ଓଡ଼ିଶା ସମାଚାର

ଭକ୍ତମଧୁ ଶିକ୍ଷାକେନ୍ଦ୍ରର ରଜତ ଜୟନ୍ତୀ ପାଳିତ

 Breaking News
  • ବହୁ ହେଭିୱେଟ୍ ନେତା ଚିତ୍ ପଟାଙ୍ଗ ଭୁବନେଶ୍ୱର, ୨୪/୦୫/୨୦୧୯ (ଓଡ଼ିଶା ସମାଚାର)- ଚଳିତ ନିର୍ବାଚନରେ ବିଭିନ୍ନ ନିର୍ବାଚନ ମଣ୍ଡଳୀରୁ ବହୁ ହେଭିୱେଟ୍ ନେତା ସେମାନଙ୍କ ଭାଗ୍ୟପରୀକ୍ଷା କରୁଥିଲେ । ହେଲେ ଜନାଦେଶ ସେମାନଙ୍କ ବିପକ୍ଷରେ ଯିବାରୁ ସେମାନେ ପରାଜୟର ସାମ୍ନା କରିଛନ୍ତି । ଏମାନଙ୍କ ମଧ୍ୟରେ ବିଜେପିର ବରିଷ୍ଠ...
  • ୨ଟି ଆସନରୁ ବିଜୟୀ ହେଲେ ନବୀନ ଭୁବନେଶ୍ୱର, ୨୪/୦୫/୨୦୧୯ (ଓଡ଼ିଶା ସମାଚାର)- ରାଜନୈତିକ କ୍ୟାରିୟରର ଦୀର୍ଘବର୍ଷ ପରେ ପ୍ରଥମଥର ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଚଳିତ ନିର୍ବାଚନରେ ୨ଟି ବିଧାନସଭା ଆସନରୁ ନିଜର ଭାଗ୍ୟ ପରୀକ୍ଷା କରିଥିଲେ । ୨୦୦୦ ମସିହାରୁ ହିଞ୍ଜିଳି ନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଥିବା...
  • ଓଡ଼ିଶାବାସୀଙ୍କଠାରେ ଗଭୀର କୃତଜ୍ଞତା ଜଣାଉଛି:ନବୀନ ପଟ୍ଟନାୟକ ଭୁବନେଶ୍ୱର, ୨୪/୦୫/୨୦୧୯ (ଓଡ଼ିଶା ସମାଚାର)- ଚଳିତ ନିର୍ବାଚନରେ ଓଡ଼ିଶାବାସୀ ବିଜେଡ଼ି ଦଳକୁ ଆଶୀର୍ବାଦ କରି କ୍ଷମତାକୁ ପଂଚମ ଥର ପାଇଁ ଆଣିଥିବାରୁ ସେମାନଙ୍କ ପାଖରେ ମୁଁ ଗଭୀର କୃତଜ୍ଞତା ଜଣାଉଛି । ଏହା ବ୍ୟତୀତ ଦଳକୁ ବିଜୟୀ କରିବା କ୍ଷେତ୍ରରେ ପ୍ରମୁଖ...
  • ବାତ୍ୟା ପ୍ରପିଡିତ ଜନତାଙ୍କ ସେବାରେ ରେଡକ୍ରସ ଭୁବନେଶ୍ୱର, ୨୪/୦୫/୨୦୧୯ (ଓଡ଼ିଶା ସମାଚାର)- ପ୍ରାୟ ୨୦ ଦିନ ତଳେ  ଓଡିଶା ଉପକୁଳରେ ବିଭୀଷିକାର ତାଣ୍ଡବ ରଚିଥିଲା ବାତ୍ୟା ଫନି । ଘର ଦ୍ୱାର,  ବଡ ବଡ ଗଛ, ପନିପରିବା, ପାନ ଚାଷ, ଛତୁ ଚାଷ, ପ୍ରାକୃତିକ ଜଙ୍ଗଲ ଓ ବନ୍ୟଜନ୍ତୁ...
  • ପଶୁ-ପକ୍ଷୀଙ୍କ ପାଇଁ ଜଳ ଯୋଗାଣ   ଭୁବନେଶ୍ୱର, ୨୪/୦୫/୨୦୧୯ (ଓଡ଼ିଶା ସମାଚାର)- ବାତ୍ୟା ପର ର ରାଜଧାନୀ ବୃକ୍ଷ ଓ ଛାଇ ଶୂନ୍ୟ ହୋଇଛି । ଆକାଶରୁ ନିଆଁ ଝୁଲ ଭଳି ରୌଦ୍ରତାପରେ ସନ୍ତୁଳି ହେଉଛି ଜୀବନ । ଦିନ ୧୧ଟା ବେଳକୁ ରାସ୍ତାଘାଟ ଜନଶୂନ୍ୟ ହୋଇଯାଉଛି...
ଭକ୍ତମଧୁ ଶିକ୍ଷାକେନ୍ଦ୍ରର ରଜତ ଜୟନ୍ତୀ ପାଳିତ
April 19
17:50 2019

ଭୁବନେଶ୍ୱର, ୧୯/୦୪/୨୦୧୯ (ଓଡ଼ିଶା ସମାଚାର)-ଭୁବନେଶ୍ୱରସ୍ଥ ଭକ୍ତମଧୁ ନଗରର ଭକ୍ତମଧୁ ଶିକ୍ଷାକେନ୍ଦ୍ରର ୨୫ତମ ପୂର୍ତି ଅବସରରେ ରଜତ ଜୟନ୍ତୀ ସମାରୋହରେ  ଭଞ୍ଜକଳା ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରାକ୍ତନ ମୁଖ୍ୟ ଶାସନ ସଚିବ ଶ୍ରୀଯୁକ୍ତ ସହଦେବ ସାହୁ ମୁଖ୍ୟଅତିଥିଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିବା ବେଳେ ପୂର୍ବତନ ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଧେଶିକା ଡାକ୍ତର ସେବା ମହାପାତ୍ର ମୁଖ୍ୟବକ୍ତା ଓ ଅନ୍ୟତମ ସମ୍ମାନିତ ଅତଥି ଭାବେ ଭାରତୀୟ ଶିକ୍ଷା ପରିଷଦ, ଓଡ଼ିଶାର ଟ୍ରଷ୍ଟି ତଥା ସହ ସମ୍ପାଦକ ଶ୍ରୀଯୁକ୍ତ ହରିହର ସାହୁ ଯୋଗଦେଇ ଭକ୍ତକବି ମଧୁସୂଦନ ରାଓଙ୍କର ଆଦର୍ଶରେ ଅନୁପ୍ରାଣିତ ହେବାକୁ ଉପଦେଶ ପ୍ରଦାନ କରିଥିଲେ । ଏହି ଅବସରରେ ଅତିଥିମାନଙ୍କ ଦ୍ୱାରା ଶିକ୍ଷାକେନ୍ଦ୍ରର ସ୍ମରଣିକାର ରଜତ ଜୟନ୍ତୀ ସଂସ୍କରଣ ‘ମଧୁରିମା’ ଉନ୍ମୋଚନ କରାଯାଇଥିଲା । ବିଭିନ୍ନ କ୍ଷେତ୍ରରେ ଦକ୍ଷତା ହାସଲ କରିଥିବା ବ୍ୟକ୍ତିବିଶେଷଙ୍କ ସମେତ ଶିକ୍ଷାକେନ୍ଦ୍ରର ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟାମାନଙ୍କୁ ସ୍ୱତନ୍ତ୍ର ଭାବେ ସମ୍ମାନିତ କରାଯାଇଥିଲା । ଶ୍ରୀଯୁକ୍ତ ବିଚିତ୍ରାନନ୍ଦ ସ୍ୱାଇଁ ସଭାରେ ଅଧ୍ୟକ୍ଷତା କରିଥିବା ବେଳେ ମନୋରଞ୍ଜନ ମହାନ୍ତି ଅତିଥି ପରିଚୟ ଓ ପ୍ରଧାନ ଆ•ର୍ଯ୍ୟ ଅଜୟ କୁମାର ଦାସ ବାର୍ଷିକ ବିବରଣୀ ପାଠ କରିଥିଲେ ଓ ରବୀନ୍ଦ୍ର କୁମାର ପ୍ରତିହାରୀ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଶିକ୍ଷାକେନ୍ଦ୍ର ଆଚାର୍ଯ୍ୟା ମମତାମୟୀ ପଣ୍ଡା, ନିରୂପମା ସାମଲ ଓ ଶାନ୍ତିଲତା ସାହୁ ପରିଚାଳନା କରିଥିଲେ । ଓଡ଼ିଶା ସମାଚାରBhaktamadhu 1

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment