ଓଡ଼ିଶା ସମାଚାର

ଜେଏସପିଏଲ ଦ୍ୱାରା ଜାତୀୟ ଅଗ୍ନି ସୁରକ୍ଷା ସପ୍ତାହର ଶୁଭାରମ୍ଭ

 Breaking News
  • ବହୁ ହେଭିୱେଟ୍ ନେତା ଚିତ୍ ପଟାଙ୍ଗ ଭୁବନେଶ୍ୱର, ୨୪/୦୫/୨୦୧୯ (ଓଡ଼ିଶା ସମାଚାର)- ଚଳିତ ନିର୍ବାଚନରେ ବିଭିନ୍ନ ନିର୍ବାଚନ ମଣ୍ଡଳୀରୁ ବହୁ ହେଭିୱେଟ୍ ନେତା ସେମାନଙ୍କ ଭାଗ୍ୟପରୀକ୍ଷା କରୁଥିଲେ । ହେଲେ ଜନାଦେଶ ସେମାନଙ୍କ ବିପକ୍ଷରେ ଯିବାରୁ ସେମାନେ ପରାଜୟର ସାମ୍ନା କରିଛନ୍ତି । ଏମାନଙ୍କ ମଧ୍ୟରେ ବିଜେପିର ବରିଷ୍ଠ...
  • ୨ଟି ଆସନରୁ ବିଜୟୀ ହେଲେ ନବୀନ ଭୁବନେଶ୍ୱର, ୨୪/୦୫/୨୦୧୯ (ଓଡ଼ିଶା ସମାଚାର)- ରାଜନୈତିକ କ୍ୟାରିୟରର ଦୀର୍ଘବର୍ଷ ପରେ ପ୍ରଥମଥର ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଚଳିତ ନିର୍ବାଚନରେ ୨ଟି ବିଧାନସଭା ଆସନରୁ ନିଜର ଭାଗ୍ୟ ପରୀକ୍ଷା କରିଥିଲେ । ୨୦୦୦ ମସିହାରୁ ହିଞ୍ଜିଳି ନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଥିବା...
  • ଓଡ଼ିଶାବାସୀଙ୍କଠାରେ ଗଭୀର କୃତଜ୍ଞତା ଜଣାଉଛି:ନବୀନ ପଟ୍ଟନାୟକ ଭୁବନେଶ୍ୱର, ୨୪/୦୫/୨୦୧୯ (ଓଡ଼ିଶା ସମାଚାର)- ଚଳିତ ନିର୍ବାଚନରେ ଓଡ଼ିଶାବାସୀ ବିଜେଡ଼ି ଦଳକୁ ଆଶୀର୍ବାଦ କରି କ୍ଷମତାକୁ ପଂଚମ ଥର ପାଇଁ ଆଣିଥିବାରୁ ସେମାନଙ୍କ ପାଖରେ ମୁଁ ଗଭୀର କୃତଜ୍ଞତା ଜଣାଉଛି । ଏହା ବ୍ୟତୀତ ଦଳକୁ ବିଜୟୀ କରିବା କ୍ଷେତ୍ରରେ ପ୍ରମୁଖ...
  • ବାତ୍ୟା ପ୍ରପିଡିତ ଜନତାଙ୍କ ସେବାରେ ରେଡକ୍ରସ ଭୁବନେଶ୍ୱର, ୨୪/୦୫/୨୦୧୯ (ଓଡ଼ିଶା ସମାଚାର)- ପ୍ରାୟ ୨୦ ଦିନ ତଳେ  ଓଡିଶା ଉପକୁଳରେ ବିଭୀଷିକାର ତାଣ୍ଡବ ରଚିଥିଲା ବାତ୍ୟା ଫନି । ଘର ଦ୍ୱାର,  ବଡ ବଡ ଗଛ, ପନିପରିବା, ପାନ ଚାଷ, ଛତୁ ଚାଷ, ପ୍ରାକୃତିକ ଜଙ୍ଗଲ ଓ ବନ୍ୟଜନ୍ତୁ...
  • ପଶୁ-ପକ୍ଷୀଙ୍କ ପାଇଁ ଜଳ ଯୋଗାଣ   ଭୁବନେଶ୍ୱର, ୨୪/୦୫/୨୦୧୯ (ଓଡ଼ିଶା ସମାଚାର)- ବାତ୍ୟା ପର ର ରାଜଧାନୀ ବୃକ୍ଷ ଓ ଛାଇ ଶୂନ୍ୟ ହୋଇଛି । ଆକାଶରୁ ନିଆଁ ଝୁଲ ଭଳି ରୌଦ୍ରତାପରେ ସନ୍ତୁଳି ହେଉଛି ଜୀବନ । ଦିନ ୧୧ଟା ବେଳକୁ ରାସ୍ତାଘାଟ ଜନଶୂନ୍ୟ ହୋଇଯାଉଛି...
ଜେଏସପିଏଲ ଦ୍ୱାରା ଜାତୀୟ ଅଗ୍ନି ସୁରକ୍ଷା ସପ୍ତାହର ଶୁଭାରମ୍ଭ
April 16
12:17 2019

ଅନୁଗୋଳ, ୧୬/୦୪/୨୦୧୯ (ଓଡ଼ିଶା ସମାଚାର)- ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଅନୁଗୋଳ ପକ୍ଷରୁ ଜାତୀୟ ଅଗ୍ନି ସୁରକ୍ଷା ସପ୍ତାହର ଶୁଭାରମ୍ଭ ହୋଇଯାଇଅଛି । ଏହି ଅବସରରେ ଜେଏସପିଏଲ ଇଡି ମେଂଟେନାନ୍ସ ଶ୍ରୀ ସରେଶ କୁମାରଙ୍କ ସହ ଜେଏସପିଏଲ ଗ୍ରୁପ ସୁରକ୍ଷା ବିଭାଗ ମୁଖ୍ୟ ଶ୍ରୀ ରବିକାନ୍ତ ସୋମାନୀ, ଅନ୍ୟାନ୍ୟ ବିଭାଗୀୟ ମୁଖ୍ୟ ଏବଂ କର୍ମଚାରୀମାନେ ଯୋଗଦେବା ସହ ବମ୍ବେ ପୋର୍ଟ ଠାରେ ୧୪ ଏପ୍ରିଲ ୧୯୪୪ ମସିହାରେ ଘଟିଥିବା ଅଗ୍ନି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦିବଙ୍ଗତଙ୍କୁ ପୁଷ୍ପମାଲ୍ୟ ପ୍ରଦାନ କରିଥିଲେ । ଜେଏସପିଏଲ ଅଗ୍ନି ଏବଂ ନିରାପତା ବିଭାଗ ପକ୍ଷରୁ ଅନେକ ଗୁଡିଏ ସଚେତନତା ଧର୍ମୀ କାର୍ଯ୍ୟକ୍ରମ କରିବାର ଲକ୍ଷ୍ୟ ରଖାଯାଇଅଛି । ଯେଉଁଥିରେ ଓ.ପି. ଜିନ୍ଦଲ ସ୍କୁଲ, ଡିଏଭି- ସାବିତ୍ରୀ ଜିନ୍ଦଲ ସ୍କୁଲ, ଓପି ଜିନ୍ଦଲ କମୁ୍ୟନିଟି କଲେଜ, ସେନ୍ଟିନାରୀ ଟ୍ରାଇବଲ ହାଇସ୍କୁଲ, ପରଙ୍ଗର ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ତାଲିମ ପ୍ରଦାନ ଅନ୍ତର୍ଭୁକ୍ତ । ଏହି ଅବସରରେ ଶ୍ରୀ ସୁରେଶ କୁମାର ଉପସ୍ଥିତ କର୍ମଚାରୀ ଏବଂ ଶ୍ରମଜୀବୀଙ୍କୁ ଅଗ୍ନି ନିରାପତା ନିମନ୍ତେ ନିଜର ଦାୟିତ୍ୱ ତଥା ନିଜର ସହକର୍ମୀଙ୍କ ପ୍ରତି କର୍ତବ୍ୟ ବିଷୟରେ ସଚେତନ କରାଇବା ସହ ମ୍ୟାନେଜମେଂଟ ପକ୍ଷରୁ ନିଆଯାଇଥିବା ‘ଶୂନ୍ୟ ଦୁର୍ଘଟଣା’ ପ୍ରତିବଦ୍ଧତାକୁ ଦୋହରାଇଥିଲେ । ଏକ ସପ୍ତାହବ୍ୟାପୀ ଚାଲୁଥିବା ଏହି ଅଗ୍ନି ସୁରକ୍ଷା କାର୍ଯ୍ୟକ୍ରମରେ ଅଗ୍ନି ଏବଂ ନିରାପତା ବିଭାଗ ପକ୍ଷରୁ ସୁରକ୍ଷା ସମ୍ବନ୍ଧିତ କଳା କୌଶଳ ପ୍ରଦର୍ଶନ ସହିତ ବିଭିନ୍ନ ବିଭାଗୀୟ ଏବଂ ଚୁକ୍ତିଭିତିକ ଶ୍ରମଜୀବୀଙ୍କ ନିମନ୍ତେ ଶ୍ୱାସ ପ୍ରକ୍ରିୟା ପ୍ରତିଯୋଗିତାର ଆୟୋଜନ କରି ସେମାନଙ୍କୁ ପୁରସ୍କୃତ କରାଯିବାର ଲକ୍ଷ୍ୟ ରଖାଯାଇଅଛି । ଏହି ଅବସରରେ ଶ୍ରୀ ରବିକାନ୍ତ ସୋମାନୀ, ଶ୍ରୀ ବି.ପି. ସିଂହ, ଶ୍ରୀ ଡେଭିଡ ସାମନ୍ତରାୟ ଆଗ୍ନିକ ସୁରକ୍ଷାର ଗୁରୁତ୍ୱ ଉପରେ ବକ୍ତବ୍ୟ ରଖିଥିବାବେଳେ ସଭା ପରିଶେଷରେ ଶ୍ରୀ ନବୀନ ଗୌତମ, ଜିଏମ- ନିରାପତା ଧନ୍ୟବାଦ ପ୍ରଦାନ କରିଥିଲେ । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment