ଜିଲାରେ ଖୋଲିଲା ପ୍ରଥମ ଧାନମଣ୍ଡି –

ଉଦଘାଟନ କଲେ ଖୋର୍ଦ୍ଧା ଜିଲ୍ଲାପାଳ : କିନ୍ତୁ ଉଠିଲାନି ଧାନ
ନିରାକାରପୁର, ୨୯/୧୨/୨୦୨୩ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲାରେ ଖରିଫ ଧାନ ସଂଗ୍ରହ ନିମନ୍ତେ ଖୋର୍ଦ୍ଧା ବ୍ଲକ କଁପୁର ପ୍ରାଥମିକ କୃଷିସେବା ସମବାୟ ସମିତି ଠାରେ ଧାନ ବିକ୍ରୟ କେନ୍ଦ୍ର ଖୋର୍ଦ୍ଧା ଜିଲାପାଳ କେ ସୁଦର୍ଶନ ଚକ୍ରବର୍ତୀ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଛନ୍ତି । ଜିଲାରେ ପ୍ରାଥମିକ କୃଷି ସମବାୟ ସମିତି ମାଧ୍ୟମରେ ଚାଷୀମାନଙ୍କ ଠାରୁ ଖରିବ ଧାନ ସଂଗ୍ରହ କରାଯିବ ବୋଲି ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉପଜିଲାପାଳ ଦୀପ୍ତ ରଞ୍ଜନ ସେଠୀ, ଉପନିର୍ବନ୍ଧକ ସମବାୟ ସମିତି ସମୁହ ଅଳକାନନ୍ଦ ଜେନା, ଖୋର୍ଦ୍ଧା କେନ୍ଦ୍ର ସମବାୟ ଲିଃ ସଭାପତି ଅଭିଷେକ ସିଂ ସାମନ୍ତ, ସହକାରୀ ନିର୍ବନ୍ଧକ ସମବାୟ ସମିତି ସମୁହ ଅନନ୍ତ କୁମାର ନାୟକ, କଂପୁର ସେବା ସମବାୟ ସମିତି ସଭାପତି ସୁରେନ୍ଦ୍ର ଚନ୍ଦ୍ର ପ୍ରଧାନ, ଜିଲାଯୋଗାଣ ଅଧିକାରୀ ସୁଗୁଡା ମୁର୍ମୁ,,କଁପୁର ସେବା ସମବାୟ ସମିତିର ସଂପାଦକ ପ୍ରଭାତ କୁମାର ପ୍ରହରାଜ,ପୁରୀଜିଲା ସମବାୟ ୟୁନିୟନ ସଂପାଦକ ବିଶ୍ୱନାଥ ମହାରଣା,ଖୋର୍ଦ୍ଧାବ୍ଲକ ସମବାୟ ୟୁନିୟନ ସଭାପତି ଝଜ ସାମନ୍ତରାୟ,ସଂପାଦକ ପରମାନନ୍ଦ ନାୟକ, ନରଣଗଡ଼ ସେବା ସମବାୟ ସମିତି ସଂପାଦକ ପ୍ରକଶ ଚନ୍ଦ୍ର ବଳିୟାରସିଂହ, ନିତ୍ୟାନନ୍ଦ ଦାଶ , ସରପଂଚ ସୋନାଲୀ ଶ୍ରୀଚନ୍ଦନ ଓ ଚାଷୀ କମିଟି ସଭ୍ୟ ବେଣୁଧର ଶ୍ରୀଚନ୍ଦନ, ବୈକୁଣ୍ଠ ପାତାଳସିଂହ ପ୍ରଦ୍ୟୁମ୍ନ ହରିଚନ୍ଦନ ପ୍ରମୁଖ ଉପସ୍ଥିତ ରହି ଧାନ ମଣ୍ଡିକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ସମବାୟ ସମିତିର ଦୁଇଜଣ ଚାଷୀ ୨୧୨ କୁଇଂଟାଲ ଧାନ ବିକ୍ରୟ କରିବାକୁ ଆଣିଥିଲେ । ଧାନର ଗୁଣବତା ଠିକ୍ ନଥିବା ହେତୁ ଆରଏମସି ମନା କରିବା ଓ କାଟନି ଛଟନିକୁ ନେଇ ଚାଷୀମାନେ ବିଷୋଦଗାର କରିଥିଲେ । ପରେ ସମାଧାନ ପରେ ଶନିବାର ଦିନ ଧାନ ଉଠିବାର ସ୍ଥିର କରାଯାଇଥିବା ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *