ଓଡ଼ିଶା ସମାଚାର

ଏକାମ୍ର ସାଂସ୍କୃତିକ ପ୍ରକାଶନୀର ଜାତୀୟସ୍ତରୀୟ ଭଜନ ସମାରୋହ

 Breaking News
  • ସଂକ୍ଷେପରେ ତାଜା ଖବର : ପତ୍ନୀକୁ କିରୋସିନୀ ଢ଼ାଳି ପୋଡ଼ି ମାରିଦେଲା ସ୍ୱାମୀ   ଆନନ୍ଦପୁର,୧୮/୦୬/୨୦୧୯ (ଓଡ଼ିଶା ସମାଚାର)- ପତ୍ନୀକୁ କିରୋସିନୀ ଢ଼ାଳି ପୋଡ଼ି ମାରିଦେଲା ସ୍ୱାମୀ । ଏଭଳି ଘଟଣା ଘଟିଛି ମହୁଲଡ଼ିହା ଥାନା ଅନ୍ତର୍ଗତ କୋଇଲିପାଳ ଗାଁ ରେ । ଗତକାଲି ବିଳମ୍ବିତ ରାତିରେ ପ୍ରଫୁଲ ନାଏକ ତାଙ୍କ ପତ୍ନୀ ଲିଜା ଦେହରେ...
  • ସଂକ୍ଷେପରେ ତାଜା ଖବର : ଦେଢ଼କୋଟି ଟଙ୍କାର ବ୍ରାଉନସୁଗାର ଜବତ – ୪ ଗିରଫ ବାଲେଶ୍ୱର,୧୮/୦୬/୨୦୧୯ (ଓଡ଼ିଶା ସମାଚାର)- ଅବକାରୀ ବିଭାଗର ଭ୍ରାମ୍ୟମାଣ ସ୍କ୍ୱାର୍ଡ଼ ଓ ସହଦେବଖୁଂଟା ପୋଲିସ୍ ଚଢ଼ାଉ କରି ଫୁଲାରୀପଚା ଛକ ରୁ ଦେଢ଼କେଜି ଓଜନର ବ୍ରାଉନସୁଗାର ଜବତ କରିଛନ୍ତି । ସମ୍ପୃକ୍ତ ୪ ଜଣଙ୍କୁ ମଧ୍ୟ ଗିରଫ କରିଛନ୍ତି । ଜବତ ବ୍ରାଉନସୁଗାରର...
  • ଦୁର୍ଘଟଣାରେ ୨ ଯୁବକ ମୃତ ପଟ୍ଟାମୁଣ୍ଡାଇ, ୧୮/୦୬/୨୦୧୯ (ଓଡ଼ିଶା ସମାଚାର)-ପଟ୍ଟାମୁଣ୍ଡାଇ ପୌରାଂଚଳ ଅନ୍ତର୍ଗତ ଚୂନଢିଅ ଠାରେ ଏସଡ଼ିପିଓ ଅଫିସ ନିକଟରେ ସୋମବାର ରାତି ପ୍ରାୟ ସାଢ଼େ ୯ଟାରେ ଏକ ଦୁର୍ଘଟଣାରେ ଘଟଣାସ୍ଥଳରେ ୨ଜଣ ଯୁବକଙ୍କ ମୃତ୍ୟୁ ଘଟିଛି । ପଟ୍ଟାମୁଣ୍ଡାଇ ପୁଲିସ ପହଂଚି ଦୁର୍ଘଟଣାର ତଦନ୍ତ ଆରମ୍ଭ...
  • ସ୍ନାନବେଦୀରେ ଶ୍ରୀବଳଦେବଜୀଉଙ୍କ ହାତୀବେଶ କେନ୍ଦ୍ରାପଡା, ୧୮/୦୬/୨୦୧୯ (ଓଡ଼ିଶା ସମାଚାର)- ଶ୍ରୀ ବଳଦେବଜୀଉ, ସୁଭଦ୍ରା ଏବଂ ଜଗନ୍ନାଥଙ୍କୁ ସ୍ନାନ ପୂର୍ଣ୍ଣିମାରେ ମନ୍ଦିର ଭିତରୁ ସ୍ନାନବେଦୀକୁ ଅଣାଯାଇଥିଲା । ଏହି ଉପଲକ୍ଷେ ରବିବାର ରାତି ୧୨ଟାରେ ସେନାପଟ୍ଟା ଓ ସକାଳ ୫ଟାରେ ପୁଷ୍ପାଞ୍ଜଳି ଦିଆଯାଇ ୭ଟାରେ ଧାଡି ପହଁଣ୍ଡିରେ...
  • ଲକ୍ଷ୍ମୀନାରାୟଣଙ୍କ ଆଶ୍ରମରେ ଦେବ ସ୍ନାନ ପୂର୍ଣ୍ଣିମା ପାଟକୁରା  ୧୮/୦୬/୨୦୧୯ (ଓଡ଼ିଶା ସମାଚାର)-ଦଶମୌଜିସ୍ଥିତ ଆଶ୍ରମବାଲିକୁଦା ଠାରେ ନାମାଚାର୍ଯ୍ୟ ବାୟାବାବାଙ୍କ ଦ୍ୱାରା ପରିଚାଳିତ ଶ୍ରୀ ଶ୍ରୀ ଲକ୍ଷ୍ମୀନାରାୟଣଙ୍କ ଆଶ୍ରମରେ ସୋମବାର ପାରମ୍ପାରିକ ଭାବରେ ଦେବ ସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହୋଇଯାଇଛି । ଆଶ୍ରମରେ ଥିବା ଶ୍ରୀ ଜଗନ୍ନାଥଙ୍କ ମନ୍ଦିରର ଗର୍ଭଗୃହରୁ ଶ୍ରୀ...
March 01
22:46 2019

                                Ekamra Sanskrutika prakasani press meet (1)          ଯୋଗ ଦେବେ ନାମିଦାମି କଳାକାର
ଭୁବନେଶ୍ୱର, ୦୧/୦୩/୨୦୧୯ (ଓଡ଼ିଶା ସମାଚାର)- ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ମହାଶିବରାତ୍ରି ଉପଲକ୍ଷେ ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଲିଙ୍ଗରାଜ ଲାଇବ୍ରେରୀ ହଲରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ସୁରେଶ କୁମାର ରାଉତରାୟ ଓ ସମ୍ପାଦକ ସନତ ମିଶ୍ର ଜାତୀୟସ୍ତରୀୟ ଏହି ଭଜନ ସମାରୋହ ଚଳିତ ବର୍ଷ ୨୯ ବର୍ଷ ପାଳନ କରିବ । ଏହାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଅନୁଷ୍ଠାନ ପକ୍ଷରୁ ଉଦ୍ୟମ ହୋଇଛି । ମୁମ୍ବଇର ଖ୍ୟାତନାମା କଣ୍ଠଶିଳ୍ପୀ ଅନୁପ ଜୋଲଟା, ଅନୁରାଧା ପଡ଼ୱାଲ, ମଥୁରାର ଲାଲାଜି ଶର୍ମା, ଟାଟାର ନେହା କଉର ସମେତ ସଙ୍ଗୀତ ନିର୍ଦେଶକ ମନ୍ମଥ ମିଶ୍ରଙ୍କ ନିର୍ଦେଶନାରେ ଓଡ଼ିଶାର ବହୁ ଖ୍ୟାତନାମା କଣ୍ଠଶିଳ୍ପୀ କୁମାର ବାପି, ଶାନ୍ତିଲତା ଛୋଟରାୟ, ରବି ମହାପାତ୍ର, କ୍ରିଷ୍ଣା ମିଶ୍ର, ବିଦ୍ୟା ଦାଶ, ସୁଧାକର ମିଶ୍ର, ପିନାକି ନାୟକ, ଶ୍ରୀଚରଣ ମହାନ୍ତି, ପ୍ରଭୁ ପ୍ରସାଦ ନନ୍ଦ, ଅଞ୍ଜଳୀ ମିଶ୍ର, ଅର୍ପିତା ଚୌଧୁରୀ, ଅନ୍ତରା ଚକ୍ରବର୍ତି, ପ୍ରଦୀପ ଦଳାଇ, ଆଲୋକ କୁଣ୍ଡୁ, ଅମରେଶ ମିଶ୍ର, ପ୍ରଫୁଲ୍ଲ ବେହେରା ଆଦି ବହୁ ଯୋଗ ଦେବେ । ଉକ୍ତ ଦିନ ଭୋର ୪ଟାରୁ ଶଙ୍ଖଧ୍ୱନି, ବେଦପାଠ, ଶିବ ସହସ୍ରନାମ, ଭାଗବତ,ଗୀତା ପାଠ, ଶିବ ଚେତନା, ହରି ଭଜନ, ରାମଚରିତ ପାରାୟଣ, ପ୍ରବଚନ ପ୍ରଭୃତି କରାଯିବା କାର୍ଯ୍ୟକ୍ରମ ରହିଛି ବୋଲି ସମ୍ପାଦକ ସନତ ମିଶ୍ର ସୂଚନା ଦେଇଥିଲେ । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment