ଓଡ଼ିଶା ସମାଚାର

ଯାଜପୁର ବ୍ଲକ୍ରେ ୧୫୨୪ ମୃତିକା ସ୍ୱାସ୍ଥ୍ୟ କାର୍ଡ଼ ପ୍ରଦାନ

ଯାଜପୁର ବ୍ଲକ୍ରେ ୧୫୨୪ ମୃତିକା ସ୍ୱାସ୍ଥ୍ୟ କାର୍ଡ଼ ପ୍ରଦାନ

May 12
16:50 2017

ଯାଜପୁର,୧୨/୦୫/୨୦୧୭(ଓଡ଼ିଶା ସମାଚାର/ଏ.ରାଉତ)-ରାଜ୍ୟ ସରକାର ଚାଷୀମାନଙ୍କ ଉନ୍ନତି ନିମନ୍ତେ ୨୦୧୫ ମସିହାରୁ ମୃତିକା ସ୍ୱାସ୍ଥ୍ୟ କାର୍ଡ଼ ଯୋଜନା ଆରମ୍ଭ କରାଯାଇଛି । ଏହି ଯୋଜନା ଅନୁଯାୟୀ ଚାଷୀଙ୍କୁ ଉପଯୁକ୍ତ ଫସଲ କରାଇବା ପାଇଁ ଜମିର ମୃିକା ପରୀକ୍ଷା କରାଯାଇ ଜମିରେ କେଉଁ କିସମର ଫସଲ ହେବ ତାହା ଚାଷୀଙ୍କୁ ଜଣାଇବା ଓ ତଦ୍ୱାରା ଚାଷୀ ଉକ୍ତ ଜମିରେ ସଠିକ୍ ଫସଲ ଚାଷକରି ଆର୍ଥିକ ସ୍ୱାବଲମ୍ବୀ ହେବା ରାଜ୍ୟ ସରକାରଙ୍କ ମୂଳଲକ୍ଷ୍ୟ । ୨୦୧୫ ମସିହାରେ ଆରମ୍ଭ ହେବାପରେ ଯାଜପୁର ବ୍ଲକ୍ରେ ଗତ ୨ ବର୍ଷ ଧରି ଏହି ଯୋଜନା ସଫଳତାର ସହ ରୂପାୟନ ହୋଇ ୧୫୨୪ ମୃତିକା ସ୍ୱାସ୍ଥ୍ୟ କାର୍ଡ଼ ଚାଷୀଙ୍କୁ ପ୍ରଦାନ କରାଯାଇଛି । ୨୦୧୫-୧୬ରେ ୪୫୦ ଜମିରେ ମୃତିକା ପରୀକ୍ଷଣ କରାଯାଇଥିବାବେଳେ ୨୦୧୬-୧୭ରେ ୧୩୫୦ ଜମିରେ ମୃତିକା ପରୀକ୍ଷଣ କରାଯାଇ ୧୫୨୪ ଜଣ ଚାଷୀଙ୍କୁ ମୃତିକା ସ୍ୱାସ୍ଥ୍ୟ କାର୍ଡ଼ ପ୍ରଦାନ କରାଯାଇଛି । ମୃତିକା ସ୍ୱାସ୍ଥ୍ୟ କାର୍ଡ଼ ଯୋଜନା ଦ୍ୱାରା ଜମିର ଉପôାଦକତା ବୃଦ୍ଧି କରାଯାଇପାରିବ । ଏହି କାର୍ଡ଼ ପାଇବା ପରେ ଚାଷୀମାନେ ନିଜ ନିଜ ଜମିରେ ମୃତିକାର କିସମ ଅନୁଯାୟୀ ବିଭିନ୍ନ ଫସଲ କରି ଅଧିକ ଅମଳ କରିପାରିବେ । ପ୍ରତି ୧୦ ହେକ୍ଟର ଅଣ-ଜଳସେଚିତ ଜମି ଓ ୨.୫ ହେକ୍ଟର ଜଳସେଚିତ ଜମିକୁ ନେଇ ଏକ ଗ୍ରୀଡ଼ କରାଯାଇ ମାଟି ପରୀକ୍ଷଣ କରାଯାଏ । ଯାଜପୁର ବ୍ଲକ୍ରେ ମୃତିକା ସ୍ୱାସ୍ଥ୍ୟ କାର୍ଡ଼ ୨ ବର୍ଷ ମଧ୍ୟରେ ସଫଳତାର ସହ ଚାଷୀଙ୍କୁ ପ୍ରଦାନ କରାଯାଇଥିବା ମୃତିକା ପରୀକ୍ଷଣ ଅଧିକାରୀ ଓ କର୍ମଚାରୀମାନଙ୍କ ମିଳିତ ଉଦ୍ୟମରେ କରାଯାଇଥିବାରୁ  ଉପ-କୃଷି ନିର୍ଦ୍ଧେଶ ରାଜୀବ ଲୋଚନ ମହାନ୍ତି ସୂଚନା ଦେଇଥିଲେ । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

13 + eight =