ଓଡ଼ିଶା ସମାଚାର

ସଂରକ୍ଷଣ ସୁବିଧା ଚାଷୀ ଙ୍କୁ ମିଲିବ କେବେ ? ଅଭାବି ବିକ୍ରି ରେ ପିଆଜ ଚାଷୀ

 Breaking News
  • ପଥର ବୋଝେଇ ଟ୍ରକକୁ ଧକ୍କା ଦେଲା ବୋଲେରୋ, ଜଣେ ମୃତ କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଏକ ପଥର ବୋଝେଇ ଟ୍ରକକୁ ଦ୍ରୁତଗାମୀ ବୋଲେରୋ ଧକ୍କା ଦେବାରୁ ଘଟଣାସ୍ଥଳରେ ଜଣେ ନାବାଳକର ମୃତ୍ୟୁ ହୋଇଯାଇଥିବା ଜଣା ପଡିଛି । ଘଟଣାରୁ ପ୍ରକାଶ ରାଜନଗର ଥାନା ରାଜରାଜଶ୍ୱେରପୁର ଗ୍ରାମର ରବିନ୍ଦ୍ର ମାଝିଙ୍କ ପୁଅ ବିଶ୍ୱଜିତ ମାଝି (୧୫)...
  • ଜିଲ୍ଲାକୁ ଗୌରବାନ୍ୱିତ କଲେ ସମୀକ୍ଷା ଓ ଶାନ୍ତ୍ୱନା କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଚଳିତ ମାଟ୍ରିକ ପରୀକ୍ଷାର ଫଳ ମଙ୍ଗଳବାର ଦିନ ପ୍ରକାଶିତ ହୋଇଛି । ଏଥିରେ ୨ ଜଣ ଛାତ୍ରୀ ଜିଲ୍ଲାରେ ସର୍ବୋଚ୍ଚ ନମ୍ବର ରଖି ଜିଲ୍ଲାକୁ ଗୌରବାନ୍ୱିତ କରିଥିବା ଜଣାପଡିଛି । ପୌରାଂଚଳ ଅନ୍ତର୍ଗତ ଭାରତୀ ବିଦ୍ୟା ମନ୍ଦିରର ଛାତ୍ରୀ...
  • ମାଟ୍ରିକ ପରୀକ୍ଷା ଫଳ ରାଜ୍ୟରେ ୭୨.୩୫ ପ୍ରତିଶତ ହୋଇଥିବା ବେଳେ ଜିଲ୍ଲାରେ ୭୨.୧୧ପ୍ରତିଶତ କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଚଳିତବର୍ଷ ମାଟ୍ରିକ ପରୀକ୍ଷା ଫଳ ରାଜ୍ୟରେ ୭୨.୩୫ ପ୍ରତିଶତ ହୋଇଥିବା ବେଳେ ଜିଲ୍ଲାରେ ୭୨.୧୧ ପ୍ରତିଶତ ହୋଇଛି । ରାଜ୍ୟରେ ଚଳିତ ବର୍ଷ ରେଗୁଲାର ପରୀକ୍ଷାର୍ଥୀ ୫ଲକ୍ଷ ୪୫ହଜାର ୩୬୨ ଫର୍ମ ପୁରଣ କରିଥିବା ବେଳେ ସେଥିରୁ ୯ହଜାର...
  • ପ୍ଲଟିଂ ଜମି ବ୍ୟବସାୟ ପାଇଁ ସରକାରୀ ଗୋଚର ଜମିକୁ ପୋତାଯାଉଛି କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ପ୍ଲଟିଂ  ଜମି ବ୍ୟବସାୟ ନିମନ୍ତେ ଏକ ସରକାରୀ ଗୋଚର କିଷମ ଜମିକୁ ମାଟି ପକାଯାଇ ପୋତାଯାଉଥିବା ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଯେ କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ତହସିଲ ଅନ୍ତର୍ଗତ ପଂଚାଣପୁର ମୈାଜାର ଖାତା ନମ୍ବର ୯୧...
  • ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ପ୍ରସ୍ତୁତି ବୈଠକ କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସମ୍ମିଳନୀ ଗୃହରେ ଆଜି ପୂର୍ବାହ୍ନରେ ଆଗାମୀ ବର୍ଷା ଋତୁରେ ସମ୍ଭାବ୍ୟ ବନ୍ୟା ଓ ବାତ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ...
ସଂରକ୍ଷଣ ସୁବିଧା ଚାଷୀ  ଙ୍କୁ ମିଲିବ କେବେ ?   ଅଭାବି ବିକ୍ରି ରେ ପିଆଜ ଚାଷୀ
April 21
17:23 2019

ବେଙ୍ଗାମୁଣ୍ଡା, ୨୧/୦୪/୨୦୧୯ (ଓଡ଼ିଶା ସମାଚାର)-ଗତ ବର୍ଷ ପିଆଜ ମୂଲ୍ୟ ଅହେତୁକ ବୃଦ୍ଧି ପୂରା ରାଜ୍ୟ ବାସୀ ଙ୍କୁ ସମସ୍ୟା ରେ ପକାଈଦେଇଥିଲା । ସ୍ଥିତି ଏହି ପରି ହୋଇଥିଲା ଯେ,ବହୁ ଲୋକ ଙ୍କ ରୋଷେଇ ଘରେ ପିଆଜ ଦେଖିବାକୁ ମିଲି ନ ଥିଲା । ସରକାର ଏ ପରି ସମସ୍ୟା କୁ ଦୂର କରିବାକୁ ଏକ ପ୍ରକାର ବିଫଳ ହୋଇଥିଲେ । ବାହାର ରାଜ୍ୟ କୁ ପିଆଜ ଆମଦାନୀ କରାଯାଇଥିଲେ ମଧ୍ୟ ଏହା ଦର ବୃଦ୍ଧି ରୋକିବାରେ ଏକ ପ୍ରକାର ବିଫଳ ହୋଇଥିଲା । ଏହା ସତ୍ୱେ ସରକାର ଙ୍କ ର ଚେତା ପଶିଲା ପରି ମନେ ହେଉନାହିଁ । ରାଜ୍ୟ ର ଯେଉଁ କିଛି ଅଂଚଲ ରେ ପିଆଜ ଚାଷ ହେଉଛି ,ସେଠାରେ ବଜାର ସୁବିଧା ଅଭାବ ,ମଣ୍ଡି ଖୋଲି ନଯିବା ,ଶୀତଲ ଭଣ୍ଡାର ବ୍ୟବସ୍ଥା କରାଯାଉ ନଥିବାରୁ ଚାଷୀ ମାନେ ଏବେ କଷ୍ଟ ପାର୍ଜିତ  ଫସଳ କମ୍ ମୂଲ୍ୟ ରେ ଅସାଧୁ ବ୍ୟବସାୟୀ ମାନଙ୍କୁ ବିକ୍ରି କରିବା ପାଇଁ ବାଧ୍ୟ ହେଉଛନ୍ତି । ଏପରି ସ୍ଥିତି ରେ ପିଆଜ ଚାଷୀ ମାନେ ଚିନ୍ତା ରେ ଥିବା ଦେଖିବାକୁ ମିଲିଛି ବଲାଙ୍ଗିର ଜିଲା ବେଙ୍ଗାମୁଣ୍ଡା ବ୍ଲକ ଅଂଚଲ ରେ । ଅମଲ ପିଆଜ ବିକ୍ରି ର ସୁବିଧା ନ ଥିବାବେଲେ ଶୀତଲ ଭଣ୍ଡାର ଅଭାବ କୁ ନେଇ ଅଂଚଲ ରେ ଚାଷୀ ମାନେ ଏବେ ସଙ୍କଟ ରେ ପଡିଯାଇଥିବା ଅଭିଯୋଗ ହେଉଛି । ଅମଲ ହେବାର ୨ ସପ୍ତାହ   ବିତି ଯାଇଥିଲେ ମଧ୍ୟ ସଂରକ୍ଷଣ ସୁବିଧା ନ ଥିବାରୁ ଅଦିନିଆଁ ବର୍ଷା  ଆଶଙ୍କା ରେ ଅମଲ ପିଆଜ କୁ କମ୍ ଦର ରେ ବେପାରୀ ଙ୍କ ହାତ କୁ ଟେକି ଦେଉଥିବା ଚାଷୀ ମାନେ ଅଭିଯୋଗ କରିଛନ୍ତି । onion Photo (3)ଏବେ ବଜାର ରେ ପିଆଜ କୁଇଂଟାଲ ପ୍ରତି ୨ ହଜାର ଟଙ୍କା ଦର ରେ ବିକ୍ରି ହେଉଥିବା ବେଲେ ଏଠାରେ  ୬ ଶହ ଟଙ୍କା ମୂଲ୍ୟ ରେ ବିକ୍ରି କରାଯାଉଛି । ଏହି ପରିସ୍ଥିତି ରେ ଧାର ଉଧାର କରି ଚାଷ କରି ଚାଷୀ ଏବେ  ରୁଣ ପରିଶୋଧ କରିବା ଚିନ୍ତା ରେ ପଡିଯାଇଛି । ବଲାଙ୍ଗିର ଜିଲା ବେଙ୍ଗାମୁଣ୍ଡା ବ୍ଲକ ଅଂଚଲ ର ୨୬ଗୋଟି ପଂଚାୟତ ଅଧିନସ୍ଥ ଚଲିତ ବର୍ଷ ୧ହଜାର ରୁ ଉଦ୍ଧ୍ୱର୍ ଏକର ଜମି ରେ ପିଆଜ ଚାଷକରାଯାଇଛି । ଜଳ ଅମଳ ପ୍ରକଲ୍ପ ନଥିବାରୁ  ଚାଷ ଜମି କୁ ଜଲାଶୟ ରୁ ଟେଣାଁ ପାଟି ଓ ପମ୍ପ ରେ ପାଣି ପୁହଂଚିଲେ ଚାଶୀ ମାନେ ଧାର ଉଧାର କରି ଚାଷୀ ମାନେ ସାର କିଣି ଚାଷ କରିଥିଲେ । ଗତ ବର୍ଷ ପିଆଜ ଚଢା ÿଦର ରେ  ବିକ୍ରି ହେଉଥିବାରୁ ଚଲିତ ବର୍ଷ ଅଧିକ ଲାଭ ଆଶାରେ ଅଂଚଲ ର ଚାଷୀ ମାନେ ଅଧିକ ପରିମାଣ ରେ ପିଆଜ ଚାଷ କରିଥିଲେ । ଅମଲ ବେଲ କୁ ଅଦିନିଆ ବର୍ଷା ରେ କିଛି ମାତ୍ରା ରେ ଚାଷୀ କୁ ଆଶଙ୍କିତ କରିଥିଲେ ମଧ୍ୟ ପାଗ ଅନୂଭୂତ ହୋଇଥିଲା । ହେଲେ କାଲ ବୈଶାଖି ପ୍ରଭାବ ରେ ମଝିରେ ମଝିରେ ହେଉଥିବା ବର୍ଷା ଚାଷୀ କୁ ଅଧିକ ଆଶଙ୍କା ମଧ୍ୟ କୁ ଠେଲି ଦେଉଛି । ଏହି ପରିସ୍ଥିତି କ୍ଷେତ ରେ ଥିବା ଜମି ଓ ଅମଲ କରି ଖଲା କୁ ଆଣିଥିବା ପିଆଜ କୁ କିପରି ସୁରକ୍ଷିତ କରିବେ ସେ ଚିନ୍ତା ରେ ଘାରି ହେଉଛନ୍ତି ଚାଷୀ ।ଅନ୍ୟ ପକ୍ଷେ ଏତେ ପରିମାଣ ଜମି ରେ ପିଆଜ ଚାଷ ହୋଇଥିଲେ ମଧ୍ୟ ବଲାଙ୍ଗିର ଜିଲା ବେଙ୍ଗାମୁଣ୍ଡା ବ୍ଲକ ଅଂଚଲ ରେ ପିଆଜ ଚାଷ ସଂରକ୍ଷଣ ପାଇଁ ସରକାର ଙ୍କ ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଇନାହିଁ ।onion Photo (2) ଏହି ଠାରୁ ୨୫ କି.ମି. ଦୂରେ ଥିବା କଂଟାବାଞ୍ଜି ଠରେ ଥିବା ଆର୍,ଏମ୍,ସି ଶୀତଲ ଭଣ୍ଡାର କୁ ପିଆଜ ନେଇ ରଖିବା ଅଂଚଲ ର ଚାଷୀ ଙ୍କ ପକ୍ଷେ ସମ୍ଭବ ହେଉନାହିଁ । ଫଳରେ ବାଧ୍ୟ ହୋଇ କମ୍ ଦର ରେ ଅସାଧୁ ବ୍ୟବାସାୟୀ ଙ୍କୁ ପିଆଜ ବିକ୍ରି କରିଦେଉଛନ୍ତି । ସ୍ଥାନୀୟ କେତେକ ଙ୍କ ମଧ୍ୟସ୍ତି ଙ୍କ ଜରିଆରେ ପିଆଜ ସଂଗ୍ରହ କରାଯାଇ ଭୂବନେଶ୍ୱର , ବ୍ରହ୍ମପୁର, ପଡୋଶୀ ଛତିଶଗଡ ରାଜ୍ୟ ର ରାୟପୁର ଓ ପଶ୍ଚିମବଙ୍ଗ ରାଜ୍ୟ ର ଖଡଗ ପୁର କୁ ଚାଲାଣ କରାଯାଉଛି । ବେପାରୀ ମାନେ ଏଥିରୁ ଅଧିକ ଲାଭବାନ ହେଉଥିବା ବେଲେ ଅଂଚଲ ରେ ଚାଷୀ ମାନେ ହତାଶ ହେବାକୁ ପଡୁଥିବା ଚାଷୀ ମାନେ ଅଭିଯୋଗ କରିଛନ୍ତି ।ଏହି ବ୍ଲକ ଅଧିନ ରେ କପିଲାଭଟା, କୁଣ୍ଡାବୁଟୁଲା, ଚୁଲିଫୁଙ୍କା ,ଭାଲୁମୁଣ୍ଡା ,ବେଲପଡା, ଯୁରାବନ୍ଧ, ଦେଢଗାଁ, ଚାନ୍ଦୋତରା,ଭାଲୁମୁଣ୍ଡା, ବିରିପାଲି, ବଲଧା ସମେତ ୨୬ ଗୋଟି ପଂଚାୟତ ରେ ଚାଷୀ ମାନେ ବହୁଲ ଭାବେ ଚାଷ କରିଛନ୍ତି । ଜାନୁଆରୀ ଶେଷ ଆଡକୁ କାର୍ଯ୍ୟକ୍ରମ ପ୍ରସ୍ତୁତ କରନ୍ତି । ଫେବୃଆରୀ ମାସ ରେ ସେମାନେ ଜମିରେ ପିଆଜ ମଞ୍ଜି ପହ୍ଲା ପକାଇ ରୋପଣ କଲାପରେ ୩ ମାସ କାଳ କ୍ଷେତ କୁ ପାଣି ଯୋଗାଣ କରିଥାନ୍ତି । ଏପ୍ରିଲ ମାସ ରେ ପିଆଜ ଚାଷ ଅମଲ ହୋଇଥାଏ । ବର୍ଷ କୁ ବର୍ଷ ଚାଷ ର ପରିମାଣ ବଢ଼ିବାରେ ଲାଗିଛି । ହେଲେ ଜଳ ସେଚନ ସୁବିଧା ନ ଥିବାରୁ  ହଇରାଣ ହେବାକୁ ପଡୁଛି ।ଜଳ ସେଚନ ଯୋଗାଇବା ସୁବିଧା ଦେବା ଲାଗି ବାରମ୍ବାର ଦାବି କରାଯାଉଥିଲେ ମଧ୍ୟ ପ୍ରଶାସନ କୌଣସି ପ୍ରକାର ପଦକ୍ଷେପ ନେଇ ନଥିବାରୁ ଚାଷୀ ମହଲ ରେ ଅସନ୍ତୋଷ ପ୍ରକାଶ ପାଇଛି । ପୁନଶ୍ଚ ଶୀତଲ ଭଣ୍ଡାର ବେଙ୍ଗାମୁଣ୍ଡା ଅଂଚଲ ରେ ସ୍ଥାପନ କରାଯିବ ବୋଲି  ନେତା ମନ୍ତ୍ରୀ ବେଙ୍ଗାମୁଣ୍ଡା ବ୍ଲକ ଅଂଚଳ କୁ ଗସ୍ତ ବେଲେ ବିଭିନ୍ନ ସମୟ ରେ ପ୍ରତିଶୃତି ଦିଆସରିଛି ,ହେଲେ ଆଜି ଯାଏଁ କୌଣସି ପଦକ୍ଷେପ ନେଇ ନାହାନ୍ତି ।ଚାଷ ପାଇଁ ବିହନ ସାର,କୋଡୋଖୋଷା ,ହଲ ଲଙ୍ଗଲ ପାଇଁ ଏକର ପିଛା ୧୫ ଶହ ରୁ ଉଦ୍ଧ୍ୱର୍  ଟଙ୍କା ଖର୍ଚ୍ଚ ହେଉଥିବା ବେଲେ ୪୦ ରୁ ୫୦ କୁଇଂଟାଲ ଅମଲ ହୋଇଥାଏ । ବର୍ତମାନ ମୂଲ ମଜୁରୀ ,ସାର ବିହନ ମହଙ୍ଗା ହୋଇଥିବାରୁ ଖର୍ଚ୍ଚ ପରିମାଣ ବଢ଼ି ଚାଲିଛି । ତେବେ ବଜାର ସୁବିଧା ନ ହୋଇ ଥିବାରୁ ଅମଲ ପିଆଜ କୁ ୬ଶହ ରୁ ୮ ଶହ ମଧ୍ୟ ରେ ପିଆଜ ବିକ୍ରି କରିବାକୁ ବାଧ୍ୟ ହେଉଛି ବୋଲି ଅଂଚଲ ର ଚାଷୀ ମାନେ ଅଭିଯୋଗ କରିଛନ୍ତି । ଏ ସଂପର୍କ ରେ ବେଙ୍ଗାମୁଣ୍ଡା ବ୍ଲକ ଉଦ୍ୟାନ ବିଭାଗ ର କର୍ମଚାରୀ ଙ୍କୁ ପଚାରିବାରୁ,ଚାଷୀ ମାନେ ଏଠାରେ ନିଜସ୍ୱ ଖର୍ଚ୍ଚ ରେ ଶୀତଲ ଭଣ୍ଡାର ସ୍ଥାପନ କରିବାକୁ ସମର୍ଥ ହେଉନାହାନ୍ତି । ଯଦି ଚାଷୀ ମାନେ ସମ୍ବଲିତ ଭାବେ ଏଠାରେ ଶୀତଲ ଭଣ୍ଡାର ସ୍ଥାପନ କରି ପାରନ୍ତେ ସରକାର ଖର୍ଚ୍ଚ ଟଙ୍କା କୁ ଭରଣ କରନ୍ତେ । ତେବେ କଂଟାବାଞ୍ଜି ରେ ଥିବା ଶୀତଲ ଭଣ୍ଡାର ରେ ଚାଷୀ ମାନେ ପିଆଜ ଚାଷ ସଂରକ୍ଷିତ ରଖି ପାରିବେ ବୋଲି ସେ ପ୍ରକାଶ କରିଛନ୍ତି । ଏ ନେଇ ଜିଲା ପ୍ରଶାସନ ଦୃଷ୍ଟି ଦେଇ ବିହିତ ପଦକ୍ଷେପ ନେବାକୁ ସାଧାରଣ ରେ ଦାବି ହେଉଛି । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment