ଓଡ଼ିଶା ସମାଚାର

ମୁଖ୍ୟମନ୍ତ୍ରୀଙ୍କୁ ନର୍ସିଂ କର୍ମଚାରୀ ସଂଘର ସମ୍ବର୍ଦ୍ଧନା

 Breaking News
  • ପଥର ବୋଝେଇ ଟ୍ରକକୁ ଧକ୍କା ଦେଲା ବୋଲେରୋ, ଜଣେ ମୃତ କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଏକ ପଥର ବୋଝେଇ ଟ୍ରକକୁ ଦ୍ରୁତଗାମୀ ବୋଲେରୋ ଧକ୍କା ଦେବାରୁ ଘଟଣାସ୍ଥଳରେ ଜଣେ ନାବାଳକର ମୃତ୍ୟୁ ହୋଇଯାଇଥିବା ଜଣା ପଡିଛି । ଘଟଣାରୁ ପ୍ରକାଶ ରାଜନଗର ଥାନା ରାଜରାଜଶ୍ୱେରପୁର ଗ୍ରାମର ରବିନ୍ଦ୍ର ମାଝିଙ୍କ ପୁଅ ବିଶ୍ୱଜିତ ମାଝି (୧୫)...
  • ଜିଲ୍ଲାକୁ ଗୌରବାନ୍ୱିତ କଲେ ସମୀକ୍ଷା ଓ ଶାନ୍ତ୍ୱନା କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଚଳିତ ମାଟ୍ରିକ ପରୀକ୍ଷାର ଫଳ ମଙ୍ଗଳବାର ଦିନ ପ୍ରକାଶିତ ହୋଇଛି । ଏଥିରେ ୨ ଜଣ ଛାତ୍ରୀ ଜିଲ୍ଲାରେ ସର୍ବୋଚ୍ଚ ନମ୍ବର ରଖି ଜିଲ୍ଲାକୁ ଗୌରବାନ୍ୱିତ କରିଥିବା ଜଣାପଡିଛି । ପୌରାଂଚଳ ଅନ୍ତର୍ଗତ ଭାରତୀ ବିଦ୍ୟା ମନ୍ଦିରର ଛାତ୍ରୀ...
  • ମାଟ୍ରିକ ପରୀକ୍ଷା ଫଳ ରାଜ୍ୟରେ ୭୨.୩୫ ପ୍ରତିଶତ ହୋଇଥିବା ବେଳେ ଜିଲ୍ଲାରେ ୭୨.୧୧ପ୍ରତିଶତ କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଚଳିତବର୍ଷ ମାଟ୍ରିକ ପରୀକ୍ଷା ଫଳ ରାଜ୍ୟରେ ୭୨.୩୫ ପ୍ରତିଶତ ହୋଇଥିବା ବେଳେ ଜିଲ୍ଲାରେ ୭୨.୧୧ ପ୍ରତିଶତ ହୋଇଛି । ରାଜ୍ୟରେ ଚଳିତ ବର୍ଷ ରେଗୁଲାର ପରୀକ୍ଷାର୍ଥୀ ୫ଲକ୍ଷ ୪୫ହଜାର ୩୬୨ ଫର୍ମ ପୁରଣ କରିଥିବା ବେଳେ ସେଥିରୁ ୯ହଜାର...
  • ପ୍ଲଟିଂ ଜମି ବ୍ୟବସାୟ ପାଇଁ ସରକାରୀ ଗୋଚର ଜମିକୁ ପୋତାଯାଉଛି କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ପ୍ଲଟିଂ  ଜମି ବ୍ୟବସାୟ ନିମନ୍ତେ ଏକ ସରକାରୀ ଗୋଚର କିଷମ ଜମିକୁ ମାଟି ପକାଯାଇ ପୋତାଯାଉଥିବା ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଯେ କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ତହସିଲ ଅନ୍ତର୍ଗତ ପଂଚାଣପୁର ମୈାଜାର ଖାତା ନମ୍ବର ୯୧...
  • ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ପ୍ରସ୍ତୁତି ବୈଠକ କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସମ୍ମିଳନୀ ଗୃହରେ ଆଜି ପୂର୍ବାହ୍ନରେ ଆଗାମୀ ବର୍ଷା ଋତୁରେ ସମ୍ଭାବ୍ୟ ବନ୍ୟା ଓ ବାତ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ...
ମୁଖ୍ୟମନ୍ତ୍ରୀଙ୍କୁ ନର୍ସିଂ କର୍ମଚାରୀ ସଂଘର ସମ୍ବର୍ଦ୍ଧନା
March 04
16:30 2019

ଭୁବନେଶ୍ୱର, ୦୪/୦୩/୨୦୧୯ (ଓଡ଼ିଶା ସମାଚାର)-ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ ତରଫରୁ ଶହ ଶହ ସଂଖ୍ୟାରେ ସେବିକା ଓ ତାଙ୍କ କର୍ମକର୍ତାମାନେ ଶୋଭାଯାତ୍ରାରେ ଯାଇ ନବୀନ ନିବାସ ଠାରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଦେବା ସହିତ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । ରାଜ୍ୟ ସରକାର ଜାତୀୟ ସ୍ୱାସ୍ଥ୍ୟ ମିଶନରେ କାର୍ଯ୍ୟ କରୁଥିବା ସମସ୍ତ ସେବିକାମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେବା ପାଇଁ ଐତିହାସିକ ନିଷ୍ପତି ନେଇଥିବାରୁ ଆନନ୍ଦ ଉଲ୍ଲାସ ଭିତରେ ସେବିକାମାନେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଜଣାଇବା ସହିତ ସେବିକାମାନଙ୍କର ଦରମାରେ ଥିବା ଅସଂଗତି ଦୂର କରିବା ଓ କ୍ୟାଡରରେ ଅପଗ୍ରେଡସନ କରି ସେବିକାମାନଙ୍କୁ ପଦୋନ୍ନତି ଦେବା ପାଇଁ ଗୋଟିଏ ସ୍ମାରକପତ୍ର ପ୍ରଦାନ କରିଥିଲେ । ବିଜୁ ଶ୍ରମିକ ସାମ୍ମୁଖ୍ୟର ଉପଦେଷ୍ଟା କଟକ-ବାରବାଟୀ ବିଧାୟକ ଶ୍ରୀ ଦେବାଶିଷ ସାମନ୍ତରାୟ, ମହାସଚିବ ଶ୍ରୀ ସୁବାସ ସିଂହ, ସଂପାଦକ ଶ୍ରୀ ସୁରେନ୍ଦ୍ର ସ୍ୱାଇଁ, ସହ ସଂପାଦକ ଶ୍ରୀ ଶିବ ପ୍ରସାଦ ମଲ୍ଲିକ, ଶ୍ରୀ ରାଜୀବ ମହାନ୍ତି ପ୍ରମୁଖ ଏହାର ନେତୃତ୍ୱ ନେଇଥିଲେ । ଏହି ଶୋଭାଯାତ୍ରା ଓ ସମ୍ବର୍ଦ୍ଧନା ସଭାରେ ଓଡ଼ିଶା ନର୍ସିଂ କର୍ମଚାରୀ ସଂଘର ସଭାନେତ୍ରୀ ଶ୍ରୀମତୀ ପ୍ରତିମା ସାମନ୍ତରାୟ, ସାଧାରଣ ସଂପାଦିକା ଶ୍ରୀମତୀ ପ୍ରଭାତି ମହାନ୍ତି, କର୍ମକର୍ତା ସୁମତୀ ପାଇକରାୟ, ଆରତିଲତା ଖୁଂଟିଆ ଝରଣା ଦାସ, ସୁରମା ଦାସ, ମାଳତୀ ତ୍ରିପାଠୀ, ସରଳା ଦାସ, ସେବତୀ ବେହେରା, ପ୍ରତିମା ଶତପଥୀ, ନିବେଦିତା ଦାସ, ରାଜଲକ୍ଷ୍ମୀ ରାଉତ, ଫୁଲଣା ଦେଇ, ସଂଯୁକ୍ତା ନାହାକ, ସୁଲୋଚନା ସେଠୀ, ଗୌରୀମଣି ସାହୁ, ମାଳତୀପ୍ରଭା ଦାସ, ଦୂରଦର୍ଶନୀ ସ୍ୱାଇଁ, ରୀନାବାଳା ମହାନ୍ତି, ହରପ୍ରିୟା ପାଣିଗ୍ରାହୀ, ଝଞ୍ଜାମୟୀ ମହାପାତ୍ରଙ୍କ ସହ ସମସ୍ତ ଜିଲ୍ଲାର କର୍ମକର୍ତାମାନେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment