ଓଡ଼ିଶା ସମାଚାର

ଚାଲୁ ରହିବ କାଳିଆ ଟଙ୍କା – ଆଦର୍ଶ ଆଚରଣ ବିଧି ଲାଗୁ ସତ୍ତ୍ୱେ ବନ୍ଦ ହେବନି ଯୋଜନା: ମନ୍ତ୍ରୀ

 Breaking News
  • ବହୁ ହେଭିୱେଟ୍ ନେତା ଚିତ୍ ପଟାଙ୍ଗ ଭୁବନେଶ୍ୱର, ୨୪/୦୫/୨୦୧୯ (ଓଡ଼ିଶା ସମାଚାର)- ଚଳିତ ନିର୍ବାଚନରେ ବିଭିନ୍ନ ନିର୍ବାଚନ ମଣ୍ଡଳୀରୁ ବହୁ ହେଭିୱେଟ୍ ନେତା ସେମାନଙ୍କ ଭାଗ୍ୟପରୀକ୍ଷା କରୁଥିଲେ । ହେଲେ ଜନାଦେଶ ସେମାନଙ୍କ ବିପକ୍ଷରେ ଯିବାରୁ ସେମାନେ ପରାଜୟର ସାମ୍ନା କରିଛନ୍ତି । ଏମାନଙ୍କ ମଧ୍ୟରେ ବିଜେପିର ବରିଷ୍ଠ...
  • ୨ଟି ଆସନରୁ ବିଜୟୀ ହେଲେ ନବୀନ ଭୁବନେଶ୍ୱର, ୨୪/୦୫/୨୦୧୯ (ଓଡ଼ିଶା ସମାଚାର)- ରାଜନୈତିକ କ୍ୟାରିୟରର ଦୀର୍ଘବର୍ଷ ପରେ ପ୍ରଥମଥର ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଚଳିତ ନିର୍ବାଚନରେ ୨ଟି ବିଧାନସଭା ଆସନରୁ ନିଜର ଭାଗ୍ୟ ପରୀକ୍ଷା କରିଥିଲେ । ୨୦୦୦ ମସିହାରୁ ହିଞ୍ଜିଳି ନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଥିବା...
  • ଓଡ଼ିଶାବାସୀଙ୍କଠାରେ ଗଭୀର କୃତଜ୍ଞତା ଜଣାଉଛି:ନବୀନ ପଟ୍ଟନାୟକ ଭୁବନେଶ୍ୱର, ୨୪/୦୫/୨୦୧୯ (ଓଡ଼ିଶା ସମାଚାର)- ଚଳିତ ନିର୍ବାଚନରେ ଓଡ଼ିଶାବାସୀ ବିଜେଡ଼ି ଦଳକୁ ଆଶୀର୍ବାଦ କରି କ୍ଷମତାକୁ ପଂଚମ ଥର ପାଇଁ ଆଣିଥିବାରୁ ସେମାନଙ୍କ ପାଖରେ ମୁଁ ଗଭୀର କୃତଜ୍ଞତା ଜଣାଉଛି । ଏହା ବ୍ୟତୀତ ଦଳକୁ ବିଜୟୀ କରିବା କ୍ଷେତ୍ରରେ ପ୍ରମୁଖ...
  • ବାତ୍ୟା ପ୍ରପିଡିତ ଜନତାଙ୍କ ସେବାରେ ରେଡକ୍ରସ ଭୁବନେଶ୍ୱର, ୨୪/୦୫/୨୦୧୯ (ଓଡ଼ିଶା ସମାଚାର)- ପ୍ରାୟ ୨୦ ଦିନ ତଳେ  ଓଡିଶା ଉପକୁଳରେ ବିଭୀଷିକାର ତାଣ୍ଡବ ରଚିଥିଲା ବାତ୍ୟା ଫନି । ଘର ଦ୍ୱାର,  ବଡ ବଡ ଗଛ, ପନିପରିବା, ପାନ ଚାଷ, ଛତୁ ଚାଷ, ପ୍ରାକୃତିକ ଜଙ୍ଗଲ ଓ ବନ୍ୟଜନ୍ତୁ...
  • ପଶୁ-ପକ୍ଷୀଙ୍କ ପାଇଁ ଜଳ ଯୋଗାଣ   ଭୁବନେଶ୍ୱର, ୨୪/୦୫/୨୦୧୯ (ଓଡ଼ିଶା ସମାଚାର)- ବାତ୍ୟା ପର ର ରାଜଧାନୀ ବୃକ୍ଷ ଓ ଛାଇ ଶୂନ୍ୟ ହୋଇଛି । ଆକାଶରୁ ନିଆଁ ଝୁଲ ଭଳି ରୌଦ୍ରତାପରେ ସନ୍ତୁଳି ହେଉଛି ଜୀବନ । ଦିନ ୧୧ଟା ବେଳକୁ ରାସ୍ତାଘାଟ ଜନଶୂନ୍ୟ ହୋଇଯାଉଛି...
March 12
16:50 2019

  ଭୁବନେଶ୍ୱର,୧୨/୦୩/୨୦୧୯ (ଓଡ଼ିଶା ସମାଚାର)- ନିର୍ବାଚନ ଆଚରଣବିଧି ଲାଗୁ ସତ୍ୱ୍ୱେ ବନ୍ଦ ହେବନାହିଁ କାଳିଆ ଯୋଜନା । ଏନେଇ ରାଜ୍ୟ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା କହିଛନ୍ତି ଯେ, ଏହା ଏକ ନିରନ୍ତର ଯୋଜନା । ୬୦ ଦିନ ଭିତରେ ଏତେ ଚାଷୀଙ୍କୁ ଟଙ୍କା ଦେବା କିଛି କମ୍ କଥା ନୁହେଁ । ଯଦି କେହି ବଂଚିତ ହୋଇଛନ୍ତି କିମ୍ବା କାହା ନାମ ଏକାଧିକ ଥର ଆସିଛି ସରକାର ସେଥିପାଇଁ ପଦକ୍ଷେପ ନେଉଛନ୍ତି । Sashibhusan beheraକୌଣସି ଯୋଗ୍ୟ ଚାଷୀ କାଳିଆ ଯୋଜନାରୁ ବଂଚିତ ହେବେ ନାହିଁ । ତେଣୁ ଏହାକୁ ମାର୍ଚ୍ଚ ୩୧ତାରିଖ ପର୍ଯ୍ୟନ୍ତ ପରିବର୍ଦ୍ଧିତ କରାଯାଇଛି ବୋଲି କହିଛନ୍ତି ଅର୍ଥମନ୍ତ୍ରୀ । ସେହିପରି ପିଏମ୍ କିଶାନ ଯୋଜନାରେ କେନ୍ଦ୍ରକୁ ଯେଉଁ ତାଲିକା ଦିଆଯାଇଥିଲା, କାହିଁକି ତା ମଧ୍ୟରୁ ତିନି ଚାରି ଲକ୍ଷ ହିତାଧିକାରୀଙ୍କ ନାମ ବାଦ୍ ପଡିଲା ତାହା ପ୍ରଥମେ ସ୍ପଷ୍ଟ କଲେ ଦ୍ୱିତୀୟ ପର୍ଯ୍ୟାୟ ତାଲିକା କେନ୍ଦ୍ରକୁ ପଠାଇବା ପାଇଁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା । ସେହିପରି କାଳିଆରେ ଟୋକ୍ନୋଲଜିକାଲ ତ୍ରୁଟି ଯୋଗୁଁ ଅନେକ ଯୋଗ୍ୟ ହିତାଧିକାରୀ ବଂଚିତ ହୋଇଥିବା ନଜରକୁ ଆସିଛି । ନିରନ୍ତର ପ୍ରକ୍ରିୟା ହୋଇଥିବାରୁ ତ୍ରୁଟିବିଚ୍ୟୁତି ସୁଧାରି ହିତାଧିକାରୀଙ୍କ ଆକାଉଂଟକୁ ଅର୍ଥ ଯିବ । ଆଚରଣବିଧି ଲାଗୁ ସତ୍ୱେ ବନ୍ଦ ହେବନି କାଳିଆ ଟଙ୍କା । ମାର୍ଚ୍ଚ ୩୧ ସୁଦ୍ଧା ବ୍ୟବସ୍ଥାକୁ ସଂପ୍ରସାରଣ ହୋଇଛି । ରାଜ୍ୟ ସରକାର ପିଏମ୍ କିଷାନ ପାଇଁ ପଠାଇଥିବା ତାଲିକାରୁ ୩ ଲକ୍ଷ ହିତାଧିକାରୀଙ୍କୁ କାହିଁକି କାଟିଲେ ତାହାର ଜବାବ ଆଗ କେନ୍ଦ୍ର ଦେଉ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment