ଓଡ଼ିଶା ସମାଚାର

ବେଦାନ୍ତ ଲାଞ୍ଜିଗଡ଼ ୟୁନିଟ୍ ପକ୍ଷରୁ ଏକ ସପ୍ତାହ ବ୍ୟାପି ଅଗ୍ନି ସୁରକ୍ଷା ଅଭିଯାନ

 Breaking News
  • ସଂକ୍ଷେପରେ ତାଜା ଖବର : ପତ୍ନୀକୁ କିରୋସିନୀ ଢ଼ାଳି ପୋଡ଼ି ମାରିଦେଲା ସ୍ୱାମୀ   ଆନନ୍ଦପୁର,୧୮/୦୬/୨୦୧୯ (ଓଡ଼ିଶା ସମାଚାର)- ପତ୍ନୀକୁ କିରୋସିନୀ ଢ଼ାଳି ପୋଡ଼ି ମାରିଦେଲା ସ୍ୱାମୀ । ଏଭଳି ଘଟଣା ଘଟିଛି ମହୁଲଡ଼ିହା ଥାନା ଅନ୍ତର୍ଗତ କୋଇଲିପାଳ ଗାଁ ରେ । ଗତକାଲି ବିଳମ୍ବିତ ରାତିରେ ପ୍ରଫୁଲ ନାଏକ ତାଙ୍କ ପତ୍ନୀ ଲିଜା ଦେହରେ...
  • ସଂକ୍ଷେପରେ ତାଜା ଖବର : ଦେଢ଼କୋଟି ଟଙ୍କାର ବ୍ରାଉନସୁଗାର ଜବତ – ୪ ଗିରଫ ବାଲେଶ୍ୱର,୧୮/୦୬/୨୦୧୯ (ଓଡ଼ିଶା ସମାଚାର)- ଅବକାରୀ ବିଭାଗର ଭ୍ରାମ୍ୟମାଣ ସ୍କ୍ୱାର୍ଡ଼ ଓ ସହଦେବଖୁଂଟା ପୋଲିସ୍ ଚଢ଼ାଉ କରି ଫୁଲାରୀପଚା ଛକ ରୁ ଦେଢ଼କେଜି ଓଜନର ବ୍ରାଉନସୁଗାର ଜବତ କରିଛନ୍ତି । ସମ୍ପୃକ୍ତ ୪ ଜଣଙ୍କୁ ମଧ୍ୟ ଗିରଫ କରିଛନ୍ତି । ଜବତ ବ୍ରାଉନସୁଗାରର...
  • ଦୁର୍ଘଟଣାରେ ୨ ଯୁବକ ମୃତ ପଟ୍ଟାମୁଣ୍ଡାଇ, ୧୮/୦୬/୨୦୧୯ (ଓଡ଼ିଶା ସମାଚାର)-ପଟ୍ଟାମୁଣ୍ଡାଇ ପୌରାଂଚଳ ଅନ୍ତର୍ଗତ ଚୂନଢିଅ ଠାରେ ଏସଡ଼ିପିଓ ଅଫିସ ନିକଟରେ ସୋମବାର ରାତି ପ୍ରାୟ ସାଢ଼େ ୯ଟାରେ ଏକ ଦୁର୍ଘଟଣାରେ ଘଟଣାସ୍ଥଳରେ ୨ଜଣ ଯୁବକଙ୍କ ମୃତ୍ୟୁ ଘଟିଛି । ପଟ୍ଟାମୁଣ୍ଡାଇ ପୁଲିସ ପହଂଚି ଦୁର୍ଘଟଣାର ତଦନ୍ତ ଆରମ୍ଭ...
  • ସ୍ନାନବେଦୀରେ ଶ୍ରୀବଳଦେବଜୀଉଙ୍କ ହାତୀବେଶ କେନ୍ଦ୍ରାପଡା, ୧୮/୦୬/୨୦୧୯ (ଓଡ଼ିଶା ସମାଚାର)- ଶ୍ରୀ ବଳଦେବଜୀଉ, ସୁଭଦ୍ରା ଏବଂ ଜଗନ୍ନାଥଙ୍କୁ ସ୍ନାନ ପୂର୍ଣ୍ଣିମାରେ ମନ୍ଦିର ଭିତରୁ ସ୍ନାନବେଦୀକୁ ଅଣାଯାଇଥିଲା । ଏହି ଉପଲକ୍ଷେ ରବିବାର ରାତି ୧୨ଟାରେ ସେନାପଟ୍ଟା ଓ ସକାଳ ୫ଟାରେ ପୁଷ୍ପାଞ୍ଜଳି ଦିଆଯାଇ ୭ଟାରେ ଧାଡି ପହଁଣ୍ଡିରେ...
  • ଲକ୍ଷ୍ମୀନାରାୟଣଙ୍କ ଆଶ୍ରମରେ ଦେବ ସ୍ନାନ ପୂର୍ଣ୍ଣିମା ପାଟକୁରା  ୧୮/୦୬/୨୦୧୯ (ଓଡ଼ିଶା ସମାଚାର)-ଦଶମୌଜିସ୍ଥିତ ଆଶ୍ରମବାଲିକୁଦା ଠାରେ ନାମାଚାର୍ଯ୍ୟ ବାୟାବାବାଙ୍କ ଦ୍ୱାରା ପରିଚାଳିତ ଶ୍ରୀ ଶ୍ରୀ ଲକ୍ଷ୍ମୀନାରାୟଣଙ୍କ ଆଶ୍ରମରେ ସୋମବାର ପାରମ୍ପାରିକ ଭାବରେ ଦେବ ସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହୋଇଯାଇଛି । ଆଶ୍ରମରେ ଥିବା ଶ୍ରୀ ଜଗନ୍ନାଥଙ୍କ ମନ୍ଦିରର ଗର୍ଭଗୃହରୁ ଶ୍ରୀ...
ବେଦାନ୍ତ ଲାଞ୍ଜିଗଡ଼ ୟୁନିଟ୍ ପକ୍ଷରୁ ଏକ ସପ୍ତାହ ବ୍ୟାପି  ଅଗ୍ନି ସୁରକ୍ଷା ଅଭିଯାନ
April 27
16:16 2019

ଲାଞ୍ଜିଗଡ଼, ୨୭/୦୪/୨୦୧୯ (ଓଡ଼ିଶା ସମାଚାର)-ବେଦାନ୍ତ ଲିମିଟେଡ୍  ଲାଞ୍ଜିଗଡ଼ ୟୁନିଟ୍ ପକ୍ଷରୁ ଏକ ସପ୍ତାହ ବ୍ୟାପି ୭୬ତମ ଜାତୀୟ ଅଗ୍ନିଶମ ସେବା ସୁରକ୍ଷା ସପ୍ତାହ  ୨୦୧୯ ଏପ୍ରିଲ୍ ୧୫ ତାରିଖଠାରୁ ୨୦ ତାରିଖ ପର୍ଯ୍ୟନ୍ତ ପାଳିତ ହୋଇଯାଇଛି । ଏଥିରେ ସ୍ଥାନୀୟ ଶିକ୍ଷାର୍ଥୀ, କର୍ମଚାରୀ, ଅଂଶୀଦାର ଆଦି ପ୍ରାୟ ୧୦୦୦ରୁ ଅଧିକ ଅଂଶଗ୍ରହଣକାରୀ ଯୋଗ ଦେଇଥିଲେ ।

ଏହି ଅବସରରେ ବେଦାନ୍ତ ଲିମିଟେଡ୍ ଲାଞ୍ଜିଗଡ଼ ୟୁନିଟ୍ ମୁଖ୍ୟ ପରିଚାଳନା ଅଧିକାରୀ ରାକେଶ ମୋହନ କହିଲେ, “କର୍ମକ୍ଷେତ୍ରରେ ସର୍ବାଧିକ ସୁରକ୍ଷା ବ୍ୟବସ୍ଥାକୁ ନିଶ୍ଚିତ କରାଯାଇ ଶୁନ୍ୟ କ୍ଷତି ପଲିସି ଗ୍ରହଣ କରାଯାଇଛି । ଏହା ସହିତ କର୍ମଚାରୀଙ୍କ ମଧ୍ୟରେ ଜାଗରୁକତାକୁ ଗୁରୁତ୍ୱ ଦିଆଯାଉଛି । ଫଳରେ ଅଗ୍ନି ସମ୍ପର୍କିତ ଦୂର୍ଘଟଣାର ହାର ହ୍ରାସ ପାଇଛି । କର୍ମକ୍ଷେତ୍ରରେ ସୁରକ୍ଷାକୁ ଅଧିକ ଗୁରୁତ୍ୱ ପ୍ରଦାନ କରାଯାଉଛି । ଏହା ଆମର ପ୍ରଧାନ ଲକ୍ଷ୍ୟ ।”
ଆଶ୍ରମପଡା, ବସନ୍ତପଡା ଏବଂ ଲାଞ୍ଜିଗଡ଼ ଏସଏସଡି ହାଇ ସ୍କୁଲ ରେ ପ୍ରୟ ୫୦୦ ଜଣ ଶିକ୍ଷାର୍ଥୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ସେହିପରି ଅଗ୍ନିଶମ ରେ ପାରଦର୍ଶିତା ଲାଭ କରିଥିବା ୬୦୦ରୁ ଅଧିକ କର୍ମଚାରୀ ଏବଂ ଅଂଶୀଦାର ଏଥିରେ ଯୋଗଦେଇ ସୁରକ୍ଷା ପଦକ୍ଷେପ, ତାଲିମ୍ ଏବଂ ସଚେତନତା ଆଦି କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରାଇଥିଲେ ।
ଏହି ଅବସରରେ ଅଗ୍ନିଶମ ସମ୍ପର୍କିତ ବିବିଧ ବ୍ୟବସ୍ଥା ତଥା କାର୍ଯ୍ୟପ୍ରଣାଳୀ ଉପରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ଏବଂ ଏଥିରେ କମ୍ପାନୀ ର ସୁରକ୍ଷା ଅଧିକାରୀ ମଧ୍ୟ ସାମିଲ୍ ହୋଇଥିଲେ ।
ପ୍ରକଳ୍ପ ଅଂଚଳରେ ଅଗ୍ନି ସୁରକ୍ଷାକୁ ନିଶ୍ଚିତ କରାଇବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଧେଶ୍ୟ । ଏଠାରେ ସର୍ବନିମ୍ନ ଦୁର୍ଘଟଣା ଲକ୍ଷ୍ୟକୁ ପ୍ରାଥମିକତା ଦିଆଯାଇଥାଏ । ପ୍ଲାଂଟ୍ ଅଂଚଳରେ ଶୂନ୍ୟ ଦୁର୍ଘଟଣାକୁ ଗୁରୁତ୍ୱ ପ୍ରଦାନ କରାଯାଇଥାଏ ।
ବେଦାନ୍ତ ସବୁବେଳେ କାର୍ଯ୍ୟକ୍ଷେତ୍ରରେ କର୍ମଚାରୀଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇଥାଏ । ବେଦାନ୍ତ ଲାଞ୍ଜିଗଡ଼ ଲିମିଟେଡ୍ ଶ୍ରେଷ୍ଠ ସୁରକ୍ଷା ଜନିତ ପଦକ୍ଷପ ଦ୍ୱାରା ଏଠାରେ ଶୁନ୍ୟ କ୍ଷତି ଲକ୍ଷ୍ୟକୁ ପୂରଣ କରିବା ସହିତ ପ୍ରକଳ୍ପ ଅଂଚଳରେ ସୁରକ୍ଷା ବ୍ୟବସ୍ଥାକୁ ରୁଦ୍ଧିମନ୍ତ କରାଇପାରିଛି । ଓଡ଼ିଶା ସମାଚାର

Vedanta-1

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment