ଓଡ଼ିଶା ସମାଚାର

ମଧୁ ଜୟନ୍ତୀରେ ଓଡିଶାର ପରିଚୟ ବିତର୍କରେ ସାମାଜିକ ଗଣମାଧ୍ୟମରେ କେନ୍ଦ୍ରମନ୍ତ୍ରୀ

 Breaking News
  • ବହୁ ହେଭିୱେଟ୍ ନେତା ଚିତ୍ ପଟାଙ୍ଗ ଭୁବନେଶ୍ୱର, ୨୪/୦୫/୨୦୧୯ (ଓଡ଼ିଶା ସମାଚାର)- ଚଳିତ ନିର୍ବାଚନରେ ବିଭିନ୍ନ ନିର୍ବାଚନ ମଣ୍ଡଳୀରୁ ବହୁ ହେଭିୱେଟ୍ ନେତା ସେମାନଙ୍କ ଭାଗ୍ୟପରୀକ୍ଷା କରୁଥିଲେ । ହେଲେ ଜନାଦେଶ ସେମାନଙ୍କ ବିପକ୍ଷରେ ଯିବାରୁ ସେମାନେ ପରାଜୟର ସାମ୍ନା କରିଛନ୍ତି । ଏମାନଙ୍କ ମଧ୍ୟରେ ବିଜେପିର ବରିଷ୍ଠ...
  • ୨ଟି ଆସନରୁ ବିଜୟୀ ହେଲେ ନବୀନ ଭୁବନେଶ୍ୱର, ୨୪/୦୫/୨୦୧୯ (ଓଡ଼ିଶା ସମାଚାର)- ରାଜନୈତିକ କ୍ୟାରିୟରର ଦୀର୍ଘବର୍ଷ ପରେ ପ୍ରଥମଥର ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଚଳିତ ନିର୍ବାଚନରେ ୨ଟି ବିଧାନସଭା ଆସନରୁ ନିଜର ଭାଗ୍ୟ ପରୀକ୍ଷା କରିଥିଲେ । ୨୦୦୦ ମସିହାରୁ ହିଞ୍ଜିଳି ନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଥିବା...
  • ଓଡ଼ିଶାବାସୀଙ୍କଠାରେ ଗଭୀର କୃତଜ୍ଞତା ଜଣାଉଛି:ନବୀନ ପଟ୍ଟନାୟକ ଭୁବନେଶ୍ୱର, ୨୪/୦୫/୨୦୧୯ (ଓଡ଼ିଶା ସମାଚାର)- ଚଳିତ ନିର୍ବାଚନରେ ଓଡ଼ିଶାବାସୀ ବିଜେଡ଼ି ଦଳକୁ ଆଶୀର୍ବାଦ କରି କ୍ଷମତାକୁ ପଂଚମ ଥର ପାଇଁ ଆଣିଥିବାରୁ ସେମାନଙ୍କ ପାଖରେ ମୁଁ ଗଭୀର କୃତଜ୍ଞତା ଜଣାଉଛି । ଏହା ବ୍ୟତୀତ ଦଳକୁ ବିଜୟୀ କରିବା କ୍ଷେତ୍ରରେ ପ୍ରମୁଖ...
  • ବାତ୍ୟା ପ୍ରପିଡିତ ଜନତାଙ୍କ ସେବାରେ ରେଡକ୍ରସ ଭୁବନେଶ୍ୱର, ୨୪/୦୫/୨୦୧୯ (ଓଡ଼ିଶା ସମାଚାର)- ପ୍ରାୟ ୨୦ ଦିନ ତଳେ  ଓଡିଶା ଉପକୁଳରେ ବିଭୀଷିକାର ତାଣ୍ଡବ ରଚିଥିଲା ବାତ୍ୟା ଫନି । ଘର ଦ୍ୱାର,  ବଡ ବଡ ଗଛ, ପନିପରିବା, ପାନ ଚାଷ, ଛତୁ ଚାଷ, ପ୍ରାକୃତିକ ଜଙ୍ଗଲ ଓ ବନ୍ୟଜନ୍ତୁ...
  • ପଶୁ-ପକ୍ଷୀଙ୍କ ପାଇଁ ଜଳ ଯୋଗାଣ   ଭୁବନେଶ୍ୱର, ୨୪/୦୫/୨୦୧୯ (ଓଡ଼ିଶା ସମାଚାର)- ବାତ୍ୟା ପର ର ରାଜଧାନୀ ବୃକ୍ଷ ଓ ଛାଇ ଶୂନ୍ୟ ହୋଇଛି । ଆକାଶରୁ ନିଆଁ ଝୁଲ ଭଳି ରୌଦ୍ରତାପରେ ସନ୍ତୁଳି ହେଉଛି ଜୀବନ । ଦିନ ୧୧ଟା ବେଳକୁ ରାସ୍ତାଘାଟ ଜନଶୂନ୍ୟ ହୋଇଯାଉଛି...
April 28
17:25 2019

ଦୀର୍ଘ ଦିନ କ୍ଷମତାର ଅହଙ୍କାର କିଛି ଲୋକଙ୍କୁ ଏକଛତ୍ରବାଦୀ ମାନସିକତାରେ ପହଁଚାଇଛି- ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, ୨୮/୦୪/୨୦୧୯ (ଓଡ଼ିଶା ସମାଚାର)-ଦୀର୍ଘ ଦିନ କ୍ଷମତାର ଅହଙ୍କାର କିଛି ଲୋକଙ୍କୁ ଏକଛତ୍ରବାଦୀ ମାନସିକତାରେ ପହଁଚାଇଛି ବୋଲି ଉକ୍ରଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଅବସରରେ ଓଡିଶାର ପରିଚୟ ବିତର୍କ ପ୍ରସଙ୍ଗରେ ସାମାଜିକ ଗଣମାଧ୍ୟମରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଧୁନିକ ଓଡିଶାର ପରିଚୟ, ସ୍ୱପ୍ନ ଓ କଳ୍ପନା ଦେଖିଥିବା ଏବଂ ଓଡିଶାକୁ ବିଶ୍ୱ ଦରବାରରରେ ଏକ ବଡ ପରିଚୟ ଦେଇଥିବା ବ୍ୟକ୍ତିଙ୍କ ନାଁ ହେଲା ମଧୁସୂଦନ ଦାସ । ଓଡିଶା ଏକ ସାଂସ୍କୃତିକ ପ୍ରଦେଶ ହୋଇଥିବା ବେଳେ ଓଡିଶାର ଭାଷା ଆଧାରିତ ରାଜ୍ୟର କଳ୍ପନା ମଧୂବାବୁ ଓ ତାଙ୍କ ସମସାମୟିକ ନେତୃତ୍ୱରେ କରାଯାଇଥିଲା ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡିଶାର ପରିଚୟ କିଏ ସେ ନେଇ ଆଜି ରାଜ୍ୟରେ ବିତର୍କ ହେଉଛି । କିଛି ଲୋକମାନେ ଲମ୍ବା ସମୟ ଧରି ଯେତେବେଳେ ଅଧିକାରୀ ହୋଇଯାନ୍ତି, ସେତେବେଳେ ଏହି ସବୁ ଲକ୍ଷଣ ଦେଖାଯାଏ ବୋଲି ସାହିତ୍ୟକାରମାନେ କହିଥାନ୍ତି । ସେତେବେଳେ ମନ ଭିତରେ ଆସେ ଆମେ ହିଁ ଦୁନିଆ । ଆମଠୁ ଦୁନିଆ ଆରମ୍ଭ ହେଉଛି ଓ ଆମଠୁ ହିଁ ଦୁନିଆ ଶେଷ ହେବ । ଏହାକୁ ହିଟଲର ମନୋବୃତି ତଥା ଏକଚାଟିଆ ଓ ସ୍ୱେଚ୍ଛାଚାରିତା କୁହାଯାଏ ବୋଲି ସେ କହିଛନ୍ତି ।Dharmendra
ଶ୍ରୀ ପ୍ରଧାନ କହିଛନ୍ତି ଯେ ମହାପ୍ରଭୁ ଜଗନ୍ନାଥଙ୍କ ଠାରୁ ଆରମ୍ଭ କରି ମଧୁବାବୁ ଓଡିଶାର ପରିଚୟ । ମଧୁବାବୁ ଯଦି ଓଡିଶାର ପରିଚୟ ହେବେନାହିଁ, ଓଡିଶାର ପରିଚୟ ଯଦି ସାଧବ ପୁଅ ହେବ ନାହିଁ, ତଅପୋଇ ହେବ ନାହିଁ ତେବେ ଓଡିଶାର ପରିଚୟ କେଉଁମାନେ ହେବେ? କେବଳ ବ୍ୟବସାୟ ନୁହେଁ ଉକ୍ରଳୀୟ ସଂସ୍କୃତି ଓ ପରମ୍ପରାର ଛାପ ଆଦି ସଂପୂର୍ଣ୍ଣ ଦକ୍ଷିଣ ପୂର୍ବ ଏସିଆରେ ଓଡିଶାର ସାଧବ ପୁଅ ମାନଙ୍କ ଯୋଗୁ ହିଁ ଦେଖାଯାଉଛି । ସେମାନେ ହିଁ ବିଶ୍ୱ ଦରବାରରେ ଓଡିଶାକୁ ସ୍ୱତନ୍ତ୍ର ପରିଚୟ ଦେଇଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ବାଲେଶ୍ୱର, ଭଦ୍ରକ, ଯାଜପୁର, ଜଗତସିଂହପୁର ଓ କେନ୍ଦ୍ରାପଡାର ଯୁବକ ଓଡିଶାରୁ ଶ୍ରୀଲଙ୍କା ଯାଇ ବୌଦ୍ଧ ସଂସ୍କୃତିର ପ୍ରଚାର କରିଥିଲେ । ଶ୍ରୀଲଙ୍କାରେ ଏକ ସଂସ୍କୃତି ପ୍ରତିଷ୍ଠା କରିଥିବା ଏହି ଓଡିଆ ଯୁବକମାନେ କଣ ଓଡିଶାର ପରିଚୟ ନୁହନ୍ତି ? ଶ୍ରୀ ପ୍ରଧାନ କହିଛନ୍ତି ଯେ ଯେଉଁମାନେ ପ୍ରଜାତନ୍ତ୍ରରେ ଭାବନ୍ତି ଆମେ ଏକଚାଟିଆ ମନୋଭାବ ଦେଖାଇ ନିଜେ ଗୋଟିଏ ବିଚାର ବା କାଳଖଣ୍ଡକୁ ହାତରେ କରିନେବୁ ,ଏହି ମାନସିକତା ଭୁଲ ବୋଲି ପ୍ରମାଣିତ ହେବ । ଇତିହାସରେ ଏହାର ଅନେକ ନଜିର ଦେଖାଯାଇଥିବା ସେ କହିଛନ୍ତି । ଆଜି ପବିତ୍ର ମଧୁବାବୁଙ୍କ ଜନ୍ମଦିବସରେ ଓଡିଶା ଏହାକୁ ନେଇ ବିତର୍କ କରୁଛି । ଏକବିଂଶ ଶତାବ୍ଦିର ନୂଆ ଓଡିଶାର କଳ୍ପନା ମଧୂବାବୁଙ୍କ କଳ୍ପନା ଅନୁସାରେ ହେବ କି ନାହିଁ । ରୋଜଗାର, ସ୍ୱାବଲମ୍ବନ , ସ୍ୱଭିମାନ ଏଗୁଡିକ ମଧୁବାବୁଙ୍କ ଆଧୁନିକ ଓଡିଶାର କଳ୍ପନାରେ ଥିଲା ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ତକ୍ରାଳୀନ ପରିସ୍ଥିତିକୁ ଧ୍ୟାନରେ ରଖି ଆଜି ମଧ୍ୟ ଏହି କଥା ପ୍ରାସଙ୍ଗିକତା ରଖୁଛି । ଆଜି ମଧୁବାବୁଙ୍କ ଜୟନ୍ତୀରେ ନିଜକୁ ସମର୍ପିତ କରି ସଂକଳ୍ପ କରିବା ଯେ ସାମାନ୍ୟ ଓଡିଆ ଲୋକମାନେ ଓଡିଶାର ପରିଚୟ ହେବା ଏବଂ ଓଡିଶାକୁ ଆହୁରି ଉପରକୁ ନେବା । ଫଳରେ ଓଡିଶା ଗୌରବାନ୍ୱିତ ହେବ, ଓଡିଆ ଲୋକଙ୍କ ନେତୃତ୍ୱରେ ଗୌରବାନ୍ୱିତ ହେବ । ଓଡିଆ ଭାଷା ପାଇଁ ଗୌରବାନ୍ୱିତ ହେବ । ଓଡିଆ ସଂସ୍କତି ପାଇଁ ଗୌରବାନ୍ୱିତ ହେବ ।  ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment