ଓଡ଼ିଶା ସମାଚାର

ଓଡିଶାରେ ଉପଲବ୍ଧ ହେଲା ଗ୍ୟାଷ୍ଟ୍ରୋ ରୋଗର ଅତ୍ୟାଧୁନିକ ଚିକିତ୍ସା ସୁବିଧା

 Breaking News
  • ପଥର ବୋଝେଇ ଟ୍ରକକୁ ଧକ୍କା ଦେଲା ବୋଲେରୋ, ଜଣେ ମୃତ କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଏକ ପଥର ବୋଝେଇ ଟ୍ରକକୁ ଦ୍ରୁତଗାମୀ ବୋଲେରୋ ଧକ୍କା ଦେବାରୁ ଘଟଣାସ୍ଥଳରେ ଜଣେ ନାବାଳକର ମୃତ୍ୟୁ ହୋଇଯାଇଥିବା ଜଣା ପଡିଛି । ଘଟଣାରୁ ପ୍ରକାଶ ରାଜନଗର ଥାନା ରାଜରାଜଶ୍ୱେରପୁର ଗ୍ରାମର ରବିନ୍ଦ୍ର ମାଝିଙ୍କ ପୁଅ ବିଶ୍ୱଜିତ ମାଝି (୧୫)...
  • ଜିଲ୍ଲାକୁ ଗୌରବାନ୍ୱିତ କଲେ ସମୀକ୍ଷା ଓ ଶାନ୍ତ୍ୱନା କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଚଳିତ ମାଟ୍ରିକ ପରୀକ୍ଷାର ଫଳ ମଙ୍ଗଳବାର ଦିନ ପ୍ରକାଶିତ ହୋଇଛି । ଏଥିରେ ୨ ଜଣ ଛାତ୍ରୀ ଜିଲ୍ଲାରେ ସର୍ବୋଚ୍ଚ ନମ୍ବର ରଖି ଜିଲ୍ଲାକୁ ଗୌରବାନ୍ୱିତ କରିଥିବା ଜଣାପଡିଛି । ପୌରାଂଚଳ ଅନ୍ତର୍ଗତ ଭାରତୀ ବିଦ୍ୟା ମନ୍ଦିରର ଛାତ୍ରୀ...
  • ମାଟ୍ରିକ ପରୀକ୍ଷା ଫଳ ରାଜ୍ୟରେ ୭୨.୩୫ ପ୍ରତିଶତ ହୋଇଥିବା ବେଳେ ଜିଲ୍ଲାରେ ୭୨.୧୧ପ୍ରତିଶତ କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଚଳିତବର୍ଷ ମାଟ୍ରିକ ପରୀକ୍ଷା ଫଳ ରାଜ୍ୟରେ ୭୨.୩୫ ପ୍ରତିଶତ ହୋଇଥିବା ବେଳେ ଜିଲ୍ଲାରେ ୭୨.୧୧ ପ୍ରତିଶତ ହୋଇଛି । ରାଜ୍ୟରେ ଚଳିତ ବର୍ଷ ରେଗୁଲାର ପରୀକ୍ଷାର୍ଥୀ ୫ଲକ୍ଷ ୪୫ହଜାର ୩୬୨ ଫର୍ମ ପୁରଣ କରିଥିବା ବେଳେ ସେଥିରୁ ୯ହଜାର...
  • ପ୍ଲଟିଂ ଜମି ବ୍ୟବସାୟ ପାଇଁ ସରକାରୀ ଗୋଚର ଜମିକୁ ପୋତାଯାଉଛି କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ପ୍ଲଟିଂ  ଜମି ବ୍ୟବସାୟ ନିମନ୍ତେ ଏକ ସରକାରୀ ଗୋଚର କିଷମ ଜମିକୁ ମାଟି ପକାଯାଇ ପୋତାଯାଉଥିବା ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଯେ କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ତହସିଲ ଅନ୍ତର୍ଗତ ପଂଚାଣପୁର ମୈାଜାର ଖାତା ନମ୍ବର ୯୧...
  • ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ପ୍ରସ୍ତୁତି ବୈଠକ କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସମ୍ମିଳନୀ ଗୃହରେ ଆଜି ପୂର୍ବାହ୍ନରେ ଆଗାମୀ ବର୍ଷା ଋତୁରେ ସମ୍ଭାବ୍ୟ ବନ୍ୟା ଓ ବାତ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ...
ଓଡିଶାରେ ଉପଲବ୍ଧ ହେଲା ଗ୍ୟାଷ୍ଟ୍ରୋ ରୋଗର ଅତ୍ୟାଧୁନିକ ଚିକିତ୍ସା ସୁବିଧା
April 20
10:49 2019

 ଭୁବନେଶ୍ୱର, ୨୦/୦୪/୨୦୧୯ (ଓଡ଼ିଶା ସମାଚାର)-ଅତ୍ୟାଧୁନିକ ତଥା ସୁପର ସ୍ପେଶିଆଲିଟି ଚିକିତ୍ସା ସୁବିଧା ଓଡିଶାରେ ଉପଲବ୍ଧ ହେଲା ବୋଲି ବ୍ଲୁହ୍ୱିଲ୍ ହସ୍ପିଟାଲ ପକ୍ଷରୁ ଏକ ସମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଘୋଷଣା କରାଯାଇଛି । ନେଫ୍ରୋସାଇନ୍ସ, ନ୍ୟୁରୋ ସାଇନ୍ସ, ଅର୍ଥୋପେଡିକ୍, ଇଏନ୍ଟି, ଓନକୋ ସାଇନ୍ସ ଓ ଅତ୍ୟାଧୁନିକ ଲ୍ୟାବ୍ ସୁବିଧା ସହ ଚିକିତ୍ସା ସୁବିଧା ଏଠାରେ ପ୍ରଦାନ କରାଯାଉଛି ବୋଲି ଏହି ସମ୍ମିଳନୀରେ ବ୍ଲୁହ୍ୱିଲ୍ ହସ୍ପିଟାଲ ତରଫରୁ କୁହାଯାଇଛି । ଗ୍ୟାଷ୍ଟ୍ରୋ ପାନକ୍ରିଆଜ୍ ଏବଂ ହେପାଟୋବିଲିଆରୀ ରୋଗର ଚିକିତ୍ସା ଲାଗି ଷ୍ଟେଟ ଅଫ୍ ଫାସିଲିଟି ଶୁଭାରମ୍ଭ ସମ୍ପର୍କରେ ଏହି ପ୍ରେସ୍ ମିଟ୍ରେ ସୂଚନା ଦିଆଯାଇଛି । ସ୍ଥାନୀୟ ମଂଚେଶ୍ୱରଠାରେ ୩୦୦ଶର୍ଯ୍ୟା ବିଶିଷ୍ଟ ଏହି ହସ୍ପିଟାଲ ଚଳିତ ବର୍ଷ କାର୍ଯ୍ୟକ୍ଷମ ହୋଇଛି । ଗ୍ୟାଷ୍ଟ୍ରୋ ଏଂଟୋରୋଲୋଜି ବିଭାଗର ମୁଖ୍ୟ ଭାବେ ଡାକ୍ତର ଆଲୋକ ମନ୍ତ୍ରୀ କାର୍ଯ୍ୟ କରୁଥିବା ବେଳେ ଡାକ୍ତର ସୌମେନ୍ ରାଏ ବିଶେଷଜ୍ଞ ଟିମ୍ରେ କାର୍ଯ୍ୟ କରୁଛନ୍ତି । ଠିକ୍ ସେହିଭଳି ଭାବେ ଇଂଟରଭେନଶନ୍ ରୋଡିଓଲୋଜିଷ୍ଟ ଭାବେ ଡାକ୍ତର ଦୀପକ ଦାସ କାର୍ଯ୍ୟରତ ଅଛନ୍ତି । ଉକ୍ତ ହସ୍ପିଟାଲରେ ଗ୍ୟାଷ୍ଟ୍ରୋ ଏଂଟୋରେଲୋଜି ସମେତ ଇଂଟରଭେନଶନ୍ ରୋଡିଓଲୋଜି ଏବଂ ଗ୍ୟାଷ୍ଟ୍ରୋ ଏଚ୍ପିବି ସର୍ଜରୀ ଭଳି ବିଭାଗ ରହିଛି । ଗତ ଦୁଇମାସରେ ଏଠାରେ ୨୦୦ଡାଇଗ୍ନୋଷ୍ଟିକ ଏବଂ ଥେରାପିଟିକ୍ ଏଣ୍ଡୋସ୍କୋପିକ୍ କରାଯାଇଛି । ୨୫ରୁ ଉଦ୍ଧ୍ୱର୍ ଗ୍ୟାଷ୍ଟ୍ରୋ ଇଂଟେଷ୍ଟିନାଲ୍ ସର୍ଜରୀ, ୫୦ ଇଂଟରଭେନଶନନାଲ୍ ରୋଡିଓଲୋଜି ଚିକିତ୍ସା କରାଯାଇଛି । ଏଠାରେ ସମସ୍ତ ପ୍ରକାରର ଗ୍ୟାଷ୍ଟ୍ରୋରୋଗ ଉପରେ ଷ୍ଟେଟ୍ ଅଫ୍ ଆର୍ଟ ଚିକିତ୍ସା ସୁବିଧା ପ୍ରଦାନ କରାଯାଉଥିବା ବିଭାଗୀୟ ମୁଖ୍ୟ ଡ. ଆଲୋକ ମନ୍ତ୍ରୀ କହିଛନ୍ତି । ଡାଇଗ୍ନୋଷ୍ଟିକ୍ ଏଣ୍ଡୋସ୍କୋପି, କୋଲୋନୋସ୍କୋପି, କ୍ୟାପସଲ୍ ଏଣ୍ଡୋସ୍କୋପିସ୍ ଏବଂ ଏଣ୍ଡୋସ୍କୋପି ଅଲଟ୍ରାସାଉଣ୍ଡ ସୁବିଧା ଆଦି ଏଠାରେ ଉପଲବ୍ଧ ଅଛି । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment