ଓଡ଼ିଶା ସମାଚାର

ଶିକ୍ଷକମାନଙ୍କ ପକ୍ଷରୁ ବିଶାଳ ସମାବେଶ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧନା

 Breaking News
  • ସଫଳ ହେଲା ନବୀନଙ୍କ ମହିଳା କାର୍ଡ ଭୁବନେଶ୍ୱର, ୨୪/୦୫/୨୦୧୯ (ଓଡ଼ିଶା ସମାଚାର)- ଲଗାତାର ପଂଚମ ଥର ବିଜୟ ବାନା ଉଡ଼ାଇଛନ୍ତି ନବୀନ ପଟ୍ଟନାୟକ । ଦେଶବ୍ୟାପୀ ମୋଦୀ ସୁନାମୀରେ ବିରୋଧୀ ଦଳଗୁଡ଼ିକ ଧରାଶାୟୀ ହୋଇପଡ଼ିଥିଲା ବେଳେ ନବୀନ କିନ୍ତୁ ମୋଦୀଙ୍କୁ ସମ୍ପୂର୍ଣ୍ଣ ନିରାଶ କରିଛନ୍ତି । ପ୍ରାୟ ୧୧୦...
  • ବହୁ ହେଭିୱେଟ୍ ନେତା ଚିତ୍ ପଟାଙ୍ଗ ଭୁବନେଶ୍ୱର, ୨୪/୦୫/୨୦୧୯ (ଓଡ଼ିଶା ସମାଚାର)- ଚଳିତ ନିର୍ବାଚନରେ ବିଭିନ୍ନ ନିର୍ବାଚନ ମଣ୍ଡଳୀରୁ ବହୁ ହେଭିୱେଟ୍ ନେତା ସେମାନଙ୍କ ଭାଗ୍ୟପରୀକ୍ଷା କରୁଥିଲେ । ହେଲେ ଜନାଦେଶ ସେମାନଙ୍କ ବିପକ୍ଷରେ ଯିବାରୁ ସେମାନେ ପରାଜୟର ସାମ୍ନା କରିଛନ୍ତି । ଏମାନଙ୍କ ମଧ୍ୟରେ ବିଜେପିର ବରିଷ୍ଠ...
  • ୨ଟି ଆସନରୁ ବିଜୟୀ ହେଲେ ନବୀନ ଭୁବନେଶ୍ୱର, ୨୪/୦୫/୨୦୧୯ (ଓଡ଼ିଶା ସମାଚାର)- ରାଜନୈତିକ କ୍ୟାରିୟରର ଦୀର୍ଘବର୍ଷ ପରେ ପ୍ରଥମଥର ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଚଳିତ ନିର୍ବାଚନରେ ୨ଟି ବିଧାନସଭା ଆସନରୁ ନିଜର ଭାଗ୍ୟ ପରୀକ୍ଷା କରିଥିଲେ । ୨୦୦୦ ମସିହାରୁ ହିଞ୍ଜିଳି ନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଥିବା...
  • ଓଡ଼ିଶାବାସୀଙ୍କଠାରେ ଗଭୀର କୃତଜ୍ଞତା ଜଣାଉଛି:ନବୀନ ପଟ୍ଟନାୟକ ଭୁବନେଶ୍ୱର, ୨୪/୦୫/୨୦୧୯ (ଓଡ଼ିଶା ସମାଚାର)- ଚଳିତ ନିର୍ବାଚନରେ ଓଡ଼ିଶାବାସୀ ବିଜେଡ଼ି ଦଳକୁ ଆଶୀର୍ବାଦ କରି କ୍ଷମତାକୁ ପଂଚମ ଥର ପାଇଁ ଆଣିଥିବାରୁ ସେମାନଙ୍କ ପାଖରେ ମୁଁ ଗଭୀର କୃତଜ୍ଞତା ଜଣାଉଛି । ଏହା ବ୍ୟତୀତ ଦଳକୁ ବିଜୟୀ କରିବା କ୍ଷେତ୍ରରେ ପ୍ରମୁଖ...
  • ବାତ୍ୟା ପ୍ରପିଡିତ ଜନତାଙ୍କ ସେବାରେ ରେଡକ୍ରସ ଭୁବନେଶ୍ୱର, ୨୪/୦୫/୨୦୧୯ (ଓଡ଼ିଶା ସମାଚାର)- ପ୍ରାୟ ୨୦ ଦିନ ତଳେ  ଓଡିଶା ଉପକୁଳରେ ବିଭୀଷିକାର ତାଣ୍ଡବ ରଚିଥିଲା ବାତ୍ୟା ଫନି । ଘର ଦ୍ୱାର,  ବଡ ବଡ ଗଛ, ପନିପରିବା, ପାନ ଚାଷ, ଛତୁ ଚାଷ, ପ୍ରାକୃତିକ ଜଙ୍ଗଲ ଓ ବନ୍ୟଜନ୍ତୁ...
ଶିକ୍ଷକମାନଙ୍କ ପକ୍ଷରୁ ବିଶାଳ ସମାବେଶ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧନା
March 11
07:29 2019

ଭୁବନେଶ୍ୱର,୧୧/୦୩/୨୦୧୯ (ଓଡ଼ିଶା ସମାଚାର)-ରବିବାର ଅପରାହ୍ଣ ୪.୩୦ରେ ନବୀନ ନିବାସ ସମ୍ମୁଖ ଏୟାରପୋର୍ଟ ରୋଡ ରେ ସବୁ ବର୍ଗର ଶିକ୍ଷକମାନଙ୍କର ଏକ ବିଶାଳ ସମାବେଶ ଅନୁଷ୍ଠିତ ହୋଇଥିଲା । ଏହି ସମାବେଶରେ ସବୁ ବର୍ଗର ଶିକ୍ଷକମାନଙ୍କୁ ବିଭିନ୍ନ ସହାୟତା ପ୍ରଦାନ କରିଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ମିଳିତ ଶିକ୍ଷକ ଅଧ୍ୟାପକ ମଂଚର ସଭାପତି ଶ୍ରୀ ଗୋଲକ ନାୟକ, ସାଧାରଣ ସଂପାଦକ ପବିତ୍ର ମହଲା, ନିଖିଳ ଉକ୍ରଳ ପ୍ରାଥମିକ ଶିକ୍ଷକ ଫେଡେରେସନର ରାଜ୍ୟ ସଭାପତି ହୃଦାନନ୍ଦ ଦ୍ୱିବେଦୀ, ନୂତନ ପେନସନ ଭୁକ୍ତ ସଂଗଠନର ରାଜ୍ୟ ସଭାପତି ଶ୍ରୀ ରାଜେଶ ମହାନ୍ତି ରାଜ୍ୟ ସରକାର ବ୍ଲକଗ୍ରାଂଟ ଉଚ୍ଛେଦ କରି ୪୪ ହଜାରରୁ ଊଦ୍ଧ୍ୱର୍ ଶିକ୍ଷକଙ୍କୁ ନିୟମିତ କରିବା, ଅଣ୍ଡରଟେକିଂ ଦେବାକୁ ଥିବା ସର୍ତକୁ ପ୍ରତ୍ୟାହାର କରିବା, ୨୦୧୪ ମସିହାରୁ ପ୍ରଣୟନ ତ୍ରୁଟିପୂର୍ଣ୍ଣ କ୍ୟାଡର ରୁଲକୁ ସଂଶୋଧନ କରି ଲକ୍ଷାଧିକ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସିଧାସଳଖ ଉପକୃତ ହେବା ସହ ଶିକ୍ଷା ଅଧିକାର ଆଇନ ଅନୁଯାୟୀ ପଦୋନ୍ନତି ଏବଂ ଏଥିସହ ସଂଲଗ୍ନ ସମସ୍ତ ସୁବିଧା ସୁଯୋଗ ରାଜ୍ୟ ସରକାର ପ୍ରଦାନ କରିଥିବାରୁ ଶିକ୍ଷକମାନଙ୍କ ମଧ୍ୟରେ ଉତ୍ସାହ ଓ ଉଦ୍ଧୀପନା ସୃଷ୍ଟି ହୋଇଛି ବୋଲି ବକ୍ତାମାନେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ ।Teachers 1

ଶେଷରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିକ୍ଷକ ସମାଜକୁ ଶୁଭେଚ୍ଛା ଜଣାଇବା ସଂଗେ ସଂଗେ ଭଲ ପାଠ ପଢ଼ାଇ ଶିକ୍ଷାର ମାନ ଉନ୍ନତ କରିବାକୁ ପରାମର୍ଶ ଦେଇଥିଲେ । ସବୁ ବର୍ଗର ଶିକ୍ଷକମାନେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ ।
ଏହି ସମାବେଶରେ ମିଳିତ ଶିକ୍ଷକ ଅଧ୍ୟାପକ ମଂଚର ନେତା ତଥା ଓଷ୍ଟା ସଂପାଦକ ପ୍ରକାଶ ମହାନ୍ତି, ପ୍ରକାଶ ଜେନା, ନିଖିଳ ଉକ୍ରଳ ପ୍ରାଥମିକ ଶିକ୍ଷକ ଫେଡେରେସନ ମହାସଚିବ ଅମୀୟ କୁମାର ଦାସ, ରାଜେଶ ମହାନ୍ତି, ଖଗେନ୍ଦ୍ର ପାଲ, ଚାରୁଲତା ମହାପାତ୍ର, ବିକ୍ରମ ରଥ, ବିଜୟ କୁମାର ଜେନା, ରାଜଲକ୍ଷ୍ମୀ ମହାପାତ୍ର, ଶେଖ ଅବଦୁଲ ଖଲିକ, ସହସ୍ରାଂଶୁ ମହାନ୍ତି, ପବିତ୍ର ମୋହନ ଜେନା ପ୍ରମୁଖ ନେତୃମଣ୍ଡଳୀ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଓଡ଼ିଶା ସମାଚାର

Teachers 2

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment