ଓଡ଼ିଶା ସମାଚାର

ନିଆଁରେ ପୋଡ଼ିହୋଇ ଇଟାଭାଟି ଶ୍ରମିକଙ୍କ ମୃତୁ୍ୟ

 Breaking News
  • ପଥର ବୋଝେଇ ଟ୍ରକକୁ ଧକ୍କା ଦେଲା ବୋଲେରୋ, ଜଣେ ମୃତ କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଏକ ପଥର ବୋଝେଇ ଟ୍ରକକୁ ଦ୍ରୁତଗାମୀ ବୋଲେରୋ ଧକ୍କା ଦେବାରୁ ଘଟଣାସ୍ଥଳରେ ଜଣେ ନାବାଳକର ମୃତ୍ୟୁ ହୋଇଯାଇଥିବା ଜଣା ପଡିଛି । ଘଟଣାରୁ ପ୍ରକାଶ ରାଜନଗର ଥାନା ରାଜରାଜଶ୍ୱେରପୁର ଗ୍ରାମର ରବିନ୍ଦ୍ର ମାଝିଙ୍କ ପୁଅ ବିଶ୍ୱଜିତ ମାଝି (୧୫)...
  • ଜିଲ୍ଲାକୁ ଗୌରବାନ୍ୱିତ କଲେ ସମୀକ୍ଷା ଓ ଶାନ୍ତ୍ୱନା କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଚଳିତ ମାଟ୍ରିକ ପରୀକ୍ଷାର ଫଳ ମଙ୍ଗଳବାର ଦିନ ପ୍ରକାଶିତ ହୋଇଛି । ଏଥିରେ ୨ ଜଣ ଛାତ୍ରୀ ଜିଲ୍ଲାରେ ସର୍ବୋଚ୍ଚ ନମ୍ବର ରଖି ଜିଲ୍ଲାକୁ ଗୌରବାନ୍ୱିତ କରିଥିବା ଜଣାପଡିଛି । ପୌରାଂଚଳ ଅନ୍ତର୍ଗତ ଭାରତୀ ବିଦ୍ୟା ମନ୍ଦିରର ଛାତ୍ରୀ...
  • ମାଟ୍ରିକ ପରୀକ୍ଷା ଫଳ ରାଜ୍ୟରେ ୭୨.୩୫ ପ୍ରତିଶତ ହୋଇଥିବା ବେଳେ ଜିଲ୍ଲାରେ ୭୨.୧୧ପ୍ରତିଶତ କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଚଳିତବର୍ଷ ମାଟ୍ରିକ ପରୀକ୍ଷା ଫଳ ରାଜ୍ୟରେ ୭୨.୩୫ ପ୍ରତିଶତ ହୋଇଥିବା ବେଳେ ଜିଲ୍ଲାରେ ୭୨.୧୧ ପ୍ରତିଶତ ହୋଇଛି । ରାଜ୍ୟରେ ଚଳିତ ବର୍ଷ ରେଗୁଲାର ପରୀକ୍ଷାର୍ଥୀ ୫ଲକ୍ଷ ୪୫ହଜାର ୩୬୨ ଫର୍ମ ପୁରଣ କରିଥିବା ବେଳେ ସେଥିରୁ ୯ହଜାର...
  • ପ୍ଲଟିଂ ଜମି ବ୍ୟବସାୟ ପାଇଁ ସରକାରୀ ଗୋଚର ଜମିକୁ ପୋତାଯାଉଛି କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ପ୍ଲଟିଂ  ଜମି ବ୍ୟବସାୟ ନିମନ୍ତେ ଏକ ସରକାରୀ ଗୋଚର କିଷମ ଜମିକୁ ମାଟି ପକାଯାଇ ପୋତାଯାଉଥିବା ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଯେ କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ତହସିଲ ଅନ୍ତର୍ଗତ ପଂଚାଣପୁର ମୈାଜାର ଖାତା ନମ୍ବର ୯୧...
  • ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ପ୍ରସ୍ତୁତି ବୈଠକ କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସମ୍ମିଳନୀ ଗୃହରେ ଆଜି ପୂର୍ବାହ୍ନରେ ଆଗାମୀ ବର୍ଷା ଋତୁରେ ସମ୍ଭାବ୍ୟ ବନ୍ୟା ଓ ବାତ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ...
March 07
07:49 2019

ଧାମନଗର,୦୭/୦୩/୨୦୧୯ (ଓଡ଼ିଶା ସମାଚାର)-ଧାମନଗର ଥାନା ଅନ୍ତର୍ଗତ ପଧାନି ଗ୍ରାମପଂଚାୟତ କଇଥାଡ଼ିହ ଠାରେ ବିଶ୍ୱମ୍ବର ଗୋଛାୟତ ନାମକ ଜଣେ ଇଟାଭାଟି ଶ୍ରମିକଙ୍କ ନିଆଁରେ ପୋଡ଼ିହୋଇ ମୃତୁ୍ୟ ଘଟିଥିବା ଜଣାଯାଇଛି । ପୋଲିସ ସୁତ୍ରରୁ ଜଣାଯାଇଛିଯେ ପଧାନି କଇଥାଡ଼ିହ ଗୋଠପଡ଼ିଆଠାରେ ନଦୀଗାଁର ବିଶ୍ୱମ୍ବର ଗୋଛାୟତ, ଅଣାକାର ଦାସ, ଅର୍ଜ୍ଜୁନ ମହାଳିକ, ଦୟାନିଧି ମହାଳିକ ଓ ନିରଞ୍ଜନ ମହାଳିକ ପ୍ରମୁଖ ୫ଜଣ ଶ୍ରମିକ ଇଟାଭାଟିରେ କାମ କରୁଥିଲେ । ଗତ ରବିବାର ଦିନ ସେମାନେ କାମକରୁଥିବା ଇଟାଭାଟିରେ ନିଆଁ ଲଗାଯାଇଥିଲା । ସେହିଦିନ ଇଟାଭାଟି ମାଲିକଙ୍କ ସମେତ ଶ୍ରମିକ ମାନେ ଭୋଜିକରି ଖାଇଥିଲେ । ଶ୍ରମିକମାନେ ଇଟାଭାଟି ନିକଟରେଥିବା ଏକ ଚାଳିଆଘରେ ରାତିରେ ଶୋଇଥିଲେ । ରାତି ପ୍ରାୟ ୩ଟା ସମୟରେ ଶ୍ରମିକ ମାନେ ଶୋଇଥିବା ଚାଳିଆଘରେ ହଠାତ୍ ନିଆଁ ଲାଗିଯାଇଥିଲା । ୪ଜଣ ଶ୍ରମିକ ନିଆଁରୁ ବାହାରି ଆସିଥିବାବେଳେ ବିଶ୍ୱମ୍ବର ଗୋଛାୟତ ନିଆଁରୁ ବାହାରିନପାରି ସେହିଠାରେ ସମ୍ପୁର୍ଣ୍ଣ ପୋଡ଼ିହୋଇ ମୃତୁ୍ୟ ବରଣ କରିଥିଲା । ଖବରପାଇ ଧାମନଗର ପୋଲିସ ଘଟଣାସ୍ଥଳରେ ପହଂଚି ବିଶ୍ୱମ୍ବର ଗୋଛାୟତର ଅର୍ଦ୍ଧଦଗ୍ଧ ମୃତଦେହକୁ ଜବତକରି ବ୍ୟବଚ୍ଛେଦପାଇଁ ପଠାଇଥିଲେ । ଧାମନଗର ଥାନାରେ ଏକ ଅପମୃତୁ୍ୟ ମାମଲା ରୁଜୁ କରାଯାଇଥିବାବେଳେ ସମ୍ପୃକ୍ତ ୪ଜଣ ଶ୍ରମିକଙ୍କୁ ଥାନାରେ ଅଟକ ରଖି ପୋଲିସ ପଚରା ଉଚୁରା କରିଥିଲା ଓ ପରେ ସେମାନଙ୍କୁ ଛାଡ଼ି ଦିଆଯାଇଥିଲା । ଏହି ଅଗ୍ନିକାଣ୍ଡ ଓ ଯୁବକଙ୍କ ମୃତୁ୍ୟ ଘଟଣାକୁ ନେଇ ବିଭିନ୍ନ କଥା ଶୁଣାଯାଉଥିବାବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିବାପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment