ଓଡ଼ିଶା ସମାଚାର

ରଘୁନାଥପୁର ବ୍ଲକ୍ ରେ ଆଖୁଚାଷୀ ଙ୍କ ବୈଠକ

 Breaking News
  • ପଥର ବୋଝେଇ ଟ୍ରକକୁ ଧକ୍କା ଦେଲା ବୋଲେରୋ, ଜଣେ ମୃତ କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଏକ ପଥର ବୋଝେଇ ଟ୍ରକକୁ ଦ୍ରୁତଗାମୀ ବୋଲେରୋ ଧକ୍କା ଦେବାରୁ ଘଟଣାସ୍ଥଳରେ ଜଣେ ନାବାଳକର ମୃତ୍ୟୁ ହୋଇଯାଇଥିବା ଜଣା ପଡିଛି । ଘଟଣାରୁ ପ୍ରକାଶ ରାଜନଗର ଥାନା ରାଜରାଜଶ୍ୱେରପୁର ଗ୍ରାମର ରବିନ୍ଦ୍ର ମାଝିଙ୍କ ପୁଅ ବିଶ୍ୱଜିତ ମାଝି (୧୫)...
  • ଜିଲ୍ଲାକୁ ଗୌରବାନ୍ୱିତ କଲେ ସମୀକ୍ଷା ଓ ଶାନ୍ତ୍ୱନା କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଚଳିତ ମାଟ୍ରିକ ପରୀକ୍ଷାର ଫଳ ମଙ୍ଗଳବାର ଦିନ ପ୍ରକାଶିତ ହୋଇଛି । ଏଥିରେ ୨ ଜଣ ଛାତ୍ରୀ ଜିଲ୍ଲାରେ ସର୍ବୋଚ୍ଚ ନମ୍ବର ରଖି ଜିଲ୍ଲାକୁ ଗୌରବାନ୍ୱିତ କରିଥିବା ଜଣାପଡିଛି । ପୌରାଂଚଳ ଅନ୍ତର୍ଗତ ଭାରତୀ ବିଦ୍ୟା ମନ୍ଦିରର ଛାତ୍ରୀ...
  • ମାଟ୍ରିକ ପରୀକ୍ଷା ଫଳ ରାଜ୍ୟରେ ୭୨.୩୫ ପ୍ରତିଶତ ହୋଇଥିବା ବେଳେ ଜିଲ୍ଲାରେ ୭୨.୧୧ପ୍ରତିଶତ କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଚଳିତବର୍ଷ ମାଟ୍ରିକ ପରୀକ୍ଷା ଫଳ ରାଜ୍ୟରେ ୭୨.୩୫ ପ୍ରତିଶତ ହୋଇଥିବା ବେଳେ ଜିଲ୍ଲାରେ ୭୨.୧୧ ପ୍ରତିଶତ ହୋଇଛି । ରାଜ୍ୟରେ ଚଳିତ ବର୍ଷ ରେଗୁଲାର ପରୀକ୍ଷାର୍ଥୀ ୫ଲକ୍ଷ ୪୫ହଜାର ୩୬୨ ଫର୍ମ ପୁରଣ କରିଥିବା ବେଳେ ସେଥିରୁ ୯ହଜାର...
  • ପ୍ଲଟିଂ ଜମି ବ୍ୟବସାୟ ପାଇଁ ସରକାରୀ ଗୋଚର ଜମିକୁ ପୋତାଯାଉଛି କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ପ୍ଲଟିଂ  ଜମି ବ୍ୟବସାୟ ନିମନ୍ତେ ଏକ ସରକାରୀ ଗୋଚର କିଷମ ଜମିକୁ ମାଟି ପକାଯାଇ ପୋତାଯାଉଥିବା ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଯେ କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ତହସିଲ ଅନ୍ତର୍ଗତ ପଂଚାଣପୁର ମୈାଜାର ଖାତା ନମ୍ବର ୯୧...
  • ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ପ୍ରସ୍ତୁତି ବୈଠକ କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସମ୍ମିଳନୀ ଗୃହରେ ଆଜି ପୂର୍ବାହ୍ନରେ ଆଗାମୀ ବର୍ଷା ଋତୁରେ ସମ୍ଭାବ୍ୟ ବନ୍ୟା ଓ ବାତ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ...
April 24
21:23 2019

Tarpur Photo 24 April Aakhu Chasiତାରପୁର, ୨୪/୦୪/୨୦୧୯ (ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ଅଂଚଳର ଆଖୁ ଚାଷୀମାନେ ଏକ ସାମ୍ବାଦିକ ସମ୍ମିଳନୀ ଡ଼ାକି ସେମାନଙ୍କ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।  ସ୍ଥାନୀୟ ନୁଆମଙ୍ଗା ଠାରେ ଆୟୋଜିତ ଏହି ସମ୍ମିଳନୀରେ  ନେତୃତ୍ୱ ନେଇଥିବା ପ୍ରଶାନ୍ତ କୁମାର ରାୟ  ଆଖୁଟନ୍ ପିଛା ୩୫ଶହ କରିବା ପାଇଁ  ସରକାରଙ୍କ ନିକଟରେ ଦାବି କରିଛନ୍ତି ।  ନଚେତ ସମସ୍ତ ଚାଷୀ ଆଖୁ ଫସଲ ବନ୍ଦ କରିବା ପାଇଁ ସୂଚାଇଛନ୍ତି ।  ସେମାନଙ୍କ କହିବା କଥା ହେଲା  ଡ଼ିଜେଲ, ସାର , କିଟନାଶକ ଔଷଧ , ମଜୁରୀ ଓ ଟ୍ରାନ୍ସପୋଟେସନ୍  ମୂଲ୍ୟ ଆଶାତିତ ଭାବେ ବୃଦ୍ଧି ପାଇଛି ।  ବର୍ତମାନର ଟନ୍ ପିଛା ରେଟ୍ ୨୫ ଶହ ଟଙ୍କାରେ ବିକ୍ରୟ କରି ଚାଷୀ ପ୍ରଭୁତ କ୍ଷତି ସହୁଛି ।  ଶକ୍ତି ସୁଗାର ମାଧ୍ୟମରେ  ବ୍ୟାଙ୍କରୁ ଋଣ ଆଣି ଆଖୁ ଚାଷ କରିଥାନ୍ତି । ଆଖୁ ଦେବାର ୪ମାସ ପରେ  ଚାଷୀଙ୍କୁ ପ୍ରାପ୍ୟ ମିଳିବା  ଏବଂ କମ୍ପାନୀ ପକ୍ଷରୁ ବ୍ୟାଙ୍କ ଋଣ ପୈଠ କରାଯାଇଥାଏ ।  ଅବଶିଷ୍ଟ ବଳକା ଅର୍ଥରେ  ଚାଷୀ ନିଜର ପରିବାର ଚଳାଇବା କଷ୍ଟସାଧ୍ୟ ହୋଇ ପଡ଼ୁଛି ।  ବାରମ୍ବାର ଆଖୁ ରେଟ ବୃଦ୍ଧି କରିବା ପାଇଁ  ଚାଷୀମାନଙ୍କ ପକ୍ଷରୁ ଦାବି ହୋଇ ଆସୁଥିଲେ ସୁଦ୍ଧା  ସରକାର ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି । ଏହି ବ୍ଲକ୍ ଅଂଚଳରେ ହଜାର ଏକରରୁ ଅଧିକ ଜମିରେ ଆଖୁ ଚାଷ କରାଯାଉଥିବାବେଳେ  ଧିଣେ ଧିରେ ଚାଷୀମାନେ ଆଖୁ ଚାଷ ପ୍ରତି ବିମୁଖ ହୋଇପଡ଼ୁଛନ୍ତି ।  ଯଦି ସରକାର ଏଥିପ୍ରତି ଧ୍ୟାନ ନଦିଅନ୍ତି ତେବେ ସେମାନେ ଚାଷ ବନ୍ଦ କରିଦେବ ବୋଲି ସୂଚାଇ ଦେଇଛନ୍ତି ।  ଫଳରେ ବେକାରୀ ସମସ୍ୟା ବୃଦ୍ଧି ପାଇବା ସହିତ  ଶକ୍ତି ସୁଗାର ପକ୍ଷରୁ ଗୋଟିଏ ପ୍ଲା ଥିବା ଏବଂ ଅନେକ ସମୟରେ ଏହା ମେକାନିକାଲ ଡ଼ିଫେକ୍ୟ ସହିତ  ପ୍ଲା ବନ୍ଦ ରହୁଥିବାରୁ ଚାଷୀମାନେ ମଧ୍ୟ କ୍ଷତି ସହୂଛନ୍ତି ।  ଆଖୁର ଟନ ପିଛା ମୂଲ୍ୟ ବୃଦ୍ଧି ସହ ଅଧିକ ସଂଖ୍ୟାରେ ପ୍ଲା ବସାଇବା ପାଇଁ ଚାଷୀ ପବିତ୍ର ମୋହନ ନାୟକ, ସମ୍ଭୁନାଥ ସ୍ୱାଇଁ, ଲକ୍ଷବଚ୍ଚ ବେହେରା, ସମୟ ସ୍ୱାଇଁ,  ହେମନ୍ତ ନାୟକ, ବଚିତ୍ର ସ୍ୱାଇଁ, କମଳାକାନ୍ତ ସ୍ୱାଇଁ, ଗୋପାଳ ଚନ୍ଦ୍ର ସ୍ୱାଇଁ, ପ୍ରମୋଦ କୁମାର ମହାନ୍ତି , ସୁବାସ ଚନ୍ଦ୍ର ନାୟକ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି ।  ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment