ଓଡ଼ିଶା ସମାଚାର

ବିଜୟଙ୍କ ଗାଁ ଗାଁ ବୁଲି ନିର୍ବାଚନ ପ୍ରଚାର

 Breaking News
  • ପଥର ବୋଝେଇ ଟ୍ରକକୁ ଧକ୍କା ଦେଲା ବୋଲେରୋ, ଜଣେ ମୃତ କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଏକ ପଥର ବୋଝେଇ ଟ୍ରକକୁ ଦ୍ରୁତଗାମୀ ବୋଲେରୋ ଧକ୍କା ଦେବାରୁ ଘଟଣାସ୍ଥଳରେ ଜଣେ ନାବାଳକର ମୃତ୍ୟୁ ହୋଇଯାଇଥିବା ଜଣା ପଡିଛି । ଘଟଣାରୁ ପ୍ରକାଶ ରାଜନଗର ଥାନା ରାଜରାଜଶ୍ୱେରପୁର ଗ୍ରାମର ରବିନ୍ଦ୍ର ମାଝିଙ୍କ ପୁଅ ବିଶ୍ୱଜିତ ମାଝି (୧୫)...
  • ଜିଲ୍ଲାକୁ ଗୌରବାନ୍ୱିତ କଲେ ସମୀକ୍ଷା ଓ ଶାନ୍ତ୍ୱନା କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଚଳିତ ମାଟ୍ରିକ ପରୀକ୍ଷାର ଫଳ ମଙ୍ଗଳବାର ଦିନ ପ୍ରକାଶିତ ହୋଇଛି । ଏଥିରେ ୨ ଜଣ ଛାତ୍ରୀ ଜିଲ୍ଲାରେ ସର୍ବୋଚ୍ଚ ନମ୍ବର ରଖି ଜିଲ୍ଲାକୁ ଗୌରବାନ୍ୱିତ କରିଥିବା ଜଣାପଡିଛି । ପୌରାଂଚଳ ଅନ୍ତର୍ଗତ ଭାରତୀ ବିଦ୍ୟା ମନ୍ଦିରର ଛାତ୍ରୀ...
  • ମାଟ୍ରିକ ପରୀକ୍ଷା ଫଳ ରାଜ୍ୟରେ ୭୨.୩୫ ପ୍ରତିଶତ ହୋଇଥିବା ବେଳେ ଜିଲ୍ଲାରେ ୭୨.୧୧ପ୍ରତିଶତ କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଚଳିତବର୍ଷ ମାଟ୍ରିକ ପରୀକ୍ଷା ଫଳ ରାଜ୍ୟରେ ୭୨.୩୫ ପ୍ରତିଶତ ହୋଇଥିବା ବେଳେ ଜିଲ୍ଲାରେ ୭୨.୧୧ ପ୍ରତିଶତ ହୋଇଛି । ରାଜ୍ୟରେ ଚଳିତ ବର୍ଷ ରେଗୁଲାର ପରୀକ୍ଷାର୍ଥୀ ୫ଲକ୍ଷ ୪୫ହଜାର ୩୬୨ ଫର୍ମ ପୁରଣ କରିଥିବା ବେଳେ ସେଥିରୁ ୯ହଜାର...
  • ପ୍ଲଟିଂ ଜମି ବ୍ୟବସାୟ ପାଇଁ ସରକାରୀ ଗୋଚର ଜମିକୁ ପୋତାଯାଉଛି କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ପ୍ଲଟିଂ  ଜମି ବ୍ୟବସାୟ ନିମନ୍ତେ ଏକ ସରକାରୀ ଗୋଚର କିଷମ ଜମିକୁ ମାଟି ପକାଯାଇ ପୋତାଯାଉଥିବା ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଯେ କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ତହସିଲ ଅନ୍ତର୍ଗତ ପଂଚାଣପୁର ମୈାଜାର ଖାତା ନମ୍ବର ୯୧...
  • ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ପ୍ରସ୍ତୁତି ବୈଠକ କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସମ୍ମିଳନୀ ଗୃହରେ ଆଜି ପୂର୍ବାହ୍ନରେ ଆଗାମୀ ବର୍ଷା ଋତୁରେ ସମ୍ଭାବ୍ୟ ବନ୍ୟା ଓ ବାତ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ...
April 27
19:14 2019

ପାଟକୁରା,୨୭/୦୪/୨୦୧୯ (ଓଡ଼ିଶା ସମାଚାର)-ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ବରିଷ୍ଠ ନେତା ବିଜୟ ମହାପାତ୍ର ଗତକାଲି ପାଟକୁରା,ପଦ୍ମପୁର ଓ ବେଡାରୀ ପଂଚାୟତର ବିଭିନ୍ନ ଗ୍ରାମକୁ ଯାଇ ନିଜ ସପକ୍ଷରେ ଭୋଟ ପ୍ରଚାର କରିଥିବାର ଦେଖାଯାଇଛି । ଶ୍ରୀ ମହାପାତ୍ର ଗତକାଲି ଅପରାହ୍ନରେ ଦଳୀୟ କର୍ମକର୍ତାମାନଙ୍କ ଗହଣରେ ପାଟକୁରା, ଜଗଦ୍ଧଳପୁର, ବେଡାରୀ ପଂଚାୟତର ସୋଲପାଟ, ବେଡାରୀ, କୂଳତୁଠୀ, ବିଚଣା ଓ ପଦ୍ମପୁର ପଂଚାୟତର କିଣିଲୋ, ହରିଦାସପୁର, ପଦ୍ମପୁର, ଭାଟପଡା, ନୂଆପଡା ଆଦି ଗ୍ରାମମାନଙ୍କୁ ଯାଇ ନିର୍ବାଚନ ପ୍ରଚାର କରିଥିବାର ଦେଖାଯାଇଥିଲା । ଶ୍ରୀ ମହାପାତ୍ରଙ୍କ ସହିତ ଜିଲାପରିଷଦ ସଦସ୍ୟା ଅହଲ୍ୟା ଲେଙ୍କା, ବେଡାରୀ ପଂଚାୟତର ପୂର୍ବତନ ସମିତି ସଭ୍ୟ ଚିତରଞ୍ଜନ ଚୌଧୁରୀ, ପଦ୍ମପୁର ପଂଚାୟତର ପୂର୍ବତନ ସମିତି ସଭ୍ୟ ହେମନ୍ତ ସେଠୀ, ପଦନ ରାଉତ, କ୍ଷିରୋଦ ଚନ୍ଦ୍ର ମହାନ୍ତି, ପ୍ରଶାନ୍ତ କୁମାର ମଲ୍ଲିକ, ଗଗନ ମିଶ୍ର ପ୍ରମୁଖ ବିଭିନ୍ନଗ୍ରାମକୁ ଯାଇ ଘରଘର ବୁଲି ଦଳ ଓ ନିଜ ସପକ୍ଷରେ ନିର୍ବାଚନପ୍ରଚାର କରିଛନ୍ତି । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment