ସ୍କୁଟି ସହିତ ଟ୍ରକ ମୁହାଁମୁହିଁ ଧକ୍କା, ତିନିଜଣ ଗୁରୁତର ଆହତ

ପାଳଲହଡା, ୨୮/୧୨/୨୦୨୩ (ଓଡ଼ିଶା ସମାଚାର)- ଗୁରୁବାର ସନ୍ଧ୍ୟା ସମୟରେ 49 ନମ୍ବର ଜାତୀୟ ରାଜପଥ ମୁକ୍ତାପୁର ଛକ ନିକଟରେ ସ୍କୁଟି ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ତିନିଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି। ସୂଚନା ଅନୁଯାଇ କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ଗୋଳାବନ୍ଧ ଗ୍ରାମର କୃଷ୍ଣଚନ୍ଦ୍ର ନାଏକ ଓ ଦୁବୁଲାପାଳ ଗ୍ରାମର ରଥି ପାତ୍ର ଓ ଲକ୍ଷ୍ମଣ ପାତ୍ର ନାମକ ତିନି ଜଣ ବ୍ୟକ୍ତି ଏକ ସ୍କୁଟି ରେ କୌଣସି କାମରେ ପାଲଲହଡା ଆସିଥିବା ବେଳେ ସନ୍ଧ୍ୟା ସମୟରେ ଘରକୁ ଫେରୁଥିବା ସମୟରେ ଭୁଲ ରାସ୍ତା ରେ ଆସୁଥିବା ଏକ ଟ୍ରକ ସହିତ ମୁହାଁ ମୁହିଁ ଧକ୍କା ହୋଇଥିଲେ। ଫଳରେ ତିନିଜଣ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଅଗ୍ନିଶମ ବିଭାଗ ଦ୍ଵାରା ତୁରନ୍ତ ପାଲଲହଡା ଉପଖଣ୍ଡ ଚିକିତ୍ସାଳୟ ରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ବେଳେ ତିନିଜଣ ଗୁରୁତର ଥିବାରୁ ସେମାନଂକୁ ଜିଲ୍ଲା ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି ।ଘଟଣା ସ୍ଥଳରେ ପାଲଲହଡ଼ା ପୋଲିସ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ଗାଡିକୁ ଜବତ କରି ଘଟଣାର ତଦନ୍ତ ଜାରି ରଖିଥିବା ଜଣାଯାଇଛି।

Leave a Reply

Your email address will not be published. Required fields are marked *