ଦୁଇ ବାଇକ୍ ମୁହାଁମୁହିଁ ଧକ୍କା: ଜଣେ ମୃତ

ଭୁବନେଶ୍ୱର, ୨୯/୧୨/୨୦୨୩ (ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲ୍ଲାର ତାପଙ୍ଗ ଓଭରବ୍ରିଜ ନିକଟରେ ଦୁଇ ମୋଟରସାଇକେଲ ମଧ୍ୟରେ ମୁହାଁମୁହଁ ଧକ୍କା ହେବା ଫଳରେ ଜଣେ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ଘଟଣାରୁ ପ୍ରକାଶ ଗଞ୍ଜାମ ଜିଲ୍ଲା ପୋଲସରା ଥାନା ମଧୁସୁଦନପୁର ଗ୍ରାମର ଲକ୍ଷ୍ମୀ ନାରାୟଣ ପାଢି(୩୭) ଭୁବନେଶ୍ବରରୁ ନିଜ ଗ୍ରାମକୁ ଓଡି ୩୩ଏଜେ୮୪୪୮ ମୋଟରସାଇକେଲ ଯୋଗେ ଖୋର୍ଦ୍ଧା ନିକଟସ୍ଥ ତାପଙ୍ଗ ଓଭରବ୍ରିଜ ଅତିକ୍ରମ କରିବା ସମୟରେ ବିପରୀତ ଦିଗରୁ ଅନ୍ୟ ଜଣେ ଅତି ବେପରୁଆ ଢଙ୍ଗରେ ଦୃତ ବେଗରେ ଆସୁଥିବା ଏକ ହିରୋ ଗ୍ଲାମର ମୋଟରସାଇକେଲ ନଂ ଓଡି୦୨ଡବ୍ଲୁ ୯୬୭୯ ଭାରସାମ୍ୟ ହରାଇ ଧକ୍କା ଦେଇଥିଲା। ଦୁର୍ଘଟଣାର ଶିକାର ହୋଇ ଲକ୍ଷ୍ମୀ ନାରାୟଣ ମୋଟରସାଇକେଲରୁ ଛିଟିକି ପଡି ଓଭରବ୍ରିଜ କାନ୍ଥରେ ପିଟି ହୋଇ ପଡିଥିଲା। ଘଟଣାସ୍ଥଳରୁ ଲକ୍ଷ୍ମୀ ନାରାୟଣଙ୍କୁ ଆମ୍ବୁଲାନ୍ସ ଯୋଗେ ଖୋର୍ଦ୍ଧା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ତେବେ ଡକ୍ଟର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ମୃତ ଲକ୍ଷ୍ମୀ ନାରାୟଣଙ୍କ ଭାଇ ରାମ ନାରାୟଣ ଖୋର୍ଦ୍ଧା ସଦର ଥାନାରେ ଏକ ଏତଲା ଦେବା ସହ ବେପରୁଆ ଢଙ୍ଗରେ ଦୃତ ଗତିରେ ଗାଡି ଚଳାଇ ଦୁର୍ଘଟଣା ଘଟାଇ ଥିବା ଗାଡି ଚାଳକକୁ ଗିରଫ କରି ଆଇନ ଅନୁସାରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପାଇ ଅନୁରୋଧ କରିଛନ୍ତି।

Leave a Reply

Your email address will not be published. Required fields are marked *