ଓଡ଼ିଶା ସମାଚାର

ସ୍ୱାସ୍ଥ୍ୟ କେନ୍ଦ୍ର ସ୍ଥାପନ ନ ହେଲେ ଆନ୍ଦୋଲନ ଚେତାବନୀ

 Breaking News
  • ପଥର ବୋଝେଇ ଟ୍ରକକୁ ଧକ୍କା ଦେଲା ବୋଲେରୋ, ଜଣେ ମୃତ କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଏକ ପଥର ବୋଝେଇ ଟ୍ରକକୁ ଦ୍ରୁତଗାମୀ ବୋଲେରୋ ଧକ୍କା ଦେବାରୁ ଘଟଣାସ୍ଥଳରେ ଜଣେ ନାବାଳକର ମୃତ୍ୟୁ ହୋଇଯାଇଥିବା ଜଣା ପଡିଛି । ଘଟଣାରୁ ପ୍ରକାଶ ରାଜନଗର ଥାନା ରାଜରାଜଶ୍ୱେରପୁର ଗ୍ରାମର ରବିନ୍ଦ୍ର ମାଝିଙ୍କ ପୁଅ ବିଶ୍ୱଜିତ ମାଝି (୧୫)...
  • ଜିଲ୍ଲାକୁ ଗୌରବାନ୍ୱିତ କଲେ ସମୀକ୍ଷା ଓ ଶାନ୍ତ୍ୱନା କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଚଳିତ ମାଟ୍ରିକ ପରୀକ୍ଷାର ଫଳ ମଙ୍ଗଳବାର ଦିନ ପ୍ରକାଶିତ ହୋଇଛି । ଏଥିରେ ୨ ଜଣ ଛାତ୍ରୀ ଜିଲ୍ଲାରେ ସର୍ବୋଚ୍ଚ ନମ୍ବର ରଖି ଜିଲ୍ଲାକୁ ଗୌରବାନ୍ୱିତ କରିଥିବା ଜଣାପଡିଛି । ପୌରାଂଚଳ ଅନ୍ତର୍ଗତ ଭାରତୀ ବିଦ୍ୟା ମନ୍ଦିରର ଛାତ୍ରୀ...
  • ମାଟ୍ରିକ ପରୀକ୍ଷା ଫଳ ରାଜ୍ୟରେ ୭୨.୩୫ ପ୍ରତିଶତ ହୋଇଥିବା ବେଳେ ଜିଲ୍ଲାରେ ୭୨.୧୧ପ୍ରତିଶତ କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଚଳିତବର୍ଷ ମାଟ୍ରିକ ପରୀକ୍ଷା ଫଳ ରାଜ୍ୟରେ ୭୨.୩୫ ପ୍ରତିଶତ ହୋଇଥିବା ବେଳେ ଜିଲ୍ଲାରେ ୭୨.୧୧ ପ୍ରତିଶତ ହୋଇଛି । ରାଜ୍ୟରେ ଚଳିତ ବର୍ଷ ରେଗୁଲାର ପରୀକ୍ଷାର୍ଥୀ ୫ଲକ୍ଷ ୪୫ହଜାର ୩୬୨ ଫର୍ମ ପୁରଣ କରିଥିବା ବେଳେ ସେଥିରୁ ୯ହଜାର...
  • ପ୍ଲଟିଂ ଜମି ବ୍ୟବସାୟ ପାଇଁ ସରକାରୀ ଗୋଚର ଜମିକୁ ପୋତାଯାଉଛି କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ପ୍ଲଟିଂ  ଜମି ବ୍ୟବସାୟ ନିମନ୍ତେ ଏକ ସରକାରୀ ଗୋଚର କିଷମ ଜମିକୁ ମାଟି ପକାଯାଇ ପୋତାଯାଉଥିବା ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଯେ କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ତହସିଲ ଅନ୍ତର୍ଗତ ପଂଚାଣପୁର ମୈାଜାର ଖାତା ନମ୍ବର ୯୧...
  • ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ପ୍ରସ୍ତୁତି ବୈଠକ କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସମ୍ମିଳନୀ ଗୃହରେ ଆଜି ପୂର୍ବାହ୍ନରେ ଆଗାମୀ ବର୍ଷା ଋତୁରେ ସମ୍ଭାବ୍ୟ ବନ୍ୟା ଓ ବାତ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ...
April 21
17:33 2019

 ବେଙ୍ଗାମୁଣ୍ଡା, ୨୧/୦୪/୨୦୧୯ (ଓଡ଼ିଶା ସମାଚାର)-ବଲାଙ୍ଗିର ଜିଲା ବେଙ୍ଗାମୁଣ୍ଡା ବ୍ଲକ ର କପିଲାଭଟା ପଂଚାୟତ ରେ ଏକ ନୂତନ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ଥାପନ ନ କଲେ ଆଗାମୀ ଦିନ ରେ ଅଂଚଲବାସି ଙ୍କ ପକ୍ଷରୁ ଆନ୍ଦୋଲନ ଚେତାବନୀ ଦେଇଛନ୍ତିି । ବିଭିନ୍ନ ସମୟ ରେ ପଂଚାୟତ ସମିତି ବୈଠକ,ଜିଲା ପରିଷଦ ବୈଠକ ରେ ମଧ୍ୟ ଉପସ୍ଥାପନ କରାଯାଇଥିବା ମଧ୍ୟ ଜଣାପଡିଛି । କେନ୍ଦ୍ର ଓ ରାଜ୍ୟ ସରକାର ଗ୍ରାମାଂଚଲ ରେ ଶିକ୍ଷା,ସ୍ୱାସ୍ଥ୍ୟ ,ଗମନାଗମନ ଓ ଜଲ ସେଚନ କୁ ପ୍ରଧାନ୍ୟ ଦେଉଥିବା ନେଇ କୋଟି କୋଟି ଟଙ୍କା ବିନିଯୋଗ କରୁଥିବାବେଲେ ଜିଲା ର ସୀମାନ୍ତବର୍ୀ ଅଂଚଲ ଗୁଡିକ ରେ ସ୍ୱାସ୍ଥ୍ୟ ଅବସ୍ଥା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି । ବଲାଙ୍ଗିର ଜିଲା ବେଙ୍ଗାମୁଣ୍ଡା ବ୍ଲକ ର ଏକ ସୀମାନ୍ତବର୍ତୀ କପିଲାଭଟା ପଂଚାୟତ ଅଟେ । କପିଲାଭଟା ଗ୍ରାମପଂଚାୟତ କୁ ଲାଗି ଅନ୍ୟ ୪ ଟି ପଂଚାୟତ ରହିଛି । ୪ ପଂଚାୟତ ର ପ୍ରାୟ ୫୦ ହଜାର ଲୋକ ଙ୍କ ସ୍ୱାସ୍ଥ୍ୟ ସେବା ପାଇଁ କୌଣସି ସୁବିଧା ନାହିଁ । ଏହି ଅଂଚଳ ର ସ୍ୱାସ୍ଥ୍ୟ ସମସ୍ୟା କୁ ନେଇ ଅନେକ ଥର ନେତା,ମନ୍ତ୍ରୀ,ପ୍ରଶାସନ୍ଖଳ ଅଧିକାରୀ ମାନଙ୍କ ଠାରେ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କେହି ଧ୍ୟାନ ଦେଉନାହାନ୍ତି । ସ୍ଥାନୀୟ ଅଂଚଲ ଜନସାଧାରଣ ଏଠାରୁ ସିନ୍ଧେକେଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ୨୨ କି.ମି ପଡିଥିବା  ବେଲେ ରୋଗୀ ମାନେ ନୂଆପଡା ଜିଲା ଖଡିଆଳ ଡାକ୍ତରଖାନା ରେ ଚିକିତ୍ସିତ ହେଉଥିବା ଜଣାପଡିଛି । ବର୍ଷା ଦିନେ ଏହି ଅଂଚଲ ର ଲୋକ ମାନେ ବିଭିନ୍ନ ରୋଗ ରେ ଆକ୍ରାନ୍ତ ହୋଇ ମୃତ୍ୟୁ ମୁଖ ରେ ପଡୁଥିବା ମଧ୍ୟ ନଜର କୁ ଆସିଛି । ଏପରିକି ଗୁରୁତର ଅବସ୍ଥା ରେ ସିନ୍ଧେକେଲା ୨୨ କି.ମି ନୋବକୁ ହେଲେ ଅର୍ଥ ସାଜିଥାଏ ବାଧକ ଏଣୁ କରି ନୂଆପଡା ଜିଲା ଉପରେ ନିର୍ଭର କରିଥାନ୍ତି ।ଏହି ଅଂଚଲ ର ଲୋକ ମାନେ ଚାଷୀ ମୂଲିଆ ଶ୍ରେଣୀ ର ହୋଇଥିବାରୁ ଦୂର ଦୁରାନ୍ତ କୁ ଚିକିତ୍ସା ପାଇଁ ଯାଇ ପାରୁ ନାହାନ୍ତି । ଏହି ଅଂଚଲ ରେ କୌଣସି ପ୍ରକାର ଏକ ସ୍ୱାସ୍ଥ୍ୟ କେନ୍ଦ୍ର ଟିଏ ନଥିବାରୁ ସାଧାରଣ ରେ ରୋଗୀ ମାନେ ବିଭିନ୍ନ ରୋଗ ରେ ଆକ୍ରାନ୍ତ ହୋଇ ମୃତ୍ୟୁ ମୁଖ କୁ ଯାଉଥିବା ନଜର କୁ ଆସିଛି । ୪ ଗୋଟି ପଂଚାୟତ ର ୫୦ ହଜାର ଜନସାଧାରଣ ଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା କୁ ଗୁରୁତର ସହ ବିଚାର କରି ସରକାର ତୁରନ୍ତ କପିଲାଭଟା ଠାରେ ନୂତନ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ଥାପନ କରା ନ ଗଲେ ଆଗାମୀ ଦିନ ରେ ବିରାଟ ଜନ ଆନ୍ଦୋଲନ କରାଯିବ ବୋଲି ଅଂଚଳବାସୀ ମାନେ ଚେତାବନୀ ଦେଇଛନ୍ତି । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment