ମହାନଦୀ ବିହାର ମହିଳା ସ୍ନାତକ ମହାବିଦ୍ୟାଳୟରେ ନୂଆ – ଓ କାର୍ଯ୍ୟକ୍ରମ ଉଦଯାପିତ

କଟକ,୩୦/୧୨/୨୦୨୩ (ଓଡ଼ିଶା ସମାଚାର/ ଦେବାଶିଷ ରଥ)- କଟକ ମହାନଦୀ ବିହାର ମହିଳା ସ୍ନାତକ ମହାବିଦ୍ୟାଳୟରେ ନୂଆ -ଓ ( ଯୁବ ଓଡ଼ିଶା ନବୀନ ଓଡ଼ିଶା ) ଉଦଯାପିତ ସମାରୋହ ଅଧ୍ୟକ୍ଷ ଡକ୍ଟର ଲକ୍ଷ୍ମଣ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଏହି ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଲୋକପ୍ରିୟ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ଯୋଗ ଦେଇ ମହାବିଦ୍ୟାଳୟ ଛାତ୍ରୀମାନଙ୍କ ଦକ୍ଷତାକୁ ଭୂରି ଭୂରି ପ୍ରଶଂସା କରିବା ସହ ମହାବିଦ୍ୟାଳୟକୁ ସରକାରୀ ମହାବିଦ୍ୟାଳୟ ଭାବେ ରାଜ୍ୟ ସରକାର ହାତକୁ ନେବାକୁ ରହିଥିବା ଦାବି ପତ୍ରକୁ ସରକାରଙ୍କ ନିକଟରେ ପହଞ୍ଚାଇବା ନିମନ୍ତେ ସବୁ ପ୍ରକାର ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ମହାବିଦ୍ୟାଳୟର ପୂର୍ବତନ ସଭାପତି ଶ୍ରୀଯୁକ୍ତ ସୂର୍ଯ୍ୟନାରାୟଣ ସାହୁ , ବର୍ତ୍ତମାନର ସଭାପତି ଡକ୍ଟର ସୌଦାମିନୀ ରାୟ , ମହାନଦୀ ବିହାର ଉନ୍ନୟନ କମିଟିର ସଭାପତି ଶ୍ରୀଯୁକ୍ତ ରବିନ୍ଦ୍ର ପ୍ରସାଦ ତ୍ରିପାଠୀ , ମୋ କଲେଜ ଅଭିଯାନର ଉପଦେଷ୍ଟା ଇଂଜିନିୟର ଗୋପାଳ କୃଷ୍ଣ ବେହେରା , ଶ୍ରୀଯୁକ୍ତ ନିର୍ମେଳେନ୍ଦୁ ଗୁପ୍ତା , କର୍ପୋରେଟର ଇଂଜିନିୟର ସୁବ୍ରତ ଘଡେ଼ଇ , ସମାଜ ସେବୀ ସୁଧାଂଶୁ ଷଡଙ୍ଗୀ ,  ବିଧାୟକଙ୍କ ପ୍ରତିନିଧି ରମାକାନ୍ତ ଲେଙ୍କା ଓ ଯୁକ୍ତ ଦୁଇ ସେକେଣ୍ଡାରୀ ବିଦ୍ୟାଳୟର ଅଧ୍ୟକ୍ଷା ସୁଶ୍ରୀ ମିତା ପଟ୍ଟନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପିଲାମାନଙ୍କ ପ୍ରତିଭା ଓ ବୌଦ୍ଧିକ ବିକାଶ ନିମନ୍ତେ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ପ୍ରଶଂସା କରିଥିଲେ । ଏହି ଅବସରରେ ସ୍ମାତକ ମହାବିଦ୍ୟାଳୟର ସ୍ୱତନ୍ତ୍ର ‘ ଲୋଗୋ ‘ ବିଦ୍ଧିବଦ୍ଧ ଭାବରେ ଉନ୍ମୋଚିତ କରାଯାଇଛି । ଦୀର୍ଘ ଏକ ମାସ ଧରି ବିଭିନ୍ନ କାର୍ଯ୍ୟକୁ ସୁଚାରୁରୂପେ ସଂପାଦନ କରିଥିବା ନୋଡାଲ ଅଫିସର ଅଧ୍ୟାପିକା ସୁଶ୍ରୀ ନିରୁପମା ପାତ୍ର ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ବିଜୟୀ ଛାତ୍ରୀମାନଙ୍କୁ ଅତିଥିମାନେ ପୁରସ୍କାର ବଣ୍ଟନ କରିଥିଲେ । କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅବସର ପ୍ରାପ୍ତ ଅଧ୍ୟକ୍ଷା ଡକ୍ଟର ସାବିତ୍ରୀ ଶାସ୍ତ୍ରୀ ତଥା ଶ୍ରୀମତୀ ଜୟଶ୍ରୀ ମହାନ୍ତି ଯୋଗ ଦେଇଥିବା ବେଳେ ଅବସର ନେଇଥିବା ଅଧ୍ୟାପିକା  ଶ୍ରୀମତୀ ସୌଦାମିନୀ ଦାସ , ଅଧ୍ୟାପକ ଶ୍ରୀଯୁକ୍ତ ପ୍ରଦୀପ୍ତ କୁମାର ରଥ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଅଧ୍ୟାପିକା ପ୍ରଣୟ ମଞ୍ଜରୀ ମହାନ୍ତି , ଅଧ୍ୟାପିକା କସ୍ତୁରୀ ବେହେରା , ଅଧ୍ୟାପିକା ମଞ୍ଜୁଲତା ମହାରଣା , ଅଧ୍ୟାପିକା ବିଷ୍ଣୁପ୍ରିୟା ସାହୁ , ଡକ୍ଟର ଅଞ୍ଜଳିବାଳା ଦାସ , ଡକ୍ଟର ଦେବୀପ୍ରସାଦ ସେନାପତି , ଶୁଭସ୍ମିତା ସାହୁ , ଅମୁଲ୍ୟ, ମଧୁସ୍ମିତା , ଚିନୁ , ଗୀତୁ ପ୍ରଭୃତି ସହଯୋଗ କରିଥିଲେ । ଶେଷରେ ଛାତ୍ରୀମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Leave a Reply

Your email address will not be published. Required fields are marked *