ଓଡ଼ିଶା ସମାଚାର

ଧାନମଣ୍ଡିରୁ ତୁରନ୍ତ ଧାନ କିଣିବା ପାଇଁ ସରକାରଙ୍କୁ ଦାବି

 Breaking News
  • ପଥର ବୋଝେଇ ଟ୍ରକକୁ ଧକ୍କା ଦେଲା ବୋଲେରୋ, ଜଣେ ମୃତ କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଏକ ପଥର ବୋଝେଇ ଟ୍ରକକୁ ଦ୍ରୁତଗାମୀ ବୋଲେରୋ ଧକ୍କା ଦେବାରୁ ଘଟଣାସ୍ଥଳରେ ଜଣେ ନାବାଳକର ମୃତ୍ୟୁ ହୋଇଯାଇଥିବା ଜଣା ପଡିଛି । ଘଟଣାରୁ ପ୍ରକାଶ ରାଜନଗର ଥାନା ରାଜରାଜଶ୍ୱେରପୁର ଗ୍ରାମର ରବିନ୍ଦ୍ର ମାଝିଙ୍କ ପୁଅ ବିଶ୍ୱଜିତ ମାଝି (୧୫)...
  • ଜିଲ୍ଲାକୁ ଗୌରବାନ୍ୱିତ କଲେ ସମୀକ୍ଷା ଓ ଶାନ୍ତ୍ୱନା କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଚଳିତ ମାଟ୍ରିକ ପରୀକ୍ଷାର ଫଳ ମଙ୍ଗଳବାର ଦିନ ପ୍ରକାଶିତ ହୋଇଛି । ଏଥିରେ ୨ ଜଣ ଛାତ୍ରୀ ଜିଲ୍ଲାରେ ସର୍ବୋଚ୍ଚ ନମ୍ବର ରଖି ଜିଲ୍ଲାକୁ ଗୌରବାନ୍ୱିତ କରିଥିବା ଜଣାପଡିଛି । ପୌରାଂଚଳ ଅନ୍ତର୍ଗତ ଭାରତୀ ବିଦ୍ୟା ମନ୍ଦିରର ଛାତ୍ରୀ...
  • ମାଟ୍ରିକ ପରୀକ୍ଷା ଫଳ ରାଜ୍ୟରେ ୭୨.୩୫ ପ୍ରତିଶତ ହୋଇଥିବା ବେଳେ ଜିଲ୍ଲାରେ ୭୨.୧୧ପ୍ରତିଶତ କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଚଳିତବର୍ଷ ମାଟ୍ରିକ ପରୀକ୍ଷା ଫଳ ରାଜ୍ୟରେ ୭୨.୩୫ ପ୍ରତିଶତ ହୋଇଥିବା ବେଳେ ଜିଲ୍ଲାରେ ୭୨.୧୧ ପ୍ରତିଶତ ହୋଇଛି । ରାଜ୍ୟରେ ଚଳିତ ବର୍ଷ ରେଗୁଲାର ପରୀକ୍ଷାର୍ଥୀ ୫ଲକ୍ଷ ୪୫ହଜାର ୩୬୨ ଫର୍ମ ପୁରଣ କରିଥିବା ବେଳେ ସେଥିରୁ ୯ହଜାର...
  • ପ୍ଲଟିଂ ଜମି ବ୍ୟବସାୟ ପାଇଁ ସରକାରୀ ଗୋଚର ଜମିକୁ ପୋତାଯାଉଛି କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ପ୍ଲଟିଂ  ଜମି ବ୍ୟବସାୟ ନିମନ୍ତେ ଏକ ସରକାରୀ ଗୋଚର କିଷମ ଜମିକୁ ମାଟି ପକାଯାଇ ପୋତାଯାଉଥିବା ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଯେ କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ତହସିଲ ଅନ୍ତର୍ଗତ ପଂଚାଣପୁର ମୈାଜାର ଖାତା ନମ୍ବର ୯୧...
  • ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ପ୍ରସ୍ତୁତି ବୈଠକ କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସମ୍ମିଳନୀ ଗୃହରେ ଆଜି ପୂର୍ବାହ୍ନରେ ଆଗାମୀ ବର୍ଷା ଋତୁରେ ସମ୍ଭାବ୍ୟ ବନ୍ୟା ଓ ବାତ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ...
April 21
10:22 2019

Dhana

କେନ୍ଦ୍ରାପଡା ୨୧/୦୪/୨୦୧୯ (ଓଡ଼ିଶା ସମାଚାର)-ଚାଷୀମାନଙ୍କ ଧାନ ମଣ୍ଡିରେ ଖରା ବର୍ଷାରେ ପଡିରହି କାକର ଖାଉଛି । ପ୍ରଶାସନର ନିଦ ଭାଙ୍ଗୁନି । କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ଧାନ ମଣ୍ଡିରେ ଚାଷୀମାନଙ୍କର କଷ୍ଟ ଉପାର୍ଜିତ ଧାନ ମାସଧରକ କାଳ ପଡିରହି ଖରା ବର୍ଷ ଓ କାକର ଖାଇ ଧାନ ଅଖା ନଷ୍ଟ ହେବାକୁ ବସିଲାଣି । ହେଲେ ମିଲର ଓ ଯୋଗାଣ ବିଭାଗ ମଧ୍ୟରେ ତାଳମେଳ ରହୁନଥିବାରୁ ଚାଷିମାନେ ଧାନବିକ୍ରୀ କରିପାରି ନାହାନ୍ତି ବା ଋଣ ମଧ୍ୟ ସୁଝିପାରୁ ନାହାନ୍ତି । ସରକାର ଓ ସ୍ଥାନୀୟ ପ୍ରଶାସନ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି । ବିଭିନ୍ନ ସମବାୟ ସମିତିରେ ଧାନ ପକାଇ ଚାଷୀମାନେ ଦିନରାତି ଧାନକୁ ଜଗି ରହିଛନ୍ତି । ଧାନ ଅମଳ କରିବାରେ ଯେତିକି କଷ୍ଟ ସହିଥିଲେ ଧାନ ବିକ୍ରୀ କରିବାରେ ତାଠୁଁ ଅଧିକ କଷ୍ଟ ସହି ସାରିଲେଣି ବୋଲି କେନ୍ଦ୍ରାପଡା ଲୋକସଭା ସାଂସଦ ପ୍ରାର୍ଥୀ ଧରଣୀଧର ନାୟକ  ଦାବି କରିଛନ୍ତି । ଚାଷୀମାନଙ୍କ ଠାରୁ ସମସ୍ତ ଧାନ କିଣିନେବା ପାଇଁ ସରକାର ଡିଣ୍ଡିମ ପିଟୁଥିବା ବେଳେ ମାସାଧିକ କାଳ ମଣ୍ଡିରେ ଧାନ ପଡିରହିବା ଏକ ବ୍ୟତିକ୍ରମ । ଚାଷୀମାନଙ୍କର ଏହି ସମସ୍ୟାର ସମାଧାନ ଯଦି ତୁରନ୍ତ କରାନଯାଏ କିମ୍ବା ସମସ୍ତ ଧାନ କ୍ରୟ କରାନଯାଏ ତେବେ ନିର୍ବାଚନ ସମୟରେ ବି ଚାଷୀମାନେ ଆନ୍ଦୋଳନ କରିବେ ବୋଲି ନିଖିଳ ଉକôଳ ଚାଷୀ ମୂଲିଆ ସଙ୍ଘ(ଆଇ.ଏନ.ଟି.ୟୁ.ସି.)ର ସଭାପତି ଫକିର ଚରଣ ଖଟୁଆ ଓ ସାଧାରଣ ସମ୍ପାଦକ ବିଧୂଭୂଷଣ ମହାପାତ୍ର ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment