ଓଡ଼ିଶା ସମାଚାର

ପୁନର୍ବାସ ପକ୍ଷରୁ ମସ୍ତିଷ୍କ ପକ୍ଷାଘାତ ଓ ଅଟିଜିମ ଶିଶୁଙ୍କ ପ୍ରଯତ୍ନ ପୁସ୍ତିକା ଉନ୍ମୋଚିତ

 Breaking News
  • ପଥର ବୋଝେଇ ଟ୍ରକକୁ ଧକ୍କା ଦେଲା ବୋଲେରୋ, ଜଣେ ମୃତ କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଏକ ପଥର ବୋଝେଇ ଟ୍ରକକୁ ଦ୍ରୁତଗାମୀ ବୋଲେରୋ ଧକ୍କା ଦେବାରୁ ଘଟଣାସ୍ଥଳରେ ଜଣେ ନାବାଳକର ମୃତ୍ୟୁ ହୋଇଯାଇଥିବା ଜଣା ପଡିଛି । ଘଟଣାରୁ ପ୍ରକାଶ ରାଜନଗର ଥାନା ରାଜରାଜଶ୍ୱେରପୁର ଗ୍ରାମର ରବିନ୍ଦ୍ର ମାଝିଙ୍କ ପୁଅ ବିଶ୍ୱଜିତ ମାଝି (୧୫)...
  • ଜିଲ୍ଲାକୁ ଗୌରବାନ୍ୱିତ କଲେ ସମୀକ୍ଷା ଓ ଶାନ୍ତ୍ୱନା କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଚଳିତ ମାଟ୍ରିକ ପରୀକ୍ଷାର ଫଳ ମଙ୍ଗଳବାର ଦିନ ପ୍ରକାଶିତ ହୋଇଛି । ଏଥିରେ ୨ ଜଣ ଛାତ୍ରୀ ଜିଲ୍ଲାରେ ସର୍ବୋଚ୍ଚ ନମ୍ବର ରଖି ଜିଲ୍ଲାକୁ ଗୌରବାନ୍ୱିତ କରିଥିବା ଜଣାପଡିଛି । ପୌରାଂଚଳ ଅନ୍ତର୍ଗତ ଭାରତୀ ବିଦ୍ୟା ମନ୍ଦିରର ଛାତ୍ରୀ...
  • ମାଟ୍ରିକ ପରୀକ୍ଷା ଫଳ ରାଜ୍ୟରେ ୭୨.୩୫ ପ୍ରତିଶତ ହୋଇଥିବା ବେଳେ ଜିଲ୍ଲାରେ ୭୨.୧୧ପ୍ରତିଶତ କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଚଳିତବର୍ଷ ମାଟ୍ରିକ ପରୀକ୍ଷା ଫଳ ରାଜ୍ୟରେ ୭୨.୩୫ ପ୍ରତିଶତ ହୋଇଥିବା ବେଳେ ଜିଲ୍ଲାରେ ୭୨.୧୧ ପ୍ରତିଶତ ହୋଇଛି । ରାଜ୍ୟରେ ଚଳିତ ବର୍ଷ ରେଗୁଲାର ପରୀକ୍ଷାର୍ଥୀ ୫ଲକ୍ଷ ୪୫ହଜାର ୩୬୨ ଫର୍ମ ପୁରଣ କରିଥିବା ବେଳେ ସେଥିରୁ ୯ହଜାର...
  • ପ୍ଲଟିଂ ଜମି ବ୍ୟବସାୟ ପାଇଁ ସରକାରୀ ଗୋଚର ଜମିକୁ ପୋତାଯାଉଛି କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ପ୍ଲଟିଂ  ଜମି ବ୍ୟବସାୟ ନିମନ୍ତେ ଏକ ସରକାରୀ ଗୋଚର କିଷମ ଜମିକୁ ମାଟି ପକାଯାଇ ପୋତାଯାଉଥିବା ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଯେ କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ତହସିଲ ଅନ୍ତର୍ଗତ ପଂଚାଣପୁର ମୈାଜାର ଖାତା ନମ୍ବର ୯୧...
  • ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ପ୍ରସ୍ତୁତି ବୈଠକ କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସମ୍ମିଳନୀ ଗୃହରେ ଆଜି ପୂର୍ବାହ୍ନରେ ଆଗାମୀ ବର୍ଷା ଋତୁରେ ସମ୍ଭାବ୍ୟ ବନ୍ୟା ଓ ବାତ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ...
ପୁନର୍ବାସ ପକ୍ଷରୁ ମସ୍ତିଷ୍କ ପକ୍ଷାଘାତ ଓ ଅଟିଜିମ ଶିଶୁଙ୍କ ପ୍ରଯତ୍ନ ପୁସ୍ତିକା ଉନ୍ମୋଚିତ
March 08
07:53 2019

କେନ୍ଦ୍ରାପଡା ୦୮/୦୩/୨୦୧୯ (ଓଡ଼ିଶା ସମାଚାର)-ଭିନ୍ନକ୍ଷମ ମାନଙ୍କ ଅଧିକାର ସଚେତନତା ଓ ସାମାଜିକ ପୁନଃ ପ୍ରତିଷ୍ଠା ନିମନ୍ତେ ପୁନର୍ବାସ ପକ୍ଷରୁ ଏକ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମ ଅମର ଉଦ୍ୟାନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ସହାୟତାରେ ଅନୁଷ୍ଠିତ ଏହି ପୁସ୍ତକ ଉନ୍ମୋଚନ ଉତ୍ସବରେ ଅବସରପ୍ରାପ୍ତ ଏଡିଏମଓ  ଡା. ଅଲେଖ ଚନ୍ଦ୍ର ଦାସ, ଭେଷଜ ବିଶେଷଜ୍ଞ ଡା. ଧନେଶ୍ୱର ପ୍ରଧାନ, ଶିଶୁ ରୋଗ ବିଶେଷଜ୍ଞ ଡା. ଆନନ୍ଦ ଗୋପାଳ ମହାନ୍ତି, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଏହି ପୁସ୍ତିକାକୁ ଉନ୍ମୋଚନ କରିଥିଲେ । ପଟ୍ଟାମୁଣ୍ଡାଇ କଷଣଅଂଟା ଗ୍ରାମର ଭିନ୍ନକ୍ଷମ ଯୁବକ ଧନଞ୍ଜୟ ସାହୁଙ୍କୁ ଆଦର୍ଶ ବିବାହ କରିଥିବା ଗଞ୍ଜାମ ଜିଲ୍ଲାର ଭାଗ୍ୟଲିପି ସାହୁ ନବ ଦମ୍ପତିଙ୍କୁ ଅତିଥିମାନେ ସମ୍ବର୍ନ୍ଧିତ କରିଥିଲେ । ସେହିପରି ପଟ୍ଟାମୁଣ୍ଡାଇ ବାଲିପଡା ଗ୍ରାମର ୨ ଗୋଡ ହରାଇଥିବା ବିଜୟଲକ୍ଷ୍ମୀ ସେଠୀ ଓ ଚଳତଶକ୍ତି ବାଧିତ ଯୁବକ ଶତୃଘ୍ନ ମଳିକଙ୍କୁ ୨ ଗୋଟି ହୁଇଲ ଚେୟାର ପ୍ରଦାନ କରାଯାଇଥିଲା । ଇଛାପୁର ଶୁଭେନ୍ଦୁ ସାହୁଙ୍କୁ ଆଶାବାଡି ପ୍ରଦାନକରାଯାଇଥିଲା । ଅନୁଷ୍ଠାନର ଉପଦେଷ୍ଠା ଡ. ବୀରଜା ରାଉତରାୟଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶ୍ୟାମାଶ୍ରୀ ମହାନ୍ତି ସଭାପତିତ୍ୱ କରିଥିଲେ ।  ଏହି କାର୍ଯ୍ୟକ୍ରମରେ ରାଜ୍ୟ ସଂଯୋଜକ ସୁକାନ୍ତ କୁମାର ସାହୁ, ସୁଶ୍ରୀ ସ୍ୱାଗତିକା ପ୍ରଧାନ, ଗୌତମ ସାହୁ, ହୃଷିକେଶ ସାହୁ, ରଞ୍ଜନ ସ୍ୱାଇଁ, ମୀର ରଞ୍ଜନ ବାରିକ ପ୍ରମୁଖ ପରିଚାଳନାରେ ସହାୟତା କରିଥିବା ବେଳେ ଶେଷଦେବ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

Kendrapara Punarbasa 1

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment