ଓଡ଼ିଶା ସମାଚାର

ବିଦ୍ୟାଳୟରେ ସୁବର୍ଣ୍ଣଜୟନ୍ତୀ ପାଳନ କରାଯିବାକୁ ୧୯୮୨ ବ୍ୟାଚ୍ ଛାତ୍ରଛାତ୍ରୀଙ୍କ ପ୍ରସ୍ତାବ

 Breaking News
  • ସଫଳ ହେଲା ନବୀନଙ୍କ ମହିଳା କାର୍ଡ ଭୁବନେଶ୍ୱର, ୨୪/୦୫/୨୦୧୯ (ଓଡ଼ିଶା ସମାଚାର)- ଲଗାତାର ପଂଚମ ଥର ବିଜୟ ବାନା ଉଡ଼ାଇଛନ୍ତି ନବୀନ ପଟ୍ଟନାୟକ । ଦେଶବ୍ୟାପୀ ମୋଦୀ ସୁନାମୀରେ ବିରୋଧୀ ଦଳଗୁଡ଼ିକ ଧରାଶାୟୀ ହୋଇପଡ଼ିଥିଲା ବେଳେ ନବୀନ କିନ୍ତୁ ମୋଦୀଙ୍କୁ ସମ୍ପୂର୍ଣ୍ଣ ନିରାଶ କରିଛନ୍ତି । ପ୍ରାୟ ୧୧୦...
  • ବହୁ ହେଭିୱେଟ୍ ନେତା ଚିତ୍ ପଟାଙ୍ଗ ଭୁବନେଶ୍ୱର, ୨୪/୦୫/୨୦୧୯ (ଓଡ଼ିଶା ସମାଚାର)- ଚଳିତ ନିର୍ବାଚନରେ ବିଭିନ୍ନ ନିର୍ବାଚନ ମଣ୍ଡଳୀରୁ ବହୁ ହେଭିୱେଟ୍ ନେତା ସେମାନଙ୍କ ଭାଗ୍ୟପରୀକ୍ଷା କରୁଥିଲେ । ହେଲେ ଜନାଦେଶ ସେମାନଙ୍କ ବିପକ୍ଷରେ ଯିବାରୁ ସେମାନେ ପରାଜୟର ସାମ୍ନା କରିଛନ୍ତି । ଏମାନଙ୍କ ମଧ୍ୟରେ ବିଜେପିର ବରିଷ୍ଠ...
  • ୨ଟି ଆସନରୁ ବିଜୟୀ ହେଲେ ନବୀନ ଭୁବନେଶ୍ୱର, ୨୪/୦୫/୨୦୧୯ (ଓଡ଼ିଶା ସମାଚାର)- ରାଜନୈତିକ କ୍ୟାରିୟରର ଦୀର୍ଘବର୍ଷ ପରେ ପ୍ରଥମଥର ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଚଳିତ ନିର୍ବାଚନରେ ୨ଟି ବିଧାନସଭା ଆସନରୁ ନିଜର ଭାଗ୍ୟ ପରୀକ୍ଷା କରିଥିଲେ । ୨୦୦୦ ମସିହାରୁ ହିଞ୍ଜିଳି ନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଥିବା...
  • ଓଡ଼ିଶାବାସୀଙ୍କଠାରେ ଗଭୀର କୃତଜ୍ଞତା ଜଣାଉଛି:ନବୀନ ପଟ୍ଟନାୟକ ଭୁବନେଶ୍ୱର, ୨୪/୦୫/୨୦୧୯ (ଓଡ଼ିଶା ସମାଚାର)- ଚଳିତ ନିର୍ବାଚନରେ ଓଡ଼ିଶାବାସୀ ବିଜେଡ଼ି ଦଳକୁ ଆଶୀର୍ବାଦ କରି କ୍ଷମତାକୁ ପଂଚମ ଥର ପାଇଁ ଆଣିଥିବାରୁ ସେମାନଙ୍କ ପାଖରେ ମୁଁ ଗଭୀର କୃତଜ୍ଞତା ଜଣାଉଛି । ଏହା ବ୍ୟତୀତ ଦଳକୁ ବିଜୟୀ କରିବା କ୍ଷେତ୍ରରେ ପ୍ରମୁଖ...
  • ବାତ୍ୟା ପ୍ରପିଡିତ ଜନତାଙ୍କ ସେବାରେ ରେଡକ୍ରସ ଭୁବନେଶ୍ୱର, ୨୪/୦୫/୨୦୧୯ (ଓଡ଼ିଶା ସମାଚାର)- ପ୍ରାୟ ୨୦ ଦିନ ତଳେ  ଓଡିଶା ଉପକୁଳରେ ବିଭୀଷିକାର ତାଣ୍ଡବ ରଚିଥିଲା ବାତ୍ୟା ଫନି । ଘର ଦ୍ୱାର,  ବଡ ବଡ ଗଛ, ପନିପରିବା, ପାନ ଚାଷ, ଛତୁ ଚାଷ, ପ୍ରାକୃତିକ ଜଙ୍ଗଲ ଓ ବନ୍ୟଜନ୍ତୁ...
April 25
17:24 2019

ସାଲେପୁର,୨୫/୦୪/୨୦୧୯ (ଓଡ଼ିଶା ସମାଚାର /ଅଭୟ ଜେନା)  : କଟକ ଜିଲ୍ଲାର ସାଲେପୁର ଶିକ୍ଷାମଣ୍ଡଳ ଅଧିନ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ମହାସିଂହପୁର ହାଇସ୍କୁଲର ୧୯୮୨ ବ୍ୟାଚରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କର ବନ୍ଧୁ ମିଳନ ଉସôବ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଉମେଶ ଚନ୍ଦ୍ର ଚାନ୍ଦ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ୩୭ ବର୍ଷ ବ୍ୟବଧାନ ଭିତରେ ଏହି ବ୍ୟାଚର ଛାତ୍ରଛାତ୍ରୀମାନେ ରାଜ୍ୟ ଓ ଜାତୀୟ ସ୍ତରରେ ବିଭିନ୍ନ ପଦ ପଦବୀରେ ରହି ପ୍ରତିଷ୍ଠା ଅର୍ଜନ କରିଥିବା ବେଳେ ଏହି ବନ୍ଧୁମିଳନ ଉସôବରେ ସେହି ବ୍ୟାଚର ସଂଖ୍ୟାଧିକ ଛାତ୍ରଛାତ୍ରୀ ଯୋଗଦେଇ ପରସ୍ପର ମଧ୍ୟରେ ଭାବର ଆଦାନ ପ୍ରଦାନ କରି ସୁଖ ଦୁଃଖ ବାି ଥିଲେ । ସଭା ପ୍ରାରମ୍ଭରେ ଦିବଂଗତ ଶିକ୍ଷକ ଓ ଦିବଂଗତ ଛାତ୍ରଛାତ୍ରୀଙ୍କ ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା । ଏହି ବନ୍ଧୁମିଳନ ଅବସରରେ ବିଦ୍ୟାଳୟରେ ଆସନ୍ତା ବର୍ଷ ସୁବର୍ଣ୍ଣ ଜୟନ୍ତୀ ପାଳନ କରାଯିବାକୁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । କାର୍ଯ୍ୟକ୍ରମର ସଂଯୋଜକ କବି ଚନ୍ଦ୍ରମଣି ଭୂୟାଁ ସ୍ୱାଗତ ଭାଷଣ ଓ ପରିଚୟ ପ୍ରଦାନ କରିଥିଲେ । ପୁରାତନ ଶିକ୍ଷକ ନିରୂପମା ସାମଲ , ଅକ୍ଷୟ କୁମାର ପୁହାଣ, ବିପିନ୍ ବିହାରୀ ସ୍ୱାଇଁ, ସୁଷମା ସାହୁ ଯୋଗଦେଇ ବକ୍ତବ୍ୟ ରଖିଥିଲେ । କାର୍ଯ୍ୟକ୍ରମକୁ ତୁଷାରକାନ୍ତ ମହାନ୍ତି, ଅକ୍ଷୟ ପ୍ରସାଦ ବିଶ୍ୱାଳ, ଉମେଶ ଚନ୍ଦ୍ର ସାହୁ, ରାଜକିଶୋର ନାୟକ, କୈଳାସ ସ୍ୱାଇଁ, ରମାକାନ୍ତ ଦାଶ, ଦେବେନ୍ଦ୍ର ପରିଡ଼ା, ଶରତ ଜେନା, ଦାମୋଦର ବେହେରା, ସୂର୍ଯ୍ୟକାନ୍ତ ପଣ୍ଡା, ପ୍ରତିମା ସାହୁ, ଚାରୁଲତା ଭୂୟାଁ ପ୍ରମୁଖ ପରିଚାଳନା କରିଥିବା ବେଳେ ପୁରାତନ ଛାତ୍ର  ଶୁକଦେବ ଭୋଇ ଧନ୍ୟବାଦ ପ୍ରଦାନ କରିଥିଲେ । ଓଡ଼ିଶା ସମାଚାର

 

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment