ଓଡ଼ିଶା ସମାଚାର

ଦ୍ୱିତୀୟ ତେନ୍ତୁଳିକୋଳି ପ୍ରିମିୟର ଲିଗ ଉଦଯାପିତ – ବଜରଙ୍ଗୀ ବ୍ଲାକ ପାନ୍ଥର୍ସ ଟିିଏଲ ଚମ୍ପିଆନ

 Breaking News
  • ପଥର ବୋଝେଇ ଟ୍ରକକୁ ଧକ୍କା ଦେଲା ବୋଲେରୋ, ଜଣେ ମୃତ କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଏକ ପଥର ବୋଝେଇ ଟ୍ରକକୁ ଦ୍ରୁତଗାମୀ ବୋଲେରୋ ଧକ୍କା ଦେବାରୁ ଘଟଣାସ୍ଥଳରେ ଜଣେ ନାବାଳକର ମୃତ୍ୟୁ ହୋଇଯାଇଥିବା ଜଣା ପଡିଛି । ଘଟଣାରୁ ପ୍ରକାଶ ରାଜନଗର ଥାନା ରାଜରାଜଶ୍ୱେରପୁର ଗ୍ରାମର ରବିନ୍ଦ୍ର ମାଝିଙ୍କ ପୁଅ ବିଶ୍ୱଜିତ ମାଝି (୧୫)...
  • ଜିଲ୍ଲାକୁ ଗୌରବାନ୍ୱିତ କଲେ ସମୀକ୍ଷା ଓ ଶାନ୍ତ୍ୱନା କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଚଳିତ ମାଟ୍ରିକ ପରୀକ୍ଷାର ଫଳ ମଙ୍ଗଳବାର ଦିନ ପ୍ରକାଶିତ ହୋଇଛି । ଏଥିରେ ୨ ଜଣ ଛାତ୍ରୀ ଜିଲ୍ଲାରେ ସର୍ବୋଚ୍ଚ ନମ୍ବର ରଖି ଜିଲ୍ଲାକୁ ଗୌରବାନ୍ୱିତ କରିଥିବା ଜଣାପଡିଛି । ପୌରାଂଚଳ ଅନ୍ତର୍ଗତ ଭାରତୀ ବିଦ୍ୟା ମନ୍ଦିରର ଛାତ୍ରୀ...
  • ମାଟ୍ରିକ ପରୀକ୍ଷା ଫଳ ରାଜ୍ୟରେ ୭୨.୩୫ ପ୍ରତିଶତ ହୋଇଥିବା ବେଳେ ଜିଲ୍ଲାରେ ୭୨.୧୧ପ୍ରତିଶତ କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଚଳିତବର୍ଷ ମାଟ୍ରିକ ପରୀକ୍ଷା ଫଳ ରାଜ୍ୟରେ ୭୨.୩୫ ପ୍ରତିଶତ ହୋଇଥିବା ବେଳେ ଜିଲ୍ଲାରେ ୭୨.୧୧ ପ୍ରତିଶତ ହୋଇଛି । ରାଜ୍ୟରେ ଚଳିତ ବର୍ଷ ରେଗୁଲାର ପରୀକ୍ଷାର୍ଥୀ ୫ଲକ୍ଷ ୪୫ହଜାର ୩୬୨ ଫର୍ମ ପୁରଣ କରିଥିବା ବେଳେ ସେଥିରୁ ୯ହଜାର...
  • ପ୍ଲଟିଂ ଜମି ବ୍ୟବସାୟ ପାଇଁ ସରକାରୀ ଗୋଚର ଜମିକୁ ପୋତାଯାଉଛି କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ପ୍ଲଟିଂ  ଜମି ବ୍ୟବସାୟ ନିମନ୍ତେ ଏକ ସରକାରୀ ଗୋଚର କିଷମ ଜମିକୁ ମାଟି ପକାଯାଇ ପୋତାଯାଉଥିବା ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଯେ କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ତହସିଲ ଅନ୍ତର୍ଗତ ପଂଚାଣପୁର ମୈାଜାର ଖାତା ନମ୍ବର ୯୧...
  • ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ପ୍ରସ୍ତୁତି ବୈଠକ କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସମ୍ମିଳନୀ ଗୃହରେ ଆଜି ପୂର୍ବାହ୍ନରେ ଆଗାମୀ ବର୍ଷା ଋତୁରେ ସମ୍ଭାବ୍ୟ ବନ୍ୟା ଓ ବାତ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ...
ଦ୍ୱିତୀୟ ତେନ୍ତୁଳିକୋଳି ପ୍ରିମିୟର ଲିଗ ଉଦଯାପିତ – ବଜରଙ୍ଗୀ ବ୍ଲାକ ପାନ୍ଥର୍ସ ଟିିଏଲ ଚମ୍ପିଆନ
April 23
17:03 2019

ରାଜକନିକା, ୨୩/୦୪/୨୦୧୯ (ଓଡ଼ିଶା ସମାଚାର)-କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ
ତ୍ରୈଲୋକ୍ୟପୁର ପଂଚାୟତ ତେନ୍ତୁଳିକୋଳି ଗ୍ରାମରେ ଚାଲିଥିବା ଦ୍ୱିତୀୟ ତେନ୍ତୁଳିକୋଳି ପ୍ରିମିୟର ଲିଗ (ଟିପିଏଲ) ଉଦଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚରେ ଅଧିନାୟକ କଳିଙ୍ଗ ସ୍ୱାଇଁଙ୍କ ନେତୃତ୍ୱରେ ବଜରଙ୍ଗୀ ବ୍ଲାକ ପାନ୍ଥର୍ସ ପ୍ରତିପକ୍ଷ ଭୋଳାନାଥ ବୁଲ୍ସକୁ ୪ ରନ ରେ ପରାସ୍ତ କରି ଚମ୍ପିଆନ ହୋଇଛି । ବଜରଙ୍ଗୀ ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇଥିଲା । ଏହି ଦଳ ନିର୍ଦ୍ଧାରିତ ୮ ଓଭର ରେ ୬ ୱିକେଟ ହରାଇ ୬୯ ରନ କରିଥିଲା । ଜବାବରେ ଭୋଳାନାଥ ଦଳ ୫ ୱିକେଟ ହରାଇ ୬୬ ରନ କରିଥିଲା । ହ୍ୟାଟ୍ରିକ୍ ସହ ଉନ୍ନତ ବୋଲିଂ କରିଥିବା ରାକେଶ ରାଉତ ଫାଇନାଲ ମ୍ୟାଚ ର ଶ୍ରେଷ୍ଠ ଖେଳାଳି ଓ ପବିତ୍ର ରାଉତ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ । ଦେବାଶିଷ ବେହେରା, ଚିତରଞ୍ଜନ ବେହେରା, ପ୍ରତାପ ବେହେରା, ସାଇରଞ୍ଜନ ବିଶ୍ୱାଳ, ପତିତପାବନ ନାୟକ, ବାବାଜୀ ସେଠୀ ପ୍ରମୁଖ ଅମ୍ପାୟାର ଦାୟିତ୍ୱ ତୁଲାଇଥିଲେ । ଗତ ୧୮ ତାରିଖରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତାରେ ମା’ ବୁଢ଼ି କନକେଇ ସୁପର କିଙ୍ଗସ, ବଜରଙ୍ଗୀ ବ୍ଲାକ
ପାନ୍ଥର୍ସ, ଭୋଳାନାଥ ବୁଲ୍ସ ଓ ମା’ ତାରିଣୀ ସୁପର ଜ୍ୟାନ୍ଟସ ଭାଗ ନେଇଥିଲେ । ପୁରସ୍କାର ବିତରଣ ଉତ୍ସବରେ ଶିକ୍ଷକ ବୀରେନ୍ଦ୍ର ରାଉତ, ସମାଜସେବୀ ପଦ୍ମଲୋଚନ ରାଉତ, କୃଷକ ନେତା ଦାମୋଦର ଧଳ, ପ୍ରଧାନ ଶିକ୍ଷକ ରଜତ କୁମାର ନାୟକ, ସମାଜସେବୀ କ୍ଷିରୋଦ ସ୍ୱାଇଁ ପ୍ରମୁଖ ଅତିଥି ଭାବେ ବିଜେତା ଓ ଉପବିଜେତା ଦଳକୁ ପୁରସ୍କୃତ କରିଥିଲେ । ଅଭିଷେକ ସ୍ୱାଇଁଙ୍କ ତତ୍ୱାବଧାନରେ ଆୟୋଜିତ ପ୍ରତିଯୋଗିତାରେ ସତ୍ୟପ୍ରକାଶ ନାୟକ, ରାକେଶ ନାୟକ, ଅକ୍ଳେଶ ନାୟକ, ଶୁଭେନ ସେଠୀ, ପବିତ୍ର ବିଶ୍ୱାଳ, ନବକିଶୋର ନାୟକ, ଶିବସୁନ୍ଦର ସ୍ୱାଇଁ, ମାନସ ସାମଲ ପ୍ରମୁଖ ସହଯୋଗ କରିଥିଲେ । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment