦ୍ଧ ଶତାବ୍ଦୀର ଇତିହାସ ବୋଲି କହିଥିଲେ । ଏଥିରେ ସମ୍ମାନୀତ ଅତିଥି ଭାବେ ରାଜ୍ୟ ଶିକ୍ଷକ ନେତା ଜୟ ପ୍ରକାଶ ପଣ୍ଡା ଯୋଗଦେଇ ଓଡିଆ ଜାତିର ନବଜାଗରଣ ପାଇଁ ମଧୁବାବୁ ତାଙ୍କ ଜୀବନର ସର୍ବସ୍ୱ ତ୍ୟାଗ କରିଥିଲେ । ତାହା ଚିରସ୍ମରଣୀୟ ଏବଂ ଓଡିଆ ଜାତି ତାଙ୍କ ନିକଟରେ ଚିର ଋଣୀ ବୋଲି ମତବ୍ୟକ୍ତ କରିଥିଲେ  । ସମ୍ମାନନୀୟ ବକ୍ତା ଭାବେ ପଣ୍ଡିତ ବିଜୟ କୁମାର ନାୟକ ମଧୁବାବୁଙ୍କ ଜୀବନର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ଏଥିରେ ରାଜ୍ୟ ଉପଭୋକ୍ତା କର୍ମୀ ଗୋବିନ୍ଦ ଚନ୍ଦ୍ର ଓଝା ଯୋଗଦେଇ ମଧୁବାବୁଙ୍କର  ସ୍ମୃତିଚାରଣ ପୂର୍ବକ ମଧୁବାବୁଙ୍କ ପରି ମହାନ ଆତ୍ମା ଗୋଟିଏ ଜାତିର ଉଦ୍ଧାର ପାଇଁ ହଜାର ବର୍ଷରେ ଥରେ ଜନ୍ମନେଇଥାନ୍ତି ବୋଲି ମତ ପ୍ରକାଶ କରିଥିଲେ । ଏଥିରେ ଅନ୍ୟତମ ସମ୍ମାନନୀୟ ବକ୍ତା ଭାବେ ସମାଜସେବୀ ବିଜନ ମହାପାତ୍ର ମଧୁବାବୁଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ଉକ୍ରଳଗୌରବ ମଧୁବାବୁ ଆଧୁନିକ ଉକ୍ରଳର ପ୍ରାଣପ୍ରତିଷ୍ଠାତା ଥିଲେ ଏବଂ ଓଡ଼ିଆ ଜାତି ତାଙ୍କ ନିକଟରେ ଚିର ଦିନ ଋଣୀ ହୋଇରହିବେ ବୋଲି କହିଥିଲେ । ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ବାବାଜୀ ଚରଣ ସାହୁ ଯୋଗଦେଇ ମଧୁବାବୁଙ୍କୁ ସ୍ୱତନ୍ତ୍ର ଉକ୍ରଳ ପ୍ରଦେଶର ଗଠନର ବିଶୁ ମହାରଣାବୋଲି ଅଭିହିତ କରିଥିଲେ । ଏଥିରେ ବରିଷ୍ଠ ସାମ୍ବାଦିକ କଲ୍ୟାଣ ସେନ ଯୋଗଦେଇ ମଧୁବାବୁ ଓଡ଼ିଶାର ସର୍ବାଙ୍ଗୀନ ଉନ୍ନତି ପାଇଁ ଭାଷା ସାହିତ୍ୟ ଠାରୁ ଶିକ୍ଷା ଶିଳ୍ପ କାରୁକାର୍ଯ୍ୟ ପର୍ଯ୍ୟନ୍ତ ସବୁର ବିକାଶ ପାଇଁ ଅତୁଳନୀୟ ଅବଦାନ ରଖିଥିଲେ ବୋଲି କହିଥିଲେ । ଏଥିରେ ସମ୍ପାଦକ ଅଧ୍ୟାପକ ଆଶିଷ ଚକ୍ରବର୍ତୀ ଯୋଗଦେଇ ମଧୁବାବୁ ଓଡ଼ିଆ ଜାତୀୟତା ଓ ସ୍ୱାଭିମାନର ପ୍ରତୀକ ବୋଲି ଅଭିହିତ କରି ବର୍ତମାନ ଓଡ଼ିଆ ଜାତିର ଜାତୀୟତା ଭାବ ଓ ସ୍ୱାଭିମାନର ଅବକ୍ଷୟ ଘଟୁଛି ବୋଲି ମତବ୍ୟକ୍ତ କରିଥିଲେ  । ଏଥିରେ ଇଂ. ବାବଜୀ ଜେନା ଯୋଗଦେଇ  ଓଡ଼ିଆ ଜାତୀର ସ୍ୱାଭିମାନ ରକ୍ଷାପାଇଁ ସବୁସ୍ତରରେ ଉଦ୍ୟମ ଏବଂ ସହଯୋଗ ହେଲେ ତାହା ହେବ ତାହାହେବ ମଧୁବାବୁଙ୍କ ଅମର ଆତ୍ମାପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳୀ ବୋଲି କହିଥିଲେ । ଏହି ଉସôବରେ ଶିକ୍ଷକନେତା ଯଦୁନାଥ ଜେନା, ପଣ୍ଡିତ ଶ୍ରୀବସôଦାସ ମହାପାତ୍ର ,ଶିକ୍ଷାବିତ ପ୍ୟାରୀମୋହନ ପଟ୍ଟନାୟକ, ଶିକ୍ଷାବିତ ସଦାଶିବ ବିଶ୍ୱାଳ, ଶିକ୍ଷାବିତ ନିରଂଜନ ପାତ୍ର, ଶିକ୍ଷାବିତ ବାବାଜୀ ଚରଣ ସାହୁ ପ୍ରମୁଖ ଯୋଗଦେଇ ମଧୁବାବୁଙ୍କ ଜୀବନାଦର୍ଶ ଉପରେ ଆଲୋକ ପାତ କରିଥିଲେ । ଶେଷରେ ସାମ୍ବାଦିକ ପ୍ରଦୀପ୍ତ ନାୟକ ଧନ୍ୟବାଦ ଦେଇଥିଲେ । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment