ଓଡ଼ିଶା ସମାଚାର

ମହାବିଦ୍ୟାଳୟ ଗ୍ରନ୍ଥାଗାରିକ ସଂଘର ବିଷୁବ ବଂଧୁମିଳନ ଉତ୍ସବ

 Breaking News
  • ବହୁ ହେଭିୱେଟ୍ ନେତା ଚିତ୍ ପଟାଙ୍ଗ ଭୁବନେଶ୍ୱର, ୨୪/୦୫/୨୦୧୯ (ଓଡ଼ିଶା ସମାଚାର)- ଚଳିତ ନିର୍ବାଚନରେ ବିଭିନ୍ନ ନିର୍ବାଚନ ମଣ୍ଡଳୀରୁ ବହୁ ହେଭିୱେଟ୍ ନେତା ସେମାନଙ୍କ ଭାଗ୍ୟପରୀକ୍ଷା କରୁଥିଲେ । ହେଲେ ଜନାଦେଶ ସେମାନଙ୍କ ବିପକ୍ଷରେ ଯିବାରୁ ସେମାନେ ପରାଜୟର ସାମ୍ନା କରିଛନ୍ତି । ଏମାନଙ୍କ ମଧ୍ୟରେ ବିଜେପିର ବରିଷ୍ଠ...
  • ୨ଟି ଆସନରୁ ବିଜୟୀ ହେଲେ ନବୀନ ଭୁବନେଶ୍ୱର, ୨୪/୦୫/୨୦୧୯ (ଓଡ଼ିଶା ସମାଚାର)- ରାଜନୈତିକ କ୍ୟାରିୟରର ଦୀର୍ଘବର୍ଷ ପରେ ପ୍ରଥମଥର ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଚଳିତ ନିର୍ବାଚନରେ ୨ଟି ବିଧାନସଭା ଆସନରୁ ନିଜର ଭାଗ୍ୟ ପରୀକ୍ଷା କରିଥିଲେ । ୨୦୦୦ ମସିହାରୁ ହିଞ୍ଜିଳି ନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଥିବା...
  • ଓଡ଼ିଶାବାସୀଙ୍କଠାରେ ଗଭୀର କୃତଜ୍ଞତା ଜଣାଉଛି:ନବୀନ ପଟ୍ଟନାୟକ ଭୁବନେଶ୍ୱର, ୨୪/୦୫/୨୦୧୯ (ଓଡ଼ିଶା ସମାଚାର)- ଚଳିତ ନିର୍ବାଚନରେ ଓଡ଼ିଶାବାସୀ ବିଜେଡ଼ି ଦଳକୁ ଆଶୀର୍ବାଦ କରି କ୍ଷମତାକୁ ପଂଚମ ଥର ପାଇଁ ଆଣିଥିବାରୁ ସେମାନଙ୍କ ପାଖରେ ମୁଁ ଗଭୀର କୃତଜ୍ଞତା ଜଣାଉଛି । ଏହା ବ୍ୟତୀତ ଦଳକୁ ବିଜୟୀ କରିବା କ୍ଷେତ୍ରରେ ପ୍ରମୁଖ...
  • ବାତ୍ୟା ପ୍ରପିଡିତ ଜନତାଙ୍କ ସେବାରେ ରେଡକ୍ରସ ଭୁବନେଶ୍ୱର, ୨୪/୦୫/୨୦୧୯ (ଓଡ଼ିଶା ସମାଚାର)- ପ୍ରାୟ ୨୦ ଦିନ ତଳେ  ଓଡିଶା ଉପକୁଳରେ ବିଭୀଷିକାର ତାଣ୍ଡବ ରଚିଥିଲା ବାତ୍ୟା ଫନି । ଘର ଦ୍ୱାର,  ବଡ ବଡ ଗଛ, ପନିପରିବା, ପାନ ଚାଷ, ଛତୁ ଚାଷ, ପ୍ରାକୃତିକ ଜଙ୍ଗଲ ଓ ବନ୍ୟଜନ୍ତୁ...
  • ପଶୁ-ପକ୍ଷୀଙ୍କ ପାଇଁ ଜଳ ଯୋଗାଣ   ଭୁବନେଶ୍ୱର, ୨୪/୦୫/୨୦୧୯ (ଓଡ଼ିଶା ସମାଚାର)- ବାତ୍ୟା ପର ର ରାଜଧାନୀ ବୃକ୍ଷ ଓ ଛାଇ ଶୂନ୍ୟ ହୋଇଛି । ଆକାଶରୁ ନିଆଁ ଝୁଲ ଭଳି ରୌଦ୍ରତାପରେ ସନ୍ତୁଳି ହେଉଛି ଜୀବନ । ଦିନ ୧୧ଟା ବେଳକୁ ରାସ୍ତାଘାଟ ଜନଶୂନ୍ୟ ହୋଇଯାଉଛି...
ମହାବିଦ୍ୟାଳୟ ଗ୍ରନ୍ଥାଗାରିକ ସଂଘର ବିଷୁବ ବଂଧୁମିଳନ ଉତ୍ସବ
April 20
02:46 2019

ଭୁବନେଶ୍ୱର, ୨୦/୦୪/୨୦୧୯ (ଓଡ଼ିଶା ସମାଚାର)- ପବିତ୍ର ବିଷୁବ ମିଳନ  ଅବସରରେ କେନ୍ଦୁପଲ୍ଲୀ  ଶ୍ରୀ ଜୟଦେବ ପୀଠରେ ରେ   ଓଡିଶା ମହାବିଦ୍ୟାଳୟ ଗ୍ରନ୍ଥାଗାରିକ ସଂଘର ଏକ ବଂଧୁମିଳନ ଉତ୍ସବ  ଅନୁଷ୍ଠିତ ହୋଇଯାଇଛି । ଅଡଶପୁର ଉଦୟନାଥ ସ୍ୱୟଂ ଶାସିତ ମହାବିଦ୍ୟାଳୟର  ଗ୍ରନ୍ଥାଗାରିକ ପବିତ୍ର ମୋହନ ପ୍ରଧାନ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି ଉତ୍ସବରେ ଅବସରପ୍ରାପ୍ତ ଗ୍ରନ୍ଥାଗାରିକ ଅର୍ଜ୍ଜୁନ ଜେନା ମୁଖ୍ୟ ଅତିଥିଙ୍କ ସହ  ଗ୍ରନ୍ଥାଗାରିକ ହୃଷିକେଶ ମିଶ୍ର, କୃଷ୍ଣ ଚନ୍ଦ୍ର ପ୍ରଧାନ, ରତିକାନ୍ତ ଓଝା , ତ୍ରିଲୋଚନ ପଣ୍ଡା, ଭବେଶ କୁମାର ନାୟକ , ନନ୍ଦକିଶୋର  ଧୀର୍, ଅଭିମନୁ୍ୟ ସାମଲ ଓ ଅନୀଲ କୁମାର ପାଣି ପ୍ରମୁଖ ଯୋଗଦେଇ ରାଜ୍ୟ ମହାବିଦ୍ୟାଳୟ ଗ୍ରନ୍ଥାଗାରିକ ପରିବାରର ଏହି ଭେଟଭାଟ ଉତ୍ସବ ଭାଇଚାରାର ଏକ ବଳିଷ୍ଠ ନିଦର୍ଶନ ବୋଲି ପ୍ରକାଶ କରିବାସହ ସମାଜରେ ଜ୍ଞାନର ଆଲୋକ ଜାଳିଦେବାରେ ଗ୍ରନ୍ଥାଗାର ଓ ଗ୍ରନ୍ଥାଗାରିକମାନେ ଶୃଙ୍ଖଳିତ ମାଧ୍ୟମବୋଲି ମତ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ  ଗ୍ରନ୍ଥାଗାରିକ ଦୀନବନ୍ଧୁ ପରିଡା, ଆଦିତ୍ୟ କୁମାର ମିଶ୍ର, ବିଜୟକୁମାର ଧଳ , ସୁଶାନ୍ତ ରାଇତ,  ବଦ୍ରିନାରାୟଣ ବେହେରା ଓ ପ୍ରବୋଧ କୁମାର ଜେନା ପ୍ରମୁଖ ଯୋଗଦେଇ ମହାବିଦ୍ୟାଳୟର ଗ୍ରନ୍ଥାଗାରିକ ବନ୍ଧୁ ମାନେ ନିଜରକର୍ତବ୍ୟ ଓ  ଦାୟିତ୍ୱ ସଂପାଦାନ କରି ଶିକ୍ଷାଦାନ କ୍ଷେତ୍ରରେ ସ୍ୱତନ୍ତ୍ର ଭୁମିକା ଗ୍ରହଣ କରିଆସୁ ଥିବା ବେଳେ ପ୍ରତ୍ୟେକ ଲାଇବ୍ରେରୀକୁ ଡିଜିଟାଲ କରିବା ଓ  ଯୁକ୍ତଦୁଇ ସ୍ତରରେ ସରକାର ଗ୍ରନ୍ଥାଗାର ବିଜ୍ଞାନକୁ ଏକ ବାଧ୍ୟତାମୂଳକ ବିଷୟ ଭାବରେ ପାଠ୍ୟକ୍ରମରେ ସ୍ଥାନଦେଲେ ଆଗାମୀ ଦିନରେ ଏହା ଛାତ୍ରଛାତ୍ରୀମାନଙ୍କ ପାଇଁ  ଆଲୋକବର୍ତିକା ହୋଇପାରିବ ବୋଲି ପ୍ରକାଶ କରିଥିଲେ ।  ଆଗାମୀ ଦିନରେ ପାଠାଗାର ମାଧ୍ୟମରେ ସମାଜକୁ  ଶିକ୍ଷାଲୋକରେ  ଆଲୋକିତ କରିବା  ଓ ପାଠାଗାର ଆନ୍ଦୋଳନକୁ ତୀବ୍ର କରିବାର ପ୍ରୟାସ ନେଇ ଆୟୋଜିତ ଏହି ମିଳନ ପର୍ବରେ ୫୦ରୁ ଉଦ୍ଧ୍ୱର୍ ଗ୍ରନ୍ଥାଗାରିକ ବଂଧୁ ଯୋଗଦେଇଥିଲେ । ଲାଇବ୍ରେରୀଆନ  ଅଜୟ କାଳିଆ, ଶିବ ଚରଣ ସାହୁ,ରମେଶ ସାହୁ , ସୁଧାଂଶୁ ନାୟକ , ସେକ ଅଖତର,ଗଂଗାଧର ମାଝୀ ,  ସତ୍ୟବ୍ରତ ହରଣ ସିଂ  ଓ ହିମାଂଶୁ ଭୂଷଣ ଚମ୍ପତିରାୟ   ପ୍ରମୁଖ ସହଯୋଗ କରିଥଲେ । ଶେଷରେ ଗ୍ରନ୍ଥାଗାରିକ ଲଲାଟ କିଶୋର ମହାନ୍ତି ଧନ୍ୟବାଦ ଦେଇଥିଲେ । ସଭିଙ୍କ ମଙ୍ଗଳ କାମନା ପୂର୍ବକ ମନ୍ଦିରରେ ଦୀପ ଦାନ କରାଯାଇ  ଭୋଜିଭାତରେ  ଶେଷ  ହୋଇଥିଲା  ବଂଧୁ ମିଳନ ଉତ୍ସବ ।  ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment