ଗୀତ ନୃତ୍ୟ ର ତାଳେ ତାଳେ ହରିଗୋସ୍ୱାମୀଙ୍କ ପୀଠରେ ପାଳିତ ହେଲା ନବବର୍ଷ ଉତ୍ସବ

ମାହାଙ୍ଗା,୦୩/୦୧/୨୦୨୪(ଓଡିଶା ସମାଚାର /ଅଭୟ ଜେନା )- ମାହାଙ୍ଗା ବ୍ଲକ କୁହୁଣ୍ଡା ପଞ୍ଚାୟତ ଅନ୍ତର୍ଗତ କଲ୍ୟାଣପୁର ଗ୍ରାମର ଶ୍ରୀ ଶ୍ରୀ ହରିଗୋସ୍ୱାମୀଙ୍କ ପୀଠରେ ନବବର୍ଷ ଉତ୍ସବ ବେଶ ଆନନ୍ଦ ଉଦ୍ଦୀପନା ସହକାରେ ପାଳିତ ହୋଇଯାଇଛି ।  ହରିଗୋସ୍ୱାମୀ ସାଂସ୍କୃତିକ ସଂସଦ ଓ ପାଠାଗାର ଆନୁକୂଲ୍ୟରେ ଗ୍ରାମର ଯୁବକ ଯୁବତୀ, କିଶୋର କିଶୋରୀ  ଏବଂ ଛୋଟ ଛୋଟ ପିଲା ମାନଙ୍କ ମଧ୍ୟରେ ନୃତ୍ୟ, ସଂଗୀତ, କ୍ରୀଡା ଆଦି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।  ପ୍ରତିଯୋଗିତାରେ ଅଂଶଗ୍ରହଣ କରି କୃତିତ୍ୱ ଅର୍ଜ୍ଜନ କରିଥିବା ବର୍ଷାରାଣୀ ବଳ, ନିବେଦିତା ମହାନ୍ତି, ହରପ୍ରିୟା ମହାନ୍ତି, ନିବେଦିତା ସାମଲ, ମନୀଷା ମହାନ୍ତି, ନିହାରିକା ସାମଲ, ସୌମ୍ୟରଞ୍ଜନ ସ୍ୱାଇଁ, ଚନ୍ଦ୍ରକାନ୍ତ ଦାସ, ତପନ କୁମାର ମହାନ୍ତି, ମାମୁନ, ଆନି, ରିୟା, ମିକି, ବର୍ଷା, ସ୍ବିଟି, ଚି଼ଙ୍କି, ମିକି, ପ୍ରମୁଖଙ୍କୁ ପୁରସ୍କୃତ କରାଯାଇଥିଲା । ଗ୍ରାମରେ ଶାନ୍ତି,ମୈତ୍ରୀ,ପ୍ରୀତି,ଭାଇଚାରା ଓ ସଦଭାବନା ବଜାୟ ରଖିବାକୁ ଏଭଳି କାର୍ୟ୍ୟକ୍ରମ ଆୟୋଜନ କରାଯାଇଥିଲା । ପୁରସ୍କାର ବିତରଣ ଉତ୍ସବରେ ସମାଜସେବୀ ସୁଧୀର କୁମାର ମହାନ୍ତି ସଭାପତିତ୍ୱ କରିଥିଲେ  ।

ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ତଥା ସାହିତ୍ୟିକ ଅଖିଳେଶ ମହାନ୍ତି ଯୋଗଦେଇ ନୂଆ ବର୍ଷକୁ ସ୍ୱାଗତ କରିବା ସହିତ ଗ୍ରାମବାସୀଙ୍କ ଭିତରେ ଅତୁଟ ଓ ଅନାବିଳ ସମ୍ପର୍କ ବଜାୟ ରଖିବାରେ ଏହି ଯୁବକ ମାନଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି  ସେ କହିଥିଲେ ।  ଉତ୍ସବରେ ସମ୍ମାନିତ ଅତିଥି ଭାବେ ଅରୁଣ କୁମାର ପ୍ରଧାନ ଏବଂ ମାଇନର କମ୍ୟୁନିଟି ସଂଗଠକ ଅଫସର ତୁଲ୍ଲା ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ  ।  ସର୍ବଶ୍ରୀ ପ୍ରକାଶ ଖୁଣ୍ଟିଆ, ବିଭୁତି କୃଷ୍ଣ ମହାନ୍ତି, ସୌମ୍ୟ ରଞ୍ଜନ ମହାନ୍ତି, ସୌମ୍ୟ ରଞ୍ଜନ ସାମଲ, ପ୍ରତାପ କୁମାର ମହାନ୍ତି, ସୌମ୍ୟ ରଞ୍ଜନ ସ୍ୱାଇଁ, ହରେକୃଷ୍ଣ ମହାନ୍ତି, ତପନ ମହାନ୍ତି, ହରେକୃଷ୍ଣ ମହାନ୍ତି, ସତ୍ୟ ରଞ୍ଜନ ସାମଲ, ପ୍ରଦୋଷ ମହାନ୍ତି, ବିଚିତ୍ର ମହାନ୍ତି, ଜଗବନ୍ଧୁ ମହାନ୍ତି, ହିମାଂଶୁ ପରିଡା, ପ୍ରକାଶ ମହାନ୍ତି ଏବଂ ନିରଞ୍ଜନ ସାମଲ ପ୍ରମୁଖ ଏହି କାର୍ୟ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ ।  ପଚାଶରୁ ଉର୍ଦ୍ଧ୍ଵ ପ୍ରତିଦ୍ବନ୍ଦୀ ଏହି ପ୍ରତିଯୋଗୀତାରେ ଅଂଶଗ୍ରହଣ କରିଥିଲେ  । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *