ଯୁବ ଓଡ଼ିଶା – ନବୀନ ଓଡ଼ିଶା ଉଦଯାପିତ

ନିରାକାରପୁର, ୨୯/୧୨/୨୦୨୩ (ଓଡ଼ିଶା ସମାଚାର)- ରାଜ୍ୟର ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ କ୍ଷେତ୍ରବାସୀ ଡ଼ିଏଭି ମହାବିଦ୍ୟାଳୟରେ ୧୫ ତାରିଖରୁ ଆୟୋଜିତ ହୋଇଥିବା ଯୁବ ଓଡ଼ିଶା – ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଆଜି ଉଦଯାପିତ ହୋଇଯାଇଛି । ଯୁବ ଶକ୍ତି ଗୋଟିଏ ରାଷ୍ଟ୍ରକୁ ସଶକ୍ତ କରିଥାଏ । ସାହାସ , କର୍ମନିଷ୍ଠା ଓ ଉଦଯୋଗ ଆଧାରରେ ଯୁବ ଶକ୍ତି ନବ ନିର୍ମାଣର ବିଶ୍ୱକର୍ମା ସାଜି ସମାଜକୁ ନୂଆ କରି ଗଢି ତୋଳିବେ । ଆଗାମୀ ସମୟରେ ନୂଆ ଓଡ଼ିଶା ଗଢିବାରେ ଯୁବ ଶକ୍ତି ନେବେ ନିର୍ଣ୍ଣାୟକ ଭୂମିକା ବୋଲି ନୂଆ – ଓ ଉଦଯାପନୀ ସମାବେଶରେ ଅତିଥିଗଣ ମତବ୍ୟକ୍ତ କରିଛନ୍ତି । ମହାବିଦ୍ୟାଳୟ ଅଧକ୍ଷ୍ୟା ବ୍ରତତୀ ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ସମାବେଶରେ ଖୋର୍ଦ୍ଧା ଜିଲ୍ଲା ନୂଆ – ଓ ସଂଯୋଜିକା ଶ୍ରୀମୟୀ ମିଶ୍ର, ସାଂସଦ ଅମର ପଟ୍ଟନୟକ,ବିଧାୟକ ଜ୍ୟୋତିନ୍ଦ୍ରନାଥ ମିତ୍ର, ଟାଙ୍ଗୀ ପଂଚାୟତ ସମିତି ଅଧ୍ୟକ୍ଷା ରିସ୍ନା ମାନାନ୍ଧାତ. ଜିଲା ପରିଷଦ ସଭ୍ୟ ବିଜୟ କୁମାର ପାଲାଟାସିଂହ ଓ ବ୍ଲକ ଉପାଧକ୍ଷ୍ୟା ଦୁର୍ଗାନାଥ ଶର୍ମା, ପୂର୍ବତନ ବ୍ଲକ ଅଧକ୍ଷ୍ୟା ଗୀତାଞ୍ଜଳୀ ପାଟ୍ଟଶାଣୀ, ସ୍ଥାନୀୟ ସରପଂଚ କାଦମ୍ବନୀ ବେହେରା, ବରିଷ୍ଠ ନେତା ବିପିନ କୁମାର ଜୟସିଂହ , ଯୁବନେତା ଶୁଭମ ଦାଶ ପ୍ରମୁଖ ଉପସ୍ଥିତ ରହି ତରୁଣ ଓ ଯୁବ ପ୍ରତିଭାଙ୍କୁ ପ୍ରୋତ୍ସାହିତ କରିଥିଲେ । କ୍ରୀଡ଼ା ,କଳା ଓ ସଂସ୍କୃତି ଆଦି ବିଭିନ୍ନ ପ୍ରତିଯୋଗିତାରେ କୃକିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କ ସହିତ ବିଶିଷ୍ଟ ଲେଖକ ଡ଼ ପୂର୍ଣ୍ଣଚନ୍ଦ୍ର ଦାଶଙ୍କୁ ଅତିଥି ପ୍ରମାଣପତ୍ର ଓ ଫଳକ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଅଧ୍ୟାପକ ଡ଼ ମୃତ୍ୟୁଞ୍ଜୟ ରଥଙ୍କ ମଂଚ ପରିଚାଳନାରେ ଅଧ୍ୟାପକ ପ୍ରସନ୍ନ କୁମାର ନାୟକ, ଡ଼ ଜୟନ୍ତ ବାନାର୍ଜୀ, ଅଧ୍ୟାପକ ଚନ୍ଦନ କୁମାର ମିଶ୍ର, ଡ଼ ପ୍ରଭାତ କୁମାର ଦାଶ, ଅଧ୍ୟାପକ ସୈାରଭ ମହାପାତ୍ର, ପୂଣ୍ୟଦର୍ଶନ ସାହୁ, ଦୁର୍ଗା ପ୍ରସାଦ ମିଶ୍ର ଓ କାଦମ୍ବିନୀ ସାହୁ ପ୍ରଭୃତି ସହାୟତା କରିଥିଲେ ।

Leave a Reply

Your email address will not be published. Required fields are marked *