ଓଡ଼ିଶା ସମାଚାର

ନାଲ୍କୋ-ଏଲ୍ଭି ପ୍ରସାଦ ଚକ୍ଷୁ ଚିକିତ୍ସାଳୟ ଉଦ୍ଘାଟିତ

 Breaking News
  • ପଥର ବୋଝେଇ ଟ୍ରକକୁ ଧକ୍କା ଦେଲା ବୋଲେରୋ, ଜଣେ ମୃତ କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଏକ ପଥର ବୋଝେଇ ଟ୍ରକକୁ ଦ୍ରୁତଗାମୀ ବୋଲେରୋ ଧକ୍କା ଦେବାରୁ ଘଟଣାସ୍ଥଳରେ ଜଣେ ନାବାଳକର ମୃତ୍ୟୁ ହୋଇଯାଇଥିବା ଜଣା ପଡିଛି । ଘଟଣାରୁ ପ୍ରକାଶ ରାଜନଗର ଥାନା ରାଜରାଜଶ୍ୱେରପୁର ଗ୍ରାମର ରବିନ୍ଦ୍ର ମାଝିଙ୍କ ପୁଅ ବିଶ୍ୱଜିତ ମାଝି (୧୫)...
  • ଜିଲ୍ଲାକୁ ଗୌରବାନ୍ୱିତ କଲେ ସମୀକ୍ଷା ଓ ଶାନ୍ତ୍ୱନା କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଚଳିତ ମାଟ୍ରିକ ପରୀକ୍ଷାର ଫଳ ମଙ୍ଗଳବାର ଦିନ ପ୍ରକାଶିତ ହୋଇଛି । ଏଥିରେ ୨ ଜଣ ଛାତ୍ରୀ ଜିଲ୍ଲାରେ ସର୍ବୋଚ୍ଚ ନମ୍ବର ରଖି ଜିଲ୍ଲାକୁ ଗୌରବାନ୍ୱିତ କରିଥିବା ଜଣାପଡିଛି । ପୌରାଂଚଳ ଅନ୍ତର୍ଗତ ଭାରତୀ ବିଦ୍ୟା ମନ୍ଦିରର ଛାତ୍ରୀ...
  • ମାଟ୍ରିକ ପରୀକ୍ଷା ଫଳ ରାଜ୍ୟରେ ୭୨.୩୫ ପ୍ରତିଶତ ହୋଇଥିବା ବେଳେ ଜିଲ୍ଲାରେ ୭୨.୧୧ପ୍ରତିଶତ କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଚଳିତବର୍ଷ ମାଟ୍ରିକ ପରୀକ୍ଷା ଫଳ ରାଜ୍ୟରେ ୭୨.୩୫ ପ୍ରତିଶତ ହୋଇଥିବା ବେଳେ ଜିଲ୍ଲାରେ ୭୨.୧୧ ପ୍ରତିଶତ ହୋଇଛି । ରାଜ୍ୟରେ ଚଳିତ ବର୍ଷ ରେଗୁଲାର ପରୀକ୍ଷାର୍ଥୀ ୫ଲକ୍ଷ ୪୫ହଜାର ୩୬୨ ଫର୍ମ ପୁରଣ କରିଥିବା ବେଳେ ସେଥିରୁ ୯ହଜାର...
  • ପ୍ଲଟିଂ ଜମି ବ୍ୟବସାୟ ପାଇଁ ସରକାରୀ ଗୋଚର ଜମିକୁ ପୋତାଯାଉଛି କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ପ୍ଲଟିଂ  ଜମି ବ୍ୟବସାୟ ନିମନ୍ତେ ଏକ ସରକାରୀ ଗୋଚର କିଷମ ଜମିକୁ ମାଟି ପକାଯାଇ ପୋତାଯାଉଥିବା ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଯେ କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ତହସିଲ ଅନ୍ତର୍ଗତ ପଂଚାଣପୁର ମୈାଜାର ଖାତା ନମ୍ବର ୯୧...
  • ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ପ୍ରସ୍ତୁତି ବୈଠକ କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସମ୍ମିଳନୀ ଗୃହରେ ଆଜି ପୂର୍ବାହ୍ନରେ ଆଗାମୀ ବର୍ଷା ଋତୁରେ ସମ୍ଭାବ୍ୟ ବନ୍ୟା ଓ ବାତ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ...
ନାଲ୍କୋ-ଏଲ୍ଭି ପ୍ରସାଦ ଚକ୍ଷୁ ଚିକିତ୍ସାଳୟ ଉଦ୍ଘାଟିତ
February 20
05:43 2019

ଅନୁଗୁଳ / ଭୁବନେଶ୍ୱର, ୨୦/୦୨/୨୦୧୯(ଓଡ଼ିଶା ସମାଚାର)-ଆଖି, ହାର୍ଟ, କ୍ୟାନ୍ସର ଭଳି ରୋଗର ଚିକିତ୍ସା ସହାୟତା ଅନୁଗୁଳ ଅଂଚଳରେ ମିଳେ ନାହିଁ । ଆଜି ଆରମ୍ଭ ହୋଇଥିବା ଏ ହସ୍ପିଟାଲ ସବୁ ବର୍ଗର ଲୋକଙ୍କୁ ସେବା ଯୋଗାଇବାରେ ସହାୟକ ହେବ । ନାଲକୋ ଏ ଅଂଚଳର ଗୋଟେ ମୂଳ ଆବଶ୍ୟକତାକୁ ପୂରଣ କରିଛି । ଏହି ହସ୍ପିଟାଲରେ ୩୦ଟି ବେଡ୍ ରହିବାର ବ୍ୟବସ୍ଥା ଥିବା ବେଳେ ଦୈନିକ ୧୦୦ରୁ ଅଧିକ ଅପରେସନ ହୋଇପାରିବାର ବ୍ୟବସ୍ଥା ପ୍ରାରମ୍ଭିକ ପର୍ଯ୍ୟାୟରେ କରାଯାଇଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅନୁଗୁଳ ଜିଲ୍ଲା କୁଲ୍ଦା ଠାରେ ଅତ୍ୟାଧୁନିକ ସେକେଣ୍ଡାରୀ କେୟାର ନାଲ୍କୋ-ଏଲ୍ଭି ପ୍ରସାଦ ଚକ୍ଷୁ ଚିକିତ୍ସାଳୟ ଉଦ୍ଘାଟନ ଓ ରାଷ୍ଟ୍ରୀୟ ବୟୋଶ୍ରୀ ଯୋଜନା ଅନ୍ତର୍ଗତ ବରିଷ୍ଠ ନାଗରିକ ମାନଙ୍କୁ ସହାୟକ ଯନ୍ତ୍ର ଓ ଉପକରଣ ବିତରଣ ଅବସରରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଠିକ୍ ୩ ବର୍ଷ ପୂର୍ବେ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କ ଉପସ୍ଥିତିରେ ଏ ଚକ୍ଷୁ ହସ୍ପିଟାଲର ଭିତିପ୍ରସ୍ତର ସ୍ଥାପନ କରାଯାଇଥିଲା । ଆଜି ଏ ଅଂଚଳ ପାଇଁ ୨୫ କୋଟି ଟଙ୍କା ବ୍ୟୟବରାଦରେ ନିର୍ମିତ ଏହି ହସ୍ପିଟାଲକୁ ଲୋକାର୍ପଣ କରିଥିବାରୁ ସେ ସୌଭାଗ୍ୟ ମନେକରୁଛନ୍ତି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ । ଏହି ହସ୍ପିଟାଲରେ ଦୃଷ୍ଟିହୀନ ଲୋକଙ୍କ ପାଇଁ ମେଡିକାଲ ନିର୍ମାଣ ହେବାର କଳ୍ପନା ଅନେକ ଦିନରୁ ଥିଲା । ଆଖି, ହାର୍ଟ, କ୍ୟାନ୍ସର ଭଳି ବିଭିନ୍ନ ରୋଗର ଚିକିତ୍ସା ସୁବିଧା ଏ ଅଂଚଳରେ ମିଳେ ନାହିଁ । କିନ୍ତୁ ଏବେ ଏଲଭି ପ୍ରସାଦ ହସ୍ପିଟାଲ ସମ୍ପନ୍ନଙ୍କ ଠାରୁ ଗରିବ ପର୍ଯ୍ୟନ୍ତ ସବୁ ବର୍ଗର ଲୋକଙ୍କୁ ସେବା ଦେବ । ଅନେକ ଗରିବ ଲୋକଙ୍କୁ ମାଗଣାରେ ମଧ୍ୟ ଏହି ହସ୍ପିଟାଲରେ ଚିକିତ୍ସା କରାଯିବ । ପ୍ରଧାନମନ୍ତ୍ରୀ ଏ ଅଂଚଳରେ ଡିଏମଏଫ ଫଣ୍ଡର ବ୍ୟବସ୍ଥା କରି ଅନେକ ଟଙ୍କା ଦେଇଛନ୍ତି । ୨୦୧୮ ମସିହାରେ ଅନୁଗୁଳ ଜିଲ୍ଲାରେ ମିନେରାଲ ଫଣ୍ଡ ପାଖାପାଖି ହଜାରେ କୋଟି ଟଙ୍କା ଦେଇଛନ୍ତି । ଏହି ସବୁ ଟଙ୍କା ଏହି ଅଂଚଳରେ ଖର୍ଚ୍ଚ କଲେ ପାନୀୟ ଜଳ, ସ୍ୱାସ୍ଥ୍ୟ, ଶିକ୍ଷା ଭଳି ମୌଳିକ ସୁବିଧା ଦୂରେଇ ପାରିବା ସହ ରୋଜଗାରର ବ୍ୟବସ୍ଥା ମଧ୍ୟ ହୋଇପାରିବ । ସେ କହିଛନ୍ତି ଯେ ନାଲକୋର ସିଏମଡି ୧୬ କୋଟି ଟଙ୍କା ଖର୍ଚ୍ଚ କରି ନାନୋ ଟେକ୍ନୋଲୋଜିରେ ପାଣିକୁ ଶୁଦ୍ଧ କରିବାର କାରଖାନା ନାଲକୋ କଲୋନୀରେ କରୁଛନ୍ତି । ସେହିଭଳି ଭାବେ ଆଖପାଖ ଅଂଚଳରେ ଫ୍ଲୋରାଇଡ୍ ଯୁକ୍ତ ପାଣି ଅଂଚଳରେ ମଧ୍ୟ ଏହିଭଳି ବ୍ୟବସ୍ଥା କରିବାକୁ ଶ୍ରୀ ପ୍ରଧାନ ନାଲକୋର ସିଏମଡିଙ୍କୁ ଅନୁରୋଧ କରିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ନାଲକୋ କେବଳ ଭାରତବର୍ଷ ନୁହେଁ, ବିଶ୍ୱର ଭଲ କମ୍ପାନୀ । ଏ ବର୍ଷ ନାଲକୋର ଲାଭ ମଧ୍ୟ ବୃଦ୍ଧି ପାଇଛି । ଏଥିପାଇଁ ନାଲକୋର ପରିଚାଳନା କରୁଥିବା କର୍ମଚାରୀ, ସ୍ଥାୟୀ ଓ ଠିକା ଶ୍ରମିକ ଏହାର ଶ୍ରେୟ ଅଟନ୍ତି । ନାଲକୋରେ କାର୍ଯ୍ୟ କରୁଥିବା ଶ୍ରମିକ ମାନଙ୍କର ମଧ୍ୟ ଦରମାକୁ ବୃଦ୍ଧି କରାଯିବା ଉଚିତ । ନାଲକୋ ଯେତେ ଅଧିକ ପଇସା ଦେବ ଅନୁଗୁଳ ଜିଲ୍ଲାର ଅର୍ଥନୀତି ସେତେ ସୁଦୃଢ ହେବ । ଶ୍ରୀ ପ୍ରଧାନ କହିଛନ୍ତି ଶ୍ରମିକ ସମାଜକୁ ଗୁରୁତ୍ୱ ଦିଆଯିବ ଉଚିତ । ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ଯୋଜନା କିମ୍ବା ନିର୍ଦ୍ଧିଷ୍ଟ ଏକ ବୀମା ଶ୍ରମିକଙ୍କ ନାଁରେ କରାଯାଉ । ଶ୍ରମିକମାନଙ୍କ ପାଇଁ ଭାରତ ସରକାର ଶ୍ରମୟୋଗୀ ଯୋଜନା ଆରମ୍ଭ କରିଛନ୍ତି । ଏହି ଯୋଜନାରେ ଶ୍ରମିକମାନଙ୍କୁ ୬୦ ବର୍ଷ ପରେ ୩୦୦୦ ଟଙ୍କା ମିଳିବ । ନାଲକୋ ମଧ୍ୟ କମ୍ପାନୀରେ କାର୍ଯ୍ୟ କରୁଥିବା ଠିକା ଶ୍ରମିକ ମାନଙ୍କୁ ପ୍ରଧାନମନ୍ତ୍ରୀ ଶ୍ରମୟୋଗୀ ଯୋଜନାରେ ଯୋଡି ପେନସନ୍ ଦେବାର ବ୍ୟବସ୍ଥା କରୁ  । ସ୍ଥାନୀୟ ଅଂଚଳ ତରଫରୁ ସିଟିପି ଓ ସ୍ମେଲଟର ମଧ୍ୟରେ ଏକ ଓଭର ବ୍ରିଜ୍ ଦାବୀ ହେଉଛି । ବ୍ରିଜ୍ ନଥିବାରୁ ଅନେକ ଦୁର୍ଘଟଣାର ସମ୍ୁଖୀନ ଶ୍ରମିକମାନେ ହେଉଛନ୍ତି । ନାଲକୋ ମ୍ୟାନେଜମେଂଟ ମଧ୍ୟ ଗୋଟେ ପ୍ଲାଂଟରୁ ଅନ୍ୟ ଏକ ପ୍ଲାଂଟକୁ ଯିବା ପାଇଁ ଓଭର ବ୍ରିଜ୍ର ବ୍ୟବସ୍ଥା କରୁ ବୋଲି ସେ କହିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ୨୦୨୨ ସୁଦ୍ଧା ସ୍ୱାଧୀନତାକୁ ୭୫ ବର୍ଷ ପୂରିବ । ଏହି ସମୟ ସୁଦ୍ଧା ଭାରତ ବର୍ଷରେ ସବୁ ଗରିବଙ୍କ ସ୍ଥାୟୀ ପଟ୍ଟା ଓ ଛାତ ଥିବା ନେଇ ପ୍ରଧାନମନ୍ତ୍ରୀଙ୍କ ଦାୟିତ୍ୱ ଅଛି । ଚିକିତ୍ସାଳୟର ଲୋକାର୍ପଣ ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଅନେକ ଦିବ୍ୟାଙ୍ଗଙ୍କୁ ହ୍ୱିଲ୍ ଚେୟାର ଏବଂ ଶ୍ରବଣ ଯନ୍ତ୍ର ପ୍ରଦାନ କରିଥିଲେ । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment