ନାରୀନେତ୍ରୀ ଲକ୍ଷ୍ମୀପ୍ରିୟା ସାମନ୍ତରାୟଙ୍କ ପରଲୋକ

ଭୁବନେଶ୍ୱର, ୦୫/୦୧/୨୦୨୪ (ଓଡ଼ିଶା ସମାଚାର)-ବିଶିଷ୍ଟ ମହିଳା ସଙ୍ଗଠିକା, ମଂଚେଶ୍ୱର ଗ୍ରାମପଂଚାୟତର ପୂର୍ବତନ ନାଏବ ସରପଂଚ ଲକ୍ଷ୍ମୀପ୍ରିୟା ସାମନ୍ତରାୟଙ୍କର ଗତ ୩ ତାରିଖରେ ୭୨ ବର୍ଷ ବୟସରେ ଭୁବନେଶ୍ୱର ଶହୀଦ ନଗର ବାସଭବନରେ ପରଲୋକ ହୋଇଯାଇଛି । ମୃତୁ୍ୟ ଶଯ୍ୟା ନିକଟରେ ତାଙ୍କ ସ୍ୱାମୀ ଓଡ଼ିଶା ପାଇପ୍ ଜଳ କର୍ମଚାରୀ ନେତା ସରୋଜ କୁମାର ସାମନ୍ତରାୟ, ପୁତ୍ର ସଂଗ୍ରାମ, ଲେଲିନ୍, ପୁତ୍ରବଧୁ ମୋନାଲିନ୍, ସ୍ୱାତି, କନ୍ୟା ସାଗରିକା ସରସ୍ମିତା, ସ୍ମୃିତିରେଖା, ଜାମାତା ପିତବାସ, ସଚି, ମନୋଜ, ନାତି ନାତୁଣୀ ଓ ପରିବାର ସଦସ୍ୟ ଉପସ୍ଥିତ ଥିଲେ । ତାଙ୍କ ଶବାଧାର ତାଙ୍କ ଶାଶୁଘର ବିରିବନ୍ଧ ଓ ବାପଘର ନହରକଂଟା ପରିକ୍ରମା କରାଯାଇ ପୁରୀ ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ ସମାପନ କରାଯାଇଛି । ତାଙ୍କ ବିୟୋଗରେ ତାଙ୍କ ସହପାଠୀ ବିଧାୟକ ଶଶିଭୂଷଣ ବେହେରା, ସୁଶାନ୍ତ କୁମାର ରାଉତ, କର୍ପୋରେଟର ସୁକୁମାର ସାହୁ, ସମବାୟବିତ୍ ଅକ୍ଷୟ କୁମାର ଲେଙ୍କା ଓ ସାମାଜିକ କର୍ମୀ ଲକ୍ଷ୍ମୀଧର ବେହେରା, ଗାୟକ ଆହ୍ଲାଦନ୍ ସୁରେନ୍ଦ୍ର ନାଥ ଛୋଟରାୟଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି । ତାଙ୍କ ପରଲୋକରେ ଶୋକର ଛାୟା ଖେଳିଯାଇଛି ।

Leave a Reply

Your email address will not be published. Required fields are marked *