ପ୍ରଶାନ୍ତି ଏକ୍ସପ୍ରେସ  କୁ  ଦ୍ବିତୀୟ ବାର ସ୍ବାଗତ ଜଣାଇଲା କ୍ରୀୟାନୁଷ୍ଠାନ କମିଟି

ଖୋର୍ଦ୍ଧା,୩୧/୧୨/୨୩(ଓଡିଶା ସମାଚାର/ଦୀପକ ପ୍ରଧାନ) – ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଅଂଚଳବାସୀଙ୍କ ପାଇଁ ବର୍ଷ ଶେଷ ବିଦାୟ ପୂର୍ବରୁ ଭେଟି ଦେଇଛି ରେଳବିଭାଗ। ନିରାକାରପୁର ଅଂଚଳବାସୀଙ୍କ ଦୀର୍ଘଦିନର ଦାବି ପ୍ରଶାନ୍ତି ଏକ୍ସପ୍ରେସ କୁ ନିରାକାରପୁର ରେ ରହଣୀ ଅନୁମତି ଦେଇଛି ରେଳବିଭାଗ। ଗତକାଲି ଡାଉନ ପ୍ରଶାନ୍ତି ଏକ୍ସପ୍ରେସ କୁ ବିଜେପି କର୍ମକର୍ତ୍ତାଗଣ ଓ ଆଂଚଳିକ କ୍ରୀୟାନୁଷ୍ଠାନ କମିଟି ସ୍ବାଗତ ଜଣାଇବା ପରେ ଆଜି ଆଂଚଳିକ କ୍ରୀୟାନୁଷ୍ଠାନ କମିଟି ଦ୍ବାରା ଅପ୍ ପ୍ରଶାନ୍ତି ଏକ୍ସପ୍ରେସ କୁ ଭବ୍ୟ ସ୍ବାଗତ କରାଯାଇଛି। ଏଥିସହ ଆଜି ଯାତ୍ରା କରିଥିବା ସମସ୍ତ ଯାତ୍ରୀ ଙ୍କୁ କମିଟି ଶୁଭ ଯତ୍ରା  ଜଣାଇବା ସଙ୍ଗେ ସଙ୍ଗେ ପୁରୀ ଜିଲ୍ଲା ଆଳିପଡା ର ମନୋଜ ନାୟକ ଙ୍କୁ ନିରାକାରପୁର ରୁ ପ୍ରଥମ ବାଙ୍ଗାଲୁର୍ ଯାତ୍ରୀ ହିସାବରେ କମିଟି ପକ୍ଷରୁ ଉତ୍ତରୀୟ ଫୁଲତୋଡା ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଦୁଇଦିନ ଧରି ଭବ୍ୟ ସ୍ବାଗତ କାର୍ଯ୍ୟକ୍ରମ ରେ ଅଂଚଳବାସୀ ପୂର୍ଣ ସହଯୋଗ କରିଥିବାରୁ ଅଂଚଳର ବରିଷ୍ଠ ନେତା ବିପିନ ଜୟସିଂହ, କ୍ରୀୟାନୁଷ୍ଠାନ କମିଟି ଆବାହକ ପ୍ରସାଦ ଦାସ, ନିରାକାରପୁର ସାମ୍ବାଦିକ ସଂଘ ସଭାପତି ଦୀପକ ପ୍ରଧାନ, ୧୨ ନମ୍ବର ବିଜେପି ମଣ୍ତଳ ସଭାପତି ଆଲୋକ ଛୋଟରାୟ ସାଧୁବାଦ ଜଣାଇବା ସଙ୍ଗେ ସଙ୍ଗେ ଆଗାମୀ କାର୍ଯ୍ୟପନ୍ଥା ପାଇଁ ଅଂଚଳବାସୀଙ୍କ ଏହିଭଳି ସହଯୋଗ ଆଶାବ୍ୟକ୍ତ କରିଛନ୍ତି।

Leave a Reply

Your email address will not be published. Required fields are marked *