ଓଡ଼ିଶା ସମାଚାର

ଜଗତସିଂହପୁର ଜିଲାର ବରିଷ୍ଠ ନାଗରୀକ ମାନଙ୍କର ଗୌହାଟି ଯାତ୍ରା

 Breaking News
  • ପଥର ବୋଝେଇ ଟ୍ରକକୁ ଧକ୍କା ଦେଲା ବୋଲେରୋ, ଜଣେ ମୃତ କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଏକ ପଥର ବୋଝେଇ ଟ୍ରକକୁ ଦ୍ରୁତଗାମୀ ବୋଲେରୋ ଧକ୍କା ଦେବାରୁ ଘଟଣାସ୍ଥଳରେ ଜଣେ ନାବାଳକର ମୃତ୍ୟୁ ହୋଇଯାଇଥିବା ଜଣା ପଡିଛି । ଘଟଣାରୁ ପ୍ରକାଶ ରାଜନଗର ଥାନା ରାଜରାଜଶ୍ୱେରପୁର ଗ୍ରାମର ରବିନ୍ଦ୍ର ମାଝିଙ୍କ ପୁଅ ବିଶ୍ୱଜିତ ମାଝି (୧୫)...
  • ଜିଲ୍ଲାକୁ ଗୌରବାନ୍ୱିତ କଲେ ସମୀକ୍ଷା ଓ ଶାନ୍ତ୍ୱନା କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଚଳିତ ମାଟ୍ରିକ ପରୀକ୍ଷାର ଫଳ ମଙ୍ଗଳବାର ଦିନ ପ୍ରକାଶିତ ହୋଇଛି । ଏଥିରେ ୨ ଜଣ ଛାତ୍ରୀ ଜିଲ୍ଲାରେ ସର୍ବୋଚ୍ଚ ନମ୍ବର ରଖି ଜିଲ୍ଲାକୁ ଗୌରବାନ୍ୱିତ କରିଥିବା ଜଣାପଡିଛି । ପୌରାଂଚଳ ଅନ୍ତର୍ଗତ ଭାରତୀ ବିଦ୍ୟା ମନ୍ଦିରର ଛାତ୍ରୀ...
  • ମାଟ୍ରିକ ପରୀକ୍ଷା ଫଳ ରାଜ୍ୟରେ ୭୨.୩୫ ପ୍ରତିଶତ ହୋଇଥିବା ବେଳେ ଜିଲ୍ଲାରେ ୭୨.୧୧ପ୍ରତିଶତ କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଚଳିତବର୍ଷ ମାଟ୍ରିକ ପରୀକ୍ଷା ଫଳ ରାଜ୍ୟରେ ୭୨.୩୫ ପ୍ରତିଶତ ହୋଇଥିବା ବେଳେ ଜିଲ୍ଲାରେ ୭୨.୧୧ ପ୍ରତିଶତ ହୋଇଛି । ରାଜ୍ୟରେ ଚଳିତ ବର୍ଷ ରେଗୁଲାର ପରୀକ୍ଷାର୍ଥୀ ୫ଲକ୍ଷ ୪୫ହଜାର ୩୬୨ ଫର୍ମ ପୁରଣ କରିଥିବା ବେଳେ ସେଥିରୁ ୯ହଜାର...
  • ପ୍ଲଟିଂ ଜମି ବ୍ୟବସାୟ ପାଇଁ ସରକାରୀ ଗୋଚର ଜମିକୁ ପୋତାଯାଉଛି କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ପ୍ଲଟିଂ  ଜମି ବ୍ୟବସାୟ ନିମନ୍ତେ ଏକ ସରକାରୀ ଗୋଚର କିଷମ ଜମିକୁ ମାଟି ପକାଯାଇ ପୋତାଯାଉଥିବା ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଯେ କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ତହସିଲ ଅନ୍ତର୍ଗତ ପଂଚାଣପୁର ମୈାଜାର ଖାତା ନମ୍ବର ୯୧...
  • ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ପ୍ରସ୍ତୁତି ବୈଠକ କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସମ୍ମିଳନୀ ଗୃହରେ ଆଜି ପୂର୍ବାହ୍ନରେ ଆଗାମୀ ବର୍ଷା ଋତୁରେ ସମ୍ଭାବ୍ୟ ବନ୍ୟା ଓ ବାତ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ...
ଜଗତସିଂହପୁର ଜିଲାର ବରିଷ୍ଠ ନାଗରୀକ ମାନଙ୍କର ଗୌହାଟି ଯାତ୍ରା
February 24
16:31 2019

ଜଗତସିଂହପୁର,୨୪/୦୨/୨୦୧୯ (ଓଡ଼ିଶା ସମାଚାର)- ରବିବାର ସକାଳେ ଜଗତସିଂହପୁର ଜିଲାର ବରିଷ୍ଠ ନାଗରୀକମାନେ ମୁଖ୍ୟମନ୍ତ୍ରୀଙ୍କ ବରିଷ୍ଠ ନାଗରିକ ତୀର୍ଥ ଯୋଜନା-୨୦୧୮-୧୯ ରେ ଆସାମର ଗୌହାଟି ଯାତ୍ରା କରିଛନ୍ତି । ଆଜି ସକାଳେ ଜିଲାପାଳଙ୍କ କାର୍ଯ୍ୟାଳୟ ପଡ଼ିଆ ରୁ ୩ ଟି ବସ୍ ଯୋଗେ ଏହି ବରିଷ୍ଠ ନାଗରୀକମାନେ  ଭୁବନେଶ୍ୱର ଯାଇଛନ୍ତି । ଡ଼େପୁଟି କଲେକ୍ଟର ଶ୍ରୀ ବିବୁଧ କୁମାର ମହାନ୍ତି, ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କାମିନୀ ରଂଜନ ପଟ୍ଟନାୟକ , ଜିଲା ସଂସ୍କୃତି ଅଧିକାରୀ ଶ୍ରୀ ରଂଜନ ଦାସ ପତାକା ହଲାଇ ଯାତ୍ରାର ଶୁଭାରମ୍ଭ କରିଥିଲେ । ଜିଲାର ଜଗତସିଂହପୁର ବ୍ଲକ୍ ଓ ବିରିଡ଼ି ବ୍ଲକ୍ ରୁ ୩୩ ଜଣ ଏବଂ ଏରସମା ଓ କୁଜଙ୍ଗ ବ୍ଲକ୍ ର ୪୨ ଜଣ ବରିଷ୍ଠ ନାଗରୀକମାନେ ଏହି ଯାତ୍ରାରେ ସାମିଲ ହୋଇଛନ୍ତି । ଏମାନେ କଲିକତା ଦକ୍ଷିଣକାଳୀ ମନ୍ଦିର ଓ ଆସାମର ଗୌହାଟି କାମାକ୍ଷା ମନ୍ଦିର ପରିଦର୍ଶନ କରିବେ । ଭୁବନେଶ୍ୱରରୁ ଟ୍ରେନ୍ ଯୋଗେ ଏମାନେ ଯାତ୍ରା କରିବେ । ଶ୍ରୀ ସନ୍ତୋଷ କୁମାର ମହାନ୍ତି , ଶ୍ରମ ନିରୀକ୍ଷକ, ଶ୍ରୀ ସୂର୍ଯ୍ୟକାନ୍ତ ସାହୁ ,ବରିଷ୍ଠ କିରାଣୀ, ଶ୍ରୀ କାଜଲ କୁମାର ମଲିକ୍  , ବରିଷ୍ଠ କିରାଣୀ , ଶ୍ରୀ ବସନ୍ତ ସୋରେନ୍ , ବରିଷ୍ଠ କିରାଣୀ, ଶ୍ରୀ ଶାରଦା ପ୍ରସାଦ ସାହୁ , କନିଷ୍ଠ କିରାଣୀ , ପର୍ଯ୍ୟଟନ ବିଭାଗ ପିଅନ୍ ଶ୍ରୀ ରାଧା ମୋହନ ଯେନା ବରିଷ୍ଠ ନାଗରୀକମାନଙ୍କ ସହାୟତା ନିମନ୍ତେ ସେମାନଙ୍କ ସହିତ ଯାତ୍ରା କରିଛନ୍ତି ।  ଓଡ଼ିଶା ସମାଚାର

Jagatsinghpur Senior Citizen

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment