ଓଡ଼ିଶା ସମାଚାର

ଓଡିଶାରେ ୧୦୮ ଆମ୍ବୁଲାନ୍ସର ୬ବର୍ଷ ପୂର୍ତି

 Breaking News
  • ପଥର ବୋଝେଇ ଟ୍ରକକୁ ଧକ୍କା ଦେଲା ବୋଲେରୋ, ଜଣେ ମୃତ କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଏକ ପଥର ବୋଝେଇ ଟ୍ରକକୁ ଦ୍ରୁତଗାମୀ ବୋଲେରୋ ଧକ୍କା ଦେବାରୁ ଘଟଣାସ୍ଥଳରେ ଜଣେ ନାବାଳକର ମୃତ୍ୟୁ ହୋଇଯାଇଥିବା ଜଣା ପଡିଛି । ଘଟଣାରୁ ପ୍ରକାଶ ରାଜନଗର ଥାନା ରାଜରାଜଶ୍ୱେରପୁର ଗ୍ରାମର ରବିନ୍ଦ୍ର ମାଝିଙ୍କ ପୁଅ ବିଶ୍ୱଜିତ ମାଝି (୧୫)...
  • ଜିଲ୍ଲାକୁ ଗୌରବାନ୍ୱିତ କଲେ ସମୀକ୍ଷା ଓ ଶାନ୍ତ୍ୱନା କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଚଳିତ ମାଟ୍ରିକ ପରୀକ୍ଷାର ଫଳ ମଙ୍ଗଳବାର ଦିନ ପ୍ରକାଶିତ ହୋଇଛି । ଏଥିରେ ୨ ଜଣ ଛାତ୍ରୀ ଜିଲ୍ଲାରେ ସର୍ବୋଚ୍ଚ ନମ୍ବର ରଖି ଜିଲ୍ଲାକୁ ଗୌରବାନ୍ୱିତ କରିଥିବା ଜଣାପଡିଛି । ପୌରାଂଚଳ ଅନ୍ତର୍ଗତ ଭାରତୀ ବିଦ୍ୟା ମନ୍ଦିରର ଛାତ୍ରୀ...
  • ମାଟ୍ରିକ ପରୀକ୍ଷା ଫଳ ରାଜ୍ୟରେ ୭୨.୩୫ ପ୍ରତିଶତ ହୋଇଥିବା ବେଳେ ଜିଲ୍ଲାରେ ୭୨.୧୧ପ୍ରତିଶତ କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଚଳିତବର୍ଷ ମାଟ୍ରିକ ପରୀକ୍ଷା ଫଳ ରାଜ୍ୟରେ ୭୨.୩୫ ପ୍ରତିଶତ ହୋଇଥିବା ବେଳେ ଜିଲ୍ଲାରେ ୭୨.୧୧ ପ୍ରତିଶତ ହୋଇଛି । ରାଜ୍ୟରେ ଚଳିତ ବର୍ଷ ରେଗୁଲାର ପରୀକ୍ଷାର୍ଥୀ ୫ଲକ୍ଷ ୪୫ହଜାର ୩୬୨ ଫର୍ମ ପୁରଣ କରିଥିବା ବେଳେ ସେଥିରୁ ୯ହଜାର...
  • ପ୍ଲଟିଂ ଜମି ବ୍ୟବସାୟ ପାଇଁ ସରକାରୀ ଗୋଚର ଜମିକୁ ପୋତାଯାଉଛି କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ପ୍ଲଟିଂ  ଜମି ବ୍ୟବସାୟ ନିମନ୍ତେ ଏକ ସରକାରୀ ଗୋଚର କିଷମ ଜମିକୁ ମାଟି ପକାଯାଇ ପୋତାଯାଉଥିବା ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଯେ କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ତହସିଲ ଅନ୍ତର୍ଗତ ପଂଚାଣପୁର ମୈାଜାର ଖାତା ନମ୍ବର ୯୧...
  • ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ପ୍ରସ୍ତୁତି ବୈଠକ କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସମ୍ମିଳନୀ ଗୃହରେ ଆଜି ପୂର୍ବାହ୍ନରେ ଆଗାମୀ ବର୍ଷା ଋତୁରେ ସମ୍ଭାବ୍ୟ ବନ୍ୟା ଓ ବାତ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ...
ଓଡିଶାରେ ୧୦୮ ଆମ୍ବୁଲାନ୍ସର ୬ବର୍ଷ ପୂର୍ତି
March 07
07:33 2019

ଭୁବନେଶ୍ୱର, ୦୭/୦୩/୨୦୧୯ (ଓଡ଼ିଶା ସମାଚାର)- ବହୁ ଲୋକପ୍ରିୟ ମାଗଣା ଜରୁରୀକାଳିନ ଆମ୍ବୁଲାନ୍ସ ସେବା ପ୍ରଦାନକାରୀ, ୧୦୮ ଆମ୍ବୁଲାନ୍ସ, ୫ ମାର୍ଚ୍ଚ ୨୦୧୯ରେ ଓଡିଶାରେ ୬ବର୍ଷର ଯାତ୍ରା ପୂରଣ କରିଛି । ରାଜ୍ୟରେ ମାର୍ଚ୍ଚ ୨୦୧୩ ଠାରୁ ୧୦୮ ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ ପରେ ଏହା ୨୧ଲକ୍ଷରୁ ଅଧିକ ମୂଲ୍ୟବାନ ଜୀବନ ରକ୍ଷା କରିପାରିଛି । ଏହି ସେବା ଦ୍ୱାରା ରାଜ୍ୟର ସହରାଂଚଳ ସହିତ ଗ୍ରାମାଂଚଳର ରୋଗୀମାନେ ସୁବିଧା ପାଇପାରିଛନ୍ତି, ଯାହାକି ସେମାନଙ୍କୁ ସ୍ୱାସ୍ଥ୍ୟ ସେବା ପ୍ରଦାନରେ ଓଡିଶାରେ ଅଗ୍ରଣୀ କରିପାରିଛି । ୧୦୮ ସେବା, ଜିକିତ୍ସା ହେଲଥକେୟାର ଲିଃ. ଦ୍ୱାରା ଏନଏଚଏମ ଓଡ଼ିଶା ସହବନ୍ଧିତାରେ ପରିଚାଳିତ ହେଉଛି । ରାଜ୍ୟରେ ନିଜର ୬ବର୍ଷ ପୂର୍ତି ପାଳନ କରିବା ପାଇଁ ଜିକିତ୍ସା ହେଲଥକେୟାର ଲିଃ. ପକ୍ଷରୁ ଏହାର ପରିସରରେ ରକ୍ତ ଦାନ ଶିବିରର ଆୟୋଜନ କରାଯାଇଛି । ଯେଉଁଠାରେ ଏହାର ଶହେରୁ ଅଧିକ ସଦସ୍ୟ ଏବଂ କର୍ମଚାରୀମାନେ ଖୁବ ଉତ୍ସାହର ସହିତ ଏହି ମହାନ କାର୍ଯ୍ୟରେ ଅଂଶଗ୍ରହଣ କରିଛନ୍ତି । ଏହି ଅବସରରେ ମୁଖ୍ୟ ଅତିଥିଭାବେ ଓଲିଉଡ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଯୋଗଦେବା ସହିତ ବହୁ ଅସୁବିଧା ସତ୍ୱେ ଲୋକ ମାନଙ୍କୁ ସେବା ପ୍ରଦାନ କରିବାର ଅକ୍ଳାନ୍ତ ଉଦ୍ୟମ ପାଇଁ ଜିକିତ୍ସା ହେଲ୍ଥକେୟାର ଲିଃ.କୁ ପ୍ରଶଂସା କରିଛନ୍ତି ।ambulance ଏହି ପରିପ୍ରେକ୍ଷୀରେ ଶ୍ରୀ ସବ୍ୟସଚ୍ଚୀ ବିଶ୍ୱାଳ କହିଛନ୍ତି ଯେ, “ଆମ୍ଭେମାନେ ରାଜ୍ୟରେ ଆମ୍ବୁଲାନ୍ସ ସେବା ପ୍ରଦାନ କରିବାରେ ୬ବର୍ଷ ପୂରଣ କରିଥିବାରୁ ଖୁବ ଉତ୍ସାହିତ । ଏହି ଜୀବନ ରକ୍ଷାକାରୀ ସେବା ରାଜ୍ୟର ସମ୍ପୁର୍ଣ୍ଣ ସ୍ୱାସ୍ଥ୍ୟ ବିଭାଗ କ୍ଷେତ୍ରରେ ଏକ ବୃହତ ପ୍ରଭାବ ପକାଇପାରିଛି ।” ସେ ଆହୁରି ମଧ୍ୟ କହିଛନ୍ତି ଯେ, “ଆମ୍ଭମାନଙ୍କର ବାର୍ଷିକ ଉତ୍ସବ ପାଳନ ପାଇଁ ଆମ୍ଭେମାନେ ଏହି କେନ୍ଦ୍ରରେ ଏକ ରକ୍ତ ଦାନ ଶିବିରର ମଧ୍ୟ ଆୟୋଜନ କରିଛୁ । ୨୦୧୭ର ତଥ୍ୟ ଅନୁଯାୟୀ, ଓଡିଶାରେ ୪,୨୦,୦୦୦ ଲିଟର ରକ୍ତ ଆବଶ୍ୟକ କିନ୍ତୁ ରକ୍ତ ଭଣ୍ଡାର ବିଭିନ୍ନ ଉସôରୁ ୩,୭୯,୦୦୦ଲିଟର ରକ୍ତ ସଂଗ୍ରହ କରିପାରିଛି । ଆମ୍ଭମାନଙ୍କର ଏହି କ୍ଷୁଦ୍ର ଉଦ୍ୟମ ରକ୍ତ ଆବଶ୍ୟକ କରୁଥିବା ରୋଗୀଙ୍କୁ ସାହାଯ୍ୟ କରିବା ସହିତ କର୍ମଚାରୀମାନଙ୍କ ମଧ୍ୟରେ ମାନବିକତାର ବୃଦ୍ଧି କରିପାରିବ ।”ଓଲିଉଡ ଅଭିନେତ୍ରୀ, ଅର୍ଚ୍ଚିତା ସାହୁ ମଧ୍ୟ ଉକ୍ତ ରକ୍ତ ଦାନ ଅଭିଯାନକୁ ପ୍ରଶଂସା କରିବା ସହିତ କହିଛନ୍ତିଯେ, “ପ୍ରତ୍ୟେକ ବ୍ୟକ୍ତି ଯେଉଁମାନେକି ରକ୍ତ ଦାନ କରିବାକୁ ଆଗକୁ ଆସିଥାନ୍ତି, ସେ ଜୀବନ ପାଇଁ ଚମ୍ପିୟାନ୍ ହୋଇଥାଏ । ଜିକିତ୍ସା କର୍ମଚାରୀ ମାନଙ୍କ ଦ୍ୱାରା ନିଆଯାଇଥିବା ଏହି ପଦକ୍ଷେପ ପ୍ରଶଂସାଯୋଗ୍ୟ ହୋଇଥିବାବେଳେ ସେମାନେ ସେମାନଙ୍କର ନିର୍ଦ୍ଧାରିତ କାର୍ଯ୍ୟଠାରୁ ଅଧିକକରି ଦେଖାଇଛନ୍ତି ଏବଂ ଜୀବନ ଏବଂ ମୃତ୍ୟୁ ମଧ୍ୟରେଥିବା ବ୍ୟବଧାନରେ ଏକ ସେତୁ ସଦୃଶ୍ୟ କାର୍ଯ୍ୟ କରିଛନ୍ତି ।”ଜିକିତ୍ସା ହେଲଥ କେୟାର ଲିଃ. ପକ୍ଷରୁ ସମ୍ପ୍ରତି ଓଡିଶାର ୩୦ଟି ଜିଲ୍ଲାରେ ୫୧୨ଟି ଆମ୍ବୁଲାନ୍ସ ମାଧ୍ୟମରେ ୧୦୮ ଆମ୍ବୁଲାନ୍ସ ଜରୁରୀ କାଳୀନ ସେବାର ପ୍ରଚଳନ କରାଯାଉଛି । ଯାହାକି ଉଦ୍ଧେଶ୍ୟ ସାଧନ ନିମନ୍ତେ ସମ୍ପୁର୍ଣ୍ଣ ରାଜ୍ୟରେ ସମୟାନୁସାରେ କଲ୍ ଗ୍ରହଣକରି ଜରୁରୀକାଳିନ ରୋଗୀ ପରିବହନ ପାଇଁ ନିୟୋଜିତ ହୋଇଛନ୍ତି । ବହୁ ବାଧାବିଘ୍ନ ସତ୍ୱେ ଆମ କର୍ମଚାରୀମାନେ ବହୁ କଠିନ ପରିସ୍ଥିତିରେ ମୂଲ୍ୟବାନ ଜୀବନ ବଞ୍ଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାର ବହୁ ଉଦାହରଣ ମଧ୍ୟ ରହିଛି । ୧୦୮ ଆମ୍ବୁଲାନ୍ସ ସେବା ଦ୍ୱାରା ବିଗତ ୫ବର୍ଷ ଧରି ୨୧୬୪୯୧୭ଜଣରୁ ଅଧିକ ରୋଗୀ ସୁବିଧା ପାଇପାରିଛନ୍ତି । ୧୦୮ ଆମ୍ବୁଲାନ୍ସ ସେବା ଭୁବନେଶ୍ୱରସ୍ଥିତ ଷ୍ଟେଟ ଅଫ ଦି ଆର୍ଟ କେନ୍ଦ୍ରରୁ ପରିଚାଳିତ ହେଉଛି । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment