ଓଡ଼ିଶା ସମାଚାର

ଅଳକା ମହାବିଦ୍ୟାଳୟର ୨୮ତମ ବାର୍ଷିକ ପୁରସ୍କାର ବିତରଣ ଉସôବ

 Breaking News
  • ପଥର ବୋଝେଇ ଟ୍ରକକୁ ଧକ୍କା ଦେଲା ବୋଲେରୋ, ଜଣେ ମୃତ କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଏକ ପଥର ବୋଝେଇ ଟ୍ରକକୁ ଦ୍ରୁତଗାମୀ ବୋଲେରୋ ଧକ୍କା ଦେବାରୁ ଘଟଣାସ୍ଥଳରେ ଜଣେ ନାବାଳକର ମୃତ୍ୟୁ ହୋଇଯାଇଥିବା ଜଣା ପଡିଛି । ଘଟଣାରୁ ପ୍ରକାଶ ରାଜନଗର ଥାନା ରାଜରାଜଶ୍ୱେରପୁର ଗ୍ରାମର ରବିନ୍ଦ୍ର ମାଝିଙ୍କ ପୁଅ ବିଶ୍ୱଜିତ ମାଝି (୧୫)...
  • ଜିଲ୍ଲାକୁ ଗୌରବାନ୍ୱିତ କଲେ ସମୀକ୍ଷା ଓ ଶାନ୍ତ୍ୱନା କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଚଳିତ ମାଟ୍ରିକ ପରୀକ୍ଷାର ଫଳ ମଙ୍ଗଳବାର ଦିନ ପ୍ରକାଶିତ ହୋଇଛି । ଏଥିରେ ୨ ଜଣ ଛାତ୍ରୀ ଜିଲ୍ଲାରେ ସର୍ବୋଚ୍ଚ ନମ୍ବର ରଖି ଜିଲ୍ଲାକୁ ଗୌରବାନ୍ୱିତ କରିଥିବା ଜଣାପଡିଛି । ପୌରାଂଚଳ ଅନ୍ତର୍ଗତ ଭାରତୀ ବିଦ୍ୟା ମନ୍ଦିରର ଛାତ୍ରୀ...
  • ମାଟ୍ରିକ ପରୀକ୍ଷା ଫଳ ରାଜ୍ୟରେ ୭୨.୩୫ ପ୍ରତିଶତ ହୋଇଥିବା ବେଳେ ଜିଲ୍ଲାରେ ୭୨.୧୧ପ୍ରତିଶତ କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଚଳିତବର୍ଷ ମାଟ୍ରିକ ପରୀକ୍ଷା ଫଳ ରାଜ୍ୟରେ ୭୨.୩୫ ପ୍ରତିଶତ ହୋଇଥିବା ବେଳେ ଜିଲ୍ଲାରେ ୭୨.୧୧ ପ୍ରତିଶତ ହୋଇଛି । ରାଜ୍ୟରେ ଚଳିତ ବର୍ଷ ରେଗୁଲାର ପରୀକ୍ଷାର୍ଥୀ ୫ଲକ୍ଷ ୪୫ହଜାର ୩୬୨ ଫର୍ମ ପୁରଣ କରିଥିବା ବେଳେ ସେଥିରୁ ୯ହଜାର...
  • ପ୍ଲଟିଂ ଜମି ବ୍ୟବସାୟ ପାଇଁ ସରକାରୀ ଗୋଚର ଜମିକୁ ପୋତାଯାଉଛି କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ପ୍ଲଟିଂ  ଜମି ବ୍ୟବସାୟ ନିମନ୍ତେ ଏକ ସରକାରୀ ଗୋଚର କିଷମ ଜମିକୁ ମାଟି ପକାଯାଇ ପୋତାଯାଉଥିବା ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଯେ କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ତହସିଲ ଅନ୍ତର୍ଗତ ପଂଚାଣପୁର ମୈାଜାର ଖାତା ନମ୍ବର ୯୧...
  • ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ପ୍ରସ୍ତୁତି ବୈଠକ କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସମ୍ମିଳନୀ ଗୃହରେ ଆଜି ପୂର୍ବାହ୍ନରେ ଆଗାମୀ ବର୍ଷା ଋତୁରେ ସମ୍ଭାବ୍ୟ ବନ୍ୟା ଓ ବାତ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ...
ଅଳକା ମହାବିଦ୍ୟାଳୟର ୨୮ତମ ବାର୍ଷିକ ପୁରସ୍କାର ବିତରଣ ଉସôବ
April 23
17:22 2019

               ସାମ୍ପ୍ରତିକ ସମୟରେ ଭଲ ମଣିଷର ଆବଶ୍ୟକତା ରହିଛି
ବିରିଡି, ୨୩/୦୪/୨୦୧୯ (ଓଡ଼ିଶା ସମାଚାର)-ବିରିଡ଼ି ବ୍ଲକ ଅନ୍ତର୍ଗତ ଅନନ୍ତବଟ ସ୍ଥିତ ଅଳକା ମହାବିଦ୍ୟାଳୟର ୨୮ତମ ବାର୍ଷିକ ପୁରସ୍କାର ବିତରଣୀ ଉସôବ ସୋମବାର ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ବନମାଳୀ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉସôବରେ ମହାବିଦ୍ୟାଳୟର ପୂର୍ବତନ ଭାରପ୍ରାପ୍ତ ଅଧ୍ୟକ୍ଷ ତଥା ସିନେତାରକା ପ୍ରଦୁ୍ୟମ୍ନ କୁମାର ଲେଙ୍କା ମୁଖ୍ୟ ଅତିଥି, ଅବସରପ୍ରାପ୍ତ ପ୍ରାଧ୍ୟାପକ ତଥା ସାହିତି୍ୟକ ପ୍ରାଧ୍ୟାପକ ଡ. ଶ୍ରୀଚରଣ ଦାସ ମୁଖ୍ୟବକ୍ତା, ଅବସରପ୍ରାପ୍ତ ଇଂରାଜୀ ପ୍ରାଧ୍ୟାପକ ଲକ୍ଷ୍ମୀଧର କର, ରାଜନୀତି ବିଜ୍ଞାନ ବିଭାଗର ମୁଖ୍ୟ ପ୍ରଶାନ୍ତ କିଶୋର ପରିଡା ପ୍ରମୁଖ ସମ୍ମାନିତ ଅତିଥି ଭାବେ କହିଥିଲେ, ଶିକ୍ଷା ମୁକ୍ତିର ମାର୍ଗ ପ୍ରଦର୍ଶନ କରେ । ଆଜିର ଶିକ୍ଷା ବ୍ୟବସ୍ଥା ବିର୍ଯ୍ୟସ୍ତ । ଭାରତ ବର୍ଷରେ ଯେଉଁ ଶିକ୍ଷା ଥିଲା ତାହାର ଅବକ୍ଷୟ ଘଟିଛି । ଭାରତବର୍ଷରେ ଗୁରୁ ଶିଷ୍ୟ ପରମ୍ପରା ହ୍ରାସ ପାଇ ଯାଉଛି । ସାମ୍ପ୍ରତିକ ସମୟରେ ଭଲ ମଣିଷର ଆବଶ୍ୟକତା ରହିଛି । ଏଣୁ ଛାତ୍ରୀଛାତ୍ରମାନେ ମନ୍ଦିର ରୂପକ ମହାବିଦ୍ୟାଳୟରେ ଅଧ୍ୟୟନ କରି ଭଲ ମଶିଷ ହେବା ପାଇଁ ମତବ୍ୟକ୍ତ କରିଥିଲେ ।
କ୍ରୀଡା ସଂସଦର ଉପସଭାପତି ଡ. ଜ୍ୟୋତିରଞ୍ଜନ ସାମନ୍ତରାୟ ଅତିଥିମାନଙ୍କ ପରିଚୟ ପ୍ରଦାନ ଓ ସ୍ୱାଗତ ଭାଷଣ ଦେଇଥିଲେ । ଅଧ୍ୟାପିକା ସଲୀଳା ଦାସ, ଜଲି ପଟ୍ଟନାୟକ, ଅଧ୍ୟାପକ ଅଶୋକ କୁମାର ଲେଙ୍କା, କ୍ରୀଡା ଉପସଭାପତି ଅଧ୍ୟାପକ ସୌମ୍ୟରଞ୍ଜନ ପଣ୍ଡା, କ୍ରୀଡା ଶିକ୍ଷକ ସଞ୍ଜିବ ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ପ୍ରାରମ୍ଭରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଦେଶାତ୍ମବୋଧକ ସଙ୍ଗୀତ ଗାନ କରାଯାଇଥିଲା । ଛାତ୍ରୀ ପ୍ରଜ୍ଞାପାରମିତା ଓ ଦେବସ୍ମିତା ଲେଙ୍କା ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିବାବେଳେ ଛାତ୍ରଛାତ୍ରୀମାନେ ସମ୍ବଲପୁରୀ ନୃତ୍ୟ ଓ ଗ୍ରୁପଡ୍ୟାନ୍ସ ପରିବେଷଣ କରିଥିଲେ । ଏହି ଅବସରରେ କୃତୀତ୍ୱ ହାସଲ କରିଥିବା ମହାବିଦ୍ୟାଳୟର କୃତୀ ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ପ୍ରମାଣପତ୍ର ସହ ପୁରସ୍କାର ପ୍ରଦାନ କରିଥିଲେ । ପ୍ରାଧ୍ୟାପକ ବିଶ୍ୱଜିତ ରାୟ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment