ଓଡ଼ିଶା ସମାଚାର

ଉଦୟଭାନୁର ରାଜ୍ୟ କାର୍ଯ୍ୟାଳୟ ଉଦ୍ଘାଟିତ

 Breaking News
  • ପଥର ବୋଝେଇ ଟ୍ରକକୁ ଧକ୍କା ଦେଲା ବୋଲେରୋ, ଜଣେ ମୃତ କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଏକ ପଥର ବୋଝେଇ ଟ୍ରକକୁ ଦ୍ରୁତଗାମୀ ବୋଲେରୋ ଧକ୍କା ଦେବାରୁ ଘଟଣାସ୍ଥଳରେ ଜଣେ ନାବାଳକର ମୃତ୍ୟୁ ହୋଇଯାଇଥିବା ଜଣା ପଡିଛି । ଘଟଣାରୁ ପ୍ରକାଶ ରାଜନଗର ଥାନା ରାଜରାଜଶ୍ୱେରପୁର ଗ୍ରାମର ରବିନ୍ଦ୍ର ମାଝିଙ୍କ ପୁଅ ବିଶ୍ୱଜିତ ମାଝି (୧୫)...
  • ଜିଲ୍ଲାକୁ ଗୌରବାନ୍ୱିତ କଲେ ସମୀକ୍ଷା ଓ ଶାନ୍ତ୍ୱନା କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଚଳିତ ମାଟ୍ରିକ ପରୀକ୍ଷାର ଫଳ ମଙ୍ଗଳବାର ଦିନ ପ୍ରକାଶିତ ହୋଇଛି । ଏଥିରେ ୨ ଜଣ ଛାତ୍ରୀ ଜିଲ୍ଲାରେ ସର୍ବୋଚ୍ଚ ନମ୍ବର ରଖି ଜିଲ୍ଲାକୁ ଗୌରବାନ୍ୱିତ କରିଥିବା ଜଣାପଡିଛି । ପୌରାଂଚଳ ଅନ୍ତର୍ଗତ ଭାରତୀ ବିଦ୍ୟା ମନ୍ଦିରର ଛାତ୍ରୀ...
  • ମାଟ୍ରିକ ପରୀକ୍ଷା ଫଳ ରାଜ୍ୟରେ ୭୨.୩୫ ପ୍ରତିଶତ ହୋଇଥିବା ବେଳେ ଜିଲ୍ଲାରେ ୭୨.୧୧ପ୍ରତିଶତ କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଚଳିତବର୍ଷ ମାଟ୍ରିକ ପରୀକ୍ଷା ଫଳ ରାଜ୍ୟରେ ୭୨.୩୫ ପ୍ରତିଶତ ହୋଇଥିବା ବେଳେ ଜିଲ୍ଲାରେ ୭୨.୧୧ ପ୍ରତିଶତ ହୋଇଛି । ରାଜ୍ୟରେ ଚଳିତ ବର୍ଷ ରେଗୁଲାର ପରୀକ୍ଷାର୍ଥୀ ୫ଲକ୍ଷ ୪୫ହଜାର ୩୬୨ ଫର୍ମ ପୁରଣ କରିଥିବା ବେଳେ ସେଥିରୁ ୯ହଜାର...
  • ପ୍ଲଟିଂ ଜମି ବ୍ୟବସାୟ ପାଇଁ ସରକାରୀ ଗୋଚର ଜମିକୁ ପୋତାଯାଉଛି କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ପ୍ଲଟିଂ  ଜମି ବ୍ୟବସାୟ ନିମନ୍ତେ ଏକ ସରକାରୀ ଗୋଚର କିଷମ ଜମିକୁ ମାଟି ପକାଯାଇ ପୋତାଯାଉଥିବା ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଯେ କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ତହସିଲ ଅନ୍ତର୍ଗତ ପଂଚାଣପୁର ମୈାଜାର ଖାତା ନମ୍ବର ୯୧...
  • ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ପ୍ରସ୍ତୁତି ବୈଠକ କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସମ୍ମିଳନୀ ଗୃହରେ ଆଜି ପୂର୍ବାହ୍ନରେ ଆଗାମୀ ବର୍ଷା ଋତୁରେ ସମ୍ଭାବ୍ୟ ବନ୍ୟା ଓ ବାତ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ...
April 16
07:24 2019

Udayavanu Ayurvedicଭୁବନେଶ୍ୱର, ୧୬/୦୪/୨୦୧୯ (ଓଡ଼ିଶା ସମାଚାର)- ରାଷ୍ଟ୍ରୀୟ ସମାଜସେବୀ ସଂସ୍ଥା ‘ଉଦୟଭାନୁ’ ଓଡ଼ିଶା ପ୍ରଦେଶର ମୁଖ୍ୟ  କାର୍ଯ୍ୟାଳୟ ଭୁବନେଶ୍ୱରର ସତ୍ୟନଗରସ୍ଥିତ କାଳୀ ମନ୍ଦିର ସାମ୍ନା ଲେନ୍-୯ସ୍ଥିତ ଚନ୍ଦନଭିଲ୍ଲାରେ ଉଦ୍ଘାଟିତ ହୋଇଯାଇଛି । ଏହି ଅବସରରେ ଉଦୟଭାନୁର ସଭ୍ୟମାନଙ୍କ ବ୍ୟତୀତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଏହି ସଂସ୍ଥାର ଉନ୍ନତି ପାଇଁ ଶୁଭକାମନା କରିଥିଲେ ।

ଗତ ୨୫ବର୍ଷ ଧରି ନିରନ୍ତର ସ୍ୱାସ୍ଥ୍ୟଭିତିକ ସମାଜସେବାମୂଳକ କାର୍ଯ୍ୟରେ ଅସୀମ ଅବଦାନ ଉଦୟଭାନୁ ଦ୍ୱାରା ହୋଇଥିବା ମୁଖ୍ୟଅତିଥି ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ମହାନ୍ତି ପ୍ରକାଶ କରିଛନ୍ତି ।

ଏହି ଅବସରରେ ସଂସ୍ଥାର ଅନୁ୍ୟନ ୯ଜଣ ନୂତନ ସଦସ୍ୟତା ଗୃହିତ ହୋଇଥିଲା ଏବଂ ସଂସ୍ଥାର ଭୁବନେଶ୍ୱର ଶାଖାର ସଭାପତି ଭାବରେ ଶ୍ରୀମତୀ ମଞ୍ଜୁଲତା ସ୍ୱାଇଁ ନିର୍ବାଚିତ ହେଲେ । ଏହି ଶାଖାର କର୍ମକର୍ତା ଭାବେ ଶ୍ରୀ ବଳରାମ ମହାରଣା, ଶ୍ରୀ ବିଶ୍ୱନାଥ ଦାଶ ଓ ଶ୍ରୀ ଉମାକାନ୍ତ ମିଶ୍ର ନିର୍ବାଚିତ ହୋଇଥିଲେ ।

ବିଦ୍ୟାଳୟମାନଙ୍କରେ ଔଷଧୀୟ ବୃକ୍ଷ ଓ ଗଳ୍ମମାନଙ୍କ ଔଷଧୀୟ ଗୁଣାତ୍ମକ ଜ୍ଞାନ ସମ୍ବନ୍ଧିତ କାର୍ଯ୍ୟକ୍ରମ ‘ମୋ ସ୍ୱାସ୍ଥ୍ୟ ମୋ ହାତରେ’ ଓ ବାର୍ଷିକ ଆୟୁର୍ବେଦୀୟ ମେଳା ବ୍ୟତୀତ ଅତିଶୀଘ୍ର ଭୁବନେଶ୍ୱର ପ୍ରାକୃତିକ ଚିକିତ୍ସାର ପ୍ରାବଧାନ ହେବାର ସୂଚନା, ସଂସ୍ଥାର, ସାଧାରଣ ସମ୍ପାଦକ ପ୍ରଫେସର ରବିନାରାୟଣ ଶତପଥୀ ଅବଗତ କରାଇଥିଲେ ।

ଉଦୟଭାନୁର ପ୍ରତିଷ୍ଠାତା ଓ ଅସୀମ ଅଧ୍ୟକ୍ଷ, କ୍ୟାପ୍ଟେନ ପ୍ରକାଶ ଚନ୍ଦ୍ର ଆଚାର୍ଯ୍ୟ ଜଣାଇଥିଲେ ୟେ ଏହି ଚିକିତ୍ସା କେନ୍ଦ୍ରରେ ଅନେକ ରୋଗର ପ୍ରତିକାର ସାକଶେ ଷ୍ଟିମବାଥ୍, ସ୍ପାଇନାଲ ବାଥ୍ ,ହିପ୍ ବାଥ୍ ,ଫୁଟ ବାଥ୍,ସଲ୍ଟ ବାଥ୍ ତଥା ‘ସ୍ନେହନ’ ଓ ‘ସ୍ୱେଦନ’ ଚିକିତ୍ସା ଉପଲବ୍ଧ ହେବ । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment