ସରସ୍ଵତୀ କଳା ପରିଷଦର ରାଜ୍ୟସ୍ତରୀୟ ପ୍ରତିଭା ମହୋତ୍ସବ ଉଦଯାପିତ

କଟକ ସଦର , ୦୧/୦୧/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ରାଜ୍ୟର ଏକ ଅଗ୍ରଣୀ ସଂସ୍କୃତି ଅନୁଷ୍ଠାନ କନ୍ଦରପୁରର ସରସ୍ଵତୀ କଳା ପରିଷଦ ପକ୍ଷରୁ କଳା ବିହାର ଠାରେ ଅନୁଷ୍ଠିତ ହୋଇଥିବା ତିନି ଦିନିଆ ୨୦ ତମ ରାଜ୍ୟ ସ୍ତରୀୟ ପ୍ରତିଭା ମହୋତ୍ସବ ଗତ କାଲି ରବିବାର ରାତିରେ ଉଦଯାପିତ ହୋଇଯାଇଛି। ଏହି ଅବସରରେ ପରିଷଦର ସଭାପତି ପ୍ରତିଭା ସତପଥି ଓ ପ୍ରତିଷ୍ଠାତା ସଂପାଦକ ନାଟ୍ୟକାର ଅଶୋକ ପଟ୍ଟନାୟକଙ୍କ  ଆୟୋଜନରେ ଅନୁଷ୍ଠିତ ନାଚ,ଗୀତ, ବକ୍ତୃତା, ଚିତ୍ରାଙ୍କନ,ପ୍ରବନ୍ଧ ଭଳି ଅନେକ ପ୍ରତିଯୋଗୀତାରେ‌ ବହୁ ସଂଖ୍ୟାରେ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ପ୍ରତ୍ୟେକ ଦିଵସରେ ବହୁ ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ଅତିଥି ଭାବେ ଯୋଗ ଦେଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିବା ପରିଷଦର କୋଷାଧ୍ୟକ୍ଷ ତଥା ମିଡ଼ିଆ ସଂଯୋଜକ ଇଂ ସେବକ ଶ୍ରୀକାନ୍ତ ଙ୍କ ସୂତ୍ରରୁ ଜଣାପଡିଛି। ପ୍ରତିଦିନ ଉକ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାକୁ ନାହିଁ ନଥିବା ଭିଡ ପରିଲକ୍ଷିତ ହୋଇଥିଲା।

Leave a Reply

Your email address will not be published. Required fields are marked *