ଓଡ଼ିଶା ସମାଚାର

ଏସବିଆଇ ପକ୍ଷରୁ ରାଷ୍ଟ୍ରୀୟ ଅଗ୍ନି ସୁରକ୍ଷା ସପ୍ତାହ ପାଳିତ

 Breaking News
  • ପଥର ବୋଝେଇ ଟ୍ରକକୁ ଧକ୍କା ଦେଲା ବୋଲେରୋ, ଜଣେ ମୃତ କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଏକ ପଥର ବୋଝେଇ ଟ୍ରକକୁ ଦ୍ରୁତଗାମୀ ବୋଲେରୋ ଧକ୍କା ଦେବାରୁ ଘଟଣାସ୍ଥଳରେ ଜଣେ ନାବାଳକର ମୃତ୍ୟୁ ହୋଇଯାଇଥିବା ଜଣା ପଡିଛି । ଘଟଣାରୁ ପ୍ରକାଶ ରାଜନଗର ଥାନା ରାଜରାଜଶ୍ୱେରପୁର ଗ୍ରାମର ରବିନ୍ଦ୍ର ମାଝିଙ୍କ ପୁଅ ବିଶ୍ୱଜିତ ମାଝି (୧୫)...
  • ଜିଲ୍ଲାକୁ ଗୌରବାନ୍ୱିତ କଲେ ସମୀକ୍ଷା ଓ ଶାନ୍ତ୍ୱନା କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଚଳିତ ମାଟ୍ରିକ ପରୀକ୍ଷାର ଫଳ ମଙ୍ଗଳବାର ଦିନ ପ୍ରକାଶିତ ହୋଇଛି । ଏଥିରେ ୨ ଜଣ ଛାତ୍ରୀ ଜିଲ୍ଲାରେ ସର୍ବୋଚ୍ଚ ନମ୍ବର ରଖି ଜିଲ୍ଲାକୁ ଗୌରବାନ୍ୱିତ କରିଥିବା ଜଣାପଡିଛି । ପୌରାଂଚଳ ଅନ୍ତର୍ଗତ ଭାରତୀ ବିଦ୍ୟା ମନ୍ଦିରର ଛାତ୍ରୀ...
  • ମାଟ୍ରିକ ପରୀକ୍ଷା ଫଳ ରାଜ୍ୟରେ ୭୨.୩୫ ପ୍ରତିଶତ ହୋଇଥିବା ବେଳେ ଜିଲ୍ଲାରେ ୭୨.୧୧ପ୍ରତିଶତ କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଚଳିତବର୍ଷ ମାଟ୍ରିକ ପରୀକ୍ଷା ଫଳ ରାଜ୍ୟରେ ୭୨.୩୫ ପ୍ରତିଶତ ହୋଇଥିବା ବେଳେ ଜିଲ୍ଲାରେ ୭୨.୧୧ ପ୍ରତିଶତ ହୋଇଛି । ରାଜ୍ୟରେ ଚଳିତ ବର୍ଷ ରେଗୁଲାର ପରୀକ୍ଷାର୍ଥୀ ୫ଲକ୍ଷ ୪୫ହଜାର ୩୬୨ ଫର୍ମ ପୁରଣ କରିଥିବା ବେଳେ ସେଥିରୁ ୯ହଜାର...
  • ପ୍ଲଟିଂ ଜମି ବ୍ୟବସାୟ ପାଇଁ ସରକାରୀ ଗୋଚର ଜମିକୁ ପୋତାଯାଉଛି କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ପ୍ଲଟିଂ  ଜମି ବ୍ୟବସାୟ ନିମନ୍ତେ ଏକ ସରକାରୀ ଗୋଚର କିଷମ ଜମିକୁ ମାଟି ପକାଯାଇ ପୋତାଯାଉଥିବା ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଯେ କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ତହସିଲ ଅନ୍ତର୍ଗତ ପଂଚାଣପୁର ମୈାଜାର ଖାତା ନମ୍ବର ୯୧...
  • ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ପ୍ରସ୍ତୁତି ବୈଠକ କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସମ୍ମିଳନୀ ଗୃହରେ ଆଜି ପୂର୍ବାହ୍ନରେ ଆଗାମୀ ବର୍ଷା ଋତୁରେ ସମ୍ଭାବ୍ୟ ବନ୍ୟା ଓ ବାତ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ...
ଏସବିଆଇ ପକ୍ଷରୁ ରାଷ୍ଟ୍ରୀୟ ଅଗ୍ନି ସୁରକ୍ଷା ସପ୍ତାହ ପାଳିତ
April 23
09:10 2019

ଭୁବନେଶ୍ୱର, ୨୩/୦୪/୨୦୧୯ (ଓଡ଼ିଶା ସମାଚାର)-ଭାରତୀୟ ଷ୍ଟେଟ ବ୍ୟାଙ୍କ ସ୍ଥାନୀୟ ପ୍ରଧାନ କାର୍ଯ୍ୟାଳୟ, ଭୁବନେଶ୍ୱର ତରଫରୁ ଅପ୍ରେଲ ୨୦ ତାରିଖ ଦିନ ଅପରାହ୍ଣ ୪ ଘଟିକା ସମୟରେ ଏକ ଫାୟାର ଡ୍ରିଲ ଆୟୋଜିତ ହୋଇଯାଇଛି । ‘ରାଷ୍ଟ୍ରୀୟ ଅଗ୍ନି ସୁରକ୍ଷା ସପ୍ତାହ’ ଅବସରରେ ଶ୍ରୀ ଦେବୀ ଶଙ୍କର ମିଶ୍ରା, ମହାପ୍ରନ୍ଧକ, ଭାରତୀୟ ଷ୍ଟେଟ ବ୍ୟାଙ୍କ, ସମସ୍ତ ବରିଷ୍ଠ ଅଧିକାରୀଗଣ ଏବଂ ଷ୍ଟାଫ ସଦସ୍ୟ ଏହି କାର୍ଯ୍ୟକ୍ରମରେ ଭାଗନେଇଥିଲେ । ଶ୍ରୀ ବେଦ ପ୍ରକାଶ ଶତପଥି, ସହାୟକ ମହାପ୍ରବନ୍ଧକ(ଅଗ୍ନି ସୁରକ୍ଷା) ଏହି ଡ୍ରିଲର ପରିଚାଳନା କରିଥିଲେ । ଉକ୍ତ ଡ୍ରିଲ ହାଇରାଇଜ ବିଲଡିଙ୍ଗରେ ନିଆଁ ଲାଗିଲେ କିପରି ଭାବରେ ଲୋକମାନଙ୍କୁ ସୁରକ୍ଷିତ ବାହାର କରାଯାଇପାରିବ ଏବଂ ନିଆଁକୁ ନିୟନ୍ତ୍ରଣ କରାଯିବ ତାହାର ଏହି ଡ୍ରିଲ ଓଡିଶା ଅଗ୍ନିଶମ ସେବା ବିଭାଗ ତରଫରୁ ଆୟୋଜନ କରାଯାଇଥିଲା । ଏଥିରେ ଓଡିଶା ଅଗ୍ନିଶମ ସେବା ବିଭାଗ ତରଫରୁ ରମେଶ ଚନ୍ଦ୍ର ମାଝୀ ଏବଂ ଶ୍ରୀ ସରୋଜ କୁମାର ବେହେରା ଏହାର ପରିଚାଳନା କରିଥିଲେ । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment