ଭୈରବ ମହାନ୍ତି ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ସ୍କ୍ୱାଡ ଇଲେଭେନ ଚମ୍ପିୟାନ

କଟକ ସଦର , ୦୧/୦୧/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କିଶନନଗର ଵିଶ୍ୱ।ଳପଡା ଠାରେ ରାଇଜିଙ୍ଗ୍ କ୍ରିକେଟ କ୍ଲବ ଆନୁକୁଲ୍ୟରେ ୫ ଦିନ ଧରି ଚାଲିଥିବା ଭୈରବ ମହାନ୍ତି ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଗତକାଲି ରବିବାର ଦିନ ଉଦଯାପିତ ହୋଇଯାଇଛି। ଏଥିରେ ୧୬ ଟିମ୍ ଭାଗ ନେଇଥିବା ଵେଳେ ଡିଡିଏଲ ସାଲେପୁର କୁ ହରାଇ ସ୍କ୍ୱାଡ ଇଲେଭେନ ଟିମ୍ ଚମ୍ପିୟାନ ହୋଇଥିଲା। ଏହି ଅବସରରେ ଆୟୋଜିତ ପୁରସ୍କାର ବିତରଣ ସଭାରେ ଅତିଥି ଭାବେ ଯୁବ ସମାଜସେବୀ ଇଂ ମାନସ କୁମାର ଲେଙ୍କା ଓ ବିଶିଷ୍ଟ କ୍ରୀଡ଼ାଵିତ ଅଫସର ଅଲ୍ଲୀ ଯୋଗ ଦେଇ ଚମ୍ପିୟାନ ଟିମ୍ ଓ ରନର୍ସ ଟିମ୍ କୁ ଟ୍ରଫି ପ୍ରଦାନ କରିଥିଲେ। ଏଥିରେ ତପନ ସାହୁ, ତୁଷାର ବେହେରା,ସୈ।ମ୍ୟ ଓଝା, ଭବାନୀ ଶଙ୍କର ଲେଙ୍କା, ଦିବ୍ୟଜ୍ୟୋତି ସାହୁ ପ୍ରମୁଖ ପରିଚାଳନାରେ ସହାୟତା କରିଥିଲେ  ।

Leave a Reply

Your email address will not be published. Required fields are marked *