ଗରଦପୁର ରେ ଜଗନ୍ନାଥ ପରିକ୍ରମା ରଥ ର ଶୁଭାରମ୍ଭ

ଗରଦପୁର, ୦୬/୦୧/୨୦୨ ୪ (ଓଡ଼ିଶା ସମାଚାର)- ଆଜି ଗରଦପୁର ବ୍ଲକ ଅନ୍ତର୍ଗତ ଗରଦପୁର ପଂଚାୟତ ଦ୍ବାରା ଗରଦପୁର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଓଡିଶା ସରକାରଙ୍କ ଜଗନ୍ନାଥ ପରିକ୍ରମା ରଥ ର ଶୁଭାରମ୍ଭ କରାଯାଇଛି । ଏହି କାର୍ୟ୍ୟକ୍ରମରେ ଗରଦପୁର ବ୍ଲକ ଅଧ୍ୟକ୍ଷ ଅଭୟ କୁମାର ମହାରାଜ , ବିଡ଼ିଓ ପ୍ରଦୁମ୍ନ କୁମାର ନାୟକ , ଗରଦପୁର ସରପଞ୍ଚ ପ୍ରତିନିଧି ରମାକାନ୍ତ ବେହେରା, ଗରଦପୁର ବ୍ଲକ ଆତ୍ମା ଅଧ୍ୟକ୍ଷ ବାସୁଦେବ ବେହେରା , ମିଶନ ଶକ୍ତି ଓ ସଙ୍କୀର୍ତ୍ତନ ମଣ୍ଡଳୀ ପ୍ରମୁଖ ଯୋଗଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କୁ କୃତଜ୍ଞତା ଜଣାଇବା ସହ ଅକ୍ଷତ ଚାଉଳ ଓ ଗୋଟାଗୁଆ ପ୍ରତ୍ୟେକ ଜଗନ୍ନାଥ ପ୍ରେମି ଙ୍କ ଠାରୁ ଶ୍ରୀ ମହାରାଜ ସଂଗ୍ରହ କରିଥିଲେ ।

ଶତାଧିକ ଶ୍ରଦ୍ଧାଳୁ ଯୋଗଦାନ କରି ପରିକ୍ରମା ରଥକୁ ପାଛୋଟି ନେଇଥିଲେ ।

Leave a Reply

Your email address will not be published. Required fields are marked *