ଓଡ଼ିଶା ସମାଚାର

ପ୍ରଜାପତ୍ା ବ୍ରହ୍ମ କୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆଲୋଚନା ଚକ୍ର

 Breaking News
  • ପଥର ବୋଝେଇ ଟ୍ରକକୁ ଧକ୍କା ଦେଲା ବୋଲେରୋ, ଜଣେ ମୃତ କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଏକ ପଥର ବୋଝେଇ ଟ୍ରକକୁ ଦ୍ରୁତଗାମୀ ବୋଲେରୋ ଧକ୍କା ଦେବାରୁ ଘଟଣାସ୍ଥଳରେ ଜଣେ ନାବାଳକର ମୃତ୍ୟୁ ହୋଇଯାଇଥିବା ଜଣା ପଡିଛି । ଘଟଣାରୁ ପ୍ରକାଶ ରାଜନଗର ଥାନା ରାଜରାଜଶ୍ୱେରପୁର ଗ୍ରାମର ରବିନ୍ଦ୍ର ମାଝିଙ୍କ ପୁଅ ବିଶ୍ୱଜିତ ମାଝି (୧୫)...
  • ଜିଲ୍ଲାକୁ ଗୌରବାନ୍ୱିତ କଲେ ସମୀକ୍ଷା ଓ ଶାନ୍ତ୍ୱନା କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଚଳିତ ମାଟ୍ରିକ ପରୀକ୍ଷାର ଫଳ ମଙ୍ଗଳବାର ଦିନ ପ୍ରକାଶିତ ହୋଇଛି । ଏଥିରେ ୨ ଜଣ ଛାତ୍ରୀ ଜିଲ୍ଲାରେ ସର୍ବୋଚ୍ଚ ନମ୍ବର ରଖି ଜିଲ୍ଲାକୁ ଗୌରବାନ୍ୱିତ କରିଥିବା ଜଣାପଡିଛି । ପୌରାଂଚଳ ଅନ୍ତର୍ଗତ ଭାରତୀ ବିଦ୍ୟା ମନ୍ଦିରର ଛାତ୍ରୀ...
  • ମାଟ୍ରିକ ପରୀକ୍ଷା ଫଳ ରାଜ୍ୟରେ ୭୨.୩୫ ପ୍ରତିଶତ ହୋଇଥିବା ବେଳେ ଜିଲ୍ଲାରେ ୭୨.୧୧ପ୍ରତିଶତ କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଚଳିତବର୍ଷ ମାଟ୍ରିକ ପରୀକ୍ଷା ଫଳ ରାଜ୍ୟରେ ୭୨.୩୫ ପ୍ରତିଶତ ହୋଇଥିବା ବେଳେ ଜିଲ୍ଲାରେ ୭୨.୧୧ ପ୍ରତିଶତ ହୋଇଛି । ରାଜ୍ୟରେ ଚଳିତ ବର୍ଷ ରେଗୁଲାର ପରୀକ୍ଷାର୍ଥୀ ୫ଲକ୍ଷ ୪୫ହଜାର ୩୬୨ ଫର୍ମ ପୁରଣ କରିଥିବା ବେଳେ ସେଥିରୁ ୯ହଜାର...
  • ପ୍ଲଟିଂ ଜମି ବ୍ୟବସାୟ ପାଇଁ ସରକାରୀ ଗୋଚର ଜମିକୁ ପୋତାଯାଉଛି କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ପ୍ଲଟିଂ  ଜମି ବ୍ୟବସାୟ ନିମନ୍ତେ ଏକ ସରକାରୀ ଗୋଚର କିଷମ ଜମିକୁ ମାଟି ପକାଯାଇ ପୋତାଯାଉଥିବା ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଯେ କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ତହସିଲ ଅନ୍ତର୍ଗତ ପଂଚାଣପୁର ମୈାଜାର ଖାତା ନମ୍ବର ୯୧...
  • ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ପ୍ରସ୍ତୁତି ବୈଠକ କେନ୍ଦ୍ରାପଡା,୨୨/୦୫/୨୦୧୯ (ଓଡ଼ିଶା ସମାଚାର)-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସମ୍ମିଳନୀ ଗୃହରେ ଆଜି ପୂର୍ବାହ୍ନରେ ଆଗାମୀ ବର୍ଷା ଋତୁରେ ସମ୍ଭାବ୍ୟ ବନ୍ୟା ଓ ବାତ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ...
February 16
20:02 2019

Prajapita Eswariya Biswabidyalaya
ତାରପୁର,୧୬/୦୨/୨୦୧୯(ଓଡ଼ିଶା ସମାଚାର)- ପରମଆତ୍ମାଙ୍କ ନିର୍ଦ୍ଧେଶରେ ମନୁଷ୍ୟ ସଂସାରକୁ ସୁକର୍ମ କରିବା ପାଇଁ ଆସିଥାଏ ।  ତେବେ ସମାଜର ମାୟା ଜାଲରେ  ବାନ୍ଧି ହୋଇ  ମନୁଷ୍ୟର ଆତ୍ମା ଦିଗଭ୍ରଷ୍ଟ ହୋଇଯାଏ । ବିପଥଗାମୀ ମନୁଷ୍ୟ ଜୀବନରେ ଶାନ୍ତି ପାଇବାକୁ ହେଲେ ପରମାତ୍ମାଙ୍କୁ ଚିନ୍ତନ କରିବା ଆବଶ୍ୟକ ।  କାରଣ ଆତ୍ମା ଓ ପରମାତ୍ମାର ମିଳନରେ ଇଶ୍ୱରପ୍ରାପ୍ତି ହୋଇଥାଏ ।  ରଘୁନାଥପୁର ବ୍ଲକ୍ ତାରପୁର ପଂଚାୟତ  ହରିଶପୁରସ୍ଥିତ ବାସୁଦେବଙ୍କ ପିଠ ପ୍ରାଙ୍ଗଣରେ ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ  ଆୟୋଜିତ ଆଲୋଚନା ଚକ୍ରରେ  ବର୍ତି ଶାଖା କେନ୍ଦ୍ରର ସଂଚାଳିକା ବ୍ରହ୍ମାକୁମାରୀ ରମା ଭଉଣୀ ଏ ସମ୍ପର୍କରେ ଦିଗଦର୍ଶନ ଦେଇଥିଲେ ।  ସେହିପରି ବ୍ରହ୍ମାକୁମାର ଶରତ ଭାଇ ରାଜଯୋଗ ମାଧ୍ୟମରେ  ଆତ୍ମା ସୁଧି ଲାଭ  କରିବା ସହିତ  ଦୁନିଆରୁ କିପରି ମୁକ୍ତି ମିଳିପାରିବ ସେ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ ।  ସ୍ୱାମୀ ଅରୂପାନନ୍ଦ କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ ଅଜୟ କୁମାର ଦାସ ଆଧ୍ୟାତ୍ମିକ ମାର୍ଗରେ କିପରି ଇନ୍ଦ୍ରିୟ ଉପରେ ବିଜୟ ପ୍ରାପ୍ତ ହୋଇ ମାନସିକ ସ୍ଥିରତା ଅଣାଯାଇ ପାରିବ ସେ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ ।  ଶାନ୍ତି ଓ ଖୁସିରେ ରହିବା ପାଇଁ ହେଲେ ଇର୍ଷା,ଘୃଣା, କାମ, ମାୟା,  କ୍ରୋଧ ଆଦି ୫ ବିକାରକୁ  ପରିତ୍ୟାଗ କରିବା ପାଇଁ ସେ ଆହ୍ୱାନ ଦେଇଥିଲୋ । ଇଶ୍ୱରୀୟ ଜ୍ଞାନ ଆହରଣ ପାଇଁ ଆତ୍ମ ସୁଥି ଓ ପବିତ୍ରତା ଅନିବାର୍ୟ୍ୟ ବୋଲି  ଅମୂଲ୍ୟ କୁମାର ସ୍ୱାଇଁ ପ୍ରକାଶ କରିଥିଲେ । ଗୋଲଖ ଦାସଙ୍କ ପୌରୋହିତ୍ୟରେ ଆୟୋଜିଥ ଏହି କାର୍ୟ୍ୟକ୍ରମକୁ  ଗୋବିନ୍ଦ ଚନ୍ଦ୍ର ଦାସ ପରିଚାଳନା କରିଥିଲେ । ସନାତନ ଭାଇ, ଇନ୍ଦ୍ରମଣି ଭାଇ, ନିଜର ବକ୍ତବ୍ୟ ରଖିଥିବାବେଳେ ସୁକାନ୍ତ କୁମାର ଦାସ, ପ୍ରହଲାଦ ଦାସ,  ଦୌଲତ ଦାସ, ଚଇତନ ଦାସ ପ୍ରମୁଖ ସହାୟତା କରିଥିଲେ ।  ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment