ଓଡ଼ିଶା ସମାଚାର

ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ପୁଲିଂ ପାଟିକୁ ବିରୋଧ

 Breaking News
  • ପଥର ବୋଝେଇ ଟ୍ରକକୁ ଧକ୍କା ଦେଲା ବୋଲେରୋ, ଜଣେ ମୃତ କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଏକ ପଥର ବୋଝେଇ ଟ୍ରକକୁ ଦ୍ରୁତଗାମୀ ବୋଲେରୋ ଧକ୍କା ଦେବାରୁ ଘଟଣାସ୍ଥଳରେ ଜଣେ ନାବାଳକର ମୃତ୍ୟୁ ହୋଇଯାଇଥିବା ଜଣା ପଡିଛି । ଘଟଣାରୁ ପ୍ରକାଶ ରାଜନଗର ଥାନା ରାଜରାଜଶ୍ୱେରପୁର ଗ୍ରାମର ରବିନ୍ଦ୍ର ମାଝିଙ୍କ ପୁଅ ବିଶ୍ୱଜିତ ମାଝି (୧୫)...
  • ଜିଲ୍ଲାକୁ ଗୌରବାନ୍ୱିତ କଲେ ସମୀକ୍ଷା ଓ ଶାନ୍ତ୍ୱନା କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଚଳିତ ମାଟ୍ରିକ ପରୀକ୍ଷାର ଫଳ ମଙ୍ଗଳବାର ଦିନ ପ୍ରକାଶିତ ହୋଇଛି । ଏଥିରେ ୨ ଜଣ ଛାତ୍ରୀ ଜିଲ୍ଲାରେ ସର୍ବୋଚ୍ଚ ନମ୍ବର ରଖି ଜିଲ୍ଲାକୁ ଗୌରବାନ୍ୱିତ କରିଥିବା ଜଣାପଡିଛି । ପୌରାଂଚଳ ଅନ୍ତର୍ଗତ ଭାରତୀ ବିଦ୍ୟା ମନ୍ଦିରର ଛାତ୍ରୀ...
  • ମାଟ୍ରିକ ପରୀକ୍ଷା ଫଳ ରାଜ୍ୟରେ ୭୨.୩୫ ପ୍ରତିଶତ ହୋଇଥିବା ବେଳେ ଜିଲ୍ଲାରେ ୭୨.୧୧ପ୍ରତିଶତ କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଚଳିତବର୍ଷ ମାଟ୍ରିକ ପରୀକ୍ଷା ଫଳ ରାଜ୍ୟରେ ୭୨.୩୫ ପ୍ରତିଶତ ହୋଇଥିବା ବେଳେ ଜିଲ୍ଲାରେ ୭୨.୧୧ ପ୍ରତିଶତ ହୋଇଛି । ରାଜ୍ୟରେ ଚଳିତ ବର୍ଷ ରେଗୁଲାର ପରୀକ୍ଷାର୍ଥୀ ୫ଲକ୍ଷ ୪୫ହଜାର ୩୬୨ ଫର୍ମ ପୁରଣ କରିଥିବା ବେଳେ ସେଥିରୁ ୯ହଜାର...
  • ପ୍ଲଟିଂ ଜମି ବ୍ୟବସାୟ ପାଇଁ ସରକାରୀ ଗୋଚର ଜମିକୁ ପୋତାଯାଉଛି କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ପ୍ଲଟିଂ  ଜମି ବ୍ୟବସାୟ ନିମନ୍ତେ ଏକ ସରକାରୀ ଗୋଚର କିଷମ ଜମିକୁ ମାଟି ପକାଯାଇ ପୋତାଯାଉଥିବା ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଯେ କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ତହସିଲ ଅନ୍ତର୍ଗତ ପଂଚାଣପୁର ମୈାଜାର ଖାତା ନମ୍ବର ୯୧...
  • ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ପ୍ରସ୍ତୁତି ବୈଠକ କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସମ୍ମିଳନୀ ଗୃହରେ ଆଜି ପୂର୍ବାହ୍ନରେ ଆଗାମୀ ବର୍ଷା ଋତୁରେ ସମ୍ଭାବ୍ୟ ବନ୍ୟା ଓ ବାତ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ...
April 28
00:20 2019

ଜଗତସିଂହପୁର,୨୮/୦୪/୨୦୧୯ (ଓଡ଼ିଶା ସମାଚାର/ଲିଲନ ପ୍ରଭା ପାଢୀ)- ଜଗତସିଂହପୁର ଜିଲ୍ଲା ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଏସଭିଏମ୍ କଲେଜ ଇଭିଏମ ନିକଟରୁ ଇଭିଏମ୍ ମେସିନ ଓ ପୁଲିଂ ପାର୍ଟି କର୍ମଚାରୀମାନଙ୍କୁ ଅଟକାଇ ବିରୋଧ କରିଥିଲେ । ନବନିର୍ମାଣର କୃଷକ ସଂଗଠନର ଶତାଧିକ ଚାଷୀ ଏକତ୍ରୀତ ହୋଇ ପ୍ରାଇସ୍, ପେନସନ୍ ଓ ପ୍ରେଷ୍ଟିଜ ଦାବିରେ ଇଭିଏମ୍ ବୋଝେଇ ଗାଡିଗୁଡିକ ଅଟକାଇଥିଲେ । ନବନିର୍ମାଣର କୃଷକ ସଂଗଠନର ସ୍ଥାନୀୟ ମାକେଣ୍ଡଶ୍ୱର ମନ୍ଦିର ନିକଟରୁ ଏକ ଶୋଭାଯାତ୍ରା କଲେଜ ଅଭିମୁଖେ ବାହାରିଥିଲା । ଚାଷୀ ମାନେ ଅସହ୍ୟ ଖରାରେ ଏସଭିଏମ୍ ଇଭିଏମ୍ କେନ୍ଦ୍ର ଫାଟକ ନିକଟରେ ବସି ରହି କହିଥିଲେ ସରକାରଙ୍କର ଚାଷୀଙ୍କୁ ଯଦି ସମ୍ମାନ ନାହିଁ ,ଚାଷୀ ଛୁଆଙ୍କୁ ଯଦି ନିଯୁକ୍ତି ନାହିଁ,ଚାଷୀ ପାଇଁ ଶୀତଳ ଭଣ୍ଡାର ନାହିଁ,ଭୋଟ ହେବ କଣପାଇଁ ସ୍ଳୋଗାନ ଦେଇଥିଲେ । ଚାଷୀ ବାଟ ନଛାଡିବାରୁ ବାଧ୍ୟ ହୋଇ ପୋଲିସ ଚାଷୀ ମାନଙ୍କୁ ଗିରଫ କରିଥିଲା । ଏହି ପ୍ରତିବାଦରେ ଶୋଭା ଯାତ୍ରାରେ ଶେଷଦେବ ନନ୍ଦ, ରଶ୍ମିରଂଜନ ସ୍ୱାଇଁ, ଦେବୀ ପ୍ରସାଦ ମହାରଣା ,ନିଗମାନନ୍ଦ ଦାସ, ନିତ୍ୟାନନ୍ଦ ପଣ୍ଡା, ପ୍ରସନ୍ନ କୁଅଁର, ସ୍ନେହାଂସୁ ଜେନା, ଅଶୋକ ସ୍ୱାଇଁ, ଘନଶ୍ୟାମ ମହାନ୍ତି, ଦେବଦତ ସାହୁ, ମଙ୍ଗୁଳି ଚରଣ ରାଉତରାଏ,ରଘୁନାଥ ନାୟକ,ବାଉରୀ ବନ୍ଧୁ ରାଉତ,ସଚ୍ଚିନ ମହାପାତ୍ର,ସନ୍ତୋଷ ପାତ୍ର,ସୁର ମହାରଣା,ସୁରେନ୍ଦ୍ର ନାଥ ସାହୁ,ସୁବାଷ ନାୟକ ପ୍ରମୁଖ ଶତାଧିକ ଚାଷୀ ଗିରଫ ହୋଇଥିଲେ । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment