ଓଡ଼ିଶା ସମାଚାର

ବେଦାନ୍ତ ଲିମିଟେଡ୍ ପକ୍ଷରୁ ନକ୍ ଆଉଟ୍ କ୍ରିକେଟ୍ ଟୁର୍ଣ୍ଣାମେଂଟ୍-୨୦୧୯ ଲାଞ୍ଜିଗଡରେ ଆୟୋଜିତ

 Breaking News
  • ପଥର ବୋଝେଇ ଟ୍ରକକୁ ଧକ୍କା ଦେଲା ବୋଲେରୋ, ଜଣେ ମୃତ କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଏକ ପଥର ବୋଝେଇ ଟ୍ରକକୁ ଦ୍ରୁତଗାମୀ ବୋଲେରୋ ଧକ୍କା ଦେବାରୁ ଘଟଣାସ୍ଥଳରେ ଜଣେ ନାବାଳକର ମୃତ୍ୟୁ ହୋଇଯାଇଥିବା ଜଣା ପଡିଛି । ଘଟଣାରୁ ପ୍ରକାଶ ରାଜନଗର ଥାନା ରାଜରାଜଶ୍ୱେରପୁର ଗ୍ରାମର ରବିନ୍ଦ୍ର ମାଝିଙ୍କ ପୁଅ ବିଶ୍ୱଜିତ ମାଝି (୧୫)...
  • ଜିଲ୍ଲାକୁ ଗୌରବାନ୍ୱିତ କଲେ ସମୀକ୍ଷା ଓ ଶାନ୍ତ୍ୱନା କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଚଳିତ ମାଟ୍ରିକ ପରୀକ୍ଷାର ଫଳ ମଙ୍ଗଳବାର ଦିନ ପ୍ରକାଶିତ ହୋଇଛି । ଏଥିରେ ୨ ଜଣ ଛାତ୍ରୀ ଜିଲ୍ଲାରେ ସର୍ବୋଚ୍ଚ ନମ୍ବର ରଖି ଜିଲ୍ଲାକୁ ଗୌରବାନ୍ୱିତ କରିଥିବା ଜଣାପଡିଛି । ପୌରାଂଚଳ ଅନ୍ତର୍ଗତ ଭାରତୀ ବିଦ୍ୟା ମନ୍ଦିରର ଛାତ୍ରୀ...
  • ମାଟ୍ରିକ ପରୀକ୍ଷା ଫଳ ରାଜ୍ୟରେ ୭୨.୩୫ ପ୍ରତିଶତ ହୋଇଥିବା ବେଳେ ଜିଲ୍ଲାରେ ୭୨.୧୧ପ୍ରତିଶତ କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଚଳିତବର୍ଷ ମାଟ୍ରିକ ପରୀକ୍ଷା ଫଳ ରାଜ୍ୟରେ ୭୨.୩୫ ପ୍ରତିଶତ ହୋଇଥିବା ବେଳେ ଜିଲ୍ଲାରେ ୭୨.୧୧ ପ୍ରତିଶତ ହୋଇଛି । ରାଜ୍ୟରେ ଚଳିତ ବର୍ଷ ରେଗୁଲାର ପରୀକ୍ଷାର୍ଥୀ ୫ଲକ୍ଷ ୪୫ହଜାର ୩୬୨ ଫର୍ମ ପୁରଣ କରିଥିବା ବେଳେ ସେଥିରୁ ୯ହଜାର...
  • ପ୍ଲଟିଂ ଜମି ବ୍ୟବସାୟ ପାଇଁ ସରକାରୀ ଗୋଚର ଜମିକୁ ପୋତାଯାଉଛି କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ପ୍ଲଟିଂ  ଜମି ବ୍ୟବସାୟ ନିମନ୍ତେ ଏକ ସରକାରୀ ଗୋଚର କିଷମ ଜମିକୁ ମାଟି ପକାଯାଇ ପୋତାଯାଉଥିବା ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଯେ କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ତହସିଲ ଅନ୍ତର୍ଗତ ପଂଚାଣପୁର ମୈାଜାର ଖାତା ନମ୍ବର ୯୧...
  • ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ପ୍ରସ୍ତୁତି ବୈଠକ କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସମ୍ମିଳନୀ ଗୃହରେ ଆଜି ପୂର୍ବାହ୍ନରେ ଆଗାମୀ ବର୍ଷା ଋତୁରେ ସମ୍ଭାବ୍ୟ ବନ୍ୟା ଓ ବାତ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ...
April 24
16:08 2019

Vedantaଲାଞ୍ଜିଗଡ଼, ୨୪/୦୪/୨୦୧୯ (ଓଡ଼ିଶା ସମାଚାର)-ବେଦାନ୍ତ ଏନ୍ଭିଏନ୍ କଲୋନୀ ଗୋଲଡେନ୍ ସ୍ପୋର୍ଟସ୍ କ୍ଲବ୍ ପକ୍ଷରୁ ବେଦାନ୍ତ ଲିମିଟେଡ୍ ଲାଞ୍ଜିଗଡ଼ ୟୁନିଟ୍ ସହଯୋଗରେ  ବାର୍ଷକ ୨୫ ଦିନିଆ ନକ୍ ଆଉଟ୍ କ୍ରିକେଟ୍ ଟୁର୍ଣ୍ଣାମେଂଟ୍-୨୦୧୯ ଆୟୋଜିତ ହୋଇଯାଇଛି ।  ଏହାର ଶେଷ ମ୍ୟାଚ୍ରେ ବସନ୍ତ ପଡ଼ା ବିଶ୍ୱନାଥ ପଡ଼ାକୁ ୬ ୱିକେଟ୍ ରେ ହରାଇ ବିଜୟୀ ହୋଇଛି । ଏହା ବେଦାନ୍ତ ନଗର ପ୍ଲେଗ୍ରାଉଣ୍ଡରେ ୨୫ ମାର୍ଚ୍ଚ ଠାରୁ ଆରମ୍ଭ ହୋଇ ଏପ୍ରିଲ୍ ୧୪ରେ ଶେଷ ହୋଇଥିଲା । ଏଥିରେ ୩୨ଟି ଟିମ୍ ୧୨ ଓଭର ବିଶିଷ୍ଟ ଆନ୍ତଃଗ୍ରାମ ଟୁର୍ଣ୍ଣାମେଂଟ୍ରେ ଅଂଶଗ୍ରହଣ କରିଥିଲେ । ଏହାର ଆରମ୍ଭରେ ବେଦାନ୍ତ ଏନ୍ଭିଏନ୍ କଲୋନୀ ଏବଂ ବେଦାନ୍ତ ଟାଉନ୍ ଶିପ୍ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍ ଖେଳାଯାଇଥିଲା । ଏଥିରେ ବେଦାନ୍ତ ଟାଉନଶିପ୍ ବିଜୟୀ ହୋଇଥିଲା ।

ଶେଷ ମ୍ୟାଚ୍ରେ ବସନ୍ତପଡ଼ା ୪ ୱିକେଟ ହରାଇ ୯୫ ରନ୍ କରିଥିବାବେଳେ ବିଶ୍ୱନାଥପଡ଼ା ୯୪ ରନ୍ରେ ଅଲ୍ ଆଉଟ୍ ହୋଇଯାଇଥିଲା । ଏଥିରେ ୨୨ ବଲ୍ରେ ଶଙ୍କର ସର୍ବାଧିକ ୪୩ ରନ୍ କରିବାକୁ ସକ୍ଷମ ହୋଇଥିଲେ । ସେହିପରି ନବୀନ କୁମାର ୩ ୱିକେଟ ନେଇ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ହୋଇଥିଲେ । ଅଞ୍ଜିବ୍ ଶ୍ରେଷ୍ଠ ବୋଲର ହୋଇଥିଲେ । ଭୁତେଶ୍ୱର ହରି ଶ୍ରେଷ୍ଠ ଫିଲଡର ପୁରସ୍କାର ହାସଲ କରିଥିଲେ । ଅଜିତ୍ କୁମାର ପାତ୍ର ଶେଷ୍ଠ ୱିକେଟ କିପର ହୋଇଥିଲେ । ରାମ ଚନ୍ଦ୍ର ଗୌଡ଼ ସର୍ବାଧିକ ଛକା ମାରିଥିଲେ । ସେହିପରି ନବୀନ କୁମାର ନାଇକ୍ ମ୍ୟାନ୍୍୍ ଅଫ୍ ଦି ଟୁର୍ଣ୍ଣାମେଂଟ୍ ପୁରସ୍କାର ହାସଲ କରିଥିଲେ ।

ଏହି ଅବସରରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ବେଦାନ୍ତ ଲିମିଟେଡ୍ ଲାଞ୍ଜିଗଡ଼ର ସିଓଓ ରାକେଶ ମୋହନ କହିଲେ, “ ଆମେ ସ୍ଥାନୀୟ ବାସିନ୍ଦାଙ୍କ ବିକାଶ ପାଇଁ କାର୍ଯ୍ୟ ଜାରି ରଖିଛୁ ।  ସେମି ଫାଇନାଲ୍ ମ୍ୟାଚ୍ ବେଶ୍ ଚିତାକର୍ଷକ ଥିଲା । ଏହା ଖେଳାଳିଙ୍କ ସ୍ପୋର୍ଟସ୍ମ୍ୟାନ୍ଶିପ୍କୁ ଉଦ୍ଜୀବିତ କରି ପାରିଥିଲା । ଆମେ ଏଭଳି କାର୍ଯ୍ୟ ଦ୍ୱାରା କମୁ୍ୟନିଟି ବିକାଶକୁ ତ୍ୱରାନ୍ୱିତ କରୁଛୁ ।”

ଏହି ବାର୍ଷିକ ନକ୍ ଆଉଟ୍ ଟୁର୍ଣ୍ଣାମେଂଟ୍ ଗୋଲଡେନ୍ ସ୍ପୋର୍ଟସ୍ କ୍ଲବ୍ ଦ୍ୱାରା ଆୟୋଜିତ  ହୋଇଥିଲା । ବେଦାନ୍ତ ଏନଭିଏନ୍ କଲୋନୀର ପବିତ୍ର ମାଝି, ରଘୁ ପାଣି, ଦୁଷ୍ମନ୍ତ ପ୍ରଧାନୀ, ରବି ମାଝି, ଜାଗି ପାଣି, ସୁପାରି ମାଝି, ଜିତେନ୍ଦ୍ର ମାଝି, ଶତ୍ରୁଘ୍ନ, ପାଟରା ମାଝି, ସୁମେଶ୍ ମାଝି, ରବି ଦଣ୍ଡସେଣା, ହରି ମାଝି, ବାସୁଦେବ ମାଝି, ପୁଙ୍ଗରୀ, କରୁଣା ସାହୁ ପ୍ରମୁଖ ଉଲ୍ଲେଖନୀୟ କାର୍ଯ୍ୟ ସମ୍ପାଦିତ କରିଥିଲେ ।

ଏଥିରେ ଅଂଶଗ୍ରହଣ କରିଥିବା ଟିମ୍ ମଧ୍ୟରେ ଗୋଲଡେନ୍ ସ୍ପୋର୍ଟସ୍ କ୍ଲବ୍,କୋଟରଗୁଡ଼ା, ଚମ୍ପାଦେଈପୁର, ବସନ୍ତପଡ଼ା, ଆମ୍ବାଡୋଳା, ଚଟିକୋଣା, ହରେକୃଷ୍ଣପୁର, ରାୟଗଡ଼ା,କମାରଡ଼ା, ଛତ୍ରପୁର, ସିଙ୍ଗପୁର, ଡାକୁଳଗୁଡ଼ା, ସରଦେଈପୁର, ଗୋପିନାଥପୁର, ବିଷମ କଟକ, ମୁନିଗୁଡ଼ା, ଲାଞ୍ଜିଗଡ଼, ଏନଭିଏନ୍,ରେେଙ୍ଗାପାଲି, ମେରିଙ୍ଗ, ରମଚନ୍ଦ୍ରପୁର, ଜଗନ୍ନାଥପୁର, ସୀତାପୁର, ବିଜେପୁର,ପାତ୍ରଗୁଡ଼ା, ବିଶ୍ୱନାଥପୁର, ଲାଞ୍ଜିଗଡ଼ ରୋଡ୍, ବାଟେଲିମା, ରିଲିଭିଙ୍ଗ ଷ୍ଟାର, ଦି ଗ୍ରେଟ୍ ଭାତଗୁଡ଼ା ଏବଂ ବେଦାନ୍ତ ଟାଉନଶିପ୍ ଆଦି ଟିମ୍ ଅଂଶଗ୍ରହଣ କରିଥିଲେ । ଓଡ଼ିଶା ସମାଚାର

 

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment